Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଣପୁର: ଆତ୍ମା ତରଫରୁ ଅକ୍ଷୟ ତୃତୀୟା ଓ କୃଷକ ଦିବସ ପାଳନ
ଆଞ୍ଚଳିକ

ବାଣପୁର: ଆତ୍ମା ତରଫରୁ ଅକ୍ଷୟ ତୃତୀୟା ଓ କୃଷକ ଦିବସ ପାଳନ

April 23, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ
ବାଣପୁର: ଆଜି ପବିତ୍ର ଅକ୍ଷୟ ତୃତୀୟା ବାଣପୁର ଅଞ୍ଚଳର ଘରେ ଘରେ ପାଳିତ ହୋଇଛି। ଚଷାପୁଅ ନିଜ ବିଲରେ ଅକ୍ଷି ମୁଠି ଅନୁକୂଳ କରି ଚାଷ କାର୍ଯ୍ୟ ଆରମ୍ଭ କରିଛି।

ଏହି ପରିପ୍ରେକ୍ଷୀରେ ବାଣପୁର ବ୍ଲକର ଆତ୍ମା ତରଫରୁ ପବିତ୍ର ଅକ୍ଷୟ ତୃତୀୟା ଓ କୃଷକ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଆତ୍ମାର ଅଧ୍ୟକ୍ଷ ଜଗତ ବଲ୍ଲଭ ମହାରଥାଙ୍କ ସଭାପତିତ୍ୱରେ ଉକ୍ତ କାର୍ଯ୍ୟକ୍ରମ ସମ୍ପାଦନ ହୋଇଛି।

ପ୍ରଥମେ ବାଣପୁର ଅଂଚଳର ବାଲିପଦର ଗ୍ରାମ ନିକଟସ୍ଥ ଲୋକନାଥଙ୍କ ମନ୍ଦିରରେ ପୂଜା ଅର୍ଚ୍ଚନା ଓ ସଙ୍କୀର୍ତ୍ତନ କରି କୃଷକ ମାନେ ହଳଧରି ଆସି ଗାୟତ୍ରୀ ମନ୍ଦିର ନିକଟ ଏକ ଜମିରେ ଅକ୍ଷି ମୁଠି ଅନୁକୂଳ କରିଥିଲେ।

ଏହି କାର୍ଯ୍ୟକ୍ରମରେ ନାରାୟଣ ପାଲଟାସିଂ, ସୂର୍ଯ୍ୟକାନ୍ତ ସାମନ୍ତରାୟ, ରମେଶ ଚନ୍ଦ୍ର ପଣ୍ଡାଙ୍କ ସମେତ ଆଖପାଖ ଅଞ୍ଚଳରୁ ବହୁ କୃଷକ ସାମିଲ ହୋଇଥିଲେ। ଅକ୍ଷି ମୁଠି ଅନୁକୂଳ ପରେ ଗାୟତ୍ରୀ ମନ୍ଦିର ପରିସରରେ ସଭାପତି ମହାରଥାଙ୍କ ସଭାପତିତ୍ୱରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଉକ୍ତ ସଭାରେ କୃଷକ ମାନଙ୍କର ବଡ ପର୍ବ ଓ ଅକ୍ଷୟ ତୃତୀୟା ଉପରେ ଅତିଥିମାନେ ମତ ରଖିଥିଲେ।

ଉକ୍ତ ସଭାରେ ଖୋର୍ଦ୍ଧା ଜିଲ୍ଲା ଉପସଭାପତି ଗୋପୀନାଥ ମହାରଣା, ବିଧାୟକ ପ୍ରତିନିଧି ମନୋଜ ପ୍ରଧାନ, ସାଂସଦ ପ୍ରତିନିଧି ଯଦୁ ପ୍ରଧାନଙ୍କ ସମେତ କୃଷି ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ। କୃଷି ଅଧିକାରୀ ଅଜୟ କୁମାର କର ଏ ସମସ୍ତ କାର୍ଯ୍ୟକ୍ରମକୁ ସଂଚାଳନ କରି କୃଷକ ମାନଙ୍କ ଉଦେଶ୍ୟରେ ଚଳିତ ଖରିଫ ଋତୁରେ କୃଷି ବିଭାଗ ଓଡିଶା ତରଫରୁ ସମସ୍ତ ପ୍ରକାର ଧାନ ବିହନ ସୁଲଭ ମୂଲ୍ୟରେ କୃଷକ ମାନଙ୍କୁ ଯୋଗାଇବା ପାଇଁ ପ୍ରତିଶୃତି ଦେଇଥିଲେ।

ତେବେ ଉକ୍ତ କାର୍ଯ୍ୟକ୍ରମରେ ବାଣପୁର ବ୍ଲକର କୃଷକ ସାଥି ସୁରେଶ କୁମାର ନାୟକ, ନୀଳଦ୍ରୀ ଭୂଷଣ ମିଶ୍ର, ଜିତେନ୍ଦ୍ରିୟ ନାୟକ, ସୁଶାନ୍ତ ପ୍ରଧାନ, ଭୀଷ୍ମ ସ୍ଵାଇଁ ପ୍ରମୁଖ ଯୋଗ ଦେଇଥିଲେ।

ଅକ୍ଷୟ ତୃତୀୟା କୃଷକ ଦିବସ ବାଣପୁର
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର ସ୍ଥିତ ବରବରା ଜଙ୍ଗଲରୁ ନର କଙ୍କାଳ ଉଦ୍ଧାର: ହତ୍ୟା ସନ୍ଦେହ!

October 5, 2026

ରେଢ଼ାଖୋଲର ଜଙ୍ଗଲରେ ମିଳିଲା ପ୍ରାଚୀନ ଲୁହା ଶିଳ୍ପର ପ୍ରମାଣ, ଜିଏମ୍ ବିଶ୍ୱବିଦ୍ୟାଳୟର ଗବେଷକଙ୍କ ସର୍ବେକ୍ଷଣ

October 5, 2026

ଦୁଇ ମାନସିକ ଅସୁସ୍ଥଙ୍କୁ ଉଦ୍ଧାର କରି ଥଇଥାନ କଲେ ଯୁବ ସମାଜସେବୀ

October 5, 2026

ବାଲୁଗାଁ ଏଲ୍‌ଆଇସି ଶାଖାରେ ଲିଆଫି ୬୨ତମ ପ୍ରତିଷ୍ଠା ଦିବସ

October 3, 2026
Latest News

ଜିଲ୍ଲା ଏସ୍‌ପି ଓ ରେଞ୍ଜ ଆଇଜି/ଡିଆଇଜିଙ୍କ ସହ ଡିଜିପିଙ୍କ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

October 7, 2026

ସ୍ମୃତି ମନ୍ଧାନା ଭାରତୀୟ ମହିଳା କ୍ରିକେଟ୍ ଦଳର ନୂଆ ଅଧିନାୟିକା

October 7, 2026

Chintan Shivir: ଗୁଜରାଟ ଚିନ୍ତନ ଶିବିରର ଶେଷ ଦିବସରେ ଅଧ୍ୟକ୍ଷତା କଲେ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ

October 7, 2026

ଅନନ୍ତ ଅମ୍ବାନୀଙ୍କ “ଚାମ୍ପିଅନ୍ସ ଅଫ୍ କେୟାର୍” ଅଭିଯାନ, ପ୍ରତିବର୍ଷ ୨୦ ଲକ୍ଷ ପଶୁଙ୍କ ପାଖରେ ପହଞ୍ଚିବ ସହାୟତା

October 7, 2026

ଜିଏସଏମଏ ବୋର୍ଡ ସଦସ୍ୟଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା

October 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.