BREAKING NEWS: କଂଗ୍ରେସରେ ଯୋଗ ଦେବେ ପ୍ୟାରୀମୋହନ ମହାପାତ୍ରଙ୍କ ଝିଅ ସିକ୍ତା

Published: Feb 15, 2023, 11:51 am IST
SiktaPati

ଭୁବନେଶ୍ବର: ଆଜି କଂଗ୍ରେସ ଦଳରେ ସାମିଲ ହେବେ ପ୍ୟାରିମୋହନ ମହାପାତ୍ରଙ୍କ ଝିଅ ସିକ୍ତା ପତି। ଏକଦା ଓଡିଶା ରାଜନୀତିରେ ବେଶ ଶକ୍ତିଶାଳୀ ଏବଂ ଚହଳ ପକାଇଥିବା ନେତା ହେଉଛନ୍ତି ପ୍ୟାରୀମୋହନ ମହାପାତ୍ର। ଆଜି ଅପରାହ୍ନରେ କଂଗ୍ରେସ ଭବନରେ ସେ ପ୍ରଭାରୀ ଚେଲ୍ଲା କୁମାର, ସଭାପତି ଶରତ ପଟ୍ଟନାୟକ ଉପସ୍ଥିତିରେ ସେ ଦଳରେ ସାମିଲ ହେବେ।

ତେବେ ଓଡିଶା ରାଜନୀତିରେ ପ୍ୟାରୀବାବୁଙ୍କ ପତିୟାରାା ଥିଲା। ହେଲେ ତାଙ୍କ ଝିଅ ସିକ୍ତା ପତି ରାଜନୀତିରେ ଅଭିଜ୍ଞ ନୁହଁନ୍ତି। ସେ ଓଡିଶା ରାଜନୀତିରେ ଏକ ପରିଚିତ ଚେହେରା ନୁହଁନ୍ତି। ପ୍ୟାରୀବାବୁଙ୍କ ଦେହାନ୍ତ ପରେ ସେ କିଛି ସମୟ ପାଇଁ ରାଜନୀତିରେ ପାଦ ଥାପିଥିଲେ। ସେ ବିଧବଧ ଭାବେ ବିଜେଡିରେ ଯୋଗ ଦେଇଥିଲେ, ହେଲେ ତାହା ଥିଲା ସାମୟିକ। ସିକ୍ତା ହେଉଛନ୍ତି ସ୍ବର୍ଗତ ପ୍ୟାରୀମୋହନ ମହାପାତ୍ରଙ୍କ ବଡ ଝିଅ।

Related posts