Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»କାହିଁକି ଜଣେ ଆଦିବାସୀ ବ୍ୟକ୍ତିଙ୍କ ପାଦ ଧୋଇଲେ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ କାରଣ
ଜାତୀୟ ଖବର

କାହିଁକି ଜଣେ ଆଦିବାସୀ ବ୍ୟକ୍ତିଙ୍କ ପାଦ ଧୋଇଲେ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ କାରଣ

July 6, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link
Sivaraj
କାହିଁକି ଜଣେ ଦଳିତ ବ୍ୟକ୍ତିଙ୍କ ପାଦ ଧୋଇଲେ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ: ଜଣେ ଆଦିବାସୀ ବ୍ୟକ୍ତିଙ୍କ ପାଦ ଧୋଇଲେ ଖୋଦ ମୁଖ୍ୟମନ୍ତ୍ରୀ। ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ଚୌହାନ ଆଜି ନିଜ ବାସଭବନରେ ଏହି କାର୍ଯ୍ୟ କରିଛନ୍ତି। ଏହି ଘଟଣାଟି ଯେତିକି ଆଶ୍ଚର୍ଯ୍ୟ, ଏହାର କାରଣ ଜାଣିଲେ ମଧ୍ୟ ଆପଣ ହେବେ ସେତିକି ଆଶ୍ଚର୍ଯ୍ୟ।

ଘଟଣାଟି ହେଲା ଗତି କିଛିଦିନ ତଳେ ବିଜେପି ନେତା ପ୍ରଭାସ ଶୁକ୍ଲା ଜଣେ ଆଦିବାସୀ ବ୍ୟକ୍ତିଙ୍କ ଉପରେ ପରିଶ୍ରା କରିଥିବାର ଭିଡିଓ ବେଶ ଚହଳ ପକାଇଥିଲା। ଏହି ଭିଡିଓ ଭାଇରାଲ ହେବା ପରେ ତା ଉପରେ ପୋଲିସ ତରଫରୁ ତନାଘନା କରାଯାଇଥିଲା।

ଜଣାପଡି ଥିଲା ଯେ, ପ୍ରଭାଶ ଆଦିବାସୀ ବ୍ୟକ୍ତି ଦାଶମତ ରାୱାତଙ୍କ ଉପରେ ପରିଶ୍ରା କରୁଛନ୍ତି। ଏହି ଘଟଣାକୁ ନେଇ ମଧ୍ୟପ୍ରଦେଶରେ ତୁମ୍ବି ତୋଫାନ କରାଗଲା।

ପରେ ଜଣାପଡିଥିଲା ଯେ, ପ୍ରଭାସ ଶୁଲ୍କା ହେଉଛନ୍ତି ସ୍ଥାନୀୟ ବିଜେପି ବିଧାୟକ କେଦାରନାଥ ଶୁକ୍ଲାଙ୍କ ଜଣେ ଘନିଷ୍ଠ ସହଯୋଗୀ। ଏହାପରେ ପ୍ରଭାସଙ୍କୁ ଗିରଫ କରାଯିବା ସହିତ ତାଙ୍କ ଘରକୁ ମଧ୍ୟ ଡ୍ରୋଜର ଲଗାଇ ଭାଙ୍ଗି ଦିଆଯାଇଥିଲା। ହେଲେ ରାଜ୍ୟ ରାଜନୀତିରେ ଏହି ଘଟଣାକୁ ନେଇ ବେଶ ସମାଲୋଚନା କରାଗଲା।

ଏହି ଘଟଣା ନେଇ ବିଜେପି ବଦନାମ ହେବାରୁ ମୁଖ୍ୟମନ୍ତ୍ରୀ ଶିବରାଜ ଚୌହାନ ଏହିପଦକ୍ଷେପ ଗ୍ରହଣ କରିଛନ୍ତି।  ମୁଖ୍ୟମନ୍ତ୍ରୀ ଚୌହାନ ସେହି ଦଳିତ ବ୍ୟକ୍ତି ଦାଶମତ ରାୱାତଙ୍କୁ ଆଜି ଘରକୁ ଡାକି ତାଙ୍କର ଚର୍ଚ୍ଚା କରିଛନ୍ତି। ତାଙ୍କ ବାସଭବନରେ ରାୱାତ ପହଞ୍ଚିବା ପରେ ଖୋଦ ମୁଖ୍ୟମନ୍ତ୍ରୀ ଘରକୁ ପାଛୋଟି ନେଇଥିଲେ।

ଏହାପରେ ତାଙ୍କୁ ଏକ ଚ୍ୟାୟାରରେ ବସାଇ ନିଜେ ତାଙ୍କ ଗୋଡ ତଳେ ବସିଥିଲେ। ଏହାପରେ ଏକ ପିତ୍ତଳ ଥାଳି ଆଣି ତାଙ୍କ ଗୋଡ ରଖି ସେ ପାଦ ଧୋଇଥିଲେ। ତାଙ୍କୁ ଫୁଲ ମାଳ ପିନ୍ଧାଇ ସେହି ଘଟଣାର କ୍ଷମା ପ୍ରାର୍ଥନା କରିଥିଲେ।

ମଧ୍ୟ ପ୍ରଦେଶ ଶିବରାଜ ଚୌହାନ
Share. Facebook Twitter LinkedIn Email WhatsApp Copy Link

Related Posts

ଚମତ୍କାର LIC ର ଏହି ପଲିସି: ପ୍ରତି ମାସରେ 5 ହଜାର ନିବେଶ କଲେ ମିଳିବ 100 ବର୍ଷ ପର୍ଯ୍ୟନ୍ତ ସୁରକ୍ଷା

August 23, 2026

ଗାନ୍ଧୀନଗରସ୍ଥିତ NFSU ପରିଦର୍ଶନ କଲେ ମନ୍ତ୍ରୀ ମୁକେଶ ମହାଲିଙ୍ଗ

August 23, 2026

ଜାତୀୟ ଶିକ୍ଷକ ପୁରସ୍କାର-୨୦୨୬: ଓଡ଼ିଶାରୁ ପଦରାଜ ଉମାକାନ୍ତ ନାୟକ ମନୋନୀତ

August 23, 2026

ସିଲିଗୁଡ଼ି କରିଡରର ସୁରକ୍ଷା ସମୀକ୍ଷା କଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

August 23, 2026
Latest News

ଟୋକିଓରେ ଭୂମିକମ୍ପ ଝଟକା: ୫.୯ ତୀବ୍ରତାରେ ଥରିଲା ପୂର୍ବ ଜାପାନ

August 23, 2026

ବଙ୍ଗୋପସାଗରରେ ପୁଣି ଲଘୁଚାପ: ୨୮ ଯାଏଁ ପ୍ରବଳ ବର୍ଷା, ୫ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ

August 23, 2026

ଚମତ୍କାର LIC ର ଏହି ପଲିସି: ପ୍ରତି ମାସରେ 5 ହଜାର ନିବେଶ କଲେ ମିଳିବ 100 ବର୍ଷ ପର୍ଯ୍ୟନ୍ତ ସୁରକ୍ଷା

August 23, 2026

ପର୍ଜଙ୍ଗରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ରକ୍‌-ଟ୍ରଲର ମୁହାଁମୁହିଁ ଧକ୍କା, ଚାଳକ ମୃତ

August 23, 2026

ଗାନ୍ଧୀନଗରସ୍ଥିତ NFSU ପରିଦର୍ଶନ କଲେ ମନ୍ତ୍ରୀ ମୁକେଶ ମହାଲିଙ୍ଗ

August 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.