Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଭୁବନେଶ୍ୱରରେ ଓଡ଼ିଶା ଗୁଣବତ୍ତା ସଂକଳ୍ପର ଶୁଭାରମ୍ଭ
ବିଶେଷ ଖବର

ଭୁବନେଶ୍ୱରରେ ଓଡ଼ିଶା ଗୁଣବତ୍ତା ସଂକଳ୍ପର ଶୁଭାରମ୍ଭ

June 26, 2023No Comments4 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଓଡ଼ିଶା ସରକାର ଓ ଭାରତୀୟ ଗୁଣବତ୍ତା ପରିଷଦର ମିଳିତ ସହଭାଗିତାରେ ଆଜି ଭୁବନେଶ୍ୱର ଠାରେ ଓଡ଼ିଶା ଗୁଣବତ୍ତା ସଂକଳ୍ପ ଅଭିଯାନର ଶୁଭାରମ୍ଭ କରାଯାଇଛି। ଏଥିରେ ଆସୋଚାମ୍‌, ଫିକ୍କି, ଇଇପିସି, ଓଏସଏମଇ, ପିଏଚଡିସିସିଆଇ, ସିପେଟ୍‌, ଏଫଏଚଆରଏଆଇ ଭଳି ଉଦ୍ୟୋଗ ସଂଘ ସହଯୋଗୀ ଭାବେ ସାମିଲ ହୋଇଛନ୍ତି। ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଏହି ସଂକଳ୍ପକୁ ଉଦଘାଟନ କରିଥିବା ବେଳେ ଉନ୍ନୟନ କମିଶନର ଅନୁ ଗର୍ଗ ଏହି ଅବସରରେ ଉପସ୍ଥିତ ରହିଥିଲେ। ବହୁସଂଖ୍ୟକ ନୀତିନିର୍ମାତା, ଉଦ୍ୟୋଗ ଜଗତର ନେତୃବର୍ଗ, ଅଭ୍ୟାସକର୍ତ୍ତା ଏବଂ ଶିକ୍ଷା ଜଗତର ସଦସ୍ୟମାନେ ଓଡ଼ିଶାର ବିଭିନ୍ନ କ୍ଷେତ୍ରରେ ଏକ ଗୁଣବତ୍ତାର ପରିବେଶ ପରିତନ୍ତ୍ରକୁ ପ୍ରଶସ୍ତ କରିବା ଲାଗି ଆଲୋଚନା କରିଥିଲେ, ଯାହାଫଳରେ ଏକ ପ୍ରଗତିଶୀଳ ଓ ସଶକ୍ତ ଓଡ଼ିଶାର ବିଚାର ଉପରେ ଆଲୋକପାତ କରାଯାଇପାରିବ।

ଭାରତୀୟ ଗୁଣବତ୍ତା ପରିଷଦ (କ୍ୟୁସିଆଇ) ଅଧ୍ୟକ୍ଷ ଜକ୍ଷୟ ଶାହା କହିଛନ୍ତି, ‘‘ଓଡ଼ିଶା ନିଜର ପ୍ରଚୁର ପ୍ରାକୃତିକ ସମ୍ପଦ, ପ୍ରତିଭାଶାଳୀ ଓ ପରିଶ୍ରମୀ କାର୍ଯ୍ୟବଳ ଓ ଏକ ସକ୍ଷମ ପ୍ରଶାସନ ସହିତ ଭାରତର ବିକାଶ ଗାଥାରେ ଏକ  ଅଗ୍ରଣୀ ରାଜ୍ୟ ମଧ୍ୟରୁ ଅନ୍ୟତମ ହେବା ଲାଗି ପ୍ରସ୍ତୁତ ରହିଛି। ଓଡ଼ିଶା କ୍ରୀଡ଼ା କ୍ଷେତ୍ରରେ ଯଥେଷ୍ଟ ପ୍ରଗତି କରୁଛି। ଆଜି ଆମେ ଏଠାରେ ତୃଣମୂଳ ସ୍ତରରେ ସମ୍ପର୍କ ସ୍ଥାପନ କରିବା ଏବଂ ଭାରତର ପ୍ରତ୍ୟେକ ଭାଗରେ ପ୍ରତ୍ୟେକ ନାଗରିକଙ୍କ ଡିଏନଏରେ ଗୁଣବତ୍ତାର ବିଚାରକୁ ସାମିଲ କରିବା ଲାଗି ଏକାଠି ହୋଇଛୁ।’’

ଏହି କାର୍ଯ୍ୟକ୍ରମ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ ବାର୍ତ୍ତା ଦେଇଥିଲେ। ସେ ମାନବ ଗତିବିଧିର ପ୍ରତ୍ୟେକ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ରୂପରେ ଗୁଣବତ୍ତାର ଭୂମିକା ଉପରେ ଜୋର ଦେଇଥିଲେ। ସେ କହିଥିଲେ, ଓଡ଼ିଶାର ପ୍ରଗତିଶୀଳ ଫାଇଭ୍‌ ଟି ପ୍ରୟାସ ସାର୍ବଜନୀନ ସେବା ବିତରଣ, ଐତିହ୍ୟ ପର୍ଯ୍ୟଟନ, ସ୍ୱାସ୍ଥ୍ୟ ସେବା, ଶିକ୍ଷା ଓ କୌଶଳ, ପାନୀୟ ଜଳ ଆଦି ଭଳି କ୍ଷେତ୍ରରେ ଗୁଣବତ୍ତା ଆଣିବା ଦିଗରେ ଉଲ୍ଲେଖନୀୟ ପ୍ରଗତି ହାସଲ କରିଛି। ମାପି ହେଉଥିବା ଏବଂ ଅନୁଧ୍ୟାନ କରାଯାଇପାରୁଥିବା ଏକ ମାପଦଣ୍ଡ ଭାବେ ଗୁଣବତ୍ତା ଯେଉଁ ଭୂମିକା ନିର୍ବାହ କରିଥାଏ ତାହାର ଲାଭ ଉଠାଇବାରେ ଆମେ ସକ୍ଷମ ହେବା ଉଚିତ୍‌। ଆମେ ସମସ୍ତେ ମିଶି ଏକ ନୂତନ ଓ ସଶକ୍ତ ଓଡ଼ିଶା ଗଠନ କରିପାରିବା।

ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଗୁଣବତ୍ତା ବିଷୟରେ ମତବ୍ୟକ୍ତ କରି କହିଥିଲେ ଯେ ଗୁଣବତ୍ତା ଏକ ନିରନ୍ତର ପ୍ରକ୍ରିୟା ଏବଂ ଏହାର ଅନ୍ତ ନାହିଁ । ରାଜ୍ୟରେ ଆଥଲେଟିକ୍‌ ଚାମ୍ପିଅନସିପ୍‌ ଆୟୋଜନ କରିବା ଲାଗି ମାତ୍ର ୯୮ ଦିନ ମଧ୍ୟରେ କଳିଙ୍ଗ ଷ୍ଟାଡିୟମର ନବୀକରଣ କରାଯାଇପାରିଥିଲା। ଆମେ ୧୫ ମାସ ମଧ୍ୟରେ ରାଉରକେଲାରେ ସର୍ବବୃହତ ହକି ଷ୍ଟାଡିୟମ ନିର୍ମାଣ କରିବାରେ ଚଳିତ ବର୍ଷ ଆମେ ସଫଳ ହୋଇଛୁ। ରାଜ୍ୟରେ କ୍ରମାଗତ ଦୁଇଟି ହକି ବିଶ୍ୱକପର ସଫଳ ଆୟୋଜନ କରାଯାଇଛି। ଅତି କମ୍‌ ସମୟ ମଧ୍ୟରେ ନିର୍ମାଣ କରାଯାଇଥିବା ଗୁଣବତ୍ତା ପୂର୍ଣ୍ଣ ପ୍ରକଳ୍ପ କାରଣରୁ ଏହା ସମ୍ଭବ ହୋଇପାରିଛି ଯେଉଁଥିରେ ପ୍ରାରମ୍ଭରୁ ଗୁଣବତ୍ତା ପ୍ରତି ଗୁରୁତ୍ୱାରୋପ କରାଯାଇଛି। ଆପଣମାନେ ଦେଖୁଥିବେ ରଥଯାତ୍ରାରେ ଆମେ ୧୫ ଲକ୍ଷ ଲୋକଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦେଉଛୁ । ଓଡ଼ିଶାରେ ଆମେ ଭିତ୍ତିଭୂମି ଉପରେ ସର୍ବାଧିକ ବଜେଟ୍‌ ଖର୍ଚ୍ଚ କରୁଛୁ, ତେଣୁ ଆମ ପାଖରେ ଗୁଣବତ୍ତା ସୁନିଶ୍ଚିତ କରିବା ଲାଗି ଇଚ୍ଛାଶକ୍ତି ଓ ସମ୍ବଳ ରହିଛି। ଓଡ଼ିଶାର ମୂଲ୍ୟ ବ୍ୟବସ୍ଥାରେ ଗୁଣବତ୍ତା ଏକ ପ୍ରମୁଖ ଏବଂ ମୂଳ ଉପାଦାନ ହୋଇ ରହିଛି ବୋଲି ମୁଖ୍ୟ ଶାସନ ସଚିବ କହିଥିଲେ।

ଓଡ଼ିଶାରେ ହେଉଥିବା ଦ୍ରୁତ ପରିବର୍ତ୍ତନ ସମ୍ପର୍କରେ ଉନ୍ନୟନ କମିଶନର ଅନୁ ଗର୍ଗ କହିଥିଲେ ଯେ, ପୂର୍ବରୁ ୫-୧୦ଟି ଜଳ ସେଚନ ପ୍ରକଳ୍ପ କାମ ହାତକୁ ନିଆଯାଉଥିବା ଏବେ ପ୍ରାୟ ୪୦-୫୦ ଜଳସେଚନ ପ୍ରକଳ୍ପକୁ କାର୍ଯ୍ୟକାରୀ କରାଯାଉଛି। ଭୁବନେଶ୍ୱରରୁ ତିନୋଟି ଅନ୍ତର୍ଜାତୀୟ ବିମାନ ଚଳାଚଳ କରୁଥିବା ବେଳେ ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ସେବା ଯୋଜନାରେ ବିଶେଷଜ୍ଞ ଡାକ୍ତରମାନେ ଓଡ଼ିଶାର ଉପାନ୍ତ ଅଞ୍ଚଳରେ ବିମାନ ଜରିଆରେ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଉଛନ୍ତି। ବିଭିନ୍ନ ବିଭାଗରେ ମୋ ସରକାର ଅନ୍ତର୍ଗତ ଜନସାଧାରଣଙ୍କ ମତାମତ ନିଆଯିବା ସମୟରେ ଆମକୁ ସକାରାତ୍ମକ ଉତ୍ତର ମିଳିଛି। ଆମେ ପ୍ରଥମେ ଗୁଣବତ୍ତା ଆଶ୍ୱାସନ ପାଇଁ ମାସିକ କାର୍ଯ୍ୟକ୍ରମ ଆୟୋଜିତ କରିଥାଉ ଏବଂ ଗୁଣବତ୍ତା ସହ ଜଡ଼ିତ ସାଧାରଣ ବିଷୟ ଉପରେ ଆଲୋଚନା କରିଥାଉ। ତେବେ ଆହୁରି ଅନେକ କିଛି କରିବାର ଅଛି ଏବଂ କ୍ୟୁସିଆଇ ଆମକୁ ଅଭାବ ଦୂର କରିବା ଓ ଅତିରିକ୍ତ ପ୍ରୟାସ କରିବାରେ ସହାୟତା କରିପାରିବ ବୋଲି ଉନ୍ନୟନ କମିଶନର କହିଥିଲେ।

କ୍ୟୁସିଆଇର ମହାସଚିବ ଡକ୍ଟର ରବି ପି. ସିଂ ଜୋର ଦେଇ କହିଥିଲେ, ଗୁଣବତ୍ତା ସଂକଳ୍ପ ଅଭିଯାନ ପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ ବିଶେଷ ସହଯୋଗ କରାଯାଉଛି। ଏମଏସଏମଇ, ଇଲେକ୍ଟ୍ରୋନିକ୍ସ ଓ ଆଇଟି ତଥା କୌଶଳ କ୍ଷେତ୍ରର ସଚିବମାନଙ୍କ ସହିତ ଆମେର ଆଲୋଚନାରୁ ଜେଡଇଡି, ଏଲଇଏନ ଏବଂ ଓଏନଡିସି କ୍ଷେତ୍ରରେ କେନ୍ଦ୍ରିତ ହସ୍ତକ୍ଷେପ ସାମ୍ନାକୁ ଆସିଛି। ଏସବୁ ହସ୍ତକ୍ଷେପକୁ କିଭଳି ଯଥାଶୀଘ୍ର କାର୍ଯ୍ୟକାରୀ କରାଯାଇପାରିବ ସେଥିପାଇଁ ସାଥୀ ହୋଇ ମିଶି କ୍ୟୁସିଆଇ ଏହା ସୁନିଶ୍ଚିତ କରିବ। ଓଡ଼ିଶାର ଅର୍ଥବ୍ୟବସ୍ଥା ଉପରେ ସାମଗ୍ରିକ ପ୍ରଭାବ ସୃଷ୍ଟି କରିବା ଲାଗି ସମ୍ପୃକ୍ତ ଅଂଶୀଦାରମାନଙ୍କ ଆଲୋଚନା, ବିଚାର-ବିମର୍ଶ ଓ ସହଯୋଗ ଜାରି ରଖିବୁ ବୋଲି ଡକ୍ଟର ସିଂ କହିଥିଲେ।

ସଂକଳ୍ପ କାର୍ଯ୍ୟକ୍ରମର ଉଦଯାପନୀ ଉତ୍ସବରେ, ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଅଂଶଗ୍ରହଣକାରୀମାନଙ୍କୁ ସମ୍ବୋଧିତ କରିଥିଲେ। ସେ ସବୁ କ୍ଷେତ୍ରରେ ଗୁଣବତ୍ତା ପଦ୍ଧତିକୁ ଆପଣାଇବା ଏବଂ ଓଡ଼ିଶାରେ ଗୁଣବତ୍ତା ପାଇଁ ଏକ ପରିବେଶ ପରିତନ୍ତ୍ର ସୃଷ୍ଟି କରିବାର ଆବଶ୍ୟକତା ଉପରେ ଜୋର ଦେଇଥିଲେ, ଯାହାଫଳରେ ଏକ ନୂଆ ଓ ସଶକ୍ତ ଓଡ଼ିଶାର ଦୃଷ୍ଟିକୋଣ ପ୍ରାପ୍ତ କରିବାରେ ସହାୟତା ମିଳିପାରିବ। ରାଜ୍ୟପାଳ କହିଥିଲେ, ଆମେ ଆଦିଶକ୍ତିଙ୍କର ଭାଇଭଉଣୀ, ଆମକୁ ପୃଥିବୀର ସବୁଠୁ ଛୋଟ କଣିକା ଆଗରେ ମୁଣ୍ଡ ନୂଆଁଇଥାଉ। କ୍ୟୁସିଆଇର ଅର୍ଥ ସାମୂହିକତା ଓ ବ୍ୟକ୍ତିବାଦର ଭାଗଫଳ। ଗୁଣବତ୍ତା ଦୃଷ୍ଟିରୁ ଆମେ ଏକ ବିଶ୍ୱସ୍ତରୀୟ ଉତ୍ପାଦ ସୃଷ୍ଟି କରିପାରିବୁ, କିନ୍ତୁ ଭାରତରେ ଗୁଣବତ୍ତା ଠାରୁ ଅଧିକ ଶୁଦ୍ଧତା ରହିବା ଅଧିକ ଗୁରୁତ୍ୱପୂର୍ଣ୍ଣ।

ଭାରତ ସରକାର ଏବଂ ଭାରତୀୟ ଉଦ୍ୟୋଗ ଦ୍ୱାରା ୧୯୯୭ ମସିହାରେ ପ୍ରତିଷ୍ଠା କରାଯାଇଥିବା ଭାରତୀୟ ଗୁଣବତ୍ତା ପରିଷଦ ଭାରତରେ ଶୀର୍ଷ ସଂଗଠନ ଭାବେ କାର୍ଯ୍ୟ କରିଥାଏ ଯାହାକି ତୃତୀୟ ପକ୍ଷ ଜାତୀୟ ମାନ୍ୟତା ପ୍ରଣାଳୀର ପ୍ରତିଷ୍ଠା ଓ ପରିଚାଳନା, ସବୁ କ୍ଷେତ୍ରରେ ଗୁଣବତ୍ତାର ସୁଧାର ଏବଂ ଗୁଣବତ୍ତା ସଂକ୍ରାନ୍ତ ସବୁ ମାମଲାରେ ସରକାର ଓ ଅନ୍ୟ ଅଂଶୀଦାରଙ୍କ ଦ୍ୱାରା ପରାମର୍ଶ ଦେବା ପାଇଁ ଉତ୍ତରଦାୟୀ ଅଟନ୍ତି। ଏହା ସହାୟକ ବୋର୍ଡ ପ୍ରତିଷ୍ଠା କରିଛି ଯାହାକି ବିଭିନ୍ନ କ୍ଷେତ୍ରରେ ମାନ୍ୟତା ପ୍ରଦାନ କରିଥାନ୍ତି, ଯଥା ଡାକ୍ତରଖାନା ପାଇଁ ଏନଏବିଏଚ୍‌, ପରୀକ୍ଷାଗାର ପାଇଁ ଏନଏବିଏଲ, ପ୍ରମାଣନ ଓ ନିରୀକ୍ଷଣ ସଂସ୍ଥା ପାଇଁ ଏନଏବିସିବି ଏବଂ ଶିକ୍ଷା ଓ ତାଲିମ ପାଇଁ ଏନଏବିଇଟି।

ଅନୁ ଗର୍ଗ ଓଡିଶା ସରକାର ପ୍ରଦୀପ କୁମାର ଜେନା
Share. Facebook Twitter LinkedIn Email WhatsApp Copy Link

Related Posts

ଏଏନଆଇକୁ ପ୍ରଧାନମନ୍ତ୍ରୀଙ୍କ ସ୍ୱତନ୍ତ୍ର ସାକ୍ଷାତକାର

February 18, 2026

ବନ୍ଧୁତାର ହାତ ବଢାଇଲା ଭାରତ: ବାଂଲାଦେଶର ନୂତନ ପ୍ରଧାନମନ୍ତ୍ରୀଙ୍କୁ ଦିଲ୍ଲୀ ଗସ୍ତ ପାଇଁ କଲା ନିମନ୍ତ୍ରଣ

February 17, 2026

ଟି-୨୦ ବିଶ୍ୱକପରେ ବଡ଼ ବିପର୍ଯ୍ୟୟ: ସୁପର ୮ କୁ ଗଲା ଜିମ୍ବାୱେ, ବାଦ୍ ପଡ଼ିଲା ଅଷ୍ଟ୍ରେଲିଆ 

February 17, 2026

ଭାରତର ମାଷ୍ଟରଷ୍ଟ୍ରୋକ୍!: ରାଫେଲ୍ ଦେବ ଫ୍ରାନ୍ସ, ବଦଳରେ ନେବ ପିନାକା

February 17, 2026
Latest News

ବାସ୍ତବ ଦୁନିଆର ଆହ୍ୱାନକୁ ସମ୍ମୁଖୀନ ହୋଇପାରିବ ଭାରତର ଏଆଇ ମିଶନ: ଏସ୍‍ କ୍ରିଷ୍ଣନ୍‍

February 18, 2026

ଭାରତ ଏଆଇ ସମ୍ମିଳନୀରେ ଓଡ଼ିଶାର ଉଦ୍ୟମକୁ ପ୍ରଶଂସା କଲେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

February 18, 2026

ଆସାମ ନିର୍ବାଚନ ପୂର୍ବରୁ କଂଗ୍ରେସର ବଡ଼ ୱିକେଟର ପତନ: ବିଜେପିରେ ଯୋଗଦେବେ ଭୁପେନ ବୋରା

February 18, 2026

ଏଏନଆଇକୁ ପ୍ରଧାନମନ୍ତ୍ରୀଙ୍କ ସ୍ୱତନ୍ତ୍ର ସାକ୍ଷାତକାର

February 18, 2026

ଆଜି ହେଉଛି ମାର୍ଚ୍ଚ ୧୮ ତାରିଖ ବୁଧବାର: ଏହି ରାଶି ପ୍ରତି ପ୍ରଭୁ ଗଣପତିଙ୍କ ରହିବ ଆଶୀର୍ବାଦ

February 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.