ନାଚୁଣୀ ଏନଏଚରେ ସଡକ ଦୁର୍ଘଟଣା, ଜଣେ ମୃତ

Published: May 22, 2023, 7:43 am IST

ସୀତାରାମ ଅଗ୍ରୱାଲ

ନାଚୁଣୀ: ଆଜି ବଡ଼ି ଭୋରରେ ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଥାନା ୧୬ ନମ୍ବର ଜାତୀୟ ରାଜପଥ ହରିକୁଣ୍ଡ ବରଡ଼ି ଛକରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି ଯେଉଁଥିରେ ଜଣେ ବାଇକ ଆରୋହୀ ପ୍ରାଣ ହରାଇଛନ୍ତି। ପୋଲିସ ସୂଚନା ମୁତାବକ ଗଞ୍ଜାମ ଜିଲ୍ଲା ଗୋସାଣି-ନୂଆଗାଁ ଥାନା ଅଞ୍ଚଳର ଦେବରାଜ ମଣ୍ଡଳଙ୍କ ପୁତ୍ର ଶିବ ମଣ୍ଡଳ ତାଙ୍କ ସହଯୋଗୀ ସମୀର ମଣ୍ଡଳଙ୍କ ସହ ଏକ ବାଇକରେ ଖୋର୍ଦ୍ଧା ରୁ ବ୍ରହ୍ମପୁର ଯାଉଥିଲେ।

ତେବେ ଆଜି ବଡି ଭୋରରେ ବାଇକଟି ହରିକୁଣ୍ଡ ବରଡ଼ି ଛକରେ ଏକ ଡିଭାଇଡ଼ର କୁ ପିଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଫଳରେ ଉଭୟ ବ୍ୟକ୍ତି ଆହତ ହୋଇଥିଲେ। ସଙ୍ଗେସଙ୍ଗେ ସ୍ଥାନୀୟ ଲୋକ ଆମ୍ବୁଲାନ୍ସ ଜରିଆରେ ଉଭୟ ଆହତଙ୍କୁ ବାଲୁଗାଁ ମେଡିକାଲ ପଠାଇଥିବା ବେଳେ ସେଠାରେ ଶିବଙ୍କ ମୃତ୍ୟୁ ଘଟିଥିଲା। ଖବର ପାଇ ନାଚୁଣୀ ପୋଲିସ ବାଲୁଗାଁ ମେଡିକାଲରେ ପହଞ୍ଚି ଶବ ଜବତ କରି ଦୁର୍ଘଟଣାର ତଦନ୍ତ ଜାରି ରଖିଛି।

Related posts