Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଜାତୀୟ ଜଳ ପୁରସ୍କାର ପ୍ରଦାନ କରିବେ ଉପରାଷ୍ଟ୍ରପତି: ଗଞ୍ଜାମ ଜିଲ୍ଲାକୁ ମିଳିବ ଶ୍ରେଷ୍ଠ ଜିଲ୍ଲା ପୁରସ୍କାର
ବିଶେଷ ଖବର

ଜାତୀୟ ଜଳ ପୁରସ୍କାର ପ୍ରଦାନ କରିବେ ଉପରାଷ୍ଟ୍ରପତି: ଗଞ୍ଜାମ ଜିଲ୍ଲାକୁ ମିଳିବ ଶ୍ରେଷ୍ଠ ଜିଲ୍ଲା ପୁରସ୍କାର

June 15, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର/ନୂଆଦିଲ୍ଲୀ: ଭାରତର ଉପରାଷ୍ଟ୍ରପତି ଜଗଦୀପ ଧନଖଡ ୧୭ ଜୁନ୍ ୨୦୨୩ରେ ଜଳ ଶକ୍ତି ମନ୍ତ୍ରଣାଳୟର ଜଳ ସମ୍ପଦ, ନଦୀ ବିକାଶ ଏବଂ ଗଙ୍ଗା ସଂରକ୍ଷଣ ବିଭାଗ (ଡିଓଡବ୍ଲ୍ୟୁଆର୍, ଆର୍ଡି ଏବଂ ଜିଆର୍) ଦ୍ୱାରା ନୂଆଦିଲ୍ଲୀର ବିଜ୍ଞାନ ଭବନ, ପ୍ଲେନାରୀ ହଲରେ ଆୟୋଜିତ ଏକ ପୁରସ୍କାର ବିତରଣ ସମାରୋହରେ ଚତୁର୍ଥ ଜାତୀୟ ଜଳ ପୁରସ୍କାର ପ୍ରଦାନ କରିବେ। ୧୧ ଟି ବର୍ଗକୁ ଅନ୍ତର୍ଭୁକ୍ତ କରି ଚତୁର୍ଥ ଜାତୀୟ ଜଳ ପୁରସ୍କାର, ୨୦୨୨ ପାଇଁ ବିଭାଗ ମିଳିତ ବିଜେତାଙ୍କ ସମେତ ମୋଟ ୪୧ ବିଜେତାଙ୍କ ନାମ ଘୋଷଣା କରିଛି। ପ୍ରତ୍ୟେକ ପୁରସ୍କାର ବିଜେତାଙ୍କୁ ଏକ ପ୍ରଶସ୍ତି ପତ୍ର ଏବଂ ଟ୍ରଫି ସହିତ କିଛି ନିର୍ଦ୍ଦିଷ୍ଟ ବର୍ଗରେ ମଧ୍ୟ ନଗଦ ପୁରସ୍କାର ପ୍ରଦାନ କରାଯିବ।

ଶ୍ରେଷ୍ଠ ରାଜ୍ୟ ପାଇଁ ପ୍ରଥମ ପୁରସ୍କାର ମଧ୍ୟପ୍ରଦେଶକୁ ପ୍ରଦାନ କରାଯିବ; ଓଡ଼ିଶାର ଗଞ୍ଜାମ ଜିଲ୍ଲାକୁ ଶ୍ରେଷ୍ଠ ଜିଲ୍ଲା ପୁରସ୍କାର ପ୍ରଦାନ କରାଯିବ; ଶ୍ରେଷ୍ଠ ଗ୍ରାମ ପଞ୍ଚାୟତ ପୁରସ୍କାର ତେଲେଙ୍ଗାନାର ଭଦ୍ରାଦ୍ରୀ କୋଥାଗୁଡେମ୍ ଜିଲ୍ଲାର ଜଗନ୍ନାଥପୁରମ୍ ଗ୍ରାମ ପଞ୍ଚାୟତକୁ ପ୍ରଦାନ କରାଯିବ; ଚଣ୍ଡିଗଡ଼ ମ୍ୟୁନିସିପାଲିଟି କର୍ପୋରେସନ୍, ଚଣ୍ଡିଗଡ଼କୁ ଶ୍ରେଷ୍ଠ ସହରୀ ସ୍ଥାନୀୟ ସଂସ୍ଥା ପୁରସ୍କାର ପ୍ରଦାନ କରାଯିବ; ହରିୟାନାର ଗୁରୁଗ୍ରାମ ସ୍ଥିତ ଆଡଭାନ୍ସ ୱାଟର ଡାଇଜେଷ୍ଟ ପ୍ରାଇଭେଟ ଲିମିଟେଡକୁ ସର୍ବୋତ୍ତମ ମିଡିଆ ପୁରସ୍କାର ପ୍ରଦାନ କରାଯିବ; ଗୁଜରାଟର ମେହସାନାସ୍ଥିତ ଜାମିୟତପୁରା ପ୍ରାଥମିକ ବିଦ୍ୟାଳୟକୁ ଶ୍ରେଷ୍ଠ ବିଦ୍ୟାଳୟ ପୁରସ୍କାର ପ୍ରଦାନ କରାଯିବ; କ୍ୟାମ୍ପସ୍ ବ୍ୟବହାର ପାଇଁ ସର୍ବୋତ୍ତମ ଅନୁଷ୍ଠାନ ଭାବେ ଜାମ୍ମୁ କାଶ୍ମୀରର ରିୟାସି ସ୍ଥିତ ଶ୍ରୀ ମାତା ବୈଷ୍ଣୋ ଦେବୀ ଧର୍ମପୀଠ ବୋର୍ଡକୁ ପୁରସ୍କାର ପ୍ରଦାନ କରାଯିବ; ବିହାରର ବେଗୁସରାଇସ୍ଥିତ ବରୌଣି ତାପଜ ବିଦ୍ୟୁତ୍ କେନ୍ଦ୍ରକୁ ସର୍ବୋତ୍ତମ ଉଦ୍ୟୋଗ ପୁରସ୍କାର ପ୍ରଦାନ କରାଯିବ; ରାଜସ୍ଥାନର ଉଦୟପୁରର ଅର୍ପଣ ସେବା ସଂସ୍ଥାନକୁ ଶ୍ରେଷ୍ଠ ଏନଜିଓ ପୁରସ୍କାର ପ୍ରଦାନ କରାଯିବ; ଗୁଜରାଟର ନର୍ମଦା, ସଞ୍ଜିବନୀ ପିଆତ୍ ସହକାରୀ ମଣ୍ଡଳୀ ଲିମିଟେଡ୍କୁ ସର୍ବୋତ୍ତମ ଜଳ ବ୍ୟବହାରକାରୀ ସଂଘ ପୁରସ୍କାର ପ୍ରଦାନ କରାଯିବ; ଏବଂ ସିଏସଆର୍ କାର୍ଯ୍ୟକଳାପ ପାଇଁ ସର୍ବୋତ୍ତମ ଉଦ୍ୟୋଗ ଭାବେ ଉତ୍ତରପ୍ରଦେଶର ନୋଏଡା ସ୍ଥିତ ଏଚସିଏଲ୍ ଟେକ୍ନୋଲୋଜିଜ୍ ଲିମିଟେଡ୍କୁ ପୁରସ୍କାର ପ୍ରଦାନ କରାଯିବ।

ଚତୁର୍ଥ ଜାତୀୟ ଜଳ ପୁରସ୍କାର, ୨୦୨୨ ପାଇଁ ପୁରସ୍କାର ପ୍ରାପକ ମାନଙ୍କର ତାଲିକା ଦେଖିବାକୁ ଏଠାରେ କ୍ଲିକ୍ କରନ୍ତୁ।

ସରକାରଙ୍କର ଏକ ‘ଜଳ ସମୃଦ୍ଧ ଭାରତ’ ଦୃଷ୍ଟିକୋଣକୁ ସାକାର କରିବା ପାଇଁ ଚାଲିଥିବା ଦେଶବ୍ୟାପି ଅଭିଯାନର ଏକ ଅଂଶ ଭାବରେ ଜାତୀୟ ଜଳ ପୁରସ୍କାର ବିଭିନ୍ନ ବ୍ୟକ୍ତିବିଶେଷ ତଥା ସଂଗଠନ ଦ୍ୱାରା କରାଯାଇଥିବା ଉତ୍ତମ କାର୍ଯ୍ୟ ଏବଂ ପ୍ରୟାସକୁ ଉତ୍ସାହିତ କରିବା ଉପରେ ଧ୍ୟାନ ଦେଇଥାଏ। ଏହା ଜଳର ମହତ୍ତ୍ୱ ବିଷୟରେ ଲୋକ ମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାର ଅଭିଳାଷ ରଖେ ଏବଂ ସେମାନଙ୍କୁ ସର୍ବୋତ୍ତମ ଜଳ ବ୍ୟବହାର ଅଭ୍ୟାସ ଗ୍ରହଣ କରିବାକୁ ଉତ୍ସାହିତ କରିବାକୁ ଚେଷ୍ଟା କରିଥାଏ। ଏହି କାର୍ଯ୍ୟକ୍ରମ ସବୁ ଲୋକ ଏବଂ ସଂଗଠନ ଗୁଡିକୁ ଏକ ଦୃଢ଼ ସହଭାଗିତା ସୃଷ୍ଟି କରିବା ପାଇଁ ଏବଂ ଜଳ ଉତ୍ସ ସଂରକ୍ଷଣ ଏବଂ ପରିଚାଳନା କାର୍ଯ୍ୟକଳାପରେ ଜନସାଧାରଣଙ୍କ ଅଂଶଗ୍ରହଣକୁ ଅଧିକ ମଜଭୁତ କରିବାକୁ ଏକ ସୁଯୋଗ ପ୍ରଦାନ କରିଥାଏ।

ପ୍ରଧାନମନ୍ତ୍ରୀନରେନ୍ଦ୍ର ମୋଦୀଙ୍କ ମାର୍ଗଦର୍ଶନରେ ଜଳ ଶକ୍ତି ମନ୍ତ୍ରଣାଳୟ ଜାତୀୟ ସ୍ତରରେ ଜଳ ପରିଚାଳନା ଏବଂ ଜଳ ସଂରକ୍ଷଣ ବିଷୟରେ ସଚେତନତା ପାଇଁ ବ୍ୟାପକ ଅଭିଯାନ ଆରମ୍ଭ କରିଛି। ଦେଶରେ ଜଳ ସମ୍ପଦ ପରିଚାଳନା ଦିଗରେ ଏକ ସାମଗ୍ରିକ ଆଭିମୁଖ୍ୟ ଗ୍ରହଣ କରିବାକୁ ବିଭିନ୍ନ ହିତାଧିକାରୀ ମାନଙ୍କୁ ଉତ୍ସାହିତ କରିବାର ଉଦ୍ଦେଶ୍ୟ ସହିତ ଏକ ସମନ୍ୱିତ ଜାତୀୟ ଜଳ ପୁରସ୍କାର ପ୍ରତିଷ୍ଠା କରିବା ଆବଶ୍ୟକ ବୋଲି ବିବେଚନା କରାଯାଇଥିଲା।

ତଦନୁସାରେ, ଡିଓଡବ୍ଲ୍ୟୁଆର୍, ଆର୍ଡି ଏବଂ ଜିଆର୍ ଦ୍ୱାରା ୨୦୧୮ ରେ ପ୍ରଥମ ଜାତୀୟ ଜଳ ପୁରସ୍କାର ଆରମ୍ଭ କରାଯାଇଥିଲା। ଦ୍ୱିତୀୟ ଏବଂ ତୃତୀୟ ଜାତୀୟ ଜଳ ପୁରସ୍କାର ୨୦୧୯ ଏବଂ ୨୦୨୦ ବର୍ଷ ପାଇଁ ଦିଆ ଯାଇଥିଲା। କୋଭିଡ୍ ମହାମାରୀ କାରଣରୁ ୨୦୨୧ ମସିହାରେ ଏହି ପୁରସ୍କାର ପ୍ରଦାନ କରା ଯାଇନଥିଲା।

୨୦୨୨ ମସିହାରେ ଗୃହ ବ୍ୟାପାର ମନ୍ତ୍ରଣାଳୟର ରାଷ୍ଟ୍ରୀୟ ପୁରସ୍କର ପୋର୍ଟାଲରେ ୩୦ ଜୁଲାଇ, ୨୦୨୨ ରେ ୪ର୍ଥ ଜାତୀୟ ଜଳ ପୁରସ୍କାର ପାଇଁ ଆବେଦନର ଆହ୍ୱାନ ଆରମ୍ଭ କରା ଯାଇଥିଲା। ୩୧ ଅକ୍ଟୋବର ୨୦୨୨ ରେ ଅନ୍ତିମ ତାରିଖ ସୁଦ୍ଧା ମୋଟ ୮୬୮ ଆବେଦନ ପତ୍ର ଗ୍ରହଣ କରା ଯାଇଥିଲା। ଆବେଦନ ଗୁଡିକ ଯାଞ୍ଚ କରାଯାଇ ତାହାର ମୂଲ୍ୟାଙ୍କନ କରାଯାଇଥିଲା। ତାଲିକାଭୁକ୍ତ ହୋଇଥିବା ଆବେଦନ ଗୁଡ଼ିକର ତୃଣମୂଳ ସ୍ତରର ସତ୍ୟତା ଯାଂଚ କେନ୍ଦ୍ରୀୟ ଜଳ ଆୟୋଗ ଏବଂ କେନ୍ଦ୍ରୀୟ ଭୂତଳ ଜଳ ବୋର୍ଡ ଦ୍ୱାରା କରାଯାଇଥିଲା, ଏହା ପରେ ପୁରସ୍କାର ପାଇଁ ସମସ୍ତ ୧୧ ବର୍ଗକୁ ଅନ୍ତର୍ଭୁକ୍ତ କରି ମିଳିତ ବିଜେତାଙ୍କ ସମେତ ୪୧ ବିଜେତାଙ୍କୁ ଚୟନ କରାଯାଇଛି।

ଉପରାଷ୍ଟ୍ରପତି ଜଗଦୀପ ଧନଖଡ ଜାତୀୟ ଜଳ ପୁରସ୍କାର ବିଜ୍ଞାନ ଭବନ
Share. Facebook Twitter LinkedIn Email WhatsApp Copy Link

Related Posts

ହରମୁଜରେ ଚାଲିଥିବା ଉତ୍ତେଜନା ମଧ୍ୟରେ ରୁଷ ସହିତ ଭାରତ ନେଲା ପଦକ୍ଷେପ!: ଶେଷ ହେବ ତୈଳ ବିବାଦ 

April 21, 2026

‘ଭାରତୀୟ ନାବିକଙ୍କ ସୁରକ୍ଷା ସର୍ବୋଚ୍ଚ ପ୍ରାଥମିକତା’: ଭାରତ ସରକାର

April 21, 2026

“ଆମେରିକା ପାଇଁ ବିପଦଜନକ ପାକିସ୍ତାନ, କିନ୍ତୁ ଭାରତ….”: ଆମେରିକୀୟ ବିଶେଷଜ୍ଞଙ୍କ ଟ୍ରମ୍ପଙ୍କୁ ଚେତାବନୀ

April 20, 2026

କୃଷକର ଖଡ଼ିଛୁଆଁ ପର୍ବ ଅକ୍ଷୟ ତୃତୀୟା

April 20, 2026
Latest News

ଭାଇ ହତ୍ୟାକାରୀକୁ ଆଜୀବନ କାରାଦଣ୍ଡାଦେଶ

April 24, 2026

ଗଛକୁ ପିଟିଲା ସ୍କୁଟି: ଜଣେ ମୃତ

April 24, 2026

ବନବିଭାଗ କର୍ମଚାରୀଙ୍କୁ ନିର୍ଧୂମ ପିଟିଲେ

April 24, 2026

ବଢିଲା ଇସ୍ରାଏଲ – ଲେବାନନ ଅସ୍ତ୍ରବିରତି ଅବଧି

April 24, 2026

ଆଜି ହିଁ ଖାଦ୍ୟରେ ସାମିଲ କରନ୍ତୁ ଏହି ସବୁ ଖାଦ୍ୟ, ପାଖ ମାଡିବନି ଲୁ

April 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.