ବିବିସି ଆଇଟି ସର୍ଭେ ପ୍ରସଙ୍ଗ ଉଠାଇଲେ ବ୍ରିଟେନର ବୈଦେଶିକ ମନ୍ତ୍ରୀ: କଡା ଜବାବ ଦେଲେ ଏସ ଜୟଶଙ୍କର

Published: Mar 1, 2023, 6:58 pm IST

ନୂଆଦିଲ୍ଲୀ: ଆଜି ବ୍ରିଟେନର ବୈଦେଶିକ ମନ୍ତ୍ରୀ ଜେମ୍ସ କ୍ଲେଭର୍ଲି ସହ ଏସ୍ ଜୟଶଙ୍କରଙ୍କ ଏକ ବୈଠକ ହୋଇଛି। ସୂଚନାନୁସାରେ, ଏହି ସମୟରେ ବ୍ରିଟେନର ବୈଦେଶିକ ମନ୍ତ୍ରୀ ବିବିସି କାର୍ଯ୍ୟାଳୟରେ ଆୟକର ସର୍ଭେ ପ୍ରସଙ୍ଗ ଉଠାଇଥିଲେ। ଏହା ଉପରେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ସ୍ପଷ୍ଟ ଭାବେ କହିଛନ୍ତି ଯେ, ଆମେ ଆଇନ ଅନୁଯାୟୀ କାର୍ଯ୍ୟ କରିଛୁ। ଭାରତରେ କାର୍ଯ୍ୟ କରୁଥିବା ସମସ୍ତ ସଂସ୍ଥା ଏଠାରେ ଥିବା ନିୟମକୁ ସମ୍ପୂର୍ଣ୍ଣ ରୂପେ ଅନୁସରଣ କରିବା ଉଚିତ୍।

ମାର୍ଚ୍ଚ ୧ ଏବଂ ୨ ତାରିଖରେ ଜି-୨୦ ବୈଦେଶିକ ମନ୍ତ୍ରୀଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଯୋଗଦେବା ପାଇଁ ଜେମ୍ସ କ୍ଲେଭର୍ଲି ଭାରତରେ ଅଛନ୍ତି। ଜୟଶଙ୍କର ଏବଂ ଜେମ୍ସ କ୍ଲେଭର୍ଲିଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ଦ୍ୱିପାକ୍ଷିକ ଯୋଗଦାନକୁ ବିସ୍ତାର କରିବାର ଉପାୟ ସମେତ ବିଭିନ୍ନ ପ୍ରସଙ୍ଗରେ ଦ୍ୱିପାକ୍ଷିକ ଆଲୋଚନା ହୋଇଥିଲା।

Related posts