ମର୍ସିଡିଜ୍ ବେଞ୍ଜର ଦୁଇଟି ନୂତନ ମଡେଲ୍ର କାର୍ ଭାରତୀୟ ବଜାରରେ ପ୍ରବେଶ କରିଛି । ଏହା ଭାରତୀୟ ବୈଷୟିକ କୌଶଳରେ ନିର୍ମିତ ପ୍ରଥମ ମର୍ସିଡିଜ୍ କାର୍ । ଇ ୨୦୦ ଏବଂ ଇ ୨୨୦ ଡି ଭାବରେ ଏହି କାର୍ ଦୁଇଟିକୁ ନାମିତ କରାଯାଇଛି । ବିଏସ୍-6 ଇଞ୍ଜିନ୍ରେ ନିର୍ମିତ କାର୍ରେ ବୃହତ ଶ୍ରେଣୀର ବୈଶିଷ୍ଟ୍ୟ ମାନ ରହିଛି । କାର୍ ଭିତରେ ଏକ ୧୨.୩ ଇଞ୍ଚର ଟଚ୍ ସ୍କ୍ରିନ୍ ଏଲ୍ଇଡି ରହିଥିବା ବେଳେ ଓ୍ବାୟାରଲେସ୍ ଚାର୍ଜିଂ ବ୍ୟବସ୍ଥା ରହିଛି । ଭାରତୀୟ ବଜାରରେ ଏହାର ମୂଲ୍ୟ ୫୭ ଲକ୍ଷ ୫୦ ହଜାର ରହିଥିବା ବେଳେ ଏହାର ଅନ୍ୟ ଏକ ଭ୍ୟାରିଆଣ୍ଟ ଇ ୨୨୦ ଡିର ମୂଲ୍ୟ ୫୮ ଲକ୍ଷ ୫୦ ହଜାର ଟଙ୍କା ରହିଛି ।
Tags: