Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ଖୋର୍ଦ୍ଧା: ସରକାରୀ ଜାଗା ବାଡିକୁ କେନ୍ଦ୍ର କରି ଅବସରପ୍ରାପ୍ତ ଶିକ୍ଷକଙ୍କୁ ହତ୍ୟା
ଅପରାଧ

ଖୋର୍ଦ୍ଧା: ସରକାରୀ ଜାଗା ବାଡିକୁ କେନ୍ଦ୍ର କରି ଅବସରପ୍ରାପ୍ତ ଶିକ୍ଷକଙ୍କୁ ହତ୍ୟା

November 11, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ଖୋର୍ଦ୍ଧା: ଖୋର୍ଦ୍ଧା ସଦର ଥାନା ବ୍ରଜମୋହନପୁର ପଞ୍ଚାୟତ ଶରଧାପୁର ଗ୍ରାମରେ ଅବସରପ୍ରାପ୍ତ ଶିକ୍ଷକଙ୍କୁ ହତ୍ୟା ଅଭିଯୋଗ ହୋଇଛି। ରାଜନୈତିକ ଶତ୍ରୁତା ଓ ସରକାରୀ ଜାଗା ବାଡିକୁ କେନ୍ଦ୍ର କରି ହତ୍ୟା କରାଯାଇଛି। ମୃତକ ହେଲେ ଅବସରପ୍ରାପ୍ତ ଶିକ୍ଷକ ରବିନ୍ଦ୍ର ବଳିଆରସିଂହ। ସଂଘବଦ୍ଧ ଆକ୍ରମଣରେ ପୁଅ ରଶ୍ମିରଞ୍ଜନ ମଧ୍ୟ ଆହତ ହୋଇଛନ୍ତି।

ଆଜି ସକାଳ ସମୟରେ ରବିନ୍ଦ୍ର ସବୁ ଦିନ ପରି ଦାଣ୍ଡ ପିଣ୍ଡାରେ ବସି ଖବରକାଗଜ ପଢୁଥିଲେ। ଏହି ସମୟରେ ଗ୍ରାମର ୬ ରୁ ୭ଜଣ ଯୁବକ ପହଞ୍ଚି ଦାଣ୍ଡ ଦୁଆରେ ରଶ୍ମିରଞ୍ଜନ ନାଁ ଧରି ଗାଳିଗୁଲଜ କରିଥିଲେ। ରଶ୍ମି ବାହାରକୁ ଆସିବା ପରେ ତାଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ। ପୁଅକୁ ବଞ୍ଚାଇବାକୁ ଯାଇ ରବିନ୍ଦ୍ର ମଧ୍ୟ ଆକ୍ରମଣର ଶୀକାର ହୋଇଥିଲେ।

ମାରଣାସ୍ତ୍ର ମାଡରେ ଛାତିରେ ଗଭୀର ଆଘାତ ଲାଗିବାରୁ ରବିନ୍ଦ୍ର ତଳେ ପଡି ଗୁରୁତର ଆହତ ହୋଇଥିଲେ। ପରିବାର ଲୋକେ ଉଦ୍ଧାର କରି ମେଡିକାଲ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏଥିରେ ସଂପୃକ୍ତ ସମସ୍ତଙ୍କୁ ଗିରଫ କରିବାକୁ ପରିବାର ଲୋକେ ଦାବି କରିଛନ୍ତି। ସେପଟେ ଆକ୍ରମଣର ଶିକାର ହୋଇଥିବା ପରିବାର ବିରୁଦ୍ଧରେ ଆକ୍ରମଣ କାରୀ ଆଗୁଆ ସଦର ଥାନାରେ ଅଭିଯୋଗ କରିଥିବା କହିଛନ୍ତି ପରିବାର ସଦସ୍ୟ ଓ ସମ୍ପର୍କୀୟ।

ତେବେ ଏହାକୁ ଖଣ୍ଡନ କରିବା ସହ ରଶ୍ମିଙ୍କ ଅଭିଯୋଗ କ୍ରମେ ପୋଲିସ ୧୦ ଜଣ ଅଭିଯୁକ୍ତଙ୍କ ବିରୁଦ୍ଧରେ ମାମଲା ରୁଜୁ କରି ମୃତଦେହକୁ ବ୍ୟବଚ୍ଛେଦ ପାଇ ପଠାଇ ଘଟଣାର ତଦନ୍ତ ଜାରି ରଖିଛି ବୋଲି ଖୋର୍ଦ୍ଧା ଏସଡିପିଓ ଦିଲ୍ଲୀପ ଦାସ କହିଛନ୍ତି। ତେବେ ଏଯାବତ ଉକ୍ତ ହତ୍ୟା ଘଟଣାରେ କେହିବି ଗିରଫ ହୋଇନଥିବା ଜଣାପଡିଛି।

ଖୋର୍ଦ୍ଧା ସଂଘବଦ୍ଧ ଆକ୍ରମଣ
Share. Facebook Twitter LinkedIn Email WhatsApp Copy Link

Related Posts

ନନ୍ଦନକାନନକୁ ଗୁଜରାଟ ବନ୍ତାରାରୁ ଆସିଲେ ୭ ପ୍ରଜାତିର ନୂଆ ଅତିଥି

September 12, 2026

ମହମ୍ମଦ ସିରାଜ ଅଧିନାୟକ ନିଯୁକ୍ତ: ଘୋଷଣା କଲା HCA 

September 12, 2026

୨୧ରୁ ଆରମ୍ଭ ହେବ ନୂଆଦିଲ୍ଲୀ-ଗୁଆଙ୍ଗଜୋ ବିମାନ ସେବା

September 12, 2026

ସାମାନ୍ୟ ବଚସାରୁ ତାତିଲା ଗାଁ, ଖଣ୍ଡା ଧରି ଯୁବକଙ୍କ ତାଣ୍ଡବ

September 12, 2026
Latest News

ନନ୍ଦନକାନନକୁ ଗୁଜରାଟ ବନ୍ତାରାରୁ ଆସିଲେ ୭ ପ୍ରଜାତିର ନୂଆ ଅତିଥି

September 12, 2026

ବ୍ରିକ୍ସ ପ୍ଲାଟଫର୍ମରୁ ମହିନ୍ଦ୍ରାଙ୍କୁ ପ୍ରଶଂସା କଲେ ପୁଟିନ୍: ଜାଣନ୍ତୁ କାହିଁକି?

September 12, 2026

କ୍ଷତିକାରକ ନୁହେଁ ଉପବାସ, ଜାଣନ୍ତୁ କ’ଣ ମିଳିଥାଏ ଲାଭ

September 12, 2026

୭ ବର୍ଷ ପରେ ଭାରତ ଆସୁଛନ୍ତି ସି ଜିନପିଙ୍ଗ: ମୋଦିଙ୍କ ସହ ହେବ ବଡ଼ ବୈଠକ

September 12, 2026

ମହମ୍ମଦ ସିରାଜ ଅଧିନାୟକ ନିଯୁକ୍ତ: ଘୋଷଣା କଲା HCA 

September 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.