Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଗାନ୍ଧୀ ଜୟନ୍ତୀରେ ଶେଷ ହେଲା ‘ଅହିଂସା ରଥ’ର ଯାତ୍ରା, ମୁଖ୍ୟମନ୍ତ୍ରୀ କଲେ ଉଦଜାପନ
ବିଶେଷ ଖବର

ଗାନ୍ଧୀ ଜୟନ୍ତୀରେ ଶେଷ ହେଲା ‘ଅହିଂସା ରଥ’ର ଯାତ୍ରା, ମୁଖ୍ୟମନ୍ତ୍ରୀ କଲେ ଉଦଜାପନ

October 2, 2022No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଗାନ୍ଧୀ ଜୟନ୍ତୀରେ ଶେଷ ହେଲା ‘ଅହିଂସା ରଥ'ର ଯାତ୍ରା, ମୁଖ୍ୟମନ୍ତ୍ରୀ କଲେ ଉଦଜାପନ

ଭୁବନେଶ୍ୱର: ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି  ତଥା ଆଜାଦି କା ଅମୃତ ମହୋତ୍ସବ ଅବସରରେ ଗାନ୍ଧିଜୀଙ୍କର ଅହିଂସା ବାର୍ତ୍ତା ନେଇ ସାରା ରାଜ୍ୟରେ ପରିକ୍ରମା କରିଥିବା ୪ ଟି ଅଂହିସା ରଥର ଉଦ୍ୟାପନୀ କାର‌୍ୟ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଛି । ଏହି ୪ଟି ଯାକ ରଥ(ଏଲଇଡି ଭିଡିଓ ଭ୍ୟାନ ଥାଇ ଯାନ) ଆଜି ଗାନ୍ଧି ଜୟନ୍ତୀ ପାଳନ ଅବସରରେ ଲୋକସଭା ଭବନରେ ପହଁଚିବା ପରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ରଥକୁ ସ୍ୱାଗତ ଜଣାଇ ଅହିଂସା ରଥକୁରାଜ୍ୟବାସୀ ଯେଭଳି ଭାବରେ ବିପୁଳ ସ୍ୱାଗତ ସମ୍ମାନ ଜଣାଇଲେ,ସେଥିପାଇଁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ ।

ଆଜି ଲୋକ ସେବା ଭବନରୁ ସମସ୍ତ ଅହିଂସା ରଥ ବାହାରିବା ପରେ ସୂଚନା ଓ ଲୋକ ସଂପର୍କ ଭବନରେ ଅହିଂସା ରଥକୁ  ଯାନଗୁଡିକର  ଯାତ୍ରା ଚାଳକ ଦଳ ମୁଖ୍ୟ ସଂଯୋଜକଙ୍କ ସହିତ ସମସ୍ତ ସଦସ୍ୟମାନଙ୍କୁ ଆଜି ସୂଚନା ଓ ଲୋକ ସଂପର୍କ ବିଭାଗ ତରଫରୁ ସମ୍ବର୍ଦ୍ଧିତ କରାଯାଇଛି । ଅହିଂସା ରଥ(ଯାନ) ଚାଳନାର ମୁଖ୍ୟ ସଂଯୋଜକ, ରଥ ତତ୍ୱାବଧାରକ(ସୁପରଭାଇଜର),  ଟେକ୍ନିସିଆନ(ଅପରେଟର)  ଏବଂ ଯାନର  ଡ୍ରାଇଭରମାନଙ୍କୁ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗର ସମ୍ମିଳନୀ କକ୍ଷରେ ଏକ ସମ୍ୱର୍ଦ୍ଧନା ସଭାରେ ସଂବର୍ଦ୍ଧିତ କରାଯାଇଥିଲା ।

ଅହିଂସା ରଥର ମୁଖ୍ୟ ସଂଯୋଜକ ଶ୍ରୀ ସୁଜିତ୍ କୁମାର ଏବଂ ସୁଜିତ୍ ପାଢୀ, ସଂଯୋଜକ ଶ୍ରୀ ଗୁରୁଦେବ ବେହେରା, କ୍ଲାଏଣ୍ଟ ସର୍ଭିସିଂ ଡାଇରେକ୍ଟର ଶ୍ରୀ ରାଜେଶ ମିଶ୍ରଙ୍କ ସହିତ  ୪ଗୋଟି ରଥର ସୁପରଭାଇଜର ସତ୍ୟବ୍ରତ ରାଉତ, ତପେଶ୍ୱର ଜଗତ, ଉଦୟ ଛୁରା ଏବଂ  ବିକାଶ ଭୋଇ, ଅପରେଟର ଶ୍ରୀ ସୋନୁ କୁମାର ସିଂ, ଅଜୟ କୁମାର ସିଂ, ବାଲୁ କୁମାର ଯାଦବ ଏବଂ  ଦିପ୍ତୀରଞ୍ଜନ ଗୋଚ୍ଛାୟତ,ଡ୍ରାଇଭର ଶ୍ରୀ ରାଜେଶ କୁମାର ସିଂ, ପିଣ୍ଟୁ କୁମାର ଶର୍ମା, ହରିମୋହନ କୁମାର ଏବଂ  କିଶୋର ଗୋଚ୍ଛାୟତଙ୍କୁ ସୂଚନା ଓ ଲୋକ ସଂପର୍କ ବିଭାଗ ନିର୍ଦ୍ଦେଶକ ଶ୍ରୀ ଇନ୍ଦ୍ରମଣି ତ୍ରିପାଠୀ ସମ୍ବର୍ଦ୍ଧିତ କରିଥିଲେ ।କାର‌୍ୟ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ କାର‌୍ୟ୍ୟାଳୟର  ଯୁଗ୍ମ ଶାସନ ସଚିବ ଶ୍ରୀ ମନୋଜ କୁମାର ସ୍ୱାଇଁ  ଉପସ୍ଥିତ ଥିଲେ ।

ସଭାରେ ଯୋଗଦେଇ ବିଭାଗରନିର୍ଦ୍ଦେଶକ ଶ୍ରୀ ତ୍ରିପାଠୀ କହିଲେ ଯେ, ସ୍ୱାଧୀନତା ଦିବସରୁ ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀ ପର‌୍ୟ୍ୟନ୍ତ ୪୯ ଦିନର ଅହିଂସା ରଥ ଯାତ୍ରା ଅତ୍ୟନ୍ତ ଘଟଣାବହୁଳ ଓ ଆହ୍ୱାନ ଜନକ  ଥିଲା କ୍ଷ ଅହିଂସା ରଥର ପରିଚାଳକ ଶ୍ରୀ ସୁଜିତ ପାଢ଼ୀ ଓ ତାଙ୍କର ଟିମଙ୍କର ଉଦ୍ୟମ ଏହି ଯାତ୍ରାକୁ ସଫଳ କରିଛି କ୍ଷ ଖରା, ବର୍ଷା ଭଳି ପ୍ରତିକୂଳ ପରିସ୍ଥିତି ମଧ୍ୟରେ ଅହିଂସା ରଥ ସମସ୍ତ ଜିଲ୍ଲା, ବ୍କକ ସମସ୍ତ ମହାନଗର ନିଗମ, ପୌରପାଳିକା ଆଦିରେ ପରିକ୍ରମା   କରିଛି କ୍ଷ ଏହି ୪୯ ଦିନ ମଧ୍ୟରେ ୪ଟି ଅହିଂସା ରଥ ୨୦,୦୦୦ ରୁ ଊର୍ଦ୍ଧ୍ଵ କିଲୋମିଟର ପଥ ଯାତ୍ରା କରି ଜନସାଧାରଣଙ୍କ ମନରେ ଗାନ୍ଧିଜୀଙ୍କର ଅହିଂସାର ବାର୍ତ୍ତାକୁ ମନେ ପକାଇ ଗାନ୍ଧିଜୀଙ୍କ ପ୍ରଦର୍ଶିତ ମାର୍ଗରେ ଚାଲିବା ପାଇଁ ସଚେତନ ଏବଂ ପଥ ପ୍ରଦର୍ଶନ କରାଇଛି।

ପ୍ରତି ରଥ ପାଖାପାଖି ୫୦୦୦ରୁ ଅଧିକ କିଲୋମିଟର ରାସ୍ତା ଅତିକ୍ରମ କରିଛି। ସବୁ ଜାଗାରେ ଜନସାଧାରଣ ବିପୁଳ ଜନ ସମର୍ଥନ କରି ରଥକୁ ଉଚ୍ଚ୍ୱସିତ ସମ୍ବର୍ଦ୍ଧନା ଜଣାଇଥିଲେ। କାର‌୍ୟ୍ୟକ୍ରମକୁ ସଫଳ କରାଇବାରେ ମାନ୍ୟବର ବିଭାଗୀୟ ମନ୍ତ୍ରୀ, ବିଭାଗର ପ୍ରମୁଖ ଶାସନ ସଚିବଙ୍କ ଠାରୁ ଆରମ୍ଭ କରି ସମସ୍ତ ବିଭାଗ, ଜନପ୍ରତିନିଧି, ବିଭିନ୍ନ  ଅନୁଷ୍ଠାନ, ସମସ୍ତ ବରିଷ୍ଠ ଅଧିକାରୀ, ଜିଲ୍ଲା ସ୍ତରରେ ଜିଲ୍ଲାପାଳ, ଜିଲ୍ଲା ସ୍ତରୀୟ ପଦାଧିକାରୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ,ବିଡିଓ,ତହସିଲଦାର ଓ କ୍ଷେତ୍ରସ୍ତରରେ ଥିବା ଅଧିକାରୀ ଓ ସର୍ବୋପରି ଗଣମାଧ୍ୟମ ପ୍ରତିନିଧିମାନେ ଏହି କାର‌୍ୟ୍ୟକ୍ରମକୁ ସଫଳ କରାଇବାରେ ସବୁପ୍ରକାର ସହଯୋଗ କରିଥିବାରୁ ସମସ୍ତଙ୍କୁ ସୂଚନା ଓ ଲୋକସଂପର୍କ ବିଭାଗ ନିର୍ଦ୍ଦେଶକ ଶ୍ରୀ ତ୍ରିପାଠୀ  ଧନ୍ୟବାଦ ଅର୍ପଣ କରିଛନ୍ତି ।

ଉତ୍କଳପ୍ରସଙ୍ଗ ଏବଂ ଓଡିଶା ରିଭ୍ୟୁର ସଂପାଦକ ଡଃ. ଲେନିନ୍ ମହାନ୍ତି ଯୋଗଦେଇ କହିଲେ ଯେ, ଯେଉଁ ଅହିଂସା ବଳରେ  ଜାତିର ପିତା ମହାତ୍ମାଗାନ୍ଧି ଆମକୁ ସ୍ୱାଧୀନତା ଆଣି ଦେଇଥିଲେ, ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଦେଶପାଇଁ ଆତ୍ମୋତ୍ସର୍ଗ କରିଥିବା ସ୍ୱାଧୀନତା ସଂଗ୍ରାମୀକୁ ମନେ ପକାଇବା ଓ ସମସ୍ତଙ୍କ ମନରେ ଅହିଂସାର ବାର୍ତ୍ତା ପ୍ରଚାର  ଲକ୍ଷ୍ୟ ନେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ସ୍ୱାଧୀନତା ଦିବସରୁ ଯେଉଁ  ଅହିଂସା ରଥଯାତ୍ରାର ଶୁଭାରମ୍ଭ କରିଥିଲେ, ତାହା ସୂଚନା ଓ ଲୋକ ସଂପର୍କ ବିଭାଗ ଆନୁକୂଲ୍ୟରେ ଏବଂ ରାଜ୍ୟସରକାରଙ୍କ ବିଭିନ୍ନ ବିଭାଗର ସହଯୋଗରେ ଏହା ସଫଳ ହୋଇଛି ବୋଲି ପ୍ରକାଶ କରିଥିଲେ । ଅହିଂସା ରଥରେ ଯାଇଥିବା ସୁପରଭାଇଜରମାନେ ଅହିଂସା ରଥ ପରିକ୍ରମା ସମୟରେ ଜନସାଧାଣଙ୍କର ଏହି ରଥକୁ ସମ୍ମାନ, ସମ୍ବର୍ଦ୍ଧନା ସଂପର୍କରେ ସେମାନଙ୍କର ଅନୁଭୂତି ବଖାଣି ଥିଲେ ।

ମୁଖ୍ୟ ପରିଚାଳକ ଶ୍ରୀ ସୁଜିତ୍ ପାଢୀ କହିଲେ ଯେ, ଓଡିଶାରେ ଏହି ଅଂହିସା ରଥର  ପରିକ୍ରମା  ଅଭୂତପୂର୍ବ ଥିଲା ଓ ଏଥିପାଇଁ ସୂଚନା ଓ ଲୋକ ସଂପର୍କ ବିଭାଗର ଯେପରି ସବୁ ବିଭାଗ ଓ ଜିଲ୍ଲା ପ୍ରଶାସନ ସହିତ  ସମନ୍ୱୟ ରଖି କାର‌୍ୟ୍ୟ କରିଥିଲେ ଏବଂ ସେଥିପାଇଁ ସବୁ ସ୍ଥାନରେ ଯେପରି  ହଜାର ହଜାର ସଂଖ୍ୟାରେ ଜନସାଧାରଣ ଉପସ୍ଥିତ ରହି ଏହାକୁ ଅକୁଣ୍ଠ ସମର୍ଥନ ଓ ସମ୍ବର୍ଦ୍ଧନା ଦେଇଛନ୍ତି, ତାହା ବାସ୍ତବିକ୍ ସ୍ମରଣୀୟ ହୋଇ ରହିବ ବୋଲି କହିଥିଲେ।

ଏହି କାର‌୍ୟ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସୂଚନା ଓ ଲୋକ ସଂପର୍କ ବିଭାଗ ଯୁଗ୍ମ ଶାସନ ସଚିବ ଶ୍ରୀମତୀ ବିଷ୍ଣୁପ୍ରିୟା ସାହୁ, ନିର୍ଦ୍ଦେଶକ(ବୈଷୟିକ) ଶ୍ରୀ ସୁରେନ୍ଦ୍ର ନାଥ ପରିଡା, ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ସନ୍ତୋଷ କୁମାର ଦାସ, ବିଭାଗର ଅନ୍ୟ ସମସ୍ତ ଉପନିର୍ଦ୍ଦେଶକଙ୍କ ସମେତ ଅନ୍ୟ ସମସ୍ତ ଅଧିକାରୀ ଏବଂ ଉପବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ । ବିଭାଗର ସହକାରୀ ନିର୍ଦ୍ଦେଶକ(କ୍ଷେତ୍ର) ଶ୍ରୀମତୀ ସୁଚେତା ପ୍ରିୟଦର୍ଶିନୀ କାର‌୍ୟ୍ୟକ୍ରମ ସଂଯୋଜନା  ପୂର୍ବକ ଧନ୍ୟବାଦ ଅର୍ପଣ କରିଥିଲେ ।

ଅହିଂସା ରଥ ନବୀନ ପଟ୍ଟନାୟକ
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟସ୍ତରୀୟ ବନ ଅଧିକାରୀ ସମ୍ମିଳନୀରେ ଜଙ୍ଗଲ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ କଡା ତାଗିଦ, କହିଲେ…

August 5, 2025

ଘୋଷଣା ହେଲା ଓଡିଶା ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା ଏବଂ ସଦସ୍ୟାଙ୍କ ନାମ

August 5, 2025

ଘୋଷଣା ହେଲା ଓଡିଶା ମହିଳା ଆୟୋଗ ଅଧ୍ୟକ୍ଷା ଓ ସଦସ୍ୟାଙ୍କ ନାମ, ଜାଣନ୍ତୁ କାହାକୁ ଦିଆଗଲା ନିଯୁକ୍ତି

August 5, 2025

ଚାରଟି ଜିଲ୍ଲା ସଭାପତିଙ୍କ ନାମ ଘୋଷଣା କଲା ବିଜେଡି, ଜାଣନ୍ତୁ କେଉଁଠି କାହାକୁ ମିଳିଲା ଦାୟିତ୍ବ

August 5, 2025
Latest News

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ପ୍ରିୟଙ୍କା ଚତୁର୍ବେଦୀ, ବିଜେପିରେ ଯୋଗଦେବା ଉପରେ ବଢିଲା କଳ୍ପନାଜଳ୍ପନା

August 5, 2025

ରାଜ୍ୟସ୍ତରୀୟ ବନ ଅଧିକାରୀ ସମ୍ମିଳନୀରେ ଜଙ୍ଗଲ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ କଡା ତାଗିଦ, କହିଲେ…

August 5, 2025

ଘୋଷଣା ହେଲା ଓଡିଶା ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା ଏବଂ ସଦସ୍ୟାଙ୍କ ନାମ

August 5, 2025

ଇତିହାସ ରଚିଲେ ଦୀପିକା ପାଦୁକୋଣ: ପଛରେ ପଡ଼ିଲେ ଏହି ହଲିଉଡ୍ ଷ୍ଟାର

August 5, 2025

ଘୋଷଣା ହେଲା ଓଡିଶା ମହିଳା ଆୟୋଗ ଅଧ୍ୟକ୍ଷା ଓ ସଦସ୍ୟାଙ୍କ ନାମ, ଜାଣନ୍ତୁ କାହାକୁ ଦିଆଗଲା ନିଯୁକ୍ତି

August 5, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.