Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଚର୍ଚ୍ଚାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଧଳା ଟିସାର୍ଟ ଓ ଟ୍ରାଉଜର ପିନ୍ଧା ଫଟୋ
ବିଶେଷ ଖବର

ଚର୍ଚ୍ଚାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଧଳା ଟିସାର୍ଟ ଓ ଟ୍ରାଉଜର ପିନ୍ଧା ଫଟୋ

March 25, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
Naveen1
ଚର୍ଚ୍ଚାରେ ଧଳା ଟିସାର୍ଟ ଟ୍ରାଉଜର ପିନ୍ଧା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫଟୋ

ଭୁବନେଶ୍ବର: ମଝିରେ ମଝିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଭିନ୍ନ ଲୁକ୍ ରେ ଦେଖା ଦେଇଥାନ୍ତି। କେତେବେଳେ କଳା ଟିସାର୍ଟକୁ କଳା ପାଇଜାମା, ପୁଣି କେତେବେଳେ ଧୋତି ସହିତ ଧଳା ଗଂଜି। ଏବେ ଆଉ ଏକ ନୂଆ ଫଟୋ ସାମନାକୁ ଆସିଛି। ତାହା ହେଲା ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଧଳା ଟିସାର୍ଟ ସହିତ ଧଳା ଟ୍ରାଉଜର ପିନ୍ଧି ବିଧାୟକଙ୍କ ସହିତ ଆଲୋଚନା କରୁଛନ୍ତି।

ଏହି ଫଟୋଟି ହେଉଛି ଗତକାଲି ରାତିର। ନବୀନ ନିବାସରେ ବିଜେଡି ବିଧାୟକଙ୍କ ସହିତ ନବୀନ ପଟ୍ଟନାୟକ ତାଙ୍କ ଲବିରେ ଆଲୋଚନା କରୁଛନ୍ତି। ଏହି ଆଲୋଚନାରେ ଅଛନ୍ତି ବିଧାୟକ ଅରୁଣ ସାହୁ, ଅତନୁ ସବ୍ୟସାଚୀ ନାୟକ, କ୍ୟାପେଟନ ଦିବ୍ୟଶଙ୍କର ମିଶ୍ର, ରାଜେନ୍ଦ୍ର ସାହୁ, ପ୍ରଶାନ୍ତ ମୁଦୁଲି ଏବଂ ଉମାକାନ୍ତ ସାମନ୍ତରାୟ ପ୍ରମୁଖ। ଏଥିସହିତ ପାଖରେ ଅଛନ୍ତି 5ଟି ସଚିବ ଭି କେ ପାଣ୍ଡିଆନ। ସମସ୍ତେ ଛିଡା ହୋଇ ବିଭିନ୍ନ ପ୍ରସଂଗ ଆଲୋଚନାରେ ମଗ୍ନ ଅଛନ୍ତି।

ବିଧାୟକଙ୍କ ସହିତ ଏହି ଆଲୋଚନା ପୁରା ଖୁସି ମିଜାଜରେ ନବୀନ କରୁଛନ୍ତି। ଏହି ଫଟୋଟି ନିଜ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଛନ୍ତି ବିଜେଡିର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ। ଏହାପରେ ଏହି ଫଟୋଟି ବିଭିନ୍ନ ସମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ମଧ୍ୟ ଲାଗିଛି।

ପ୍ରଣବ ପ୍ରକାଶ ତାଙ୍କ ଟୁଇଟରରେ ଫଟୋ ସହିତ ଏକ ଲେଖା ମଧ୍ୟ ପୋଷ୍ଟ କରିଛନ୍ତି। ସେ ଲେଖିଛନ୍ତି ଯେ,” ଲୋକଙ୍କ ସେବାରେ ସର୍ବଦା ତତ୍ପର, ଦିନ ହେଉ ଅବା ରାତି, ସେ ଓଡ଼ିଶାବାସୀଙ୍କ ପାଇଁ ସର୍ବଦା ସମର୍ପିତ। ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ, ଆମ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ।”

ସବୁବେଳେ ଧଳା ପଂଜାବୀ ଟ୍ରାଉଜର ପିନ୍ଧୁଥିବା ନବୀନ, ଯେତେବେଳେ ଭିନ୍ନ ପୋଷାକରେ ଆସନ୍ତି ସେତେବେଳେ ତାହା ଚର୍ଚ୍ଚାର ପରିସରକୁ ଆସିଥାଏ। ପୂର୍ବରୁ ସେ କଳା ଟିସାର୍ଟ ଏବଂ କଳା ଟ୍ରାଉଜର ପିନ୍ଧି ମର୍ଣ୍ଣି ୱାକ କରୁଥିବାର ପରିଲକ୍ଷିତ ହୋଇଥିଲା। ଏପରିକି ସେ ଜିମରେ ବ୍ୟାୟମ କରୁଥିବାର ମଧ୍ୟ ଦେଖାଯାଇଥିଲା। ଯାହା ସେତେବେଳେ ଚର୍ଚ୍ଚାର ପରିସରକୁ ମଧ୍ୟ ଆସିଥିଲା। ଏବେ ପୁରା ଘରୋଇ ପୋଷାକରେ ବିଧାୟକଙ୍କ ସହିତ ଆଲୋଚନା କରିବା ଫଟୋଟି ସେହିପରି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।

ନବୀନ ପଟ୍ଟନାୟକ
Share. Facebook Twitter LinkedIn Email WhatsApp Copy Link

Related Posts

ଓଡ଼ିଶାରେ ବୃଦ୍ଧି ପାଇବ ପୁଞ୍ଜିନିବେଶ: ୩୭ଟି ପ୍ରକଳ୍ପକୁ ମିଳିଲା ଇଡ୍‌କୋର ଜମି ମଞ୍ଜୁରୀ

September 4, 2026

ଆଇନ ଛାତ୍ରଙ୍କ ଆଚରଣ ନିୟନ୍ତ୍ରଣ କରିବା କ୍ଷମତା BCIର ନାହିଁ: ସୁପ୍ରିମକୋର୍ଟ

September 4, 2026

‘ଶୂନ୍ ମୃତ୍ୟୁ ସପ୍ତାହ’ ଆରମ୍ଭ; ଜୀବନ ବଞ୍ଚାଇଲେ ମିଳିବ ‘ରାହାବାର’ ଓ ‘ଗୁଡ୍ ସମାରିଟାନ୍’ ପୁରସ୍କାର

September 4, 2026

ଜନ୍ମାଷ୍ଟମୀରେ ମା’ ଭଗବତୀଙ୍କ ଧରାବତରଣ: ଶାରଦୀୟ ପର୍ବ ପାଇଁ ପୂର୍ବପ୍ରସ୍ତୁତି

September 4, 2026
Latest News

ଜିମ୍‌ରେ ଝାଳ, ହୃଦୟରେ ବିପଦ? ICMR ଅଧ୍ୟୟନରେ ଖୋଲିଲା ବିପଦର ରହସ୍ୟ

September 4, 2026

ତୀର୍ଥରୁ ସମୁଦ୍ରତଟ, ସଂସ୍କୃତିରୁ ଆଧ୍ୟାତ୍ମିକତା: ରେଳପଥରେ ଦକ୍ଷିଣ ଭାରତ ଯାତ୍ରା

September 4, 2026

ଓଡ଼ିଶାରେ ବୃଦ୍ଧି ପାଇବ ପୁଞ୍ଜିନିବେଶ: ୩୭ଟି ପ୍ରକଳ୍ପକୁ ମିଳିଲା ଇଡ୍‌କୋର ଜମି ମଞ୍ଜୁରୀ

September 4, 2026

ଆଘାତ ନଥାଇ ହଠାତ୍ ଗୋଡ଼ରେ ଯନ୍ତ୍ରଣା ହେଉଛି କି ! ଶରୀରର ଏହି ‘ସିଗନାଲ୍‌’କୁ ବୁଝନ୍ତୁ

September 4, 2026

ଆଇନ ଛାତ୍ରଙ୍କ ଆଚରଣ ନିୟନ୍ତ୍ରଣ କରିବା କ୍ଷମତା BCIର ନାହିଁ: ସୁପ୍ରିମକୋର୍ଟ

September 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.