Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନୂଆଗାଁ ରୋଡ୍-ଦଶପଲ୍ଲା ରେଳ ସେକ୍ସନ ମଧ୍ୟରେ ରେଳ ନିରାପତ୍ତା ଆୟୁକ୍ତଙ୍କ ଦ୍ୱାରା ନୀରିକ୍ଷଣ
ଆଜିର ଖବର

ନୂଆଗାଁ ରୋଡ୍-ଦଶପଲ୍ଲା ରେଳ ସେକ୍ସନ ମଧ୍ୟରେ ରେଳ ନିରାପତ୍ତା ଆୟୁକ୍ତଙ୍କ ଦ୍ୱାରା ନୀରିକ୍ଷଣ

July 26, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ବହୁ ପ୍ରତୀକ୍ଷିତ ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପର ଅଂଶ ଭାବରେ ନୂଆଗାଁ ରୋଡ୍-ଦଶପଲ୍ଲା ରେଳ ସେକ୍ସନର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି ଏବଂ କାର୍ଯ୍ୟକ୍ଷମ ପାଇଁ ରେଳ ସୁରକ୍ଷା ଆୟୁକ୍ତଙ୍କ ଅନୁମତିକୁ ଅପେକ୍ଷା କରିଛି।

କୋଲକାତା ସ୍ଥିତ ଦକ୍ଷିଣ ପୂର୍ବ ସର୍କଲ ରେଳ ନିରାପତ୍ତା ଆୟୁକ୍ତ (CRS) ଏ.ଏମ.ଚୌଧୁରୀ ନୂତନ ଲାଇନରେ ଥିବା ସମସ୍ତ ନିରାପତ୍ତା ସମ୍ବନ୍ଧୀୟ କାର୍ଯ୍ୟଗୁଡିକ ନୀରିକ୍ଷଣ କରିବା ସହିତ କାର୍ଯ୍ୟକ୍ଷମ ହେବା ପୂର୍ବରୁ ପୁଙ୍ଖାନୁପୁଙ୍ଖ ଭାବେ ନୀରିକ୍ଷଣ କରିଛନ୍ତି।

ଶ୍ରୀ ଚୌଧୁରୀ ନିରାପତ୍ତା ଦିଗଗୁଡିକ ଯେପରିକି ଓଭରହେଡ୍ ଇକୁଇପମେଣ୍ଟ, ବ୍ରିଜ୍, ସିଗନାଲ୍ ଏବଂ ଟେଲିକମ୍ ଯୋଗାଯୋଗ ଉପକରଣ, ରେଳ ଟ୍ରାକ୍ ଏବଂ ମାନବ ରହିତ ଲେବଲ କ୍ରସିଂ। ଏହା ସହିତ, ରେଳ ସେକ୍ସନର ନିରାପତ୍ତା ଦିଗଗୁଡିକୁ ସମୀକ୍ଷା କରିବା ପାଇଁ ଦଶପଲ୍ଲା ଏବଂ ନୂଆଗାଁ ରୋଡ୍ ଷ୍ଟେସନ୍ ମଧ୍ୟରେ ଏକ ସ୍ପିଡ୍ ଟ୍ରାଏଲ୍ ମଧ୍ୟ କରାଯାଇଥିଲା।

ଏହି ସଫଳତା ମାନ୍ୟବର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଜୀ ଙ୍କ ଦ୍ୱାରା ନିରନ୍ତର ଭାବେ ପ୍ରକଳ୍ପ ସମୀକ୍ଷାର ଫଳାଫଳ। ପୂର୍ବତଟ ରେଳପଥର ମହାପ୍ରବନ୍ଧକ ମନୋଜ ଶର୍ମା ସମ୍ପୃକ୍ତ ଅଧିକାରୀମାନଙ୍କୁ ଏହି ଅଞ୍ଚଳର ବିଭିନ୍ନ ପ୍ରକଳ୍ପ କାର୍ଯ୍ୟର ଶୀଘ୍ର ସମାପ୍ତିକୁ ପ୍ରାଥମିକତା ଦେବାକୁ ପରାମର୍ଶ ଦେଇଛନ୍ତି। ପ୍ରକଳ୍ପର କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ରାଜ୍ୟ ସରକାରୀ କର୍ମଚାରୀଙ୍କ ସମେତ ହିତାଧିକାରୀଙ୍କ ସହ ସମନ୍ୱୟ ରକ୍ଷା କରିବାକୁ ମଧ୍ୟ ଶ୍ରୀ ଶର୍ମା ଗୁରୁତ୍ୱାରୋପ କରିଛନ୍ତି।

ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ବ୍ୟତୀତ ଏହି ଅଞ୍ଚଳର ଅର୍ଥନୀତିକୁ ବୃଦ୍ଧି କରିବ ଏବଂ ପଶ୍ଚିମ ଓଡିଶା ଏବଂ ଉପକୂଳ ଓଡିଶା ମଧ୍ୟରେ ସାମାଜିକ-ସାଂସ୍କୃତିକ ସଂଯୋଗ ବୃଦ୍ଧି କରାଇବ।

ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପର 301 କିଲୋମିଟର ଦୈର୍ଘ୍ୟ ରେଳ ଲାଇନ ମଧ୍ୟରୁ ମୋଟ 142.505 କିଲୋମିଟର କାର୍ଯ୍ୟ ସମାପ୍ତ ହୋଇଛି, ସେଥିମଧ୍ୟରୁ ଖୋର୍ଦ୍ଧା ରୋଡରୁ ଦଶପଲ୍ଲା ପର୍ଯ୍ୟନ୍ତ 106 କିଲୋମିଟର ଏବଂ ବଲାଙ୍ଗୀରରୁ ଖମ୍ବେଶ୍ବରପାଲ୍ଲୀ ପର୍ଯ୍ୟନ୍ତ 36 କିଲୋମିଟର ଦୈର୍ଘ୍ୟ ରେଳ ଲାଇନ ଅନ୍ତର୍ଭୁକ୍ତ ରହିଛି। ପୂର୍ବତଟ ରେଳପଥ ମଧ୍ୟ 2023-24 ଆର୍ଥିକ ବର୍ଷରେ ଖମ୍ବେଶ୍ବରପାଲ୍ଲୀରୁ ପୁରୁଣାକଟକ ପର୍ଯ୍ୟନ୍ତ 84 କିଲୋମିଟର ଅଧିକ ରେଳ ଲାଇନ ସଂପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖିଛି।

ଦଶପଲ୍ଲା ନିରାପତ୍ତା ଆୟୁକ୍ତ ନୂଆଗାଁ ରୋଡ୍
Share. Facebook Twitter LinkedIn Email WhatsApp Copy Link

Related Posts

ଅଷ୍ଟ୍ରେଲିଆ ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ହତ୍ୟା ଧମକ: ତଦନ୍ତ ଆରମ୍ଭ କଲା ମେଲବୋର୍ଣ୍ଣ ପୋଲିସ

July 4, 2026

ପଦାର୍ପଣ ମ୍ୟାଚ୍‌ରେ ବିଫଳ, ତଥାପି ତିନୋଟି ପ୍ରମୁଖ ରେକର୍ଡ ଭାଙ୍ଗିଲେ ବୈଭବ ସୂର୍ଯ୍ୟବଂଶୀ

July 4, 2026

‘ଅତିଥି ଶିକ୍ଷକ ନିଯୁକ୍ତିରେ ବିଳମ୍ବ ହେତୁ ପାଠପଢ଼ା ପ୍ରଭାବିତ ହେଉଛି’: ଓଷ୍ଟା

July 4, 2026

ଦିଲ୍ଲୀରେ CJP ସମର୍ଥନରେ ଦିନିକିଆ ଅନଶନ ସତ୍ୟାଗ୍ରହ କଲା ନବନିର୍ମାଣ କୃଷକ ସଂଗଠନ

July 4, 2026
Latest News

ପ୍ରତି ଆତଙ୍କୀ ସଂଗଠନକୁ ଲୋପ କରିବାକୁ ମୋଦୀ ସରକାର ପ୍ରତିବଦ୍ଧ: ଅମିତ ଶାହ

July 4, 2026

ଅଷ୍ଟ୍ରେଲିଆ ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ହତ୍ୟା ଧମକ: ତଦନ୍ତ ଆରମ୍ଭ କଲା ମେଲବୋର୍ଣ୍ଣ ପୋଲିସ

July 4, 2026

ପଦାର୍ପଣ ମ୍ୟାଚ୍‌ରେ ବିଫଳ, ତଥାପି ତିନୋଟି ପ୍ରମୁଖ ରେକର୍ଡ ଭାଙ୍ଗିଲେ ବୈଭବ ସୂର୍ଯ୍ୟବଂଶୀ

July 4, 2026

ରଣପୁର ଶିକ୍ଷା ବ୍ଲକରେ ପ୍ରଥମ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ ସଫଳତାର ସହ ଅନୁଷ୍ଠିତ

July 4, 2026

‘ଅତିଥି ଶିକ୍ଷକ ନିଯୁକ୍ତିରେ ବିଳମ୍ବ ହେତୁ ପାଠପଢ଼ା ପ୍ରଭାବିତ ହେଉଛି’: ଓଷ୍ଟା

July 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.