Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ମୋଦୀ କ୍ୟାବିନେଟର କୃଷକଙ୍କ ପାଇଁ ବଡ ଘୋଷଣା: ପାଖାପାଖି ୧୫ କୋଟି ପରିବାର ହେବେ ଲାଭବାନ
ବିଶେଷ ଖବର

ମୋଦୀ କ୍ୟାବିନେଟର କୃଷକଙ୍କ ପାଇଁ ବଡ ଘୋଷଣା: ପାଖାପାଖି ୧୫ କୋଟି ପରିବାର ହେବେ ଲାଭବାନ

May 31, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
farmers pension increased
farmers pension increased

ସମୀକ୍ଷା ବ୍ୟୁରୋ

ଗତକାଲି ନରେନ୍ଦ୍ର ମୋଦୀ ଏବଂ ତାଙ୍କ ମନ୍ତ୍ରିମଣ୍ଡଳ ଶପଥ ଗ୍ରହଣ କରିବା ପରେ ମୋଦୀ କ୍ୟାବିନେଟର ପ୍ରଥମ ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ପ୍ରଥମ ଉପହାର ସହିଦ ପରିବାରଙ୍କୁ ଦେଇଛନ୍ତି। ସହିଦ ପରିବାରଙ୍କ ପାଇଁ ‘ପିଏମ ଛାତ୍ରବୃତ୍ତି’ର ସହାୟତା ରାଶି ବୃଦ୍ଧି କରାଯାଇଛି। ସହିଦଙ୍କ ପରିବାରର ପୁଅଙ୍କ ପାଇଁ ପୂର୍ବରୁ ରଖାଯାଇଥିବା ଛାତ୍ରବୃତ୍ତି ରାଶିକୁ ୨୦୦୦ଟଙ୍କାରୁ ୨୫୦୦ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏବଂ ଝିଅଙ୍କ ପାଇଁ ବୃତ୍ତି ରାଶି ପରିମାଣ ୨୨୫୦ଟଙ୍କାରୁ ୩୦୦୦ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।  ପ୍ରଧାନମନ୍ତ୍ରୀ ମୋଦୀ ନିଜ ଟ୍ବିଟର ମାଧ୍ୟମରେ ମଧ୍ୟ ଏହା ସୂଚନା ଦେଇଛନ୍ତି।

ସେହିପରି କ୍ୟାବିନେଟର ଦ୍ଵିତୀୟ ବଡ ଘୋଷଣା କୃଷକ ପରିବାରଙ୍କ ପାଇଁ କରାଯାଇଛି। ପୂର୍ବରୁ କୃଷକଙ୍କ ପାଇଁ କରାଯାଇଥିବା ‘ପିଏମ କିଷାନ ସମ୍ମାନ ଯୋଜନା’ରେ  ହିତାଧିକାରୀଙ୍କ ସଂଖ୍ୟାକୁ ବୃଦ୍ଧି କରାଯାଇଛି। ଏହି ଯୋଜନାରେ ଏଥର ଭୂମିହୀନ କୃଷକମାନଙ୍କୁ ମଧ୍ୟ ସାମିଲ କରାଯାଇଛି। ତେଣୁ ଏହା ଦ୍ଵାରା ପାଖାପାଖି ୧୫ କୋଟି କୃଷକ ପରିବାରଙ୍କୁ ବାର୍ଷିକ ୬୦୦୦ଟଙ୍କା ପ୍ରଦାନ କରାଯିବ। ଏହି ଆର୍ଥିକ ରାଶି ତିନୋଟି ପର୍ଯ୍ୟାୟରେ ସିଧାସଳଖ କୃଷକଙ୍କ ବ୍ୟାଙ୍କ ଖାତାରେ ଜମା ହେବ।

ସେହିପରି ପଶୁ ରୋଗ ନିୟନ୍ତ୍ରଣ ପାଇଁ ଟୀକାକରଣ ବ୍ୟବସ୍ଥା କରାଯାଇଛି। ଶତପ୍ରତିଶତ ଗାଈ, ମଇଁଷି, ଛେଳି ଇତ୍ୟାଦି ପାଳିତ ପଶୁଙ୍କ ଟୀକାକରଣ ପାଇଁ ସମୁଦାୟ ୧୩ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବ। ଏହାର ସଂପୂର୍ଣ୍ଣ ରାଶି କେନ୍ଦ୍ରସରକାର ବହନ କରିବ।

ସେହିପରି ‘ଶ୍ରମଯୋଗୀ ମାନଧନ ଯୋଜନା’ ମାଧ୍ୟମରେ ୧୮ ରୁ ୪୦ ବର୍ଷର କୃଷକ, ଅସଙ୍ଘଠିତ କ୍ଷେତ୍ରରେ କାମ କରୁଥିବା ଶ୍ରମିକ ଏବଂ ଛୋଟ ବ୍ୟବସାୟୀଙ୍କ ପାଇଁ ୬୦ ବର୍ଷ ବୟସ ପରେ ୩୦୦୦ଟଙ୍କା ପର୍ଯ୍ୟନ୍ତ ପେନସନ ବ୍ୟବସ୍ଥା କରାଯାଇଛି। ଏଲଆଇସି ମାଧ୍ୟମରେ ଏହି ଯୋଜନା ପରିଚାଳିତ ହେବ। ମାସିକ ୧୫୦୦୦ଟଙ୍କା ପର୍ଯ୍ୟନ୍ତ ରୋଜଗାର କରୁଥିବା ଯୁବକ ଏହି ଯୋଜନାର ଲାଭ ପାଇପାରିବେ।

 

Share. Facebook Twitter LinkedIn Email WhatsApp Copy Link

Related Posts

ପୁରୀ ଶ୍ରୀମନ୍ଦିରକୁ ରେଡ ଜୋନ୍ ରୂପେ ଘୋଷଣା କଲେ ଭାରତ ସରକାର

October 12, 2025

ନବୀନ ନିବାସକୁ କାହିଁକି ଯାଇଥିଲେ ସାଂସଦ ଅପରାଜିତା ଷଡଙ୍ଗୀ, ଚାଲିଛି ଜୋରଦାର ଚର୍ଚ୍ଚା

October 12, 2025

ଇଲେକ୍ଟ୍ରୋନିକ୍ସ କ୍ଷେତ୍ରରେ ଭାରତର ପ୍ରଗତି: 10 ବର୍ଷରେ 25 ଲକ୍ଷ ନିଯୁକ୍ତି ସୃଷ୍ଟି

October 11, 2025

ଆକାଂକ୍ଷୀ ଜିଲ୍ଲା ଓ ଆକାଂକ୍ଷୀ ବ୍ଲକ  କାର୍ଯ୍ୟକ୍ରମ ସମୀକ୍ଷା କଲେ ଅନୁ ଗର୍ଗ

October 11, 2025
Latest News

ପୁରୀ ଶ୍ରୀମନ୍ଦିରକୁ ରେଡ ଜୋନ୍ ରୂପେ ଘୋଷଣା କଲେ ଭାରତ ସରକାର

October 12, 2025

ପଶ୍ଚିମବଙ୍ଗରେ ଗଣ ଦୁଷ୍କର୍ମର ଶିକାର ହୋଇଥିବା ଝିଅର ବାପାଙ୍କ ସହିତ ଫୋନ୍ ଯୋଗେ କଥା ହେଲେ ମୁଖ୍ୟମନ୍ତ୍ରୀ

October 12, 2025

ସେନାର ଅଗ୍ନିପଥ ଯୋଜନା ପାଇଁ ଆସନ୍ତା ୨୨ ରୁ ୨୬ ଯାଏଁ ଭୁବନେଶ୍ୱରରେ ନିଯୁକ୍ତି ଶିବିର

October 12, 2025

ନବୀନ ନିବାସକୁ କାହିଁକି ଯାଇଥିଲେ ସାଂସଦ ଅପରାଜିତା ଷଡଙ୍ଗୀ, ଚାଲିଛି ଜୋରଦାର ଚର୍ଚ୍ଚା

October 12, 2025

ସ୍ଵସ୍ତିକ ଚିହ୍ନ କଣ, ଏହା କରିବା ବେଳେ କେଉଁ ବିଷୟରେ ଧ୍ୟାନ ଦେବା ଆବଶ୍ୟକ

October 12, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.