Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଟାଙ୍ଗୀ: ଗୁଣିଆକୁ ଭରସା କରି ଚାଲିଗଲା ଜୀବନ, ସାପ କାମୁଡାରେ ଚାଷୀଙ୍କ ପ୍ରାଣହାନୀ, ମହିଳା ଗୁରୁତର
ଆଜିର ଖବର

ଟାଙ୍ଗୀ: ଗୁଣିଆକୁ ଭରସା କରି ଚାଲିଗଲା ଜୀବନ, ସାପ କାମୁଡାରେ ଚାଷୀଙ୍କ ପ୍ରାଣହାନୀ, ମହିଳା ଗୁରୁତର

September 28, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ଚିଲିକା: ଟାଙ୍ଗୀ ଓ ଏହାର ଆଖ ପାଖ ଅଂଚଳରେ ଦିନକୁ ଦିନ ସାପ ଆତଙ୍କ ବୃଦ୍ଧି ପାଇବାରେ ଲାଗିଛି। ବିଷାକ୍ତ ସାପ କାମୁଡାରେ ଅନେକ ଜୀବନ ଅକାଳରେ ଝଡି ପଡୁଛନ୍ତି। ରାଜ୍ୟ ସରକାରଙ୍କ ବ୍ୟାପକ ପ୍ରଚାର ପ୍ରସାର ସତ୍ତ୍ୱେ ଲୋକେ ଏବେ ବି ସାପ କାମୁଡିବା ପରେ ମେଡିକାଲକୁ ନଯାଇ ଗାଁ ଗୁଣିଆ ଉପରେ ନିର୍ଭର କରୁଥିବାରୁ ଲୋକଙ୍କ ଜୀବନ ଚାଲିଯାଉଛି। ଖୋର୍ଦ୍ଧା ଜିଲା ଚିଲିକା ବ୍ଲକର ବଉଳା ବନ୍ଧ ଗ୍ରାମ ପଂଚାୟତ ମଙ୍ଗରାଜ ପୁର ଗ୍ରାମରେ ଏଭଳି ଘଟଣା ଦେଖିବାକୁ ମିଳିଛି।

ମଙ୍ଗରାଜ ପୁର ଗ୍ରାମର ଚଇନି ମହାରଣା (୪୫) ପ୍ରତିଦିନ ନିଜ ଚାଷ କ୍ଷେତକୁ ଚାଷ କାମ ପାଇଁ ଯାଇଥାନ୍ତି। ଗତ ସୋମବାର ଦିନ ଚଇନି ମହାରଣା ନିଜ ଚାଷ କ୍ଷେତରେ କାମ କରୁଥିବା ବେଳେ ଏକ ବିଷାକ୍ତ ସାପ ଚଇନିଙ୍କ ଗୋଡକୁ କାମୁଡି ଦେଇଥିଲା। ତେବେ ସ୍ଥାନୀୟ ଲୋକେ ଚଇନିଙ୍କୁ ତୁରନ୍ତ ମେଡିକାଲ ନେବା ପରିବର୍ତ୍ତେ ଗାଁ ଗୁଣିଆ ନିକଟରେ ସାପ ବିଷ କାଢିବା ପାଇଁ ଝଡା ଫୁଙ୍କା କରିବା ପରେ ଘରକୁ ପଳାଇଥିଲେ। ହେଲେ ସାପ କାମୁଡିବା ଯୋଗୁଁ ବିଷ କ୍ରିୟା ବେଳକୁ ବେଳ ଅଧିକ ହେବାରୁ ତାର ପରିବାର ଚଇନିଙ୍କୁ ଆଣି ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ କେନ୍ଦ୍ରରେ ଭର୍ତ୍ତି କରିଥିଲେ।

ହେଲେ ସାପ କାମୁଡିବାର ବହୁ ଘଣ୍ଟା ପରେ ମେଡିକାଲକୁ ଆଣିଥିବାରୁ ତାଙ୍କର ଅବସ୍ଥା ସଂକଟାପନ୍ନ ହୋଇଥିଲା। ତେଣୁ ଡାକ୍ତର ଚଇନିଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରିଥିଲେ। ଟାଙ୍ଗୀ ମେଡିକାଲରୁ ମାତ୍ର କିଛି ବାଟ ଯିବା ପରେ ଘରୋଇ ଆମ୍ବୁଲାନସ ଭିତରେ ଚଇନିଙ୍କର ପ୍ରାଣ ବାୟୁ ଉଡି ଯାଇଥିଲା।

ତେଣୁ ତାଙ୍କୁ ଭୁବନେଶ୍ୱର ନ ନେଇ ପୁଣି ଟାଙ୍ଗୀ ମେଡିକାଲ ନେଇ ଆସିଥିଲେ। ଖବର ପାଇ ଟାଙ୍ଗୀ ପୋଲିସ୍ ମେଡିକାଲରେ ପହଂଚି ଶବ ଜବତ କରି ତଦନ୍ତ ଆରମ୍ଭ କରିଛି।

ସେହିଭଳି ଭାବେ ନୟାଗଡ ଜିଲ୍ଲା ଚାନ୍ଦପୁର ଥାନା ନୂଆପଡା ଗ୍ରାମର ହୁଲାସ ନାୟକ (୪୦) ନାମକ ଜଣେ ମହିଳା ଛେଳି ଚରାଇ ଯାଇଥିବା ବେଳେ ଏକ ବିଷଧର ସାପ କାମୁଡିବାରୁ ସେ ମଧ୍ୟ ମେଡିକାଲକୁ ନ ଆସି ଗୁଣିଆ ନିକଟକୁ ଯାଇ ଝଡା ଫୁଙ୍କା କରିଥିଲେ। ତେବେ ସେ ମହିଳା ଜଣକ ସୁସ୍ଥ ହେବା ପରିବର୍ତ୍ତେ ଗୁରୁତର ହେବାରୁ ପରିବାର ଲୋକେ ଟାଙ୍ଗୀ ମେଡିକାଲକୁ ଆଣିଥିଲେ। ତେବେ ମହିଳାଙ୍କର ବିଷକ୍ରିୟା ଯୋଗୁଁ ସେ ଅଧିକ ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଛି।

ଚାନ୍ଦପୁର ଚାଷୀଙ୍କ ପ୍ରାଣହାନୀ ଚିଲିକା ଟାଙ୍ଗୀ ମହିଳା ଗୁରୁତର ସାପ କାମୁଡା
Share. Facebook Twitter LinkedIn Email WhatsApp Copy Link

Related Posts

୧ ନମ୍ବର ହାଟରେ ଅଗ୍ନିକାଣ୍ଡ

August 22, 2026

ଅନୁଗୋଳ କଣିହାଁ NTPC ପାୱାର ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ, ୫ ଶ୍ରମିକ ଗୁରୁତର

August 22, 2026

୨୫ଟି ବୈଷୟିକ ଓ ଅଣବୈଷୟିକ ଶିକ୍ଷାନୁଷ୍ଠାନ ଏବଂ ବିଶ୍ୱ ଦକ୍ଷତା କେନ୍ଦ୍ର ଭିତରେ ଏମଓୟୁ ସ୍ୱାକ୍ଷର

August 22, 2026

ଶିକ୍ଷକ ସମାଜ ପ୍ରତି ସରକାରଙ୍କର ବୈମାତୃକ ମନୋଭାବ: ସମନ୍ୱୟ ସମିତି

August 22, 2026
Latest News

୧ ନମ୍ବର ହାଟରେ ଅଗ୍ନିକାଣ୍ଡ

August 22, 2026

ଅନୁଗୋଳ କଣିହାଁ NTPC ପାୱାର ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ, ୫ ଶ୍ରମିକ ଗୁରୁତର

August 22, 2026

୨୫ଟି ବୈଷୟିକ ଓ ଅଣବୈଷୟିକ ଶିକ୍ଷାନୁଷ୍ଠାନ ଏବଂ ବିଶ୍ୱ ଦକ୍ଷତା କେନ୍ଦ୍ର ଭିତରେ ଏମଓୟୁ ସ୍ୱାକ୍ଷର

August 22, 2026

ଶିକ୍ଷକ ସମାଜ ପ୍ରତି ସରକାରଙ୍କର ବୈମାତୃକ ମନୋଭାବ: ସମନ୍ୱୟ ସମିତି

August 22, 2026

୬୨,୫୦୦ କୋଟିର ମୋବାଇଲ ଉତ୍ପାଦନ ଯୋଜନାର ବିଜ୍ଞପ୍ତି ପ୍ରକାଶ କଲେ ସରକାର

August 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.