ପାଣ୍ଡିଆନ ବାବୁଙ୍କୁ ମୁଁ ପଠାଇଛି, ଏକ ଅଡିଓ ବାର୍ତ୍ତାରେ ସ୍ପଷ୍ଟ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Published: Jun 26, 2023, 10:32 pm IST

ବରଗଡ: ବିରୋଧୀଙ୍କୁ କଡ୍ଡା ଜବାବ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗତ କିଛିଦିନ ଧରି ବିରୋଧୀ ଯେଉଁ ଅଭିଯୋଗ କରିଆସୁଥିଲେ ତାହାର ଉତ୍ତର ରଖିଛନ୍ତି ନବୀନ। ବିରୋଧୀଙ୍କ ଅଭିଯୋଗ ଥିଲା ଯେ 5T ସଚିବଙ୍କୁ ପ୍ରକୃତରେ ମୁଖ୍ୟମନ୍ତ୍ରୀ ପଠାଇଛନ୍ତି କି? ଯଦି ହଁ, ତେବେ ମୁଖ୍ୟମନ୍ତ୍ରୀ ଏହାର ସ୍ପଷ୍ଟିକରଣ ଦିଅନ୍ତୁ।

ବିରୋଧୀଙ୍କ ଏହି ଅଭିଯୋଗକୁ ବାଏଁ ବାଏଁ ଉଡାଇ ଦେଲେ ନବୀନ। 5T ସଚିବ ଭି କେ ପାଣ୍ଡିଆନଙ୍କ ବରଗଡ ଜିଲ୍ଲା ଗସ୍ତ ବେଳେ ଏହାର ପ୍ରମାଣ ମିଳିଯାଇଛି। ଏହି ଗସ୍ତ ସମୟରେ ପାଣ୍ଡିଆନ ବରଗଡ ନିଶାମଣି ହାଇସ୍କୁଲ ପଡିଆରେ ଆୟୋଜିତ ଜନସଭାରେ ଉଦବୋଧନ ଦେଇଥିଲେ। ସେହି ସଭାରେ ପାଣ୍ଡିଆନ ଆପଣମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଏକ ଅଡିଓ ବାର୍ତ୍ତା ପଠାଇଛନ୍ତି ବୋଲି ଉଲ୍ଲେଖ କରିଥିଲେ।

ଏହାପରେ ପାଣ୍ଡିଆନ ଧରିଥିବା ମାଇକରେ ମୋବାଇଲରୁ ଏକ ଅଡିଓ ପ୍ଲେ କରିଥିଲେ। ଏଥିରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ‘ ବରଗଡ ଜିଲ୍ଲାର ମିଶନ ଶକ୍ତି ମା’ମାନଙ୍କୁ ମୋର ଜୁହାର। ଆପଣମାନେ ଭଲ କାମ କରନ୍ତୁ, ମୁଁ ଆପଣମାନଙ୍କୁ ସାହାଯ୍ୟ କରିବି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ମୁଁ ପାଣ୍ଡିଆନ ବାବୁଙ୍କୁ ଆପଣଙ୍କର ଦୁଃଖ ବୁଝିବା ପାଇଁ ପଠାଇଛି। ଅପଣଙ୍କ ସମସ୍ୟା ବୁଝିବାକୁ ପଠାଇଛି ବୋଲି ସେ ସମ୍ବଲପୁର ଭାଷାରେ କହିଥିଲେ।’

 

ଏହି ଅଡିଓକୁ ପୁଣି ଥରେ ପାଣ୍ଡିଆନ ଲୋକମାନଙ୍କୁ ଶୁଣାଇଥିଲେ। ଏହି ଶୁଣିବା ପରେ ସେଠାରେ ଉପସ୍ଥିତ ମିସନ ଶକ୍ତି ମହିଳାମାନେ ଏବଂ ଲୋକମାନେ ହୁଳହୁଳି ଓ ତାଳିମାରି ସ୍ବାଗତ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଏହି ସଂକ୍ଷିପ୍ତ ଭାଷଣ ବରଗଡବାସୀଙ୍କ ପାଇଁ ନୁହେଁ ବରଂ ସାରା ରାଜ୍ୟ ରାଜନୀତିରେ ଚର୍ଚ୍ଚା ଚାଲିଛି। ଏହି ଖବର ପ୍ରଚାରିତ ହେବା ପରେ ବିରୋଧୀ ପୁଣି କଣ କରିବେ ସେ ନେଇ ସେମାନେ ବର୍ତ୍ତମାନ ଚିନ୍ତାରେ।

Related posts