Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ବିଭିନ୍ନ ରାଜ୍ୟରେ ଗୋରୁଗାଈଙ୍କୁ ଲମ୍ପି ଭାଇରସ ସଂକ୍ରାମଣ, ଓଡିଶାରେ ଆରମ୍ଭ ହେଲା ପଦକ୍ଷେପ
ଜାତୀୟ ଖବର

ବିଭିନ୍ନ ରାଜ୍ୟରେ ଗୋରୁଗାଈଙ୍କୁ ଲମ୍ପି ଭାଇରସ ସଂକ୍ରାମଣ, ଓଡିଶାରେ ଆରମ୍ଭ ହେଲା ପଦକ୍ଷେପ

September 16, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବିଭିନ୍ନ ରାଜ୍ୟରେ ଗୋରୁଗାଈଙ୍କୁ ଲମ୍ପି ଭାଇରସ ସଂକ୍ରାମଣ, ରାଜ୍ୟ ସରକାର ଆରମ୍ଭ କଲେ ପଦକ୍ଷେପ

ଭୁବନେଶ୍ବର: ପଡ଼ୋଶୀ ରାଜ୍ୟ ସମେତ ଦେଶର କିଛି ରାଜ୍ୟରେ ଗୋମହିଷାଦି ଚର୍ମବିଣ୍ଡି ବା ଲମ୍ପି ସ୍କିନ୍‌ ରୋଗରେ ଆକ୍ରାନ୍ତ ହେଉଥିବା ପରିପ୍ରେକ୍ଷୀରେ ଓଡ଼ିଶାରେ ଏହି ରୋଗ ବ୍ୟାପିବାକୁ ପ୍ରତିରୋଧ ଦିଗରେ ସମସ୍ତ ପ୍ରକାର ଆଗୁଆ ପଦକ୍ଷେପ ନିଆଯାଇଛି ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି।

ଆଜି କୃଷି ଭବନଠାରେ ଆୟୋଜିତ ବୈଠକରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ବିଭିନ୍ନ ଜିଲ୍ଲାର ସଦ୍ୟତମ ସ୍ଥିତି ସଂପର୍କରେ ସମୀକ୍ଷା କରିଥିଲେ। ପଡ଼ୋଶୀ ରାଜ୍ୟରୁ ଆମ ରାଜ୍ୟର ଗୋମହିଷାଦିଙ୍କୁ ଯେପରି ଚର୍ମବିଣ୍ଡି ରୋଗ ବ୍ୟାପି ନପାରେ ସେଥିପାଇଁ ସମସ୍ତ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବା ପାଇଁ ମୁଖ୍ୟ ଜିଲ୍ଲା ଚିକିତ୍ସାଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଏହି ପରିପ୍ରେକ୍ଷୀରେ ପ୍ରାଣୀପାଳନ ଓ ପ୍ରାଣୀ ଚିକିତ୍ସାଳୟ ନିର୍ଦ୍ଦେଶାଳୟ ସମେତ ସମସ୍ତ ଜିଲ୍ଲାରେ କଣ୍ଟ୍ରୋଲ ରୁମ୍‌ ଖୋଲିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ନିର୍ଦ୍ଦେଶ ଦେଇଥିଲେ। ସୂଚନାଯୋଗ୍ୟ ଯେ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗ ପକ୍ଷରୁ ଗତ ୧୨ ତାରିଖରେ ସମସ୍ତ ୧୪ଟି ସୀମାବର୍ତ୍ତୀ ଜିଲ୍ଲାର ସିଡ଼ିଭିଓମାନଙ୍କୁ ଚର୍ମବିଣ୍ଡି ରୋଗ ପ୍ରତିରୋଧ ନିମନ୍ତେ ମାର୍ଗଦର୍ଶିକା ପଠାଯାଇଥିଲା ଓ ଏ ସଂପର୍କରେ ଜନସାଧାରଣଙ୍କ ମଧ୍ୟରେ ବ୍ୟାପକ ସଚେତନତା ସୃଷ୍ଟି କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।

ଏହି କାର୍ଯ୍ୟକ୍ରମରେ ସମସ୍ତ ପଞ୍ଚାୟତିରାଜ ପ୍ରତିନିଧିମାନଙ୍କୁ ସାମିଲ କରି ଚର୍ମବିଣ୍ଡି ରୋଗର ଲକ୍ଷଣ ଓ ନିରାକରଣ ସଂପର୍କରେ ଜନସଚେତନତା ସୃଷ୍ଟି କରିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ପରାମର୍ଶ ଦେଇଥିଲେ। ଏଥି ସହିତ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗ ସଚିବ ପ୍ରଭାବିତ ପଡ଼ୋଶୀ ରାଜ୍ୟର ପ୍ରାଣୀସଂପଦ ବିକାଶ ବିଭାଗର ସଚିବଙ୍କ ସହିତ ନିୟମିତ ଯୋଗାଯୋଗ କରି ଆବଶ୍ୟକ ପଦକ୍ଷେପ ନେବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ।

ସେହିପରି ସୀମାବର୍ତ୍ତୀ ଜିଲ୍ଲାର ସିଡ଼ିଭିଓମାନେ ପଡ଼ୋଶୀ ରାଜ୍ୟର ସିଡ଼ିଭିଓମାନଙ୍କ ସହିତ ନିୟମିତ ସଂପର୍କରେ ରହି ସେଠାକାର ସ୍ଥିତିର ଅନୁଧ୍ୟାନ କରିବା ସହିତ ସେଠାରେ ନିଆଯାଉଥିବା ପଦକ୍ଷେପ ସଂପର୍କରେ ଅବଗତ ହେବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ନିର୍ଦ୍ଦେଶ ଦେଇଥିଲେ।

ବିଭାଗରେ ଉପଲବ୍ଧ ଥିବା ଭ୍ୟାକ୍‌ସିନ୍‌କୁ ସମ୍ବେଦନଶୀଳ ଜିଲ୍ଲାଗୁଡ଼ିକରେ ଆଗୁଆ ମହଜୁଦ୍‌ ରଖିବା ପାଇଁ ପ୍ରାଣୀପାଳନ ଓ ପ୍ରାଣୀଚିକିତ୍ସା ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏଥି ସହିତ ସିଡ଼ିଭିଓମାନେ ସମ୍ବେଦନଶୀଳ ଗ୍ରାମପଞ୍ଚାୟତ ଓ ଗ୍ରାମର ତାଲିକା ଓ ସେଠାରେ ଥିବା ଗୋମହିଷାଦିଙ୍କ ଟୀକାକରଣ ନିମନ୍ତେ ବିସ୍ତୃତ ସୂଚନା ତୁରନ୍ତ ବିଭାଗକୁ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।

ବୈଠକରେ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶର କମିଶନର ତଥା ଶାସନ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ, ପ୍ରାଣୀପାଳନ ଓ ପ୍ରାଣୀ ଚିକିତ୍ସା ନିର୍ଦ୍ଦେଶକ ୟେଦୁଲ୍ଲା ବିଜୟଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରମାନେ ଉପସ୍ଥିତ ଥିବାବେଳେ ସମସ୍ତ ଜିଲ୍ଲାର ସିଡ଼ିଭିଓ, ଏଡ଼ିଭିଓମାନେ ଭିଡ଼ିଓ କନ୍‌ଫରେନ୍ସିଂ ମାଧ୍ୟମରେ ଯୋଗଦେଇଥିଲେ।

ଚର୍ମବିଣ୍ଡି ପଶୁ ସଂପଦ
Share. Facebook Twitter LinkedIn Email WhatsApp Copy Link

Related Posts

ପଶ୍ଚିମ ଏସିଆର ଘଟଣାକ୍ରମ ପରିପ୍ରେକ୍ଷୀରେ ପ୍ରମୁଖ କ୍ଷେତ୍ରଗୁଡ଼ିକ ସମ୍ପର୍କରେ ସୂଚନା

March 15, 2026

ପଦ୍ମ ପୁରସ୍କାର -୨୦୨୭ ପାଇଁ ନାମାଙ୍କନ ଆରମ୍ଭ

March 15, 2026

ନିର୍ବାଚନ ଘୋଷଣାର ଏକ ଘଣ୍ଟା ପୂର୍ବରୁ ମମତା ବାନାର୍ଜୀଙ୍କ ଘୋଷଣା: କାର୍ଯ୍ୟାନୁଷ୍ଠାନ ନେବେ କି CEC?

March 15, 2026

ଇନ୍ଧନ ଯୋଗାଣ ଓ ଉତ୍ପାଦନ ବ୍ୟବସ୍ଥାକୁ ଦୃଢ଼ କରିବାରେ ଭାରତର ସଫଳତା

March 15, 2026
Latest News

ପଶ୍ଚିମ ଏସିଆର ଘଟଣାକ୍ରମ ପରିପ୍ରେକ୍ଷୀରେ ପ୍ରମୁଖ କ୍ଷେତ୍ରଗୁଡ଼ିକ ସମ୍ପର୍କରେ ସୂଚନା

March 15, 2026

ହାଇୱା ଦୂର୍ଘଟଣାରେ ଦୁଇ ଗୁରୁତର

March 15, 2026

ପଦ୍ମ ପୁରସ୍କାର -୨୦୨୭ ପାଇଁ ନାମାଙ୍କନ ଆରମ୍ଭ

March 15, 2026

ନିର୍ବାଚନ ଘୋଷଣାର ଏକ ଘଣ୍ଟା ପୂର୍ବରୁ ମମତା ବାନାର୍ଜୀଙ୍କ ଘୋଷଣା: କାର୍ଯ୍ୟାନୁଷ୍ଠାନ ନେବେ କି CEC?

March 15, 2026

ଉପର ମଣିନାଗ ପୀଠରେ ଏକବିଂଶତମ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ ସମାପ୍ତ

March 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.