Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଅଂଗଦାନ ମହୋତ୍ସବ: ମୃତ୍ୟୁ ପରେ ବି ଜୀବନର ସଚେତନତା ବାର୍ତ୍ତା ବାଣ୍ଟିଲା ସମ୍ମମ୍‌
ଆଜିର ଖବର

ଅଂଗଦାନ ମହୋତ୍ସବ: ମୃତ୍ୟୁ ପରେ ବି ଜୀବନର ସଚେତନତା ବାର୍ତ୍ତା ବାଣ୍ଟିଲା ସମ୍ମମ୍‌

August 5, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ମଣିଷର ମୃତ୍ୟୁ ପରେ ବି ସେ ଆହୁରି ୮ଟି ଜୀବନ ବଂଚାଇପାରିବ। “ମୃତ୍ୟୁ ପରେ ବି ଜୀବନ” ଶୀର୍ଷକ ପଥପ୍ରାନ୍ତ ନାଟକ ମାଧ୍ୟମରେ ସଚେତନତାର ବାର୍ତା ବାଂଟିଛି ସ୍ଥାନୀୟ ସମ୍ ଅଲ୍ଟିମେଟ ମେଡିକେୟାର। ସମ୍ମମ୍ ପକ୍ଷରୁ ଶନିବାର ଅଂଗଦାନ ମହୋତ୍ସବ ପାଳନ ଅବସରରେ ଏହି କାର୍ଯ୍ୟକ୍ରମ ଦ୍ୱାରା ଜନସାଧାରଣଙ୍କୁ ସଚେତନ କରାଯାଇଛି।

ସମ୍ମମ୍ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ ଦ୍ୱେତନଗରୀର ପୋଲିସ୍ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ। ସମ୍ମମ୍‌ର ଏହି ଉଦ୍ୟମକୁ ଶ୍ରୀ ପ୍ରିୟଦର୍ଶୀ ପ୍ରଶଂସା କରିବା ସହ ଗତ ଜୁନ୍ ୨୪ ତାରିଖ ଦିନ ହସ୍ପିଟାଲ୍‌ରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ପରେ କିଭଳି ଭାବେ ତାଙ୍କର ୫ ଟି ଅଂଗକୁ ଦାନ କରାଯାଇ ୪ ଜଣ ବ୍ୟକ୍ତିଙ୍କର ଜୀବନ ରକ୍ଷା କରାଯାଇପାରିଥିଲା ସେ ନେଇ ହସ୍ପିଟାଲ୍‌କୁ ସାଧୁବାଦ ଜଣାଇଥିଲେ।

ତେବେ ଏହି ପ୍ରକ୍ରିୟାରେ ପୋଲିସର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ସେ କହିଥିଲେ। ମୃତ ବ୍ୟକ୍ତିର ଅଂଗୁଗୁଡ଼ିକ କିଭଳି ତୁରନ୍ତ ସଂଗ୍ରହ କରାଯାଇ ଓ ଆବଶ୍ୟକ ସ୍ଥଳେ ଗ୍ରୀନ୍ କରିଡର ବ୍ୟବସ୍ଥା କରି ନିର୍ଦ୍ଦିଷ୍ଟ ହସ୍ପିଟାଲରେ ଥିବା ରୋଗୀଙ୍କ ନିକଟରେ ପହଂଚା ଯାଇପାରିବ ଏହା ପୋଲିସ୍‌ର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ବୋଲି ଶ୍ରୀ ପ୍ରିୟଦର୍ଶୀ କହିଥିଲେ।

ଅନ୍ୟ ରାଜ୍ୟ ସହ ଓଡ଼ିଶାର ଅଂଗଦାନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟରେ ସମ୍ମମ୍ ଯେଉଁ ମହତ୍ କାର୍ଯ୍ୟ କରୁଛି ସେଥିପାଇଁ ସେ ହସ୍ପିଟାଲ୍‌କୁ କୃତଜ୍ଞତା ଜଣାଇଥିଲେ।

ଏହି ଅବସରରେ ସମ୍ମମ୍‌ର ସିଇଓ ଡକ୍ଟର ଶ୍ୱେତପଦ୍ମା ଦାଶ ଅଂଗଦାନ ପ୍ରକ୍ରିୟା ନେଇ ଲୋକମାନଙ୍କ ମଧ୍ୟରେ ସଚେତନତା ଆଣିବା ଉଦ୍ଦେଶ୍ୟରେ ଏଭଳି କାର୍ଯ୍ୟକ୍ରମ ଆୟୋଜିତ କରାଯାଉଥିବା କହିଥିଲେ। ଗତ ଜୁନ୍ ୨୪ ତାରିଖରେ ସମ୍ମମରେ ବ୍ରେନ୍‌ଡେଡ୍ ହୋଇଯାଇଥିବା ସ୍ୱର୍ଗତ ପ୍ରସନଜୀତ ମହାନ୍ତିଙ୍କର ପତ୍ନୀଙ୍କର ସ୍ୱୀକୃତି ଯୋଗୁଁ ଏବଂ ଷ୍ଟେଟ୍ ଅର୍ଗାନ୍ ଆଣ୍ଡ ଟିସ୍ୟୁ ଟ୍ରାନ୍ସପ୍ଲାଂଟ ଅର୍ଗାନାଇଜେସନ୍ (ସୋଟୋ)ର ସହଯୋଗରେ ତାଙ୍କର ଦୁଇଟି ଫୁସ୍‌ଫୁସ୍‌କୁ କୋଲକାତାରେ ଥିବା ଜଣେ ରୋଗୀଙ୍କ ଶରୀରରେ ପ୍ରତ୍ୟାରୋପଣ ଏବଂ ଯକୃତଟିକୁ ଦିଲ୍ଲୀର ଏକ ହସ୍ପିଟାଲ୍‌ରେ ଥିବା ଜଣେ ରୋଗୀଙ୍କ ଶରୀରରେ ପ୍ରତ୍ୟାରୋପଣ ନିମନ୍ତେ ପଠାଯାଇଥିବା ବେଳେ ଦୁଇଟି ବୃକକ୍ ମଧ୍ୟରୁ ଗୋଟିକୁ ସମ୍ମମ୍‌ରେ ଜଣେ ରୋଗୀ ଓ ଅନ୍ୟଟିକ୍‌ୁ କଟକ ଏସ୍‌ସିବି ମେଡିକାଲ୍ କଲେଜ ହସ୍ପିଟାଲ୍‌ର ଜଣେ ରୋଗୀଙ୍କ ଶରୀରରେ ପ୍ରତ୍ୟାରୋପଣ କରାଯାଇଥିଲା। ଏଭଳି ଅଂଗଦାନ ପ୍ରକ୍ରିୟା ଆଗକୁ ମଧ୍ୟ ସମ୍ମମ୍ ପକ୍ଷରୁ ଜାରୀ ରଖିବାକୁ ସମସ୍ତ ପ୍ରଚେଷ୍ଟା କରାଯିବ ବୋଲି ଡକ୍ଟର ଦାଶ କହିଥିଲେ।

ଏହି କାର୍ଯ୍ୟକ୍ରମରେ ଗତ ଜୁଲାଇ ୨ ତାରିଖରେ କାଜାକସ୍ଥାନ ଠାରେ “ଆଇରନ୍ ମ୍ୟାନ୍‌” ଟାଇଟଲ୍ ହାସଲ କରିଥିବା ସମ୍ମମ୍‌ର ରେଡିଓଡାଏଗ୍ନୋସିସ୍ ଆଣ୍ଡ ଇମେଜିଂ ସର୍ଭିସେସ୍‌ର ସିନିୟର କନ୍‌ସଲ୍‌ଟାଂଟ ମେଜର ଡକ୍ଟର ରଞ୍ଜନ କୁମାର ସାହୁଙ୍କୁ ସମ୍ମାନିତ କରାଯାଇଥିଲା।
ସମ୍ମମ୍‌ର ଚିଫ୍ ଅଫ୍ ମେଡିକାଲ୍ ସର୍ଭିସେସ୍ ବ୍ରିଗେଡିୟର (ଡ.) ବିରାଜ ମୋହନ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

ଅଂଗଦାନର ସଚେତନତା ବାର୍ତ୍ତା ନେଇ ସମ୍ମମ୍‌ର ବିଭିନ୍ନ କର୍ମଚାରୀମାନଙ୍କ ଦ୍ୱାରା ପ୍ରସ୍ତୁତ ପଥପ୍ରାନ୍ତ ନାଟକକୁ ହସ୍ପିଟାଲ୍ ସମ୍ମୁଖରେ ତଥା ନିକଟବର୍ତୀ ଅଂଚଳରେ ପ୍ରଦର୍ଶନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ହସ୍ପିଟାଲ୍‌ର ବରିଷ୍ଠ କର୍ମକର୍ତ୍ତା, ଡାକ୍ତର, ନର୍ସ, ପାରାମେଡିକ୍ସ ଓ ଅନ୍ୟାନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ।

Share. Facebook Twitter LinkedIn Email WhatsApp Copy Link

Related Posts

ମହାଅଷ୍ଟମୀରେ ମଦ ବନ୍ଦ, ବିସର୍ଜନ ଶୋଭାଯାତ୍ରାରେ DJ ଉପରେ କଟକଣା

September 7, 2026

୩୨ତମ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ତୃତୀୟ ସନ୍ଧ୍ୟା

September 7, 2026

IAS ଅଦଳବଦଳ: ସୁରେଶ ବଶିଷ୍ଠଙ୍କୁ ନୂଆ ଦାୟିତ୍ୱ, OMC ଅଧ୍ୟକ୍ଷ ହେଲେ ସୁଧାଂଶୁ ସାମଲ

September 7, 2026

ଓଡ଼ିଶା କ୍ୟାବିନେଟ୍‌ର ବଡ଼ ନିଷ୍ପତ୍ତି: ୧୮ ପ୍ରସ୍ତାବକୁ ମଞ୍ଜୁରୀ

September 7, 2026
Latest News

୫ ଦିନିଆ ୟୁଏଇ ଗସ୍ତରେ ମୁଖ୍ୟମନ୍ତ୍ରୀ: ଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ ହେବ ପ୍ରୟାସ

September 8, 2026

ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା: ଭୂଦାନ ଜମି ଜାଲିଆତିର ହେବ ତଦନ୍ତ

September 8, 2026

ସାମରିକ ଶକ୍ତି ବୃଦ୍ଧି ପାଇଁ ନିଷ୍ପତ୍ତି: ୧.୧୦ ଲକ୍ଷ କୋଟି ଟଙ୍କାର ପ୍ରତିରକ୍ଷା ସାମଗ୍ରୀ କ୍ରୟ ପ୍ରସ୍ତାବକୁ ମିଳିଲା ମଞ୍ଜୁରୀ

September 7, 2026

ମହାଅଷ୍ଟମୀରେ ମଦ ବନ୍ଦ, ବିସର୍ଜନ ଶୋଭାଯାତ୍ରାରେ DJ ଉପରେ କଟକଣା

September 7, 2026

୩୨ତମ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ତୃତୀୟ ସନ୍ଧ୍ୟା

September 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.