Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ନିର୍ଦ୍ଧାରିତ ସମୟ ମଧ୍ୟରେ ଯୋଜନା କାର୍ଯ୍ୟକାରୀ କରିବା ପାଇଁ କୃଷି ମନ୍ତ୍ରୀ ଶ୍ରୀ ସ୍ୱାଇଁଙ୍କ ନିର୍ଦ୍ଦେଶ
ବିଶେଷ ଖବର

ନିର୍ଦ୍ଧାରିତ ସମୟ ମଧ୍ୟରେ ଯୋଜନା କାର୍ଯ୍ୟକାରୀ କରିବା ପାଇଁ କୃଷି ମନ୍ତ୍ରୀ ଶ୍ରୀ ସ୍ୱାଇଁଙ୍କ ନିର୍ଦ୍ଦେଶ

April 18, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ରାଜ୍ୟର ଜନଜାତି ଅଧ୍ୟୁଷିତ ଜିଲ୍ଲାରେ ନୂତନ କୃଷି ଉଦ୍ୟୋଗୀ ସୃଷ୍ଟି କରିବା ଲକ୍ଷ୍ୟରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଆରମ୍ଭ କରାଯାଇଥିବା କୃଷି ଉଦ୍ୟୋଗୀ ପ୍ରୋତ୍ସାହନ ଯୋଜନା (ଏଇପିଏସ୍‌)ର ସଫଳ ରୂପାୟନ ନିମନ୍ତେ ଅଧିକାରୀମାନେ ଅଧିକ ତତ୍ପରତା ପ୍ରକାଶ କରିବା ପାଇଁ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏ ଦିଗରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏବଂ ମତ୍ସ୍ୟ ଓ ପ୍ରାଣୀସଂପଦ ବିଭାଗର ଅଧିକାରୀମାନେ ପ୍ରତି ମାସରେ ସମନ୍ୱୟ ବୈଠକ କରି ବିଭାଗ ପକ୍ଷରୁ ଜାରି କରାଯାଇଥିବା ମାର୍ଗଦର୍ଶିକା ଅନୁଯାୟୀ ହିତାଧିକାରୀ ଚୟନ ଓ ପ୍ରଶିକ୍ଷଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି।

ଆଜି କୃଷି ଭବନଠାରେ ଆୟୋଜିତ ବୈଠକରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଯୋଜନାର ଅଗ୍ରଗତି ସଂପର୍କରେ ସମୀକ୍ଷା କରିବା ଅବସରରେ ସହଯୋଗୀ ସେ୍ୱଚ୍ଛାସେବୀ ଅନୁଷ୍ଠାନଗୁଡ଼ିକୁ ହିତାଧିକାରୀମାନଙ୍କ ପ୍ରଶିକ୍ଷଣ କାର୍ଯ୍ୟ ନିମନ୍ତେ ଏକ କ୍ୟାଲେଣ୍ଡର ପ୍ରସ୍ତୁତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ଯେପରି ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଯୋଜନା କାର୍ଯ୍ୟକାରୀ ହୋଇପାରିବ। କୃଷି ଉଦ୍ୟୋଗୀ ପ୍ରୋତ୍ସାହନ ଯୋଜନାରେ ରାଜ୍ୟର ୧୨ଟି ଜନଜାତି ଅଧ୍ୟୁଷିତ ଜିଲ୍ଲାର ୪୦ଟି ବ୍ଲକ୍‌ରେ ଏକ ହଜାର ନୂତନ କୃଷି ଉଦ୍ୟୋଗୀ ସୃଷ୍ଟି କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଚିହ୍ନଟ କରାଯାଇଥିବା ହିତାଧିକାରୀମାନଙ୍କୁ ବିଭିନ୍ନ ଯୋଜନାରେ କୃଷିକ୍ଷେତ୍ରରେ ବିଭିନ୍ନ ଉଦ୍ୟୋଗ ପ୍ରତିଷ୍ଠା, ବିହନ ଉତ୍ପାଦନ, କଷ୍ଟମ ହାୟାରିଂ କେନ୍ଦ୍ର ପ୍ରତିଷ୍ଠା ମାଧ୍ୟମରେ କୃଷି ଯନ୍ତ୍ରପାତି ଭଡ଼ାରେ ଦେବା ଏବଂ ଛେଳି ଓ କୁକୁଡ଼ା ପାଳନ, ମାଛ ଜାଅଁଳ ଉତ୍ପାଦନ ଆଦି କାର୍ଯ୍ୟକ୍ରମ କରିବା ପାଇଁ ଆବଶ୍ୟକ ପ୍ରଶିକ୍ଷଣ ପ୍ରଦାନ ସହିତ ବିକି୍ରବଟାର ସୁବିଧା ଏବଂ ବିଭିନ୍ନ ଅର୍ଥଲଗାଣ ସଂସ୍ଥା ମାଧ୍ୟମରେ ଋଣ ପ୍ରଦାନ ଆଦିର ବ୍ୟବସ୍ଥା କରାଯାଉଛି।

ପ୍ରଶିକ୍ଷଣ ପରେ ହିତାଧିକାରୀମାନଙ୍କୁ କୃଷି ଉଦ୍ୟୋଗ ପ୍ରତିଷ୍ଠା ନିମନ୍ତେ ବିଭାଗ ପକ୍ଷରୁ ଏକ ବର୍ଷ ପର୍ଯ୍ୟନ୍ତ ଇନ୍‌କୁ୍ୟବେସନ୍‌ ସହାୟତା ଯୋଗାଇ ଦିଆଯାଉଛି। ସଂପ୍ରତି ଏହି ଯୋଜନା ରାଜ୍ୟର କୋରାପୁଟ, ରାୟଗଡ଼ା, ନୂଆପଡ଼ା, କଳାହାଣ୍ଡି, ବଲାଙ୍ଗିର, ସମ୍ବଲପୁର, ବୌଦ୍ଧ, ଝାରସୁଗୁଡ଼ା, କନ୍ଧମାଳ ଓ ଢେଙ୍କାନାଳ, କନ୍ଧମାଳ ଓ ମୟୂରଭଞ୍ଜ ଜିଲ୍ଲାରେ କାର୍ଯ୍ୟକାରୀ କରାଯାଉଛି। ଯୋଜନାର ସଫଳ ରୂପାୟନ ଫଳରେ ରାଜ୍ୟର ଗ୍ରାମୀଣ ଅର୍ଥନୀତିରେ ବିକାଶ ଘଟିବା ସହିତ ରାଜ୍ୟର କୃଷି କ୍ଷେତ୍ରରେ ଏକ ଔଦ୍ୟୋଗିକ ବାତାବରଣ ସୃଷ୍ଟି ହୋଇପାରିବ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି।

ବୈଠକରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ସୁରେଶ କୁମାର ବଶିଷ୍ଠ, କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଶ୍ରୀ ପ୍ରେମଚନ୍ଦ୍ର ଚୌଧାରୀ, ଉଦ୍ୟାନ କୃଷି ନିର୍ଦ୍ଦେଶକ ରୋହିତ କୁମାର ଲେଙ୍କା, ମତ୍ସ୍ୟ ନିର୍ଦ୍ଦେଶକ ସ୍ମୃତି ରଞ୍ଜନ ପ୍ରଧାନଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀ ଓ ସ୍ଵେଚ୍ଛାସେବୀ ଅନୁଷ୍ଠାନ, ‘ପ୍ରଦାନ’ ଓ ‘ୱାସାନ୍‌’ର କମକର୍ତ୍ତାମାନେ ଯୋଗଦେଇଥିବାବେଳେ ଭିଡ଼ିଓ କନ୍‌ଫରେନ୍ସିଂ ମାଧ୍ୟମରେ ୧୨ଟି ଜିଲ୍ଲାର କୃଷି ଓ ଆନୁଷଙ୍ଗିକ କୃଷି କ୍ଷେତ୍ରର ଜିଲ୍ଲା ଓ ବ୍ଳକ୍‌ସ୍ତରୀୟ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ।

ରଣେନ୍ଦ୍ର ପ୍ରତାପ ସ୍ୱାଇଁ
Share. Facebook Twitter LinkedIn Email WhatsApp Copy Link

Related Posts

ରାମ ମନ୍ଦିରରେ ଦାନ ଚୋରି ମାମଲା: ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ଏହି କାର୍ଯ୍ୟକୁ ପ୍ରଶଂସା କଲେ ଶଙ୍କରାଚାର୍ଯ୍ୟ

June 22, 2026

ପୁଣି କଂଗ୍ରେସର ମତଠାରୁ ଭିନ୍ନ!: ଜମ୍ମୁ କାଶ୍ମୀର ସମ୍ପର୍କରେ ବଡ଼ ବିବୃତ୍ତି ଦେଲେ ଶଶି ଥରୁର

June 22, 2026

ଦୁର୍ଘଟଣାଗ୍ରସ୍ତ ଓଡ଼ିଆ ଶ୍ରମିକ ମାନଙ୍କ ସହାୟତା ପାଇଁ ୩ ବରିଷ୍ଠ ଅଧିକାରୀଙ୍କ ତାମିଲନାଡୁ ଗସ୍ତ

June 21, 2026

ରାମ ମନ୍ଦିର ଦାନ ଚୋରି ମାମଲାରେ VHP କ୍ଷୁବ୍ଧ: ସରକାରଙ୍କ ନିକଟରେ କଲା ବଡ଼ ଦାବି

June 21, 2026
Latest News

ବର୍ଷା ଆସିଲେ କାହିଁକି କେଶ ବେଶି ଝଡେ ? ଏହି ୫ଟି ସରଳ ଅଭ୍ୟାସ ରଖିବ ଆପଣଙ୍କ କେଶକୁ ସୁସ୍ଥ

June 22, 2026

ରାମ ମନ୍ଦିରରେ ଦାନ ଚୋରି ମାମଲା: ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ଏହି କାର୍ଯ୍ୟକୁ ପ୍ରଶଂସା କଲେ ଶଙ୍କରାଚାର୍ଯ୍ୟ

June 22, 2026

ଟ୍ରେଣ୍ଡସ ରଜ ଫ୍ୟାସନ ଆଇକନ ଗ୍ରାଣ୍ଡ ଫିନାଲେ: ବିଜେତାମାନେ ପିନ୍ଧିଲେ ମୁକୁଟ

June 22, 2026

ଉନବିଂଶତମ ମୁମ୍ବାଇ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ଉଦଯାପିତ

June 22, 2026

ପୁଣି କଂଗ୍ରେସର ମତଠାରୁ ଭିନ୍ନ!: ଜମ୍ମୁ କାଶ୍ମୀର ସମ୍ପର୍କରେ ବଡ଼ ବିବୃତ୍ତି ଦେଲେ ଶଶି ଥରୁର

June 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.