ବିଶ୍ୱ ବନ୍ୟପ୍ରାଣୀ ଦିବସ ପାଳିତ

Published: Mar 4, 2023, 8:07 pm IST

କନ୍ଦର୍ପ ବେହେରା
ରେଢାଖୋଲ: ଖଳାଶୁଣି ବନ୍ୟପ୍ରାଣୀ ଅଭୟାରଣ୍ୟ ତରଫରୁ ବିଶ୍ୱ ବନ୍ୟପ୍ରାଣୀ ଦିବସ ପାଳିତ ହୋଇଯାଇଛି। କିସିଣ୍ଡା ରେଞ୍ଜ୍ ଖଳାଶୁଣି ବନ୍ୟପ୍ରାଣୀ ଅଭୟାରଣ୍ୟ ପକ୍ଷରୁ ଜେମାଜୁରି , କୁଲିହାନାଳି ଏବଂ ରଙ୍ଗିଆଟିକ୍ରା ଆଦି ଗ୍ରାମରେ ବନ୍ୟପ୍ରାଣୀ ସୁରକ୍ଷା ନିମନ୍ତେ ଏହି ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

ଗ୍ରାମର ସଚେତନ ନାଗରିକମାନେ ବନ୍ୟଜନ୍ତୁ ସୁରକ୍ଷା ସଂପର୍କରେ ଏକ ସଚେତନତା ସ୍ଲୋଗାନ୍ ଦେଇ ଗ୍ରାମ୍ୟ ପରିକ୍ରମା କରିଥିଲେ। ବନବିଭାଗର ରେଞ୍ଜ୍ ଅଧିକାରୀ ରବୀନ୍ କିସ୍‌କୋ, ଫରେଷ୍ଟର ଅନୁରାଧା ଖର୍ସେଲ୍, ଫରେଷ୍ଟର ଭୁବନେଶ୍ୱର ପାଣି ତଥା ବନବିଭାଗର ଅନ୍ୟ କର୍ମଚାରୀମାନେ ଆଲୋଚନା କରିଥିଲେ।

Related posts