Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଏପ୍ରିଲ ୨୮ ରେ ୯୧ ଏଫ୍ଏମ୍ ଟ୍ରାନ୍ସମିଟର ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ 
ଆଜିର ଖବର

ଏପ୍ରିଲ ୨୮ ରେ ୯୧ ଏଫ୍ଏମ୍ ଟ୍ରାନ୍ସମିଟର ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ 

April 27, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଚଳିତମାସ ୨୮ତାରିଖ ଅର୍ଥାତ୍ ଆସନ୍ତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ୯୧ ଏଫ୍ଏମ୍ ରେଡିଓ ଟ୍ରାନ୍ସମିଟରକୁ ଉଦ୍ଘାଟନ କରିବେ। ଭିଡିଓ କନ୍ଫରେନ୍ସି ବ୍ୟବସ୍ଥାରେ ଏହି ଉଦ୍ଘାଟନ କାର୍ଯ୍ୟ ସମ୍ପାଦିତ ହେବ। ଉଦ୍ଘାଟିତ ହେବାକୁ ଥିବା ପ୍ରତ୍ୟେକ ଏଫଏମ୍ ଟ୍ରାନ୍ସମିଟରର କ୍ଷମତା ୧୦୦ଡବ୍ଲୁ। ଏସବୁ ଏଫ୍ଏମ୍ ଟ୍ରାନ୍ସମିଟର କାର୍ଯ୍ୟକ୍ଷମ ହେଲେ ଦେଶରେ ରେଡିଓ ଯୋଗାଯୋଗ ସୁବିଧା ବଢିବ।

ଭାରତ ସରକାର ଦେଶରେ ଏଫ୍ଏମ୍ ସଂଯୋଗ ବ୍ୟବସ୍ଥା ବୃଦ୍ଧି କରିବାକୁ ଅଙ୍ଗୀକାରବଦ୍ଧ। ଏହି ୯୧ ନୂଆ୧୦୦ଡବ୍ଲୁ (100W) ଏଫ୍ଏମ୍ ଟ୍ରାନ୍ସମିଟର ଦେଶର ୧୮ଟି ରାଜ୍ୟ ଓ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ୮୪ଜିଲ୍ଲାରେ ସ୍ଥାପନ କରାଯାଇଛି। ଏଥିରେ ଦେଶର ଆକାଂକ୍ଷୀ ଜିଲ୍ଲା ଓ ସୀମାନ୍ତବର୍ତ୍ତୀ ଅଞ୍ଚଳ ଗୁଡିକ ଉପରେ ସ୍ୱତନ୍ତ୍ର ଧ୍ୟାନ ଦିଆଯାଇଛି। ଯେଉଁ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଏହି ନୂଆ ଏଫ୍ଏମ୍ ରେଡିଓ ଟ୍ରାନ୍ସମିଟର କାର୍ଯ୍ୟକ୍ଷମ ହେବ ସେସବୁ ହେଲା ବିହାର, ଝାଡଖଣ୍ଡ, ଓଡିଶା, ପଶ୍ଚିମବଙ୍ଗ, ଆସାମ, ମେଘାଳୟ, ନାଗାଲାଣ୍ଡ, ହରିୟାଣା, ରାଜସ୍ଥାନ, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ଆନ୍ଧ୍ରପ୍ରଦେଶ, କେରଳ, ତେଲଙ୍ଗାନା, ଛତିଶଗଡ, ଗୁଜରାଟ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଲଦାଖ ଓ ଆଣ୍ଡମାନ ନିକୋବର ଦ୍ୱୀପପୁଞ୍ଜ। ଏହି ସମ୍ପ୍ରସାରଣ ସହିତ ଆକାଶବାଣୀର ଏଫ୍ଏମ୍ ସେବା ଅଧିକ ଦୁଇକୋଟି ଲୋକ ପାଇବେ। ଆଗରୁ ସେମାନଙ୍କୁ ରେଡିଓ ସେବା ମିଳୁ ନ ଥିଲା।

ନୂଆ ଏଫ.ଏମ୍ ଟ୍ରାନ୍ସମିଟର ଗୁଡିକ ଅତିରିକ୍ତ୩୫ହଜାର ବର୍ଗ କିଲୋମିଟର ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ସମ୍ପ୍ରସାରିତ କରିପାରିବେ।

ପ୍ରଧାନମନ୍ତ୍ରୀ ରେଡିଓର ଜଣେ ଦୃଢ ସମର୍ଥକ। ଏହି ବେତାର ସେବା ଅଧିକରୁ ଅଧିକ ଲୋକଙ୍କ ପାଖରେ ପଞ୍ଚାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ ବୋଲି ତାଙ୍କର ଦୃଢ ବିଶ୍ୱାସ ରହିଛି। ଗଣମାଧ୍ୟମର ସାମର୍ଥ୍ୟକୁ ଉପଯୋଗ କରି ତାହାର ସେବା ସର୍ବାଧିକ ଜନତାଙ୍କ ପାଖରେ ପହଞ୍ଚାବାକୁ ପ୍ରଧାନମନ୍ତ୍ରୀ ତାଙ୍କ ମାସିକିଆ ଲୋକପ୍ରିୟ ରେଡିଓ କାର୍ଯ୍ୟକ୍ରମ “ମନ୍ କି ବାତ୍” ଆରମ୍ଭ କରିଥିଲେ।

ଏହି କାର୍ଯ୍ୟକ୍ରମ ଆସନ୍ତା ୩୦ତାରିଖ ରବିବାର ଦିନ ୧୦୦ତମ ଅଧ୍ୟାୟରେ ପହଞ୍ଚିବ। ଏହି ଐତିହାସିକ କ୍ଷଣର ଠିକ ଦୁଇଦିନ ପୂର୍ବରୁ ଦେଶରେ ନୂଆ ୯୧ଟି ଏଫଏମ୍ ରେଡିଓ ଟ୍ରାନ୍ସମିଟର କାର୍ଯ୍ୟକ୍ଷମ ହେଉଛି।

ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ମୋଦୀ ମନ୍ କି ବାତ୍
Share. Facebook Twitter LinkedIn Email WhatsApp Copy Link

Related Posts

ଚଳିତ ଖରିଫ ଋତୁରେ ଧାନ ଚାଷୀଙ୍କ ପାଇଁ ଡିଜିଟାଲ୍ ସଂସ୍କାର ବ୍ୟବସ୍ଥାକୁ ଗୁରୁତ୍ଵ

February 5, 2026

“ମିଳିମିଶି ସଚେତନ କଲେ, କର୍କଟ ମୁକ୍ତ ଭାରତ ଗଠନ ସମ୍ଭବ”: କ୍ରାନ୍ତି ତରଫରୁ ଦେଶବାସୀଙ୍କୁ ଆହ୍ବାନ

February 5, 2026

ଆଜି ଫେବୃୟାରୀ ୫ ତାରିଖ ଗୁରୁବାରରେ ଛଅଟି ରାଶିର ଲୋକଙ୍କୁ ମିଳିବ ମା’ ଲକ୍ଷ୍ମୀଙ୍କ ଆର୍ଶିବାଦ

February 5, 2026

ବନ୍ଦେ ଭାରତ ସ୍ଲିପର ଟ୍ରେନର ୨୬୦ ଟି ରେକ୍ ନିର୍ମାଣ ଯୋଜନା: ଅଶ୍ୱିନୀ ବୈଷ୍ଣବ

February 4, 2026
Latest News

ଚଳିତ ଖରିଫ ଋତୁରେ ଧାନ ଚାଷୀଙ୍କ ପାଇଁ ଡିଜିଟାଲ୍ ସଂସ୍କାର ବ୍ୟବସ୍ଥାକୁ ଗୁରୁତ୍ଵ

February 5, 2026

“ମିଳିମିଶି ସଚେତନ କଲେ, କର୍କଟ ମୁକ୍ତ ଭାରତ ଗଠନ ସମ୍ଭବ”: କ୍ରାନ୍ତି ତରଫରୁ ଦେଶବାସୀଙ୍କୁ ଆହ୍ବାନ

February 5, 2026

ଆଜି ଫେବୃୟାରୀ ୫ ତାରିଖ ଗୁରୁବାରରେ ଛଅଟି ରାଶିର ଲୋକଙ୍କୁ ମିଳିବ ମା’ ଲକ୍ଷ୍ମୀଙ୍କ ଆର୍ଶିବାଦ

February 5, 2026

ବନ୍ଦେ ଭାରତ ସ୍ଲିପର ଟ୍ରେନର ୨୬୦ ଟି ରେକ୍ ନିର୍ମାଣ ଯୋଜନା: ଅଶ୍ୱିନୀ ବୈଷ୍ଣବ

February 4, 2026

ରାଇରଙ୍ଗପୁରରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କଲେ ରାଷ୍ଟ୍ରପତି

February 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.