Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଛତିଶଗଡ ରାଜ୍ୟପାଳଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଲେ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ
ଜାତୀୟ ଖବର

ଛତିଶଗଡ ରାଜ୍ୟପାଳଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଲେ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ

February 12, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
Bhupesh Baghela
ଛତିଶଗଡ ରାଜ୍ୟପାଳଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଲେ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ

ନୂଆଦିଲ୍ଲୀ: ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବାରଟି ରାଜ୍ୟର ରାଜ୍ୟପାଳଙ୍କୁ ବଦଳି କରିଛନ୍ତି। ସେହି ଅନୁଯାୟୀ ଛତିଶଗଡ ରାଜ୍ୟପାଳ ଭାବେ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନଙ୍କୁ ନିଯୁକ୍ତି ଦିଆଯାଇଛି। ବର୍ତ୍ତମାନ ଛତିଶଗଡରେ ରାଜ୍ୟପାଳ ଅଛନ୍ତି ଅନୁସୂୟା ଉଇକେଙ୍କୁ ମଣିପୁର ରାଜ୍ୟପାଳ ଭାବେ ବଦଳି କରାଯାଇଛି।

ତେବେ ଏହି ଖବର ଜଣାପଡିବା ପରେ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ତାଙ୍କର ଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି। ସେ ବର୍ତ୍ତମାନ ରାଜ୍ୟପାଳ ଅନୁସୂୟା ଉଇକେଙ୍କୁ ବେଶ ପ୍ରଶଂସା କରିଛନ୍ତି। ଏକ ଟୁଇଟ କରି ସେ କହିଛନ୍ତି ଯେ ମ୍ୟାଡମ ରାଜ୍ୟପାଳ ଅନୁସୂୟା ଉଇକେ ମଣିପୁର ରାଜ୍ୟପାଳ ଭାବେ ନିଯୁକ୍ତି ହୋଇଥିବାରୁ ତାଙ୍କୁ ଅଭିନନ୍ଦନ। ସେ ତାଙ୍କର ନୂତନ ସାମ୍ବାଧାନିକ ଦାୟିତ୍ବ ଗ୍ରହଣ କରିବେ।

ମୁଖ୍ୟମନ୍ତ୍ରୀ ବାଘେଲ କହିଛନ୍ତି ଯେ ରାଜ୍ୟପାଳ ଅନୁସୂୟାଙ୍କୁ ମୁଁ ମୋ ନିଜ ବଡ ଭଉଣୀ ସଦୃଶ୍ୟ ଭାବେ। ଏହି ପ୍ରଶଂସା ସହିତ ସେ ଏକ ବିବାଦୀୟ ମନ୍ତ୍ରବ୍ୟ ଦେଇଛନ୍ତି। ସେ କହିଛନ୍ତି ଯେ, ରାଜ୍ୟପାଳ ଅନୁସୂୟା ତାଙ୍କର ଇଚ୍ଛା ଅନୁଯାୟୀ କାର୍ଯ୍ୟ କରିବାକୁ ଚାହୁଁଥିଲେ। ହେଲେ କେନ୍ଦ୍ରର ବିଜେପି ସରକାର ତାଙ୍କୁ ସେପରି କାମ କରିବାକୁ ସୁଯୋଗ ଦେଲେ ନାହିଁ।

ତେବେ ସେ କେଉଁ କାରଣ ସଂପର୍କରେ ଉଲ୍ଲେଖ ନ କରିଥିଲେ ମଧ୍ୟ ଏହା ଛତିଶଗଡରେ ସଂରକ୍ଷଣ ସଂଶୋଧନ ବିଲକୁ ନେଇ ଚାଲିଥିବା ବିବାଦ ବୋଲି ସ୍ପଷ୍ଟ ହୋଇଛି। କାରଣ ରାଜ୍ୟ ସରକାର ବିଧାନ ସଭାରେ ସଂରକ୍ଷଣ ସଂଶୋଧନ ବିଲ ପାଶ କରିସାରିଥିଲେ ମଧ୍ୟ ରାଜ୍ୟପାଳ ତାହାକୁ ଏ ପର୍ଯ୍ୟନ୍ତ ସ୍ବୀକୃତି ପ୍ରଦାନ କରି ନାହାଁନ୍ତି। କେନ୍ଦ୍ରର ବିଜେପି ସରକାର ଚାପରେ ରାଜ୍ୟପାଳ ଏଥିରେ ଦସ୍ତଖତ କରୁ ନାହାଁନ୍ତି ବୋଲି ବାଘେଲା ଟାର୍ଗେଟ କରିଛନ୍ତି।

ସଂରକ୍ଷଣ ସଂଶୋଧନ ବିଲକୁ ନେଇ ଅନୁସୁୟା ଉଇକେ ଏବଂ ମୁଖ୍ୟମନ୍ତ୍ରୀ ଭୁପେଶ ବାଗେଲଙ୍କ ମଧ୍ୟରେ ପୂର୍ବରୁ ବିବାଦ ଲାଗି ରହିଥିଲା। ବିଧାନସଭାରେ ବିଲ ପାଶ ପରେ ରାଜ୍ୟପାଳଙ୍କ ନିକଟକୁ ପଠାଯାଇଥିଲା। ହେଲେ ରାଜ୍ୟପାଳ ଅନୁସୂୟା ଏହି ବିଲରେ କେତେକ ତ୍ରୁଟି ରହିଥିବା ଦର୍ଶାଇ ସରକାରଙ୍କୁ ସ୍ପଷ୍ଟୀକରଣ ମାଗିଥିଲେ। ଏହା କରାଯିବା ପରେ ମଧ୍ୟ ରାଜ୍ୟପାଳ ସେହି ବିଲକୁ ଝୁଲାଇ ରଖିଛନ୍ତି। ଯାହାକୁ ନେଇ ମୁଖ୍ୟମନ୍ତ୍ରୀ ବାଘେଲ କ୍ଷୋଭ ପ୍ରକାଶ କରି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି।

ଅନ୍ୟପଟେ ଛତିଶଗଡର ରାଜ୍ୟପାଳ ଭାବେ ବିଶ୍ବଭୂଷଣ ହରିଚନ୍ଦନଙ୍କୁ ନିଯୁକ୍ତି ଦିଆଯାଇଥିବାରୁ ସେ ତାଙ୍କୁ ସ୍ବାଗତ କରିଛନ୍ତି। ସେ କହିଛନ୍ତି ଯେ, ରାଷ୍ଟ୍ରପତି ବିଶ୍ବଭୂଷଣ ହରିଚନ୍ଦନଙ୍କୁ ଛତିଶଗଡ ରାଜ୍ୟପାଳ ଭାବେ ନିଯୁକ୍ତି କରିଛନ୍ତି। ତାଙ୍କୁ ବ୍ୟକ୍ତିଗତ ଭାବେ ତଥା ରାଜ୍ୟର ସାମ୍ବିଧାନିକ ମୁଖ୍ୟ ଭାବେ ତାଙ୍କୁ ବହୁତ ଅଭିନନ୍ଦନ ଜଣାଉଛି। ତେବେ ବାଘେଲା ବିଶ୍ବଭୂଷଣଙ୍କଠାରୁ ସକରାତ୍ମକ ପ୍ରତିକ୍ରିୟା ପାଇବେ ବୋଲି ଆଶା ରଖିଛନ୍ତି।

Share. Facebook Twitter LinkedIn Email WhatsApp Copy Link

Related Posts

ବିଧାନସଭା ସଂସ୍ଥାଗୁଡ଼ିକର କାର୍ଯ୍ୟରେ ଗୁଣାତ୍ମକ ମାନଦଣ୍ଡ ଆବଶ୍ୟକ ଉପରେ ମାନସ ମନ୍ଥନ

January 21, 2026

ଆଜି ଜାନୁୟାରୀ ୨୧ ତାରିଖ ବୁଧବାରରେ ଏହି ତିନୋଟି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସାବଧାନ

January 21, 2026

ଶିଶୁ ସେବା ଓ ଶିକ୍ଷାକୁ ସୁଦୃଢ଼ କରିବା ପାଇଁ ଓଡ଼ିଶା ଏବଂ ମେଘାଳୟ ସରକାରଙ୍କ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ

January 20, 2026

ପ୍ରଥମ ଟି-୨୦ ପାଇଁ ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନ ନିଶ୍ଚିତ!: ତିଲକ ବର୍ମାଙ୍କ ସ୍ଥାନ ନେବେ ଏହି ଖେଳାଳି

January 20, 2026
Latest News

ବିଧାନସଭା ସଂସ୍ଥାଗୁଡ଼ିକର କାର୍ଯ୍ୟରେ ଗୁଣାତ୍ମକ ମାନଦଣ୍ଡ ଆବଶ୍ୟକ ଉପରେ ମାନସ ମନ୍ଥନ

January 21, 2026

ଖୋର୍ଦ୍ଧା ପଲ୍ଲିଶ୍ରୀ ମେଳା: ପପୁ ପମପମ୍ ଓ ପାରମ୍ପାରିକ ସାଂସ୍କୃତିକ କାର୍ଯ୍ୟକ୍ରମରେ ଝୁମିଲେ ଦର୍ଶକ

January 21, 2026

ଓଡ଼ିଶା ଏବଂ ମେଘାଳୟ ସରକାରଙ୍କ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୁଝାମଣା ପତ୍ର ସ୍ୱାକ୍ଷରିତ

January 21, 2026

ଆଜି ଜାନୁୟାରୀ ୨୧ ତାରିଖ ବୁଧବାରରେ ଏହି ତିନୋଟି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସାବଧାନ

January 21, 2026

ଖୋର୍ଦ୍ଧାର ନୂତନ ଉପ ଜିଲ୍ଲାପାଳ ଭାବେ କାର୍ଯ୍ୟରେ ଯୋଗ ଦେଲେ ସଂକଳ୍ପ ସ୍ୱସ୍ତିକ ସାହୁ

January 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.