Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଖେଲୋ ଇଣ୍ଡିଆ ଡାସବୋର୍ଡର ଶୁଭାରମ୍ଭ କଲେ କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ଅନୁରାଗ ସିଂ ଠାକୁର
ଆଜିର ଖବର

ଖେଲୋ ଇଣ୍ଡିଆ ଡାସବୋର୍ଡର ଶୁଭାରମ୍ଭ କଲେ କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ଅନୁରାଗ ସିଂ ଠାକୁର

December 23, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ସିଂ ଠାକୁର ଆଜି ନୂଆଦିଲ୍ଲୀ ଠାରେ ଖେଲୋ ଇଣ୍ଡିଆର ନୂତନ ଡାସବୋର୍ଡର ଶୁଭାରମ୍ଭ କରିଛନ୍ତି। ଏହି ଡାସବୋର୍ଡ଼ରେ ଖେଲୋ ଇଣ୍ଡିଆ ଯୋଜନା ଏବଂ ଖେଲୋ ଇଣ୍ଡିଆ କାର୍ଯ୍ୟକ୍ରମ ସହ ଜଡିତ ସମସ୍ତ ପରିସଂଖ୍ୟାନ ଓ ତଥ୍ୟ ରହିଛି। ଏହି ଅବସରରେ ଯୁବ ବ୍ୟାପାର ଏବଂ କ୍ରୀଡ଼ା ରାଷ୍ଟ୍ର ମନ୍ତ୍ରୀ ନିଶିଥ ପ୍ରାମାଣିକ ଏବଂ ଯୁବ ବ୍ୟାପାର ଏବଂ କ୍ରୀଡା ମନ୍ତ୍ରଣାଳୟ ତଥା ସାଇ ର ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ରହିଥିଲେ।

ଖେଲୋ ଇଣ୍ଡିଆ ଡ୍ୟାସବୋର୍ଡ ରିୟଲ-ଟାଇମରେ ଅପଡେଟ୍ ହେବ ଏବଂ ଏକ ସ୍ବତନ୍ତ୍ର  ୱାନ-ଷ୍ଟପ୍ ପ୍ଲାଟଫର୍ମ ହେବାକୁ ଲକ୍ଷ୍ୟ ରଖିଛି ଯାହା ମାଧ୍ୟମରେ ଦେଶର ପ୍ରତ୍ୟେକ ନାଗରିକ ଖେଲୋ ଇଣ୍ଡିଆ ସ୍କିମର ବିଭିନ୍ନ ସୁବିଧା ସମ୍ବନ୍ଧୀୟ ସମସ୍ତ ସୂଚନା ପାଇପାରିବେ।

ଡ୍ୟାସବୋର୍ଡ ବିଷୟରେ ଅନୁରାଗ ସିଂ ଠାକୁର ସୂଚନା ପ୍ରଦାନ କରି କହିଛନ୍ତି, “ଯଦି ଆପଣ ଭାରତ ସରକାର କରୁଥିବା କାର୍ଯ୍ୟକୁ ଦେଖନ୍ତି, ତେବେ ଆପଣ ଦେଖିବେ ଯେ ସୁବିଧା ଏବଂ ସ୍ୱଚ୍ଛତାକୁ ସର୍ବଦା ପ୍ରାଥମିକତା ଦିଆଯାଇଛି। ବ୍ୟବସାୟ କରିବା ସହଜ ହେଉଛି, ଜୀବନ ଯାପନର ସୁଗମତା ସହିତ ବିଭିନ୍ନ ପ୍ରକ୍ରିୟାର ଅନୁପାଳନ ମଧ୍ୟ ସରଳ ହୋଇଛି। ଏହି ଚିନ୍ତାଧାରାକୁ ଦୃଷ୍ଟିରେ ରଖି ଖେଲୋ ଇଣ୍ଡିଆ ଡ୍ୟାସବୋର୍ଡର ଶୁଭାରମ୍ଭ କରାଯାଇଛି। ଏହି ସ୍ବତନ୍ତ୍ର ପ୍ଲାଟଫର୍ମ, ପ୍ରତ୍ୟେକ ବ୍ୟକ୍ତିଙ୍କୁ ସାହାଯ୍ୟ କରିବ, ଜଣେ ସାଧାରଣ ମଣିଷ ହୁଅନ୍ତୁ କିମ୍ବା ଆଥଲେଟ୍, ଖେଲୋ ଇଣ୍ଡିଆ ସ୍କିମ୍ ସମ୍ବନ୍ଧରେ ଆବଶ୍ୟକ କରୁଥିବା ସମସ୍ତ ସୂଚନା ପାଇପାରିବେ ଏବଂ କୌଣସି ସୂଚନା ପାଇବା ପାଇଁ ସେମାନଙ୍କୁ ଏକାଧିକ ସ୍ଥାନ ପରିଦର୍ଶନ କରିବାକୁ ପଡିବ ନାହିଁ। ଏହି ଡ୍ୟାସବୋର୍ଡରେ ଜିଓଟ୍ୟାଗିଂ ସହିତ ଖେଳ ପଡିଆ ବିଷୟରେ ସୂଚନା ଉପଲବ୍ଧ ରହିଛି। ”

କେନ୍ଦ୍ର ମନ୍ତ୍ରୀଙ୍କ ବିବୃତ୍ତି ସହିତ ଶ୍ରୀ ପ୍ରାମାନିକ୍ କହିଛନ୍ତି ଯେ ଏହି ପ୍ଲାଟଫର୍ମ କେବଳ ଖେଲୋ ଇଣ୍ଡିଆ ଯୋଜନା ସମ୍ବନ୍ଧରେ ସୂଚନା ପାଇବାରେ ସାହାଯ୍ୟ କରିବ ନାହିଁ ବରଂ କ୍ରୀଡା ଭିତ୍ତିଭୂମି, ଫିଟ୍ ଇଣ୍ଡିଆ ଏବଂ ପ୍ଲେ ଫିଲ୍ଡ ବିକାଶର ଅଗ୍ରଗତି ସମ୍ବନ୍ଧରେ ସୂଚନା ପାଇବାରେ ମଧ୍ୟ ସାହାଯ୍ୟ କରିବ।

ଏହି ସ୍ବତନ୍ତ୍ର ପ୍ଲାଟଫର୍ମରେ ଖେଲୋ ଇଣ୍ଡିଆ ସେଣ୍ଟର୍ସ (କେଆଇସି), ଖେଲୋ ଇଣ୍ଡିଆ ଏକାଡେମୀଜ୍, ସାଇ ଟ୍ରେନିଂ ସେଣ୍ଟର୍ସ ଏବଂ ନ୍ୟାସନାଲ ସେଣ୍ଟର ଅଫ୍ ଏକ୍ସଲେନ୍ସ (ଏନସିଓଇ) ସମ୍ବନ୍ଧରେ ଏକ ଡାଟାବେସ୍ ରହିଛି ଯାହା ପରବର୍ତ୍ତୀ ସମୟରେ ଆଥଲେଟ ମାନଙ୍କୁ ନିକଟତମ କେନ୍ଦ୍ର ଖୋଜିବାରେ ସାହାଯ୍ୟ କରିବ ଯେଉଁଠାରେ ବିଭିନ୍ନ ବିଭାଗରେ କ୍ରୀଡା ତାଲିମ ଉପଲବ୍ଧ ରହିଛି। ଏକ ନିର୍ଦ୍ଦିଷ୍ଟ କ୍ରୀଡା ଅନୁସରଣ କରୁଥିବା କୌଣସି ଆଥଲେଟ୍ ସମଗ୍ର ଭାରତରେ ନିଜ ପସନ୍ଦର କେନ୍ଦ୍ର ଖୋଜିବାରେ ସାହାଯ୍ୟ କରିବାକୁ ଏହି କେନ୍ଦ୍ରଗୁଡ଼ିକ ଭାରତର ମାନଚିତ୍ରରେ ଜିଓଟ୍ୟାଗ୍ କରାଯାଇଛି।

ଅନୁରାଗ ସିଂ ଠାକୁର କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ଡାସବୋର୍ଡ଼
Share. Facebook Twitter LinkedIn Email WhatsApp Copy Link

Related Posts

ଆସନ୍ତୁ ଜାଣିବା କେଉଁ ସ୍ୱପ୍ନ ଦେଖିଲେ ଚାରିଆଡ଼ୁ ଧନବର୍ଷା ହୁଏ ଏବଂ କେଉଁ ସ୍ୱପ୍ନ ଶୋକ, ରୋଗ ଓ ମୃତ୍ୟୁର କାରଣ ସାଜିଥାଏ

September 23, 2026

ଅବପାତର ରୂପ ନେଉଛି ଲଘୁଚାପ: ଆଜି ରାତିରେ ଓଡ଼ିଶା-ଆନ୍ଧ୍ର ଉପକୂଳ ଛୁଇଁବ, ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ହେବ ପ୍ରବଳ ବର୍ଷା

September 23, 2026

ଅନ୍ତର୍ଜାତୀୟ କ୍ରିକେଟ୍‌କୁ ଅଲବିଦା କହିଲେ ମାର୍କ ଉଡ୍

September 23, 2026

ସୁପ୍ରିମକୋର୍ଟରେ ଓଡ଼ିଶା ଡିଜିପି ନିଯୁକ୍ତି ଶୁଣାଣି ମୁଲତବୀ, ଆଜି ଆସିପାରେ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ

September 23, 2026
Latest News

ଆସନ୍ତୁ ଜାଣିବା କେଉଁ ସ୍ୱପ୍ନ ଦେଖିଲେ ଚାରିଆଡ଼ୁ ଧନବର୍ଷା ହୁଏ ଏବଂ କେଉଁ ସ୍ୱପ୍ନ ଶୋକ, ରୋଗ ଓ ମୃତ୍ୟୁର କାରଣ ସାଜିଥାଏ

September 23, 2026

ଅବପାତର ରୂପ ନେଉଛି ଲଘୁଚାପ: ଆଜି ରାତିରେ ଓଡ଼ିଶା-ଆନ୍ଧ୍ର ଉପକୂଳ ଛୁଇଁବ, ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ହେବ ପ୍ରବଳ ବର୍ଷା

September 23, 2026

ଅନ୍ତର୍ଜାତୀୟ କ୍ରିକେଟ୍‌କୁ ଅଲବିଦା କହିଲେ ମାର୍କ ଉଡ୍

September 23, 2026

ସୁପ୍ରିମକୋର୍ଟରେ ଓଡ଼ିଶା ଡିଜିପି ନିଯୁକ୍ତି ଶୁଣାଣି ମୁଲତବୀ, ଆଜି ଆସିପାରେ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ

September 23, 2026

ଗଣ୍ଡା ଶିକାର ରୋକିବା ପାଇଁ କାଜିରଙ୍ଗାର ଉଦ୍ୟମକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

September 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.