Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ହସ୍‌ପିଟାଲର ପ୍ରଦର୍ଶନକୁ ମାପି ଗ୍ରେଡ ପ୍ରଦାନ କରିବାକୁ ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣ ପକ୍ଷରୁ ନୂଆ ବ୍ୟବସ୍ଥା
ଆଜିର ଖବର

ହସ୍‌ପିଟାଲର ପ୍ରଦର୍ଶନକୁ ମାପି ଗ୍ରେଡ ପ୍ରଦାନ କରିବାକୁ ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣ ପକ୍ଷରୁ ନୂଆ ବ୍ୟବସ୍ଥା

January 9, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଆୟୁଷ୍ମାନ କାର୍ଡ
ଆୟୁଷ୍ମାନ କାର୍ଡରେ ଚିକିତ୍ସା ପାଇଁ ମନା କରୁଛି କି ହସ୍ପିଟାଲ?,ତେବେ କେଉଁଠି କରିବେ ଅଭିଯୋଗ? ଜାଣନ୍ତୁ

ନୂଆଦିଲ୍ଲୀ: ଯୋଗାଇ ଦିଆଯାଇଥିବା ବିଭିନ୍ନ ପ୍ରକାର ସେବାର ସଂଖ୍ୟା ପରିବର୍ତ୍ତେ ସ୍ୱାସ୍ଥ୍ୟସେବାର ମାନକୁ ବିଚାରକୁ ନେଇ ହସ୍‌ପିଟାଲଗୁଡିକର ପ୍ରଦର୍ଶନ ମାପିବା ଲକ୍ଷ୍ୟରେ ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣ ବା ଏନ୍‌ଏଚ୍‌ଏ ଏକ ବ୍ୟବସ୍ଥା ପ୍ରବର୍ତ୍ତନ କରୁଛି। ଏଥିରେ ରୋଗୀଙ୍କୁ ଯୋଗାଇ ଦିଆଯାଉଥିବା ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟସେବା ଓ ଯତ୍ନକୁ ବିଚାରକୁ ନେଇ ହସ୍‌ପିଟାଲଗୁଡିକର ପ୍ରଦର୍ଶନ ଓ ଗ୍ରେଡ୍ ନିର୍ଦ୍ଧାରିତ ହେବ। ଯେଉଁସବୁ ହସ୍‌ପିଟାଲ ଆୟୁଷ୍ମାନ  ଭାରତ-ପିଏମ୍‌-ଜେଏୱାଇ ଯୋଜନାରେ ତାଲିକାଭୁକ୍ତ ହୋଇଛନ୍ତି ଏଣିକି ସେମାନଙ୍କର ପ୍ରଦର୍ଶନ ଓ ଗ୍ରେଡ ନୂଆ ବ୍ୟବସ୍ଥାରେ ନିର୍ଦ୍ଧାରିତ ହେବ।

ପାରମ୍ପାରିକ ଭାବେ, ଅର୍ଥ ପ୍ରଦାନକାରୀଙ୍କ ଦୃଷ୍ଟିରୁ ଦେଖିଲେ ସ୍ୱାସ୍ଥ୍ୟ ସେବାର ଢାଞ୍ଚା ରୋଗୀଙ୍କୁ ଯୋଗାଇ ଦିଆଯାଉଥିବା ବିଭିନ୍ନ ପ୍ରକାର ସେବାର ସଂଖ୍ୟା ଉପରେ ଗୁରୁତ୍ୱ ଦିଏ। ଏଥିରେ ରୋଗୀର ଚିକିତ୍ସା ପାଇଁ ହସ୍‌ପିଟାଲକୁ ଯେଉଁ ଅର୍ଥ ପ୍ରଦାନ କରାଯାଏ ସେଥିରେ ଯୋଗାଇ ଦିଆଯାଉଥିବା ବିଭିନ୍ନ ପ୍ରକାର ଚିକିତ୍ସା ସେବାକୁ ହିସାବକୁ ନିଆଯାଏ ଏବଂ ଏହା ବଣ୍ଡଲ ପେମେଣ୍ଟ ନାମରେ ପରିଚିତ। ତେବେ ନୂଆ ବ୍ୟବସ୍ଥାରେ ଏକଥା ରହିବ ନାହିଁ। ଏଥିରେ ରୋଗୀଙ୍କୁ  ଯୋଗାଇ ଦିଆଯାଉଥିବା ମୂଲ୍ୟ ମିଶ୍ରିତ ସେବା ବା ଭ୍ୟାଲ୍ୟୁ ବେସ୍‌ଡ କେୟାର ଗୁରୁତ୍ୱ ପାଇବ। ସୁତରାଂ ଏଥିରେ ବଣ୍ଡଲ ପେମେଣ୍ଟ  ନ ହୋଇ ଚିକିତ୍ସାର ନିର୍ଯାସ ବା ଫଳାଫଳକୁ ଗୁରୁତ୍ୱ ଦିଆଯିବ। କୌଣସି ସେବା ଯୋଗାଣ ଦ୍ୱାରା ରୋଗୀର ଯଦି କିଛି ଉପକାର ନ ହୁଏ, ସେ କ୍ଷେତ୍ରରେ ସେହି ଚିକିତ୍ସା ପାଇଁ ହସ୍‌ପିଟାଲ ଅର୍ଥ ନେବାକୁ ହକ୍‌ଦାର ହେବ ନାହିଁ। ଅତଏବ ହସ୍‌ପିଟାଲ ସମୂହ ସେମାନଙ୍କର ଚିକିତ୍ସା ଓ ସେବାର ମାନ ଏବଂ ଫଳାଫଳ ବିଚାରରେ ପୁରସ୍କୃତ ହେବେ। ନୂଆ ମଡେଲରେ ରୋଗୀ ଚିକିତ୍ସା ଗୁରୁତ୍ୱ ପାଇବ। ରୋଗୀଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଘଟିଲେ ବା ସେମାନେ ସୁସ୍ଥ ହେଲେ ହସ୍‌ପିଟାଲକୁ ତାହାର ଆଧାରରେ ଗ୍ରେଡ ପ୍ରଦାନ କରାଯିବ। ଏହା ଦ୍ୱାରା ହସ୍‌ପିଟାଲଗୁଡିକୁ ବିଭିନ୍ନ ସେବା ଯୋଗାଣର ପ୍ରାବଲ୍ୟ ପରିବର୍ତ୍ତେ ରୋଗୀଙ୍କର ଉପଯୁକ୍ତ ଚିକିତ୍ସା ଓ ଯତ୍ନ୍ ଉପରେ ଗୁରୁତ୍ୱ ଦେବେ। ଏହା ଫଳରେ ଲୋକଙ୍କ ବ୍ୟାଧିର ବୋଝ ଓ ପ୍ରଭାବ ଦୀର୍ଘମିଆଦି ନୀତିରେ ହ୍ରାସ ପାଇବ।

ଏହି ପଦକ୍ଷେପ ଦ୍ୱାରା ସାମଗ୍ରିକ ସ୍ୱାସ୍ଥ୍ୟସେବା ଓ ଚିକିତ୍ସା ବ୍ୟବସ୍ଥାରେ ବିଶେଷ ଉନ୍ନତି ଆସିବାର ସମ୍ଭାବନା ଅଧିକ। ଏହା ଦ୍ୱାରା ଉଭୟ ରୋଗୀ ଏବଂ ହସ୍‌ପିଟାଲ କର୍ତ୍ତୃପକ୍ଷ ଉପକୃତ ହେବେ ଏବଂ କାହାର କ୍ଷତି ଘଟିବ ନାହିଁ। ତା’ଛଡା ରୋଗୀଙ୍କ ବୀମା ବାବଦ ଅର୍ଥ ଯୋଗାଉଥିବା ସରକାର ବା ସମ୍ପୃକ୍ତ ପକ୍ଷ ମଧ୍ୟ ନିଜର ଲକ୍ଷ୍ୟ ସାଧନରେ ସଫଳ ହୋଇପାରିବେ। ରୋଗୀ ଆରୋଗ୍ୟ ଲାଭ କରି ଖୁସି ହେବେ ଏବଂ ହସ୍‌ପିଟାଲ କର୍ତ୍ତୃପକ୍ଷ ଅର୍ଥ ପାଇବେ। ବୀମାବାବଦ ଅର୍ଥ ପ୍ରଦାନକାରୀ ଏହି ବ୍ୟବସ୍ଥାରେ ନିଜର ଖର୍ଚ୍ଚ ତୁଳନ।।ରେ ପୂର୍ବାପେକ୍ଷା ଅଧିକ ସଫଳତା ପାଇବେ।

ନୂଆ ବ୍ୟବସ୍ଥା ସମ୍ପର୍କରେ ସୂଚନା ଦେଇ ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣର ମୁଖ୍ୟ କାର୍ଯ୍ୟନିର୍ବାହୀ ଡକ୍ଟର ଆର୍‌.ଏସ. ଶର୍ମା କହିଛନ୍ତି ଯେ ପ୍ରତ୍ୟେକ ତାଲିକାଭୁକ୍ତ ହସ୍‌ପିଟାଲରେ ପ୍ରଧାନମନ୍ତ୍ରୀ  ଜନ ଆରୋଗ୍ୟ ଯୋଜନାର ପ୍ରତ୍ୟେକ ହିତାଧିକାରୀ ଯେପରି କ୍ୟାସଲେସ ବ୍ୟବସ୍ଥାରେ ଉଚ୍ଚମାନର ଚିକିତ୍ସା ସେବା ପାଆନ୍ତି ତାହାକୁ ସୁନିଶ୍ଚିତ କରିବାକୁ ଏହି ନୂଆ ପଦକ୍ଷେପ ଗ୍ରହଣ କରାଯାଇଛି। ଏଥିରେ ଯୋଜନା ଅନ୍ତର୍ଭୁକ୍ତ ଚିକିତ୍ସାର ଖର୍ଚ୍ଚକୁ ମାନକୀକୃତ ବା ଷ୍ଟାଣ୍ଡାଡାଇଜ୍ କରିବା ଏବଂ ଅତ୍ୟାଧୁନିକ ଓ ଅଗ୍ରଣୀ ଚିକିତ୍ସା ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବା  ଆଦି ରହିଛି। ଅତିରିକ୍ତ ଭାବେ ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣ ଏକ ବ୍ୟବସ୍ଥା କରିଛି, ଯେଉଁଥିରେ ଯେଉଁ  ହସ୍‌ପିଟାଲ ସବୁ ଉଚ୍ଚମାନର ଚିକିତ୍ସା ସେବା ରୋଗୀଙ୍କୁ ଯୋଗାଉଛନ୍ତି ସେମାନଙ୍କ ପ୍ରଦର୍ଶନକୁ ବିଚାରକୁ ନେଇ ସମ୍ପୃକ୍ତ ହସ୍‌ପିଟାଲଗୁଡିକୁ ପ୍ରୋତ୍ସାହିତ କରାଯିବ।

ମୂଲ୍ୟଭିତ୍ତିକ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାରେ ଅର୍ଥ ଦେଉଥିବା ପକ୍ଷ ମଧ୍ୟ ଖର୍ଚ୍ଚ ନିୟନ୍ତ୍ରଣ ଉପରେ ନିଜର କ୍ଷମତା ଦୃଢଭାବେ ଜାହିର କରିପାରିବେ। ଏକ ସୁସ୍ଥ ଜନସଂଖ୍ୟାର ଅର୍ଥ ହେଲା ଏଥିରେ ଚିକିତ୍ସା ବାବଦ ବୀମା କ୍ଲେମ କମ୍। ଏଭଳି ସ୍ଥିତିରେ ବୀମା ପ୍ରଦାନକାରୀଙ୍କ ଉପରେ ଚାପ ହ୍ରାସ ପାଏ ଓ ତାଙ୍କର ଖର୍ଚ୍ଚ କମେ। ସେହିଭଳି ଯୋଗାଣକାରୀ ନିଜର ଉତ୍ପାଦ ଓ ସେବାକୁ ରୋଗୀଙ୍କ ଆଡକୁ ମୁହାଁଇ ସକାରାତ୍ମକ ଫଳାଫଳ ପାଇବାକୁ ଗୁୁରୁତ୍ୱ ଦେବେ। ମୋଟାମୋଟି ଏହି ମୂଲ୍ୟଭିତ୍ତିକ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ସ୍ୱାସ୍ଥ୍ୟସେବା ପ୍ରଦାନକାରୀଙ୍କୁ ପ୍ରୋତ୍ସାହିତ ଓ ଅନୁପ୍ରାଣିତ କରିବ ଏବଂ ସେମାନେ ରୋଗୀ କୈନ୍ଦ୍ରିକ ସେବା ଉପରେ ଅଧିକ ଗୁରୁତ୍ୱ ଦେବେ।

ଏହି ମୂଲ୍ୟଭିତ୍ତିକ ସେବା ଅଧୀନରେ ଆୟୁଷ୍ମାନ ଭାରତ  ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାରେ ତାଲିକାଭୁକ୍ତ ହୋଇଥିବା ହସ୍‌ପିଟାଲ ସମୂହଙ୍କ ପ୍ରଦର୍ଶନ ପାଞ୍ଚଟି ସୂଚକାଙ୍କ ଭିତିରେ ମପାଯିବ। ସେଗୁଡିକ ହେଲା-୧) ହିତାଧିକାରୀଙ୍କ ସନ୍ତୋଷ, ୨) ହସ୍‌ପିଟାଲ ରିଆଡମିଶନ ହାର, ୩)ରୋଗୀଙ୍କ ପକେଟରୁ ଖର୍ଚ୍ଚ ହୋଇଥିବା ଅର୍ଥର ପରିମାଣ, ୪) ରୋଗୀଙ୍କ ଆପତ୍ତି ଅଭିଯୋଗର ସତ୍ୟାସତ୍ୟ ନିର୍ଦ୍ଧାରଣ ଓ ୫) ଇନ-ପେସେଣ୍ଟଙ୍କ ସ୍ୱାସ୍ଥ୍ୟ ସମ୍ପର୍କୀତ ଜୀବନର ମାନରେ ଉନ୍ନତି।

ଏହି ସୂଚକାଙ୍କ ଭିତ୍ତିରେ ପ୍ରସ୍ତୁତ ହସ୍‌ପିଟାଲଗୁଡିକର ପ୍ରଦର୍ଶନ ତାଲିକାକୁ ପବ୍ଲିକ ଡ୍ୟାସବୋର୍ଡରେ ସ୍ଥାନିତ କରାଯିବ। ଏହାର ଏକ ଉତ୍ତମ ପ୍ରଭାବ ରୋଗୀ ଏବଂ ହିତାଧିକାରୀଙ୍କ ଉପରେ ପଡିବ। ସେମାନେ ପ୍ରଦର୍ଶନ ଦେଖି ହସ୍‌ପିଟାଲ ବାଛିବେ ଓ ବିଚାରବନ୍ତ ନିଷ୍ପତ୍ତି ନେବେ। ସୁତରାଂ ଏହା ଦ୍ୱାରା ହସ୍‌ପିଟାଲ ପ୍ରଦର୍ଶନ ତାହାର ଆର୍ଥିକ ପ୍ରୋତ୍ସାହନକୁ ତ୍ୱରାନ୍ୱିତ କରିବ। ଭଲ ଚିକିତ୍ସା ପାଇଁ ଅଧିକରୁ ଅଧିକ ବୀମାକୃତ ରୋଗୀ ଆସିଲେ ହସ୍ପିଟାଲର ଆୟ ବଢିବ।

ହସ୍‌ପିଟାଲର ପ୍ରଦର୍ଶନଜନିତ ଏହି ପ୍ରୟାସ ସହିତ ମୂଲ୍ୟଭିତ୍ତିକ ପ୍ରୋତ୍ସାହନ, ସ୍ୱାସ୍ଥ୍ୟ ଟେକ୍‌ନୋଲୋଜି ବ୍ୟବହାରର ଆକଳନ ଏବଂ ଚିକିତ୍ସାସେବାର ମାନ ତଦାରଖ କରିବାକୁ ଡିଜିଟାଲ ଟୁଲ୍ସର ବ୍ୟବହାର ଆଦି ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାକୁ ଏକ ନୂତନ ଉନ୍ନତ ରୂପ ଦେବ। ଏହାଦ୍ୱାରା ଭାରତୀୟ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ଭଲ୍ୟୁମ୍ ବେସ୍‌ଡ୍‌ରୁ ଭ୍ୟାଲ୍ୟୁ ବେସ୍‌ଡ ସ୍ୱାସ୍ଥ୍ୟସେବା ପ୍ରଦାନକାରୀ ବ୍ୟବସ୍ଥାରେ ପରିଣତ ହେବ।

ଆୟୁଷ୍ମାନ ଭାରତ ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣ
Share. Facebook Twitter LinkedIn Email WhatsApp Copy Link

Related Posts

ମାର୍ଚ୍ଚ ୧ ତାରିଖ ସନ୍ଧ୍ୟା ୬:୩୦ରୁ ଟିଭି ପ୍ରିମିୟମରେ ଦେଖନ୍ତୁ ସୁପରହିଟ୍ ଚଳଚ୍ଚିତ୍ର ‘ଚନ୍ଦ୍ରବଂଶୀ’

February 24, 2026

ଓଡିଶାର ସବୁଠାରୁ ବଡ ଓ ଫ୍ଲାଗସିପ୍ ରିଆଲିଟି ଶୋ‘ ରଜ କୁଇନ୍’: ଆସନ୍ତା ୨୮ରୁ ବିଭିନ୍ନ ସହରରେ ଅଡିସନ୍

February 24, 2026

କେରଳ ଏବେ ‘କେରଳମ’ ଭାବରେ ପରିଚିତ ହେବ: ନୂତନ ନାମକୁ ମୋଦି କ୍ୟାବିନେଟ୍ ର ମଞ୍ଜୁରୀ

February 24, 2026

ଭୁବନେଶ୍ବର ସୁପରମାର୍ଟ ରେ ଭୀଷଣ ଅଗ୍ନିକାଣ୍ଡ, କ୍ରେନ ସାହାଯ୍ୟରେ ନିଆଁ ଲିଭାଇବାକୁ ଚେଷ୍ଠା

February 24, 2026
Latest News

ମାର୍ଚ୍ଚ ୧ ତାରିଖ ସନ୍ଧ୍ୟା ୬:୩୦ରୁ ଟିଭି ପ୍ରିମିୟମରେ ଦେଖନ୍ତୁ ସୁପରହିଟ୍ ଚଳଚ୍ଚିତ୍ର ‘ଚନ୍ଦ୍ରବଂଶୀ’

February 24, 2026

ଓଡିଶାର ସବୁଠାରୁ ବଡ ଓ ଫ୍ଲାଗସିପ୍ ରିଆଲିଟି ଶୋ‘ ରଜ କୁଇନ୍’: ଆସନ୍ତା ୨୮ରୁ ବିଭିନ୍ନ ସହରରେ ଅଡିସନ୍

February 24, 2026

କେରଳ ଏବେ ‘କେରଳମ’ ଭାବରେ ପରିଚିତ ହେବ: ନୂତନ ନାମକୁ ମୋଦି କ୍ୟାବିନେଟ୍ ର ମଞ୍ଜୁରୀ

February 24, 2026

ଭୁବନେଶ୍ବର ସୁପରମାର୍ଟ ରେ ଭୀଷଣ ଅଗ୍ନିକାଣ୍ଡ, କ୍ରେନ ସାହାଯ୍ୟରେ ନିଆଁ ଲିଭାଇବାକୁ ଚେଷ୍ଠା

February 24, 2026

ବିନା ଛୁଞ୍ଚିରେ ଦିଆଯିବ ଇଞ୍ଜେକ୍ସନ, ଓଡିଶା ଷ୍ଟାର୍ଟଅପ କୁ ମିଳିଲା ପେଣ୍ଟଟ

February 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.