ପ୍ରକାଶ ପାଇଲା ବିଭିନ୍ନ ଗଣମାଧ୍ୟମର ଏକ୍ସିଟ୍‌ ପୋଲ୍‌; ଏନ୍‌ଡିଏ ସରକାର ଗଠନ କରିବା ନେଇ ଏହି ସର୍ଭେ ଦେଲା ବହୁମତ

Published: May 19, 2019, 10:03 pm IST
EXIT POLL REPORT

ଦେଶର ୧୭ ତମ ଲୋକସଭା ନିର୍ବାଚନର ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ଆଜି ସମାପନ ହୋଇଛି। ନିର୍ବାଚନ କମିଶନଙ୍କ କଟକଣା ଏବଂ ଆଦର୍ଶ ଆଚରଣ ବିଧି ଉଠିବା ପରେ ସମସ୍ତ ଗଣମାଧ୍ୟମ ନିର୍ବାଚନୀ ଫଳାଫଳର ବୁଥ ବାହୁଡା ବା ଏକ୍ସିଟ୍‌ ପୁଲ ରିପୋର୍ଟ ପ୍ରକାଶ କରିଛନ୍ତ।ଯଦି ଏହି ଫଳାଫଳକୁ ବିଶ୍ବାସକୁ ନିଆଯାଏ ତେବେ ମୋଦିଙ୍କ ନେତୃତ୍ବାଧୀନ ଏନ୍‌ଡିଏ କ୍ଷମତାରେ ରହିବା ସମ୍ଭାବନା ଦେଖା ଦେଇଛି। ୫୪୨ ଆସନ ପାଇଁ ଏହି ସର୍ବେକ୍ଷଣ କରାଯାଇଛି। ଟାଇମ୍‌ସ ନାଓ-ଭିଏମ୍‌ଆର ପକ୍ଷରୁ ଏନ୍‌ଡିଏକୁ ୩୦୬ ଆସନ ଦିଆଯାଇଥିବା ବେଳେ କଂଗ୍ରେସ ନେତୃତ୍ବାଧୀନ ୟୁପିଏ ମେଣ୍ଟକୁ ୧୩୨, ସପା ବସ୍‌ପା ମେଣ୍ଟକୁ ୨୯, ବିଜେଡିକୁ ୮ ଏବଂ ଅନ୍ୟାନ୍ୟ ଦଳଙ୍କୁ ୬୭ ଆସନ ପ୍ରଦାନ କରାଯାଇଛି। ରିପବ୍ଲିକ୍‌ ସି ଭୋଟର ଏନ୍‌ଡିଏ କୁ ୨୮୭  ଆସନର ଅନୁମାନ କରିଥିବା ବେଳେ ୟୁପିଏ କୁ ୧୨୮  ଆସନ, ସପା-ବସ୍‌ପାକୁ ୪୦ , ବିଜେଡିକୁ ୧୧  ଏବଂ ଅନ୍ୟାନ୍ୟ ଦଳଙ୍କୁ ୭୬  ଆସନ ପ୍ରଦାନ କରିଛି। ନ୍ୟୁଜ୍‌ ନେସନର ସର୍ବେକ୍ଷଣ ଅନୁଯାୟୀ ଏନ୍‌ଡିଏକୁ ୨୮୨-୨୯୦ ଆସନ ମିଳୁଥିବା ବେଳେ ୟୁପିଏକୁ ୧୧୮-୧୨୬  ଆସନ ଏବଂ ଅନ୍ୟାନ୍ୟ ଦଳଙ୍କୁ ୧୩୦-୧୩୬  ଆସନ ମିଳିଛି।

ଏହି ସମସ୍ତ ସର୍ବେକ୍ଷଣ ଅନୁଯାୟୀ ଏନ୍‌ଡିଏ ମେଣ୍ଟକୁ ସଂଖ୍ୟା ଗରିଷ୍ଠତା ପ୍ରଦାନ କରାଯାଇଥିଲେ ମଧ୍ୟ ଏହି ସମସ୍ତ ଏକ୍ସିଟ୍‌ ପୋଲ୍‌ କେତେଦୂର ଭରସାଯୋଗ୍ୟ ଏହା ମେ ୨୩ରେ ନିର୍ବାଚନୀ ଫଳାଫଳ ଆସିବା ପରେ ସ୍ପଷ୍ଟ ହେବ।

Related posts