Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ରାଜ୍ୟକୁ ସ୍ବତନ୍ତ୍ର ପ୍ୟାହା ପ୍ରଦାନ ନେଇ ରାଜନୀତି ସରଗରମ, ବବି ଖୋଲିଦେଲେ ବିଜେପି ମୁଖା
ବିଶେଷ ଖବର

ରାଜ୍ୟକୁ ସ୍ବତନ୍ତ୍ର ପ୍ୟାହା ପ୍ରଦାନ ନେଇ ରାଜନୀତି ସରଗରମ, ବବି ଖୋଲିଦେଲେ ବିଜେପି ମୁଖା

February 19, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
bobydas
ରାଜ୍ୟକୁ ସ୍ବତନ୍ତ୍ର ପ୍ୟାହା ପ୍ରଦାନ ନେଇ ରାଜନୀତି ସରଗରମ, ବବି ଖୋଲିଦେଲେ ବିଜେପି ମୁଖା

ଭୁବନେଶ୍ବର: ରାଜ୍ୟରେ ପୁଣି ଥରେ ସ୍ବତନ୍ତ୍ର ପ୍ୟାହା ରାଜନୀତି ଜୋର ଧରିଛି। ବିଗତ ଦିନରେ ଏହାକୁ ନେଇ ବହୁ ତୁମ୍ବି ତୋଫାନ ହୋଇଛି। ଏପରିକି ବିଜେଡି ଦିଲ୍ଲୀରେ ମଧ୍ୟ ଆନ୍ଦୋଳନ କରିଛି। ହେଲେ ଗତକିଛି ବର୍ଷ ଏହି ସ୍ବତନ୍ତ୍ର ପ୍ୟାହା ରାଜନୀତି ଥମିଯାଇଥିବା ବେଳେ ଏବେ ହଠାତ ଏହା ଉପରକୁ ଉଠି ଆସିଛି। ଫଳରେ ବିଜେପି ଉପରେ ବିଜେଡିର ଆକ୍ରମଣ ଆରମ୍ଭ ହୋଇଯାଇଛି।

ଓଡିଶା ଗସ୍ତରେ ଆସିଥିବା କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସାମ୍ବାଦିକ ସମ୍ମିଳନୀ ପରେ ଏହି ପ୍ରସଂଗ ପୁଣି ଥରେ ଉଦଜିବୀତ ହୋଇପଡିଛି। ସାମ୍ବାଦିକ ସମ୍ମିଳନୀରେ ସୀତାରମଣ କହିଥିଲେ ଯେ ଓଡିଶା ନୁହେଁ କୌଣସି ରାଜ୍ୟକୁ ଆଉ ସ୍ବତନ୍ତ୍ର ପ୍ୟାହା ପ୍ରଦାନ କରାଯିବ ନାହିଁ। ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ସୀତାରମଣ ଏହାକୁ ରୋକଠୋକ ମନା କରିଦେଇଥିଲେ।

ଏହାପରେ ବିଜେଡିର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ବା ବବି ଦାସ ଏକ ଟୁଇଟ କରି ବିଜେପିର ମୁଖା ଖୋଲିଦେଲେ। ବବି ବିଜେପିର ନିର୍ବାଚନ ଇସ୍ତାହାର ଉନମୋଚନର ଏକ ଫଟୋ ପୋଷ୍ଟ କରି ଦଳର ପ୍ରତିଶୃତିକୁ ମନେ ପକାଇଛନ୍ତି।

ସେ କହିଛନ୍ତି “ଇସ୍ତାହାରରେ ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ମିଳିବ ବୋଲି ରାଜ୍ୟବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ବିଡ଼ମ୍ବନା ହେଲା, ମାନ୍ୟବର କେନ୍ଦ୍ର ଅର୍ଥମନ୍ତ୍ରୀ ଓଡ଼ିଶା ମାଟିରେ ଠିଆ ହୋଇ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦେବାକୁ ରୋକଠୋକ୍ ମନା କରିଦେଲେ । ଏହା ଓଡ଼ିଶାବାସୀଙ୍କୁ ଚକିତ ଏବଂ କ୍ଷୁବ୍ଧ କରିଛି।’

ବବି ଆହୁରି କହିଛନ୍ତି ଯେ, “ଓଡ଼ିଶା ବିଜେପିକୁ ମୁଁ ଆହ୍ଵାନ କରୁଛି, ରାଜ୍ୟବାସୀ ଆପଣଙ୍କୁ ୮ଜଣ ସାଂସଦ ଦେଇଛନ୍ତି। ୩ଜଣ କେନ୍ଦ୍ରମନ୍ତ୍ରୀ ବି ଅଛନ୍ତି। ତେଣୁ ରାଜ୍ୟବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି ପାଳନ କରନ୍ତୁ। ମାଟି ପାଇଁ ପାର୍ଟି ଆଗରେ ମୁଣ୍ଡ ନ ନୁଆଁଇ ଓଡ଼ିଶାର ହକ୍ ପାଇଁ ଲଢ଼ନ୍ତୁ। ପ୍ରତିଶ୍ରୁତି ଦେଇ ଧୋକା ଦେଲେ, ଓଡ଼ିଶାବାସୀ କେବେ କ୍ଷମା ଦେବେ ନାହିଁ।”

ପ୍ରଣବ ପ୍ରକାଶ ଏକ ସିରିଜ ଟୁଇଟ କରି ଉଲ୍ଲେଖ କରିଛନ୍ତି ଯେ, ଓଡିଶାକୁ ସ୍ବତନ୍ତ୍ର ରାଜ୍ୟ ପ୍ୟାହା ପାଇଁ ବିଜେଡି ତାହାର ସଂଗ୍ରାମ ଜାରୀ ରଖିବ। ସେ ଟୁଇଟରେ କହିଛନ୍ତି “କେନ୍ଦ୍ର ସରକାର ଭଲ ଭାବେ ଜାଣନ୍ତି-ବାତ୍ୟା, ବନ୍ୟା, ମରୁଡ଼ି ଭଳି ପ୍ରାକୃତ୍ରିକ ବିପର୍ଯ୍ୟୟ ଓଡ଼ିଶାର ଚିରସହଚର ସାଜିଥିବାରୁ ସବୁବର୍ଷ ଓଡ଼ିଶାବାସୀ ପ୍ରଭୂତ କ୍ଷତି ସହି ଆସୁଛନ୍ତି। ସେ ଦୃଷ୍ଟିରୁ ସ୍ଵତନ୍ତ୍ର ରାଜ୍ୟ ମାନ୍ୟତା ପାଇବା ଆମର ହକ୍। ଏଥିପାଇଁ ବିଜେଡି ଯେଉଁ ସଂଗ୍ରାମ ଜାରି ରଖିଛି, ଆଗାମୀଦିନରେ ତାକୁ ଆହୁରି ଶାଣିତ କରିବ।”

ଏହାକୁ ନେଇ ବର୍ତ୍ତମାନ ରାଜ୍ୟ ରାଜନୀତି ବେଶ ସରଗରମ ହୋଇଯାଇଛି।

ପ୍ରଣବ ପ୍ରକାଶ ଦାସ ବିଜେଡି ବିଜେପି ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ
Share. Facebook Twitter LinkedIn Email WhatsApp Copy Link

Related Posts

ମମତା ବାନାର୍ଜୀଙ୍କୁ ନିଜ ଆସନ ଯାଚିଲେ ହୁମାୟୁନ୍: କହିଲେ, ଟିଏମସି ର ପରିସ୍ଥିତି ଦେଖି କଷ୍ଟ ହେଉଛି

June 5, 2026

କୁଏତ ବିମାନବନ୍ଦର ଆକ୍ରମଣରେ ଜଣେ ଭାରତୀୟଙ୍କ ମୃତ୍ୟୁ; ଆହତ ୧୩ ଜଣଙ୍କୁ ସହାୟତା ପ୍ରଦାନ

June 5, 2026

ଉତ୍ତର ପୂର୍ବ ପରିଷଦର ୭୩ତମ ପୂର୍ଣ୍ଣାଙ୍ଗ ବୈଠକର ଅଧ୍ୟକ୍ଷତା କଲେ ଅମିତ ଶାହ

June 5, 2026

ଇଭି ଭଡା ଦେୟ ଧାର୍ଯ୍ୟ କଲେ ସରକାର

June 4, 2026
Latest News

ଟି-୨୦ ଦଳର କିଏ ହେବ ପରବର୍ତ୍ତୀ ଅଧିନାୟକ?: ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବ ବିସିସିଆଇ ର ଏହି ନିଷ୍ପତ୍ତି

June 5, 2026

ମମତା ବାନାର୍ଜୀଙ୍କୁ ନିଜ ଆସନ ଯାଚିଲେ ହୁମାୟୁନ୍: କହିଲେ, ଟିଏମସି ର ପରିସ୍ଥିତି ଦେଖି କଷ୍ଟ ହେଉଛି

June 5, 2026

ସାଇଲେଣ୍ଟ କିଲର କିଡନୀ ରୋଗ: ଡେରି ହେବା ପୂର୍ବରୁ ଜାଣନ୍ତୁ ଏହାର ଲକ୍ଷଣ

June 5, 2026

ଭାରତରେ ଲିଭରପୁଲ୍ ବିଶ୍ୱବିଦ୍ୟାଳୟର କ୍ୟାମ୍ପସ ପ୍ରତିଷ୍ଠା ନେଇ ମଞ୍ଜୁରୀ ପତ୍ର ପ୍ରଦାନ

June 5, 2026

କୁଏତ ବିମାନବନ୍ଦର ଆକ୍ରମଣରେ ଜଣେ ଭାରତୀୟଙ୍କ ମୃତ୍ୟୁ; ଆହତ ୧୩ ଜଣଙ୍କୁ ସହାୟତା ପ୍ରଦାନ

June 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.