Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଚିଲିକା ଆସୁଛନ୍ତି ଜେ ପି ନଡ୍ଡା, ସୁରକ୍ଷା ପାଇଁ ୭ ପ୍ଲାଟୁନ ପୋଲିସ, ବାଣପୁର ବଜାର ବନ୍ଦ
ଆଜିର ଖବର

ଚିଲିକା ଆସୁଛନ୍ତି ଜେ ପି ନଡ୍ଡା, ସୁରକ୍ଷା ପାଇଁ ୭ ପ୍ଲାଟୁନ ପୋଲିସ, ବାଣପୁର ବଜାର ବନ୍ଦ

December 27, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
Nadda in Banpur
ଚିଲିକା ଆସୁଛନ୍ତି ଜେ ପି ନଡ୍ଡା, ସୁରକ୍ଷା ପାଇଁ ୭ ପ୍ଲାଟୁନ ପୋଲିସ, ବାଣପୁର ବଜାର ବନ୍ଦ

ସୀତାରାମ ଅଗ୍ରୱାଲ

ବାଣପୁର: ଆସନ୍ତାକାଲି ପୁରୀ ଲୋକସଭା ଅନ୍ତର୍ଗତ ଚିଲିକା ବିଧାନସଭାର ବାଣପୁର ପଲଟନ ପଡିଆରେ ଏକ ବିଶାଳ ଜନସଭାକୁ ସମ୍ବୋଧିତ କରିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ଏଥିଲାଗି ସାରା ଚିଲିକା ନିର୍ବାଚନମଣ୍ଡଳି ଚଳଚଞ୍ଚଳ। ବିଶେଷ କରି ବାଣପୁର ସାରା ବିଜେପି ପତାକାରେ ଛାଇ ଯାଇଥିବା ବେଳେ ସମସ୍ତ ଖୁଣ୍ଟରେ ଜେପି ନଡ୍ଡା ଏବଂ ଧର୍ମେନ୍ଦ୍ର ପ୍ରାଧନଙ୍କ କଟଆଉଟ ବୋର୍ଡ ଦେଖିବାକୁ ମିଳିଛି।

ଆଜି ଅପରାହ୍ନରେ ରାଷ୍ଟ୍ରୀୟ ମୁଖପାତ୍ର ଡ଼ା ସମ୍ବିତ ପାତ୍ର,ରାଜ୍ୟ ବିଜେପି ପ୍ରଭାରୀ ଡ଼ି ପୁରୁନ୍ଦେଶ୍ୱରୀ ଏବଂ ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ଵୀରାଜ ହରିଚନ୍ଦନ ସଭାସ୍ଥଳ, ହେଲିପ୍ୟାଡ଼ ଏବଂ ନାଚୁଣୀ ବୈଠକ ସ୍ଥଳ ଆଦି ପରିଦର୍ଶନ କରିବା ସହ ଭିତ୍ତିଭୂମି ପରଖିଥିଲେ। ଶ୍ରୀ ନଡ୍ଡା ଆସନ୍ତାକାଲି ହେଲିକପ୍ଟର ଯୋଗେ ଆସି ଅପରାହ୍ନ ୩.୩୦ ମିନିଟରେ ପଲଟନ ପଡିଆରେ ପହଞ୍ଚିବେ। ସେହିପରି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ମଧ୍ୟ ଅନ୍ୟ ଏକ ହେଲିକାପ୍ଟରରେ ଆସି ଏହି ସଭାରେ ଯୋଗଦେବେ।

ନଡ୍ଡା ବାଣପୁର ପଲଟନ ପଡିଆରେ ଏକ ବିଶାଳ ସାଧରଣ ସଭାକୁ ସମ୍ବୋଧିତ କରିବା ପରେ ଅପରାହ୍ନ ୫ ଘଟିକାରେ ମା’ ଭଗବତୀ ମନ୍ଦିର ଦର୍ଶନ କରିବେ। ଏହାପରେ ସଡ଼କପଥ ଯୋଗେ ନାଚୁଣୀ ଯାଇ ଅରବିନ୍ଦ ସ୍କୁଲ ପଡିଆ ମଧ୍ୟରେ ପୁରି ଲୋକସଭା ଅନ୍ତର୍ଗତ ୭ ଗୋଟି ନିର୍ବାଚନ ମଣ୍ଡଳିର ସମସ୍ତ ମଣ୍ଡଳ ସଭାପତି, ନିର୍ବାଚିତ ସଦସ୍ୟ ଏବଂ ପ୍ରମୁଖ କାର୍ଯ୍ୟକର୍ତ୍ତାଙ୍କ ସହ ବାର୍ତାଳାପ କରିବେ। ଏହାପରେ ସଡ଼କ ପଥ ଯୋଗେ ଭୁବନେଶ୍ୱର ବିଜେପି କାର୍ଯ୍ୟାଳୟ ଯାଇ ସେଠାରୁ ଦିଲ୍ଲୀ ଫେରିଯିବେ ବୋଲି ଜଣାପଡିଛି।

ତେବେ ନଡ୍ଡାଙ୍କ ଗସ୍ତ ଦୃଷ୍ଟିରେ ରଖି ଜିଲ୍ଲା ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ନଡ୍ଡାଙ୍କ ଗସ୍ତ ପାଇଁ ୭ ପ୍ଲାଟୁନ ପୋଲିସ ଫୋର୍ସ, ୫ ଡ଼ିଏସପି, ୯ ଇନ୍ସପେକ୍ଟର, ୧୭ ସବ ଇନ୍ସପେକ୍ଟର ଆଦି ନିୟୋଜିତ ହୋଇଥିବା ଡ଼ିଏସପି ଡ଼ିଆଇବି ଅତନୁ ରାଉତ କହିଛନ୍ତି।

ସେହିପରି ନଡ୍ଡା ଙ୍କ ସଭାପାଇଁ ୭ ଗୋଟି ସ୍ଥାନ ଯଥା ଟିକିରାଇ ପଡିଆ, ମାଟିଆପୋଖରୀ ପଡିଆ, ନନ୍ଦ କିଶୋର ମିଶ୍ର ଙ୍କ ଗୃହ ସମ୍ମୁଖ ପଡିଆ, ଗୁପ୍ତେଶ୍ୱର ମନ୍ଦିର ପଡିଆ, ସାନ ହନ୍ତୁଆଡ଼ ପଡିଆ, ପେଟ୍ରୋଲ ପମ୍ପ ପାର୍ଶ୍ଵବତୀ ପଡିଆ ଏବଂ ବାଲି ଡିପୋ ରେ ପାର୍କିଙ୍ଗ ବ୍ୟବସ୍ଥା ହୋଇଥିବା ବାଣପୁର ଆଇଆଇସି ଜୟପ୍ରକାଶ ପରିଡ଼ା କହିଛନ୍ତି। ଅନୁରୂପ ଭାବେ ନଡ୍ଡାଙ୍କ ଜେଡ ପ୍ଲସ ସିକ୍ୟୁରିଟି ଥିବାରୁ ତାଙ୍କ ମନ୍ଦିର ଗସ୍ତ ସମୟରେ ସୁରକ୍ଷା ଦୃଷ୍ଟିରୁ ବାଣପୁର ବଜାର ବନ୍ଦ ରହିବ ବୋଲି ଆଇଆଇସି ଶ୍ରୀ ପରିଡ଼ା କହିଛନ୍ତି।

ଚିଲିକା ଜେପି ନଡ୍ଡା ବାଣପୁରରେ ନଡ୍ଡା ସୀତାରାମ ଅଗ୍ରୱାଲ
Share. Facebook Twitter LinkedIn Email WhatsApp Copy Link

Related Posts

ସନ୍ତୁଷ୍ଟ ନା ଅସନ୍ତୁଷ୍ଟ?: ବଜେଟ୍ ଉପରେ ଜାଣନ୍ତୁ କ’ଣ କହିଲେ ଜୟନ୍ତ ଚୌଧୁରୀ?

February 1, 2026

Budget 2026: ମହଙ୍ଗା ହେଲା ମଦ, ଜାଣନ୍ତୁ କେଉଁଥିରେ ମିଳିଲା ଆଶ୍ଵସ୍ତି?

February 1, 2026

Union Budget 2026: ଆୟକର ସମ୍ପର୍କରେ ବଡ଼ ଘୋଷଣା କଲେ ଅର୍ଥମନ୍ତ୍ରୀ, ଜାଣନ୍ତୁ କ’ଣ?

February 1, 2026

Union Budget 2026: ଓଡ଼ିଶା ସମେତ ଏହି ରାଜ୍ୟରେ ହେବ ବିରଳ ଖଣିଜ କରିଡର

February 1, 2026
Latest News

ସନ୍ତୁଷ୍ଟ ନା ଅସନ୍ତୁଷ୍ଟ?: ବଜେଟ୍ ଉପରେ ଜାଣନ୍ତୁ କ’ଣ କହିଲେ ଜୟନ୍ତ ଚୌଧୁରୀ?

February 1, 2026

Budget 2026: ମହଙ୍ଗା ହେଲା ମଦ, ଜାଣନ୍ତୁ କେଉଁଥିରେ ମିଳିଲା ଆଶ୍ଵସ୍ତି?

February 1, 2026

Union Budget 2026: ଆୟକର ସମ୍ପର୍କରେ ବଡ଼ ଘୋଷଣା କଲେ ଅର୍ଥମନ୍ତ୍ରୀ, ଜାଣନ୍ତୁ କ’ଣ?

February 1, 2026

Union Budget 2026: ଓଡ଼ିଶା ସମେତ ଏହି ରାଜ୍ୟରେ ହେବ ବିରଳ ଖଣିଜ କରିଡର

February 1, 2026

ଆଜି ପ୍ରଧାନମନ୍ତ୍ରୀଙ୍କ ପଞ୍ଜାବ ଗସ୍ତ: ବିମାନବନ୍ଦରରେ ଉଦ୍‌ଘାଟନ କରିବେ ଟର୍ମିନାଲ କୋଠା

February 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.