Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ସମସ୍ତ ଜିଲ୍ଲାରେ ମୃତ୍ତିକା ଓ ଜଳବାୟୁ ଅନୁକୂଳ ଫଳଚାଷ କରାଯିବ: କୃଷି ମନ୍ତ୍ରୀ ଶ୍ରୀ ସ୍ୱାଇଁ
ବିଶେଷ ଖବର

ସମସ୍ତ ଜିଲ୍ଲାରେ ମୃତ୍ତିକା ଓ ଜଳବାୟୁ ଅନୁକୂଳ ଫଳଚାଷ କରାଯିବ: କୃଷି ମନ୍ତ୍ରୀ ଶ୍ରୀ ସ୍ୱାଇଁ

May 13, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ସ୍ଥାନୀୟ ମୃତ୍ତିକା ଓ ଜଳବାୟୁ ଅନୁସାରେ ରାଜ୍ୟରେ ସମସ୍ତ ଜିଲ୍ଲାରେ ଫଳଚାଷ କରି ଚାଷୀମାନଙ୍କର ଆୟବୃଦ୍ଧି କରିବାର ପ୍ରକ୍ରିୟାକୁ ବ୍ୟାପକ କରାଯିବ। ରାଜ୍ୟରେ ଖାଇବା ତେଲ ଚାହିଦା ମେଣ୍ଟାଇବା ଦିଗରେ ଅଏଲ୍‌ପାମ୍‌ ଚାଷକୁ ପ୍ରୋତ୍ସାହିତ କରାଯିବା ସହିତ ଓଏମ୍‌ବିଏଡିସି ଅନ୍ତର୍ଗତ ଜିଲ୍ଲାଗୁଡ଼ିକରେ ଘରଦୁଆରେ ପୁଷ୍ଟି କାର୍ଯ୍ୟକ୍ରମକୁ ଅଧିକ ବ୍ୟାପକ କରାଯାଉଛି ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି।

କୃଷି ଭବନଠାରେ ଆୟୋଜିତ ବୈଠକରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ଅଧିନରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମର ଅଗ୍ରଗତିର ସମୀକ୍ଷା କରି କହିଲେ ଯେ ରାଜ୍ୟରେ ଉଦ୍ୟାନ କୃଷି ମାଧ୍ୟମରେ ବିଭିନ୍ନ ଫଳ ଓ ପନିପରିବା ଚାଷ ନିମନ୍ତେ ରାଜ୍ୟ ସରକାର ଅନେକ ଯୋଜନା ମାଧ୍ୟମରେ ଚାଷୀମାନଙ୍କୁ ପ୍ରୋତ୍ସାହନ ଯୋଗାଇ ଦେଇଛନ୍ତି। ଯୋଜନାଗୁଡ଼ିକ ଯେପରି ହିତାଧିକାରୀ ଚାଷୀଙ୍କ ନିକଟରେ ସଠିକ ଭାବରେ ପହଞ୍ଚିପାରିବ ସେଥି ନିମନ୍ତେ କ୍ଷେତ୍ର ଅଧିକାରୀମାନେ ଅଧିକ ତତ୍ପରତା ପ୍ରକାଶ କରିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ନିର୍ଦ୍ଦେଶ ଦେଇଥିଲେ। କୃଷି ଉତ୍ପାଦନରେ ଉଦ୍ୟାନକୃଷିର ମହତ୍ତ୍ୱପୂର୍ଣ୍ଣ ଯୋଗଦାନ ରହିଥିବାରୁ ଭିତ୍ତିଭୂମିର ବିକାଶ ନିମନ୍ତେ ପଦକ୍ଷେପ ନିଆଯାଉଛି।

୨୦୨୨-୨୩ ବର୍ଷରେ ରାଜ୍ୟରେ ଫଳ ଓ ପନିପରିବା ଆଦି ଉଦ୍ୟାନକୃଷି ଉତ୍ପାଦନ ମୋଟ ୧୩.୬୯ ମିଲିୟନ୍‌ ଟନ୍‌ରୁ ଊଦ୍ଧ୍ୱର୍ ବୋଲି ଉଦ୍ୟାନ କୃଷି ନିର୍ଦ୍ଦେଶାଳୟର ଦ୍ୱିତୀୟ ଆଗୁଆ ଆକଳନରୁ ଜଣାପଡ଼ିଛି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ। ଉଦ୍ୟାନକୃଷି ଅଧିକାରୀ ଓ କର୍ମଚାରୀଙ୍କୁ ଫଳ ଓ ପନିପରିବା ଚାଷର ନୂତନ ଜ୍ଞାନକୌଶଳ ସଂପର୍କରେ ଅବଗତ କରାଇବା ନିମନ୍ତେ ନିୟମିତ ବ୍ୟବଧାନରେ ରିଫ୍ରେସର ଟ୍ରେନିଙ୍ଗର ବ୍ୟବସ୍ଥା କରିବା ପାଇଁ ମନ୍ତ୍ରୀ ପରାମର୍ଶ ଦେଇଥିଲେ। ଏଥି ସହିତ ଖାଲିଥିବା ପଦବୀଗୁଡ଼ିକୁ ଯଥାଶୀଘ୍ର ପୂରଣ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି ବୋଲି ସେ କହିଥିଲେ।

ବୈଠକରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ କହିଲେ ଯେ ଫଳ ଓ ପନିପରିବା ସୁରକ୍ଷିତ ରଖିବା ନିମନ୍ତେ ବିଭାଗ ପକ୍ଷରୁ ୧୦ ଲକ୍ଷ ପ୍ଲାଷ୍ଟିକ କ୍ରେଟ୍‌ ଯୋଗାଇ ଦିଆଯିବ। ରାଜ୍ୟରେ ଟିସୁ୍ୟ କଲଚର ଆଧାରିତ ଚାରା ରୋପଣର ବହୁଳ ବ୍ୟବହାର ଉପରେ ଗୁରୁତ୍ୱ ଦିଆଯାଉଛି। କୁଚିଣ୍ଡା ଲଙ୍କା ମରିଚର ଚାହିଦା ଦୃଷ୍ଟିରୁ ଏହାର ପ୍ରସାର ନିମନ୍ତେ ପଦକ୍ଷେପ ନିଆଯାଇଛି ବୋଲି ଡ. ପାଢ଼ୀ କହିଥିଲେ।

ରାଜ୍ୟରେ ଛତୁଚାଷ ମାଧ୍ୟମରେ ଗ୍ରାମୀଣ ମହିଳା, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ରୋଜଗାର ଯୋଗାଇଦେବା ସହିତ କୃଷି ଉଦ୍ୟୋଗୀ ସୃଷ୍ଟିକୁ ବ୍ୟାପକ କରାଯିବା ଉପରେ ପ୍ରମୁଖ ସଚିବ ଗୁରୁତ୍ୱ ଦେବା ସହିତ ରାଜ୍ୟର ସବୁ ଜିଲ୍ଲାରେ ବଟନ ଛତୁ ଚାଷକୁ ପ୍ରୋତ୍ସାହିତ କରିବା ପାଇଁ କ୍ଷେତ୍ର ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ।

ବୈଠକରେ ଉଦ୍ୟନକୃଷି ନିର୍ଦ୍ଦେଶକ ରୋହିତ କୁମାର ଲେଙ୍କା ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ଉଦ୍ୟାନ କୃଷିର ବିଭିନ୍ନ ଯୋଜନାର ଅଗ୍ରଗ୍ରତି ସଂପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ। ବୈଠକରେ ଉଦ୍ୟାନକୃଷିର ଅତିରିକ୍ତ ନିର୍ଦ୍ଦେଶକଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀ ଓ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଯୋଗଦେଇଥିଲେ।

ରଣେନ୍ଦ୍ର ପ୍ରତାପ ସ୍ୱାଇଁ
Share. Facebook Twitter LinkedIn Email WhatsApp Copy Link

Related Posts

ରାମ ମନ୍ଦିରରେ ଦାନ ଚୋରି ମାମଲା: ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ଏହି କାର୍ଯ୍ୟକୁ ପ୍ରଶଂସା କଲେ ଶଙ୍କରାଚାର୍ଯ୍ୟ

June 22, 2026

ପୁଣି କଂଗ୍ରେସର ମତଠାରୁ ଭିନ୍ନ!: ଜମ୍ମୁ କାଶ୍ମୀର ସମ୍ପର୍କରେ ବଡ଼ ବିବୃତ୍ତି ଦେଲେ ଶଶି ଥରୁର

June 22, 2026

ଦୁର୍ଘଟଣାଗ୍ରସ୍ତ ଓଡ଼ିଆ ଶ୍ରମିକ ମାନଙ୍କ ସହାୟତା ପାଇଁ ୩ ବରିଷ୍ଠ ଅଧିକାରୀଙ୍କ ତାମିଲନାଡୁ ଗସ୍ତ

June 21, 2026

ରାମ ମନ୍ଦିର ଦାନ ଚୋରି ମାମଲାରେ VHP କ୍ଷୁବ୍ଧ: ସରକାରଙ୍କ ନିକଟରେ କଲା ବଡ଼ ଦାବି

June 21, 2026
Latest News

ବର୍ଷା ଆସିଲେ କାହିଁକି କେଶ ବେଶି ଝଡେ ? ଏହି ୫ଟି ସରଳ ଅଭ୍ୟାସ ରଖିବ ଆପଣଙ୍କ କେଶକୁ ସୁସ୍ଥ

June 22, 2026

ରାମ ମନ୍ଦିରରେ ଦାନ ଚୋରି ମାମଲା: ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ଏହି କାର୍ଯ୍ୟକୁ ପ୍ରଶଂସା କଲେ ଶଙ୍କରାଚାର୍ଯ୍ୟ

June 22, 2026

ଟ୍ରେଣ୍ଡସ ରଜ ଫ୍ୟାସନ ଆଇକନ ଗ୍ରାଣ୍ଡ ଫିନାଲେ: ବିଜେତାମାନେ ପିନ୍ଧିଲେ ମୁକୁଟ

June 22, 2026

ଉନବିଂଶତମ ମୁମ୍ବାଇ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ଉଦଯାପିତ

June 22, 2026

ପୁଣି କଂଗ୍ରେସର ମତଠାରୁ ଭିନ୍ନ!: ଜମ୍ମୁ କାଶ୍ମୀର ସମ୍ପର୍କରେ ବଡ଼ ବିବୃତ୍ତି ଦେଲେ ଶଶି ଥରୁର

June 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.