Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଧର୍ମ»ବାରଣାସୀରେ ‘କାଶୀ ତାମିଲ ସଙ୍ଗମମ’କୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ
ଧର୍ମ

ବାରଣାସୀରେ ‘କାଶୀ ତାମିଲ ସଙ୍ଗମମ’କୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

November 19, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ବାରଣାସୀ: ‘କାଶୀ ତାମିଲ ସଙ୍ଗମମ’ ବାସ୍ତବରେ ଭାରତର ବିବିଧତା ଏବଂ ବିଶେଷତାର ଉତ୍ସବ। ଏଥିପାଇଁ ଏହି କାର୍ଯ୍ୟକ୍ରମ ନିଜ ନିଜ ମଧ୍ୟରେ ବିଶେଷ ଏବଂ ଅଦ୍ୱିତୀୟ ବୋଲି ଶନିବାର ଉତ୍ତରପ୍ରଦେଶର ବାରଣାସୀ ଠାରେ ଏକ ମାସ ବ୍ୟାପୀ କାର୍ଯ୍ୟକ୍ରମ ‘କାଶୀ ତାମିଲ ସଙ୍ଗମମ’କୁ ଉଦଘାଟନ କରିବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି।

ଆମର ଦେଶରେ ସଙ୍ଗମ ଗୁଡ଼ିକର ବଡ ମହିମା ଓ ବଡ଼ ମହତ୍ୱ ରହିଛି। ନଦୀ ଏବଂ ଧାରାର ମିଳନ କାରଣରୁ ବିଚାର-ବିଚାରଧାରା, ଜ୍ଞାନ-ବିଜ୍ଞାନ ଏବଂ ସମାଜ-ସଂସ୍କୃତିର ସବୁ ସଙ୍ଗମକୁ ଆମେ ପାଳନ କରିଛୁ। ଆଉ ଏକ ସମ୍ପୂର୍ଣ୍ଣ ଭାରତକୁ ନିଜ ମାଧ୍ୟମରେ ଏକାଠୀ କରିଥିବା ଆମର ସାଂସ୍କୃତିକ ରାଜଧାନୀ ହେଉଛି କାଶୀ। ସେହିପରି ଭାରତର ପ୍ରାଚୀନ ଏବଂ ଗୌରବର କେନ୍ଦ୍ର ହେଉଛି ତାମିଲନାଡୁ ଓ ତାମିଲ ସଂସ୍କୃତି। ଏହି ସଙ୍ଗମ ମଧ୍ୟ ଗଙ୍ଗା ଯମୁନା ଭଳି ପବିତ୍ର ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଆଜିର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମହାନ ସନ୍ଥ ତିରୁବଲ୍ଲୁଭରଙ୍କ ଦ୍ୱାରା ରଚିତ ପବିତ୍ର ଗ୍ରନ୍ଥ ‘ତିରୁକ୍କୁରଲର’ର ୧୩ଟି ଭାରତୀୟ ଭାଷାରେ ଅନୁବାଦ ଲୋକାର୍ପଣ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ କାଶୀ ତାଲିମ ସଙ୍ଗମମ୍ ଏକ ଭାରତ, ଶ୍ରେଷ୍ଠ ଭାରତର ଭାବନାକୁ ଜୀବନ୍ତ ରୂପ ଦେବ। ଆମର ସାଂସ୍କୃତିକ ସମ୍ପର୍କ, ଆମର ଏକତା ଏବଂ ସମାନ ଐତିହ୍ୟକୁ ସମୃଦ୍ଧ କରିବାରେ କାଶୀ ତାମିଲ ସଙ୍ଗମମ ନୂଆ ଅଧ୍ୟାୟ ଲେଖିବ। ରାଷ୍ଟ୍ରୀୟ ଶିକ୍ଷା ନୀତିର ଦୃଷ୍ଟିକୋଣ ଅନୁସାରେ ଆଧୁନିକ ନୂଆପିଢିଙ୍କୁ ପ୍ରସ୍ତୁତ କରିବାରେ ଏହା ଏକ ପ୍ରତୀକ ହେବ। ଉତ୍ତର ଏବଂ ଦକ୍ଷିଣ ଭାରତୀୟଙ୍କ ବିଦ୍ୱାନ ଓ ଦର୍ଶନ ଦ୍ୱାରା ଏହି ମିଳନରୁ ଉତ୍ପନ ହେବାକୁ ଥିବା ଅମୃତ, ଜ୍ଞାନ, ଅନୁସନ୍ଧାନ ଏବଂ ରାଷ୍ଟ୍ରୀୟ ଏକତାର ବଟ୍ଟବୃକ୍ଷ ହେବ ବୋଲି ସେ କହିଛନ୍ତି।

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉନ୍ମୋଚିତ ତିରୁକ୍କୁରଲର ତାମିଲ ସହ ଭାରତୀୟ ଭାଷାର ସମ୍ବର୍ଦ୍ଧନ ଏବଂ ଲୋକକଲ୍ୟାଣକାରୀ ଜ୍ଞାନ ପ୍ରଦାନ ଦିଗରେ ଏକ ବଡ଼ ପଦକ୍ଷେପ। କାଶୀରେ ବାବା ବିଶ୍ୱନାଥ ଏବଂ ତାମିଲନାଡୁରେ ଭଗବାନ ରାମେଶ୍ୱରମଙ୍କ ଆଶୀର୍ବାଦ ରହିଛି। କାଶୀ ଓ ତାମିଲନାଡୁ ଉଭୟ ଶିବମୟ ଓ ଶକ୍ତିମୟ। ଆସ୍ଥା, ଆଧ୍ୟାତ୍ମିକତା, ଜ୍ଞାନ, ଭାଷା, ସାହିତ୍ୟ, ସଂସ୍କୃତି ଏବଂ କଳାର ଦୁଇ ପୌରାଣିକ ଏବଂ ଜୀବନ୍ତ କେନ୍ଦ୍ର କାଶୀ ଏବଂ ତାମିଲନାଡୁକୁ ଏକତା ସୂତ୍ରରେ ବାନ୍ଧି ରଖିବାରେ କାଶୀ ତାମିଲ ସଙ୍ଗମମ୍ ଭଳି ଭବ୍ୟ କାର୍ଯ୍ୟକ୍ରମର ଉଦଘାଟନ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ। ନିଜର ସହଭାଗୀତାରେ ସଙ୍ଗମମକୁ ଐତିହାସିକ କରିବା ପାଇଁ ସମସ୍ତ ପୂଜ୍ୟ ଗୁରୁ, ତାମିଲନାଡୁରୁ ଆସିଥିବା ଅତିଥି, ବିଦ୍ୟାର୍ଥୀ ଏବଂ କାଶୀବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ।

କାଶୀ ତାମିଲ ସଙ୍ଗମମର ଆୟୋଜନ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ସମେତ ଅନ୍ୟ ମନ୍ତ୍ରଣାଳୟ ଯଥା ସଂସ୍କୃତି, ରେଳ, ପର୍ଯ୍ୟଟନ, ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଏବଂ ଉତ୍ତରପ୍ରଦେଶର ସରକାରଙ୍କ ସହଯୋଗରେ ଆୟୋଜନ କରାଯାଇଛି। ଆସନ୍ତା ଡିସେମ୍ବର ୧୬ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲିବ। ଏହି କାର୍ଯ୍ୟକ୍ରମ ଅଧୀନରେ ତାମିଲନାଡୁର ୨୫୦୦ରୁ ଉର୍ଦ୍ଧ୍ୱ ପ୍ରତିନିଧି କାଶୀ ଗସ୍ତ କରିବେ। କାଶୀ ଏବଂ ତାଲିମନାଡୁ ଭଳି ଦୁଇ ମହତ୍ୱପୂର୍ଣ୍ଣ ଓ ପ୍ରାଚୀନ ଜ୍ଞାନ କେନ୍ଦ୍ର ମଧ୍ୟରେ ଥିବା ଶତାବ୍ଦୀ ଶତାବ୍ଦୀର ସମ୍ପର୍କକୁ ପୁନର୍ବାର ଉଜ୍ଜିବୀତ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ। ଜାତୀୟ ଶିକ୍ଷା ନୀତି ଅନ୍ତର୍ଗତ ଭାରତୀୟ ଜ୍ଞାନ ପ୍ରଣାଳୀର ମୂଲ୍ୟବାନ ସାମଗ୍ରୀକୁ ଜ୍ଞାନର ଆଧୁନିକ ପ୍ରଣାଳୀ ସହ ଏକାଠୀ କରିବାରେ ବିଶେଷ ଯୋର୍ ଦିଆଯାଇଛି।

ଏହି କାର୍ଯ୍ୟକ୍ରମରେ ଉତ୍ତରପ୍ରଦେଶର ରାଜ୍ୟପାଳ ଆନନ୍ଦିବେନ ପଟେଲ, ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରମୁଖ ଉପସ୍ଥିତ ଥିଲେ।

‘କାଶୀ ତାମିଲ ସଙ୍ଗମମ ନରେନ୍ଦ୍ର ମୋଦି ବାରଣାସୀ
Share. Facebook Twitter LinkedIn Email WhatsApp Copy Link

Related Posts

ମାଦକ ଦ୍ରବ୍ୟ ନିୟନ୍ତ୍ରଣ ଭିଜନ ଡକ୍ୟୁମେଣ୍ଟ ଓ ଏନସିବିର ବାର୍ଷିକ ରିପୋର୍ଟ- ୨୦୨୫’ ଉନ୍ମୋଚିତ

June 26, 2026

ସ୍କୁଲ ବହିରେ ତ୍ରୁଟି: ନିଲମ୍ବିତ ହେଲେ ପୂର୍ବତନ ନିର୍ଦ୍ଦେଶକଙ୍କ ସହ ତିନି ଅଫିସର, ୬ ଜଣଙ୍କ ବିରୋଧରେ..

June 26, 2026

ଭାରତରେ କେତେ ଲୋକ ଟ୍ରମ୍ପଙ୍କୁ ପସନ୍ଦ କରନ୍ତି?: ଦେଖନ୍ତୁ ଆଶ୍ଚର୍ଯ୍ୟଜନକ ଜନମତ

June 26, 2026

ଆଜି ଜୁନ୍ ୨୬ ତାରିଖ ଶୁକ୍ରବାର ଦିନ କଣ ରହିଛି ଆପଣଙ୍କର ରାଶିଫଳ, ଜାଣନ୍ତୁ

June 26, 2026
Latest News

ମହିଳା T20 ବିଶ୍ୱକପ୍: କିପରି ସେମିଫାଇନାଲ୍ ରେ ପହଞ୍ଚିବ ଭାରତ, ଜାଣନ୍ତୁ ଗଣିତ

June 27, 2026

ନାଚୁଣୀରେ ଅଘଟଣ: ୩ ଥର ପଲଟି ବିଲକୁ ଖସିଲା କାର୍

June 27, 2026

ପୂର୍ବ ଭାରତର ଶିଳ୍ପାୟନକୁ ନୂଆ ଦିଗ, ମୁଖ୍ୟମନ୍ତ୍ରୀ ଘୋଷଣା କଲେ ‘GO EAST’ ପ୍ଲାଟଫର୍ମ

June 27, 2026

ମହାପ୍ରଭୁଙ୍କ ଦେବସ୍ନାନ ଲୀଳା ପାଇଁ ଶ୍ରୀମନ୍ଦିରରେ ଆରମ୍ଭ ହେଲା ନୀତିକାନ୍ତି

June 27, 2026

ମଇରେ ଓଡ଼ିଶାରେ ୧ ଲକ୍ଷରୁ ଅଧିକ ନୂତନ ମୋବାଇଲ୍ ଏବଂ ହୋମ୍ ବ୍ରଡବ୍ୟାଣ୍ଡ ଉପଭୋକ୍ତା ଯୋଡ଼ିଲା ଜିଓ

June 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.