Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜାତୀୟ ରାଜପଥରେ ଯାତ୍ରୀବାହୀ ବସକୁ ଅଟକାଇ ଚୋରି ଉଦ୍ୟମ, ଜଣେ ଅଟକ
ଆଜିର ଖବର

ଜାତୀୟ ରାଜପଥରେ ଯାତ୍ରୀବାହୀ ବସକୁ ଅଟକାଇ ଚୋରି ଉଦ୍ୟମ, ଜଣେ ଅଟକ

July 28, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ନିରାକାରପୁର: ୧୬ନମ୍ବର ଜାତୀୟ ରାଜପଥ ରାମେଶ୍ୱର ପେଟ୍ରୋଲ ପମ୍ପ ନିକଟରେ ଏକ ବସକୁ ଅଟକାଇ ଦୁଇ ଜଣ ଯୁବକ ଚୋରି ଉଦ୍ୟମ ସହିତ ବସରେ ଥିବା ମହିଳା ଯାତ୍ରୀଙ୍କୁ ଦୁର୍ବ୍ୟବହାର କରିଥିବା ଘଟଣା ନିରାକାରପୁର ଥାନାରେ ଅଭିଯୋଗ ହୋଇଛି। ସୂଚନାରୁ ଜଣାପଡିଛି ଭୂବନେଶ୍ୱରରୁ ବାଲୁଗାଁ ଅଭିମୁଖେ ଯାଉଥିବା ସିୟାରାମ ବସ ନଂ ଓଡି-୦୨ ଏଭି ୩୨୬୬ ନାମକ ଏକ ବସ ଯାଉଥିବା ବେଳେ ଦୁଇଜଣ ଯୁବକ ଏକ ମୋଟର ସାଇକେଲରେ ଗୋଡିପଡା ଛକ ଠାରୁ ଅନୁସରଣ କରି ରାମେଶ୍ୱର ପେଟ୍ରୋଲ ପମ୍ପ ନିକଟରେ ବସକୁ ଅଟକାଇ ଡ୍ରାଇଭରକୁ ଗାଳିଗୁଲଜ କରିଥିଲେ।

ଏହା ସହିତ କେତେକ ମହିଳା ମାନଙ୍କୁ ମାଡମାରି ସୁନାଚେନ ଓ ଟଙ୍କା ଲୁଟପାଟ କରିଥିଲେ। ବସରେ ଥିବା ଯାତ୍ରୀମାନେ ପ୍ରତିବାଦ କରିବାରୁ ସେମାନଙ୍କୁ ଧମକ ଚମକ ଦେଇଥିଲେ।କିଛିସମୟ ଧରି ବସ ଯାତ୍ରୀଙ୍କ ସହିତ ପାଟିତୁଣ୍ଡ ହେବା ସମୟରେ ବସରେ ଥିବା ଯାତ୍ରୀମାନେ ଲୁଟପାଟ କରୁଥିବା ଯୁବକ ଜଣଙ୍କୁ ଅଟକାଇ ନିରାକାରପୁର ପୋଲିସକୁ ସୂଚନା ଦେବାପରେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ସେମାନେ ବ୍ୟବହାର କରିଥିବା ମୋଟର ସାଇକେଲ ଜବତ କରି ଜଣଙ୍କୁ ଥାନାରେ ଅଟକ ରଖି ତଦନ୍ତ ଜାରିରଖିଛି।

ଘଟଣା ସଂମ୍ପର୍କରେ ବସ ଡ୍ରାଇଭର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଟକ ଯୁବକ ଜଣଙ୍କ ବଡପୋଖରୀଆ ଗ୍ରାମର ଜିତୁ ବଡଜେନା ବୋଲି ପୋଲିସ ସୂତ୍ରରୁ ଜଣାପଡିଛି।

ଜାତୀୟ ରାଜପଥ ନିରାକାରପୁର ରାମେଶ୍ୱର
Share. Facebook Twitter LinkedIn Email WhatsApp Copy Link

Related Posts

ନାକଟିଦେଉଳ ସ୍ନାତକ ମହାବିଦ୍ୟାଳୟରେ ବୃତ୍ତିଗତ ପରାମର୍ଶ ଏବଂ ବ୍ୟକ୍ତିତ୍ୱର ବିକାଶ ସମ୍ପର୍କିତ କର୍ମଶାଳା

September 30, 2026

ନନ୍ଦନକାନନ ଗସ୍ତରେ ଉପମୁଖ୍ୟମନ୍ତ୍ରୀ ଓ ଜଙ୍ଗଲ ମନ୍ତ୍ରୀ: ବନ୍ୟପ୍ରାଣୀଙ୍କ ସୁରକ୍ଷା ଉପରେ ଗୁରୁତ୍ୱ

September 30, 2026

ମେରଟର ଚର୍ଚ୍ଚିତ ‘ନୀଳ ଡ୍ରମ୍’ ହତ୍ୟାକାଣ୍ଡ: ସ୍ତ୍ରୀ ମୁସ୍କାନ ଓ ପ୍ରେମିକ ସାହିଲ ଦୋଷୀ ସାବ୍ୟସ୍ତ

September 30, 2026

ବାଣପୁରରେ ସେବା ସଙ୍କଳ୍ପ ଅଭିଯାନ: ରକ୍ତଦାନ ଶିବିର ସାଙ୍ଗକୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

September 30, 2026
Latest News

ନାକଟିଦେଉଳ ସ୍ନାତକ ମହାବିଦ୍ୟାଳୟରେ ବୃତ୍ତିଗତ ପରାମର୍ଶ ଏବଂ ବ୍ୟକ୍ତିତ୍ୱର ବିକାଶ ସମ୍ପର୍କିତ କର୍ମଶାଳା

September 30, 2026

ନନ୍ଦନକାନନ ଗସ୍ତରେ ଉପମୁଖ୍ୟମନ୍ତ୍ରୀ ଓ ଜଙ୍ଗଲ ମନ୍ତ୍ରୀ: ବନ୍ୟପ୍ରାଣୀଙ୍କ ସୁରକ୍ଷା ଉପରେ ଗୁରୁତ୍ୱ

September 30, 2026

ମେରଟର ଚର୍ଚ୍ଚିତ ‘ନୀଳ ଡ୍ରମ୍’ ହତ୍ୟାକାଣ୍ଡ: ସ୍ତ୍ରୀ ମୁସ୍କାନ ଓ ପ୍ରେମିକ ସାହିଲ ଦୋଷୀ ସାବ୍ୟସ୍ତ

September 30, 2026

ବାଣପୁରରେ ସେବା ସଙ୍କଳ୍ପ ଅଭିଯାନ: ରକ୍ତଦାନ ଶିବିର ସାଙ୍ଗକୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

September 30, 2026

ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କର ସାଧାରଣ ସଭା: ସମବାୟର ବିକାଶ ଓ ବ୍ୟବସାୟିକ ଅଭିବୃଦ୍ଧି ଉପରେ ଗୁରୁତ୍ୱ

September 30, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.