Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»‘‘ଭାରତରେ ସେମିକଣ୍ଡକ୍ଟର୍ସ ବିକାଶ ଏବଂ ଡିସପ୍ଲେ ଉତ୍ପାଦନ ଇକୋସିଷ୍ଟମ କାର୍ଯ୍ୟକ୍ରମ’’ରେ ସଂଶୋଧନ ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରି
ବିଶେଷ ଖବର

‘‘ଭାରତରେ ସେମିକଣ୍ଡକ୍ଟର୍ସ ବିକାଶ ଏବଂ ଡିସପ୍ଲେ ଉତ୍ପାଦନ ଇକୋସିଷ୍ଟମ କାର୍ଯ୍ୟକ୍ରମ’’ରେ ସଂଶୋଧନ ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରି

September 21, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଷ୍ଟାର୍ଟଅପ୍ ଇଣ୍ଡିଆ ଫଣ୍ଡ ଅଫ୍ ଫଣ୍ଡସ୍‌ 2.0 କୁ କ୍ୟାବିନେଟ ଅନୁମୋଦନ
ଷ୍ଟାର୍ଟଅପ୍ ଇଣ୍ଡିଆ ଫଣ୍ଡ ଅଫ୍ ଫଣ୍ଡସ୍‌ 2.0 କୁ କ୍ୟାବିନେଟ ଅନୁମୋଦନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଭାରତରେ ସେମିକଣ୍ଡକ୍ଟର ବିକାଶ ଏବଂ ଡିସପ୍ଲେ ଉତ୍ପାଦନ ଇକୋସିଷ୍ଟମ କାର୍ଯ୍ୟକ୍ରମରେ ନିମ୍ନଲିଖିତ ସଂଶୋଧନକୁ ମଞ୍ଜୁର କରିଛନ୍ତି:

୧. ଭାରତରେ ସେମିକଣ୍ଡକ୍ଟର ଫ୍ୟାବ ପ୍ରତିଷ୍ଠା ଯୋଜନା ଅଧୀନରେ ସବୁ ପ୍ରଯୁକ୍ତି ନୋଡସ୍‌ ପାଇଁ ପ୍ରକଳ୍ପ ଖର୍ଚ୍ଚର ୫୦ ପ୍ରତିଶତ ସହ ସମାନ ଆର୍ଥିକ ସହାୟତା।

୨. ଡିସପ୍ଲେ ଫ୍ୟାବ୍‌ ପ୍ରତିଷ୍ଠା କରିବାର ଯୋଜନା ଅଧୀନରେ ପ୍ରକଳ୍ପ ଖର୍ଚ୍ଚର ୫୦ ପ୍ରତିଶତ ସହ ସମାନ ଆଧାରରେ ଆର୍ଥିକ ସହାୟତା।

୩. ଭାରତରେ କମ୍ପାଉଣ୍ଡ ସେମିକଣ୍ଡକ୍ଟର/ସିଲିକନ ଫୋଟୋନିକ୍ସ/ସେନ୍ସର ଫ୍ୟାବ ଏବଂ ସେମିକଣ୍ଡକ୍ଟର ଏଟିଏମପି/ଓଏସଏଟି ସୁବିଧା ପ୍ରତିଷ୍ଠା ଲାଗି ଏହି ଯୋଜନା ଅଧୀନରେ ପୁଞ୍ଜିଗତ ବ୍ୟୟର ୫୦ ପ୍ରତିଶତ ସମାନତା ଆଧାରରେ ଆର୍ଥିକ ସହାୟତା ଯୋଗାଇ ଦିଆଯିବ। ଏହା ବ୍ୟତୀତ ଯୋଜନା ଅଧୀନରେ ଲକ୍ଷ୍ୟ ଆଧାରିତ ପ୍ରଯୁକ୍ତିରେ ଡିସ୍କ୍ରିପ୍ଟ ଫ୍ୟାବଗୁଡ଼ିକୁ ମଧ୍ୟ ସାମିଲ କରାଯିବ।

ସଂଶୋଧିତ କାର୍ଯ୍ୟକ୍ରମ ଅଧୀନରେ, ସମସ୍ତ ପ୍ରଯୁକ୍ତି ନୋଡ୍ସ ପାଇଁ ସେମିକଣ୍ଡକ୍ଟର ଫ୍ୟାବ ପ୍ରତିଷ୍ଠା ନିମନ୍ତେ ପ୍ରକଳ୍ପ ଖର୍ଚ୍ଚର ୫୦ ପ୍ରତିଶତ ଭାଗ ପାଇଁ ଆର୍ଥିକ ସହାୟତା ସମାନତା ଆଧାରରେ ଯୋଗାଇ ଦିଆଯିବ। କମ୍ପାଉଣ୍ଡ ସେମି କଣ୍ଡକ୍ଟର ଏବଂ ଉନ୍ନତି ପ୍ୟାକେଜିଂର ବିଶେଷ ପ୍ରଯୁକ୍ତି ଏବଂ ପ୍ରକୃତିକୁ ଦୃଷ୍ଟିରେ ରଖି ସଂଶୋଧିତ କାର୍ଯ୍ୟକ୍ରମରେ କମ୍ପାଉଣ୍ଡ ସେମିକଣ୍ଡକ୍ଟର, ସିଲିକନ ଫଟୋନିକ୍ସ/ ସେନ୍ସସର/ ଡିସ୍କ୍ରିଟ ସେମିକଣ୍ଡକ୍ଟର ଫ୍ୟାବ ଏବଂ ଏଟିଏମିପ/ଓଏସଟି ପ୍ରତିଷ୍ଠା ଲାଗି ଯୋଜନା ଅଧୀନରେ ପୁଞ୍ଜିଗତ ବ୍ୟୟର ୫୦ ପ୍ରତିଶତ ସମାଧାନ ଆଧାରରେ ଆର୍ଥିକ ସହାୟତା ଯୋଗାଇ ଦିଆଯିବ।

ଏହି କାର୍ଯ୍ୟକ୍ରମରେ ଭାରତରେ ଫ୍ୟାବ ପ୍ରତିଷ୍ଠା କରିବା ଲାଗି ଅନେକ ବିଶ୍ବ ସେମିକଣ୍ଡକ୍ଟର କମ୍ପାନୀମାନଙ୍କୁ ଆକର୍ଷିତ କରିଛି। ସଂଶୋଧିତ କାର୍ଯ୍ୟକ୍ରମ ଫଳରେ ଭାରତରେ ସେମିକଣ୍ଡକ୍ଟର ଏବଂ ଡିସପ୍ଲେ ଉତ୍ପାଦନରେ ନିବେଶ ଗତିଶୀଳ ହେବ। ସମ୍ଭାବ୍ୟ ନିବେଶକଙ୍କ ସହ ଆଲୋଚନା ଆଧାରରେ ଏହା ଆଶା କରାଯାଉଛି ଯେ, ଦେଶର ପ୍ରଥମ ସେମିକଣ୍ଡକ୍ଟର ପ୍ରସ୍ତୁତି କେନ୍ଦ୍ର ପ୍ରତିଷ୍ଠା କାର୍ଯ୍ୟ ଖୁବଶୀଘ୍ର ଆରମ୍ଭ ହେବ।

ଭାରତରେ ସେମିକଣ୍ଡକ୍ଟର ବିକାଶ ଏବଂ ଡିସପ୍ଲେ ପ୍ରସ୍ତୁତି ଇକୋସିଷ୍ଟମ କାର୍ଯ୍ୟକ୍ରମ ପାଇଁ ଭାରତ ସେମିକଣ୍ଡକ୍ଟର ମିଶନ ନୋଡାଲ ଏଜେନ୍ସି ଭାବେ କାର୍ଯ୍ୟ କରୁଛି। ଏହାକୁ ପରାମର୍ଶ ଦେବା ଲାଗି ଉଦ୍ୟୋଗ ଜଗତ ଏବଂ ଶିକ୍ଷା ଜଗତର ବିଶ୍ବସ୍ତରୀୟ ବିଶେଷଜ୍ଞମାନଙ୍କୁ ନେଇ ଏକ ପରାମର୍ଶ ସମିତି ଗଠନ କରାଯାଇଛି। ପରାମର୍ଶ ସମିତି ସର୍ବସମ୍ମତିକ୍ରମେ  ସିଲିକନ ସେମିକଣ୍ଡକ୍ଟର ଫ୍ୟାବ/ ସିଲିକନ ଫଟୋନିକ୍ସ/ ସେନ୍ସସର/ ଡିସ୍କ୍ରିଟ ସେମିକଣ୍ଡକ୍ଟର ଫ୍ୟାବ ଏବଂ ଏଟିଏମିପ/ ଓଏସଟିର ସବୁ ପ୍ରଯୁକ୍ତି ନୋଡ୍ସ ନିମନ୍ତେ ଏକସମାନ ସମର୍ଥନ ପାଇଁ ସୁପାରିସ କରିଛି। ବାହନ, ବିଦ୍ୟୁତ ଏବଂ ଦୂରସଞ୍ଚାର ପ୍ରୟୋଗ ସମେତ ଅନ୍ୟାନ୍ୟ କାରଣରୁ ୪୫ ଏନଏମ ଏବଂ ତା’ଠାରୁ ଅଧିକ ନୋଡ୍ସର ଚାହିଦା ଖୁବ୍‌ ଅଧିକ ରହିଛି। ଏହାବ୍ୟତୀତ ଏହାର ଅଂଶଧନ ମୋଟ୍‌ ସେମିକଣ୍ଡକ୍ଟର ବଜାରରେ ପାଖାପାଖି ୫୦ ପ୍ରତିଶତ ରହିଛି।

କ୍ୟାବିନେଟ ମଞ୍ଜୁରି ସଂଶୋଧନ ପ୍ରସ୍ତାବ
Share. Facebook Twitter LinkedIn Email WhatsApp Copy Link

Related Posts

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ସାଂସଦ, ବିଜେପିରେ ଦେବେ ଯୋଗ!!

March 10, 2026

ପ୍ରମୁଖ କୃଷି ଫସଲ ଉତ୍ପାଦନର ଦ୍ୱିତୀୟ ଅଗ୍ରୀମ ଆକଳନ ପ୍ରକାଶ କଲା କୃଷି ମନ୍ତ୍ରଣାଳୟ

March 10, 2026

ଆତଙ୍କବାଦୀଙ୍କୁ ଗୁପ୍ତ ସୂଚନା ଯୋଗାଇବା ଅଭିଯୋଗ: ବହିଷ୍କୃତ ହେଲେ ଜମ୍ମୁ ଓ କାଶ୍ମୀର ସରକାର ତିନି କର୍ମଚାରୀ

March 10, 2026

ଗ୍ୟାସ୍ ଅଭାବ ହେଲେ କାହାକୁ ପ୍ରାଥମିକତା ଦେବେ ସରକାର?: ଦେଖନ୍ତୁ ତାଲିକା

March 10, 2026
Latest News

ନବନିଯୁକ୍ତ ସହକାରୀ ଶ୍ରମ ଅଧିକାରୀଙ୍କ ତାଲିମ୍ କାର୍ଯ୍ୟକ୍ରମ ଉଦ୍ଘାଟିତ

March 11, 2026

ମାଲ ପରିବହନ କ୍ଷମତା ବଢ଼ାଇବାକୁ ରଣନୈତିକ ରେଳ କରିଡରରେ ୩୧୮ କୋଟିର ପ୍ରକଳ୍ପ

March 11, 2026

ସ୍କୁଲ–କଲେଜରେ ଏଭିଜିସି କଣ୍ଟେଣ୍ଟ କ୍ରିଏଟର୍ ଲ୍ୟାବ୍ ପାଇଁ ରୋଡମ୍ୟାପ୍ ଉପରେ ଆଲୋଚନା

March 11, 2026

ମା’ ତାରାତାରିଣୀଙ୍କ ପ୍ରସିଦ୍ଧ ଚୈତ୍ର ପର୍ବ ଆରମ୍ଭ

March 11, 2026

ରାଜ୍ୟରେ ରନ୍ଧନ ଗ୍ୟାସ ଏବଂ ପେଟ୍ରୋଲ ଓ ଡିଜେଲର ଉପଲବ୍ଧତା ସଂପର୍କରେ ସମୀକ୍ଷା କଲେ ଅନୁ ଗର୍ଗ

March 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.