Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ନିର୍ବାଚନ ଫଳାଫଳ: ତ୍ରିପୁରା-ନାଗାଲାଣ୍ଡରେ ସ୍ପଷ୍ଟ ହେଉଛି ଚିତ୍ର, ମେଘାଳୟରେ ସରକାର ଗଠନ ଉପରେ ସସ୍ପେନ୍ସ
ବିଶେଷ ଖବର

ନିର୍ବାଚନ ଫଳାଫଳ: ତ୍ରିପୁରା-ନାଗାଲାଣ୍ଡରେ ସ୍ପଷ୍ଟ ହେଉଛି ଚିତ୍ର, ମେଘାଳୟରେ ସରକାର ଗଠନ ଉପରେ ସସ୍ପେନ୍ସ

March 2, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ମେଘାଳୟ, ନାଗାଲାଣ୍ଡ ଏବଂ ତ୍ରିପୁରାର ଫଳାଫଳ ପ୍ରାୟ ସ୍ପଷ୍ଟ ହୋଇଛି। ତ୍ରିପୁରା ଏବଂ ନାଗାଲାଣ୍ଡରେ ବିଜେପି ଭଲ ପ୍ରଦର୍ଶନ କରିଛି। ଏହା ଉପରେ କେନ୍ଦ୍ର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଛନ୍ତି ଯେ, ଲୋକଙ୍କ ବିଶ୍ୱାସ ଏବଂ ଆଶୀର୍ବାଦ ଆମର ତ୍ରିମୂର୍ତ୍ତି ସହିତ ଅଛି ଏବଂ ନିର୍ବାଚନ ଫଳାଫଳରେ ଏହା ସ୍ପଷ୍ଟ ଦେଖାଯାଉଛି।

ମେଘାଳୟ:

ମେଘାଳୟରେ ବିଜେପି ସଂଖ୍ୟାଗରିଷ୍ଠତାଠାରୁ ବହୁ ଦୂରରେ। NPP ଏଠାରେ ଏକକ ବୃହତ ଦଳ ଭାବରେ ଉଭା ହୋଇଛି। ତଥାପି NPP ମଧ୍ୟ ସଂଖ୍ୟାଗରିଷ୍ଠତା ଠାରୁ ଦୂରରେ ଅଛି। ଏଭଳି ପରିସ୍ଥିତିରେ ଏନପିପି ବିଜେପି ସହିତ ମେଘାଳୟରେ ସରକାର ଗଠନ କରିପାରିବ ବୋଲି କଳ୍ପନାଜଳ୍ପନା କରାଯାଉଛି। ଗତ ନିର୍ବାଚନରେ ​​ମଧ୍ୟ ରାଜ୍ୟରେ ବିଜେପି-ଏନପିପି ମିଳିତ ସରକାର ଥିଲା। NPP ୨୫ ଟି ଆସନରେ ଅଗ୍ରଣୀ ଥିବା ବେଳେ ଟିଏମସିକୁ ୫ ଟି ଆସନ, ବିଜେପିକୁ ୩ ଟି ଆସନ ଏବଂ ଅନ୍ୟ ଦଳ ୨୫ ଟି ଆସନରେ ଆଗୁଆ ଅଛନ୍ତି।

ନାଗାଲାଣ୍ଡ:

ନାଗାଲାଣ୍ଡରେ ମଧ୍ୟ ବିଜେପି ମିଳିତ ମେଣ୍ଟ ବହୁମତ ହାସଲ କରିଛି। ଏନଡିଏ ସରକାର ରାଜ୍ୟକୁ ପୁଣି ଫେରି ଆସୁଛି। କଂଗ୍ରେସ ଏଠାରେ ଖାତା ଖୋଲି ନାହିଁ। ତେବେ ବିଜେପି ମେଣ୍ଟ ୩୮ ଟି ଆସନରେ ଅଗ୍ରଣୀ ଥିବା ବେଳେ, ଏନପିଏଫ କୁ ୧, କଂଗ୍ରେସ କୁ ୦ ଏବଂ ଅନ୍ୟମାନେ ୨୧ ଟି ଆସନରେ ଆଗୁଆ ଅଛନ୍ତି।

ତ୍ରିପୁରା:

ଉତ୍ତର-ପୂର୍ବ ରାଜ୍ୟ ତ୍ରିପୁରାରେ ନିର୍ବାଚନ ଚିତ୍ର ବହୁ ପରିମାଣରେ ସ୍ପଷ୍ଟ ହେବାରେ ଲାଗିଛି। ୬୦ ଟି ବିଧାନସଭା ଆସନ ସହ ରାଜ୍ୟର ୩୪ ଟି ଆସନରେ ବିଜେପି ମିଳିତ ମେଣ୍ଟ ଆଗୁଆ ରହିଛି। ଅନ୍ୟପକ୍ଷରେ ବାମପନ୍ଥୀ ଦଳ ୧୪ଟି ଆସନ ଏବଂ ୧୨ ଟି ଆସନରେ ଟିଏମପି ଆଗରେ ରହିଛି।

ତ୍ରିପୁରା ନାଗାଲାଣ୍ଡ ନିର୍ବାଚନ ଫଳାଫଳ ମେଘାଳୟ
Share. Facebook Twitter LinkedIn Email WhatsApp Copy Link

Related Posts

ଖୋର୍ଦ୍ଧା ରୋଡ୍ ଡିଭିଜନରେ ଆଧୁନିକୀକରଣ କାର୍ଯ୍ୟ ଯୋଗୁଁ ବାତିଲ ହେଲା ଏହି ଟ୍ରେନ୍

August 26, 2026

ଏସୀୟ କ୍ରୀଡ଼ା ପାଇଁ କ୍ରିକେଟ୍ ସୂଚୀ ଜାରି: ଜାଣନ୍ତୁ କେବେ ଖେଳିବ ଟିମ୍ ଇଣ୍ଡିଆ?

August 26, 2026

LAC ପ୍ରସଙ୍ଗରେ ଚୀନକୁ ଜବାବ ଦେଲେ ଡୋଭାଲ!: ଜାଣନ୍ତୁ କ’ଣ ହେଲା ଆଲୋଚନା?

August 26, 2026

ଦେଶବ୍ୟାପୀ ଋତୁକାଳୀନ ଇନ୍‌ଫ୍ଲୁଏଞ୍ଜା ସ୍ଥିତି ଉପରେ କେନ୍ଦ୍ର ସରକାରଙ୍କ କଡ଼ା ନଜର

August 26, 2026
Latest News

ଆଜି ଅଗଷ୍ଟ ୨୭ରେ ଏହି ସାତୋଟି ରାଶିର ବ୍ୟକ୍ତିଙ୍କ ବଢିବ ଧନ, ଜାଣନ୍ତୁ ରାଶିଫଳ

August 27, 2026

ଭଉଣୀଙ୍କ ପାଇଁ ରାକ୍ଷୀ ଉପହାର: ରକ୍ଷାବନ୍ଧନରେ ମାଗଣା ‘ଆମ ବସ୍’ ସେବା

August 27, 2026

ନଭେମ୍ବର ୨୪ରୁ ବାଲିଯାତ୍ରା: ମହାନଦୀରେ ଜଳକ୍ରୀଡ଼ା ହେବ ମୁଖ୍ୟ ଆକର୍ଷଣ

August 27, 2026

କ୍ୟାଶ୍‌ଲେସ୍‌ ଚିକିତ୍ସାରେ କ୍ୟାଶ୍‌ର ଖେଳ! ଆୟୁଷ୍ମାନ ହିତାଧିକାରୀଙ୍କୁ ଟାର୍ଗେଟ୍‌ କରୁଛନ୍ତି ଘରୋଇ ହସ୍ପିଟାଲ?

August 26, 2026

ଧର୍ମପରାୟଣ ସମାଜସେବୀ ମହିଳାଙ୍କ ପରଲୋକ

August 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.