Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ମା’ ଭଗବତୀ ମନ୍ଦିରରୁ ଶ୍ରଦ୍ଧାଳୁଙ୍କ ମୋବାଇଲ ଚୋରି, ଜଣେ ଅଟକ
ଆଞ୍ଚଳିକ

ମା’ ଭଗବତୀ ମନ୍ଦିରରୁ ଶ୍ରଦ୍ଧାଳୁଙ୍କ ମୋବାଇଲ ଚୋରି, ଜଣେ ଅଟକ

December 3, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ପ୍ରସିଦ୍ଧ ଶକ୍ତିପିଠ ମା’ ଭଗବତୀ ମନ୍ଦିର ୫ଟି ସଚିବଙ୍କ ଗସ୍ତପରେ ଭବିଷ୍ୟତରେ ଉନ୍ନୟନ କାମକୁ ନେଇ ଚର୍ଚ୍ଚାରେ ଥିବା ବେଳେ ଆଜି ଏକ ନିନ୍ଦନୀୟ ଘଟଣା ଘଟିଛି। ଯାହାକୁ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ମନ୍ଦିର ପରିସରରୁ ଜଣେ ଭକ୍ତଙ୍କ ଏକ ମୋବାଇଲ ଚୋରି ହୋଇଯାଇଥିବାର ଥାନାରେ ଅଭିଯୋଗ ହୋଇଛି।

ପ୍ରକାଶ ଥାଉକି ଗଞ୍ଜାମ ଜିଲ୍ଲା କୋଦଳା ଅଂଚଳର ହିମାଂଶୁ କୁମାର ରଥ ପତ୍ନୀଙ୍କ ସହ ଆଜି ଅପରାହ୍ନରେ ମା’ ଭଗବତୀ ମନ୍ଦିର ଦର୍ଶନ ନିମନ୍ତେ ଆସିଥିଲେ। ହାତଗୋଡ଼ ଧୋଇ ମା’ ଙ୍କୁ ଦର୍ଶନ କରିବାକୁ ଯିବାବେଳେ ଭୁଲ ବଶତଃ ହିମାଂଶୁଙ୍କ ପତ୍ନୀ ନିଜର ମୋବାଇଲଟିକୁ ମନ୍ଦିର ବେଢାରେ ଛାଡି ଦେଇଥିଲେ। ପରବର୍ତ୍ତୀ ସମୟରେ ମନ୍ଦିର ଭିତର ସବୁଆଡେ ଖୋଜାଖୋଜି ପରେ ମଧ୍ୟ ମୋବାଇଲ ନ ପାଇବାରୁ ବାଣପୁର ଥାନାରେ ସେମାନେ ଅଭିଯୋଗ କରିଥିଲେ।

ତେବେ ଉକ୍ତ ଘଟଣାକୁ ଗୁରୁତର ସହ ନେଇ ବାଣପୁର ଆଇଆଇସି ଏକ ଟିମ ତୁରନ୍ତ ମନ୍ଦିରକୁ ତଦନ୍ତ ନିମନ୍ତେ ପଠାଇଥଲେ। ପୋଲିସ ମନ୍ଦିର ସିସିଟିଭି ତନଖି କରି ଜଣେ ବ୍ୟକ୍ତିଙ୍କୁ ସନ୍ଦେହରେ ଅଟକ ରଖିଥିବାର ଜଣାଯାଇଛି।

ପ୍ରକାଶ ଥାଉକି ମନ୍ଦିରର ଉନ୍ନତି ନିମନ୍ତେ ୫ଟି ସଚିବ ଅଳ୍ପଦିନ ତଳେ ଉକ୍ତ ମନ୍ଦିର ଗସ୍ତ କରିଥିବା ବେଳେ ମନ୍ଦିର ଭିତରେ ଏପରି ଘଟଣାକୁ ବାଣପୁରବାସୀ ନିନ୍ଦା କରିବା ସହ ଦୋଷୀ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ପୋଲିସ ନିକଟରେ ଦାବି କରିଛନ୍ତି। ତେବେ ରାତି ୮ ଘଟିକା ପର୍ଯ୍ୟନ୍ତ ଉକ୍ତ ଭକ୍ତ ଦମ୍ପତି ବିଚଳିତ ହୋଇ ମନ୍ଦିର ପରିସରରେ ଆଶ୍ରୟ ନେଇଥିବାର ଦେଖାଯାଇଛି।

ଜଣେ ଅଟକ ମା’ ଭଗବତୀ ମନ୍ଦିର
Share. Facebook Twitter LinkedIn Email WhatsApp Copy Link

Related Posts

ବାଲୁଗାଁ ମହାବିଦ୍ୟାଳୟର ଏନସିସି ଅଧିକାରୀଙ୍କୁ ସମ୍ବର୍ଦ୍ଧନା

May 6, 2026

ବାଲୁଗାଁ ମହାବିଦ୍ୟାଳୟ ପକ୍ଷରୁ ଚିଲିକା କୂଳରେ ଜଳଛତ୍ର

May 6, 2026

ବାଲୁଗାଁ ମହାବିଦ୍ୟାଳୟର ବାର୍ଷିକ ସାୟନାରା କାର୍ଯ୍ୟକ୍ରମରେ ଅଧ୍ୟାପିକାଙ୍କୁ ସମ୍ବର୍ଦ୍ଧନା

May 5, 2026

ଗୋଦାବରୀଶ ମହାବିଦ୍ୟାଳୟରେ ୬ ଦିନିଆ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଉଦଯାପିତ

May 5, 2026
Latest News

ଶୁଭେନ୍ଦୁ ଅଧିକାରୀଙ୍କ ପିଏଙ୍କୁ ଗୁଳି କରି ହତ୍ୟା

May 6, 2026

ତାମିଲନାଡୁର ସଂଖ୍ୟା ଖେଳ : ବିଜୟଙ୍କ ସରକାର ଗଢିବା ନେଇ ସସପେନ୍ସ !

May 6, 2026

‘ସ୍କୁଲ ମ୍ୟାନେଜମେଣ୍ଟ କମିଟି ଗାଇଡଲାଇନ-୨୦୨୬’ର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

May 6, 2026

୧.୮୪ ଲକ୍ଷରୁ ଅଧିକ ୫ କେଜି ଏଫଟିଏଲ୍ ସିଲିଣ୍ଡର ବିକ୍ରି କଲା ପିଏସୟୁ ଓଏମସି

May 6, 2026

ଟିଏମସି କର୍ମୀ ବିଜେପିରେ ମିଶିପାରିବେନି

May 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.