Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ପୁଅଙ୍କୁ ନେଇ କାହିଁକି ଚାଲିଛି ଚର୍ଚ୍ଚା ?
ବିଶେଷ ଖବର

ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ପୁଅଙ୍କୁ ନେଇ କାହିଁକି ଚାଲିଛି ଚର୍ଚ୍ଚା ?

January 9, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
Arabinda Mohaptra
ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ପୁଅଙ୍କୁ ନେଇ କାହିଁକି ଚାଲିଛି ଚର୍ଚ୍ଚା ?

ଭୁବନେଶ୍ବର: ରାଜ୍ୟ ରାଜନୀତିର ବରିଷ୍ଠ ନେତା ବିଜୟ ମହାପାତ୍ର ବର୍ତ୍ତମାନ ଦୀର୍ଘ ମାସ ଧରି ନିରବ ରହିଛନ୍ତି। ସେ ବର୍ତ୍ତମାନ ବିଜେପିରେ ଥାଇ ମଧ୍ୟ ନ ଥିଲା ପରି ମନେ ହେଉଛି। କାରଣ ସେ ଦଳର କୌଣସି କାର୍ଯ୍ୟକ୍ରମରେ ନିଜକୁ ସାମିଲ କରାଉ ନାହିଁନ୍ତି। କୌଣସି ରାଜନୈତିକ ଟିପଣୀ ମଧ୍ୟ ଆଉ ଦେଉ ନାହାଁନ୍ତି।

ସେ ଚର୍ଚ୍ଚାରୁ ଦୂରେଇ ରହିଥିଲେ ମଧ୍ୟ ବର୍ତ୍ତମାନ ତାଙ୍କ ପୁଅଙ୍କୁ ନେଇ ଆରମ୍ଭ ହୋଇଛି ନୂଆ ଚର୍ଚ୍ଚା। ତାହା ହେଲା ତାଙ୍କ ପୁଅ ଅରବିନ୍ଦ ମହାପାତ୍ର କୁଆଡେ ରାଜନୀତି ପଡିଆରେ ପାଦ ଥାପିବେ। ପୂର୍ବରୁ ଏ ନେଇ ଚର୍ଚ୍ଚା ଜାରୀ ରହିଥିଲା। ହେଲେ ନୂଆବର୍ଷ ଉପଲକ୍ଷେ ଆୟୋଜିତ ଏକ ବନ୍ଧୁ ମିଳନ ପର୍ବରେ ଏହି ଚର୍ଚ୍ଚାକୁ ଆହୁରି ବଢାଇ ଦେଇଛି।

ଗତକାଲି କେନ୍ଦ୍ରାପଡା ଜିଲ୍ଲାର ଗଦରପୁର ବ୍ଲକର ତିକନପୁର ପଞ୍ଚାୟତ ଖେଳ ପଡିଆରେ ଏକ ବନ୍ଧୁ ମିଳନର ଆୟୋଜନ କରାଯାଇଥିଲା। ଏଥିରେ ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ସହିତ ତାଙ୍କ ପୁତ୍ର ଅରବିନ୍ଦ ମହାପାତ୍ର ଗୋଟିଏ ମଞ୍ଚରେ ବସିଥିଲେ। ଯାହାକୁ ନେଇ କେନ୍ଦ୍ରପଡା ରାଜନୀତି ସରଗରମ ହୋଇଯାଇଛି।

ତେବେ ପୂର୍ବରୁ ପ୍ରତିବର୍ଷ ନୂଆବର୍ଷରେ ଏହି ବନ୍ଧୁ ମିଳନର ଆୟୋଜନ ହୋଇଥାଏ। ହେଲେ କେବେ ବି ବାପପୁଅ ଗୋଟିଏ ମଞ୍ଚରେ ବସି ନ ଥିଲେ। ସେହିପରି ଏଥର ବନ୍ଧୁ ମିଳନଟି ବେଶ ବ୍ୟାପକ ଆକାରର କରାଯାଇଥିଲା। ବହୁ ଲୋକକଙ୍କର ସମାଗମ ମଧ୍ୟ କରାଯାଇ ଥିଲା। ଏପରି ପରିବେଶ ଦେଖି ସାଧାରଣରେ ଏକ ଚର୍ଚ୍ଚା ଆରମ୍ଭ ହେବା ସ୍ବାଭିବିକ।

ସମସ୍ତେ ଆଲୋଚନା କରିବାରେ ଲାଗିଛନ୍ତି ଯେ, ଏହା ବନ୍ଧୁ ମିଳନ ନୁହେଁ ବରଂ ବିଜୟ ମହାପାତ୍ର ପୁତ୍ରଙ୍କର ରାଜନୈତିକ ପ୍ରବେଶ ଉତ୍ସବ ଥିଲା। ଏଥିରେ ଅରବିନ୍ଦ ମଞ୍ଚର ପଡିଥିବା ଅତିଥୀ ଆସନର ଶେଷକୁ ବସିଥିଲେ। ବିଜୟ ମହାପାତ୍ର ମଝିରେ ବସିଥିଲେ। ହେଲେ ସମସ୍ତେ ଫୁଲମାଳ ଆଣି ଅରବିନ୍ଦଙ୍କୁ ଲଗାଉଥିବାର ପରିଲକ୍ଷିତ ହୋଇଥିଲା।

ଏ ନେଇ ବିଜୟ ମହାପାତ୍ର ସ୍ପଷ୍ଟ ଉତ୍ତର ଦେଇ ନ ଥିଲେ ମଧ୍ୟ ସେ ପୁଅ ରାଜନୀତିରେ ପ୍ରବେଶକୁ ସଂପୂର୍ଣ୍ଣ ଏଡାଇ ଯାଇ ନ ଥିଲେ। ସେ କହିଥିଲେ ଯେ, ପୁଅ ଲୋକଙ୍କ ସାଥୀରେ ବହୁ ଆଗରୁ ରହିଛି। ଯଦି ସେମିତି କିଛି ସୁବିଧା ଆସେ ତେବେ ଦେଖିବା ବୋଲି ବିଜୟ କହିଥିଲେ। ସେ ଆହୁରି କହିଥିଲେ ଯେ, ଆଗାମୀ ବିଧାନ ସଭା ନିର୍ବାଚନ ଏକ ନିର୍ଣ୍ଣାୟକ ମୋଡ ନେବ।

ତେବେ ପୁଅ ଅରବିନ୍ଦ ମହାପାତ୍ର ସିଧା କହିଲେ ଯେ, ଆଗକୁ ସେହିପରି ଯୋଜନା ଅଛି। ରାଜନୀତି କରିବା ପାଇଁ ଏକ ଯୋଜନା ଚାଲିଛି। କିନ୍ତୁ ଏ ପର୍ଯ୍ୟନ୍ତ କୌଣସି ନିଷ୍ପତି ହୋଇ ନାହିଁ। କେଉଁ ଦଳରୁ ରାଜନୀତି କରିବେ ବୋଲି ପ୍ରଶ୍ନ ପଚାରିବାରେ ତାହା ମଧ୍ୟ ଠିକ ହୋଇ ନାହିଁ ବୋଲି କହିଥିଲେ। ଏଥିରୁ ସ୍ପଷ୍ଟ ଯେ, ସେ ବିଜେପି ଦଳରୁ ନହେଁ ଅନ୍ୟ କୌଣସି ଦଳରୁ ରାଜନୀତି କରିବେ।

ପୂର୍ବରୁ ବିଜୟ ମହାପାତ୍ରଙ୍କ ପୁଅ ବିଜେଡିରେ ଯୋଗ ଦେଇ ବିଧାୟକ ପ୍ରାର୍ଥୀ ହେବେ ବୋଲି ଚର୍ଚ୍ଚା ଚାଲିଛି। ସେହି ଚର୍ଚ୍ଚାକୁ ଅରବିନ୍ଦଙ୍କ ଏକ ସୂଚନା ଆହୁରି ସ୍ପଷ୍ଟ କରିଛି। ସେ ବିଜେଡିରେ ସାମିଲ ହୋଇ କେନ୍ଦ୍ରପଡାର ମଙ୍ଗ ଧରିବେ ବୋଲି ତାଙ୍କର ସମର୍ଥକ କହିବା ମଧ୍ୟ ଆରମ୍ଭ କରିସାରିଲେଣି।

ଅରବିନ୍ଦ ମହାପାତ୍ର ବିଜୟ ମହାପାତ୍ର
Share. Facebook Twitter LinkedIn Email WhatsApp Copy Link

Related Posts

ଦୁର୍ଗାପୂଜା ପାଇଁ ଭୁବନେଶ୍ୱରରେ ୧୯ ରୁ ୨୪ ପର୍ଯ୍ୟନ୍ତ ନୂଆ ଟ୍ରାଫିକ୍ କଟକଣା

October 14, 2026

୬୨ତମ ଆଇଏଚଜିଏଫ୍ ଦିଲ୍ଲୀ ଅଟମ୍ ଫେୟାରରେ ‘ଓଡ଼ିଶା ମଣ୍ଡପ’ ଉଦଘାଟିତ

October 14, 2026

ମୁକ୍ତ ବାଣିଜ୍ୟ ରାଜିନାମା ମାଧ୍ୟମରେ ବିଶ୍ୱ ବଜାରରେ ସୁଯୋଗ ଖୋଜୁଛି ଓଡ଼ିଶା

October 14, 2026

ନବମ, ଦଶମ ଛାତ୍ରଛାତ୍ରୀଙ୍କୁ ମିଳିବ ମାଗଣା ପୁସ୍ତକ

October 13, 2026
Latest News

ଭାରତ ଗସ୍ତରେ ଆସିବେ ଆମେରିକା ବୈଦେଶିକ ସଚିବ ମାର୍କୋ ରୁବିଓ

October 14, 2026

ଦିଲ୍ଲୀ କ୍ୟାପିଟାଲ୍ସର ଆସିଷ୍ଟାଣ୍ଟ୍ ଓ ବ୍ୟାଟିଂ କୋଚ୍ ହେଲେ ଯୁବରାଜ ସିଂହ

October 14, 2026

ଏସିଆନ୍ ଚାମ୍ପିଅନ୍ସ ଟ୍ରଫି ପାଇଁ ଭାରତୀୟ ହକି ଟିମ୍ ଘୋଷିତ

October 14, 2026

ନବରାତ୍ରୀ ସମୟରେ ଆପଣ ଏହି ସବୁ ସ୍ଵପ୍ନ ଦେଖୁଛନ୍ତି କି?: ତେବେ ମାତା ଦୂର୍ଗାଙ୍କ ପାଇବେ ଆଶୀର୍ବାଦ

October 14, 2026

ଦୁର୍ଗାପୂଜା ପାଇଁ ଭୁବନେଶ୍ୱରରେ ୧୯ ରୁ ୨୪ ପର୍ଯ୍ୟନ୍ତ ନୂଆ ଟ୍ରାଫିକ୍ କଟକଣା

October 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.