Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ପାଣ୍ଡିଆନ ବାବୁଙ୍କୁ ମୁଁ ପଠାଇଛି, ଏକ ଅଡିଓ ବାର୍ତ୍ତାରେ ସ୍ପଷ୍ଟ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ବିଶେଷ ଖବର

ପାଣ୍ଡିଆନ ବାବୁଙ୍କୁ ମୁଁ ପଠାଇଛି, ଏକ ଅଡିଓ ବାର୍ତ୍ତାରେ ସ୍ପଷ୍ଟ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

June 26, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link
ପାଣ୍ଡିଆନ ବାବୁଙ୍କୁ ମୁଁ ପଠାଇଛି, ଏକ ଅଡିଓ ବାର୍ତ୍ତାରେ ସ୍ପଷ୍ଟ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ବରଗଡ: ବିରୋଧୀଙ୍କୁ କଡ୍ଡା ଜବାବ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗତ କିଛିଦିନ ଧରି ବିରୋଧୀ ଯେଉଁ ଅଭିଯୋଗ କରିଆସୁଥିଲେ ତାହାର ଉତ୍ତର ରଖିଛନ୍ତି ନବୀନ। ବିରୋଧୀଙ୍କ ଅଭିଯୋଗ ଥିଲା ଯେ 5T ସଚିବଙ୍କୁ ପ୍ରକୃତରେ ମୁଖ୍ୟମନ୍ତ୍ରୀ ପଠାଇଛନ୍ତି କି? ଯଦି ହଁ, ତେବେ ମୁଖ୍ୟମନ୍ତ୍ରୀ ଏହାର ସ୍ପଷ୍ଟିକରଣ ଦିଅନ୍ତୁ।

ବିରୋଧୀଙ୍କ ଏହି ଅଭିଯୋଗକୁ ବାଏଁ ବାଏଁ ଉଡାଇ ଦେଲେ ନବୀନ। 5T ସଚିବ ଭି କେ ପାଣ୍ଡିଆନଙ୍କ ବରଗଡ ଜିଲ୍ଲା ଗସ୍ତ ବେଳେ ଏହାର ପ୍ରମାଣ ମିଳିଯାଇଛି। ଏହି ଗସ୍ତ ସମୟରେ ପାଣ୍ଡିଆନ ବରଗଡ ନିଶାମଣି ହାଇସ୍କୁଲ ପଡିଆରେ ଆୟୋଜିତ ଜନସଭାରେ ଉଦବୋଧନ ଦେଇଥିଲେ। ସେହି ସଭାରେ ପାଣ୍ଡିଆନ ଆପଣମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଏକ ଅଡିଓ ବାର୍ତ୍ତା ପଠାଇଛନ୍ତି ବୋଲି ଉଲ୍ଲେଖ କରିଥିଲେ।

ଏହାପରେ ପାଣ୍ଡିଆନ ଧରିଥିବା ମାଇକରେ ମୋବାଇଲରୁ ଏକ ଅଡିଓ ପ୍ଲେ କରିଥିଲେ। ଏଥିରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ‘ ବରଗଡ ଜିଲ୍ଲାର ମିଶନ ଶକ୍ତି ମା’ମାନଙ୍କୁ ମୋର ଜୁହାର। ଆପଣମାନେ ଭଲ କାମ କରନ୍ତୁ, ମୁଁ ଆପଣମାନଙ୍କୁ ସାହାଯ୍ୟ କରିବି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ମୁଁ ପାଣ୍ଡିଆନ ବାବୁଙ୍କୁ ଆପଣଙ୍କର ଦୁଃଖ ବୁଝିବା ପାଇଁ ପଠାଇଛି। ଅପଣଙ୍କ ସମସ୍ୟା ବୁଝିବାକୁ ପଠାଇଛି ବୋଲି ସେ ସମ୍ବଲପୁର ଭାଷାରେ କହିଥିଲେ।’

https://thesamikhsya.com/odia/wp-content/uploads/2023/06/Pandian.mp4

 

ଏହି ଅଡିଓକୁ ପୁଣି ଥରେ ପାଣ୍ଡିଆନ ଲୋକମାନଙ୍କୁ ଶୁଣାଇଥିଲେ। ଏହି ଶୁଣିବା ପରେ ସେଠାରେ ଉପସ୍ଥିତ ମିସନ ଶକ୍ତି ମହିଳାମାନେ ଏବଂ ଲୋକମାନେ ହୁଳହୁଳି ଓ ତାଳିମାରି ସ୍ବାଗତ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଏହି ସଂକ୍ଷିପ୍ତ ଭାଷଣ ବରଗଡବାସୀଙ୍କ ପାଇଁ ନୁହେଁ ବରଂ ସାରା ରାଜ୍ୟ ରାଜନୀତିରେ ଚର୍ଚ୍ଚା ଚାଲିଛି। ଏହି ଖବର ପ୍ରଚାରିତ ହେବା ପରେ ବିରୋଧୀ ପୁଣି କଣ କରିବେ ସେ ନେଇ ସେମାନେ ବର୍ତ୍ତମାନ ଚିନ୍ତାରେ।

vkpandian ନବନ ପଟ୍ଟନାୟକ ପାଣ୍ଡିଆନ ଭି.କେ ପାଣ୍ଡିଆନ
Share. Facebook Twitter LinkedIn Email WhatsApp Copy Link

Related Posts

୧୫ ଅଗଷ୍ଟ ପୂର୍ବରୁ ଦିଲ୍ଲୀରେ ବିମାନବନ୍ଦର ସମେତ ୫ ଟି ସ୍ଥାନରେ ବୋମା ଧମକ: ତଦନ୍ତ ଜାରି

August 14, 2026

ରାହୁଲ ଗାନ୍ଧୀଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଆଶ୍ୱସ୍ତି: ବୀର ସାବରକର ମାମଲା ଖାରଜ

August 14, 2026

୨୦ ଟିଏମସି ବିଦ୍ରୋହୀଙ୍କ ପାଇଁ ବଢିବ ଚିନ୍ତା!: ମମତା ବାନାର୍ଜୀ ନେଲେ ବଡ଼ ନିଷ୍ପତ୍ତି

August 14, 2026

ଶ୍ରୀଲଙ୍କା ସିରିଜ୍ ଶେଷ ସୁଯୋଗ!: ଭାରତୀୟ ଖେଳାଳିଙ୍କୁ ଚେତାବନୀ ଦେଲେ ଗୌତମ ଗମ୍ଭୀର

August 14, 2026
Latest News

୧୫ ଅଗଷ୍ଟ ପୂର୍ବରୁ ଦିଲ୍ଲୀରେ ବିମାନବନ୍ଦର ସମେତ ୫ ଟି ସ୍ଥାନରେ ବୋମା ଧମକ: ତଦନ୍ତ ଜାରି

August 14, 2026

ରାହୁଲ ଗାନ୍ଧୀଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଆଶ୍ୱସ୍ତି: ବୀର ସାବରକର ମାମଲା ଖାରଜ

August 14, 2026

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ଏମ୍ସରେ ଭର୍ତ୍ତି: ଆଞ୍ଜିଓଗ୍ରାଫି ପରେ ହସ୍ପିଟାଲ ଜାରି କଲା ସ୍ୱାସ୍ଥ୍ୟ ସୂଚନା

August 14, 2026

୨୦ ଟିଏମସି ବିଦ୍ରୋହୀଙ୍କ ପାଇଁ ବଢିବ ଚିନ୍ତା!: ମମତା ବାନାର୍ଜୀ ନେଲେ ବଡ଼ ନିଷ୍ପତ୍ତି

August 14, 2026

ପାକିସ୍ତାନରେ HIV ଆତଙ୍କ!: କରାଚୀ ହସ୍ପିଟାଲରେ ୬ ଶିଶୁଙ୍କ ମୃତ୍ୟୁ, ୯୪ ପଜିଟିଭ୍

August 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.