ନୂଆଦିଲ୍ଲୀ: ଭାରତ କିପରି ସମାନ ତଥା ସାମୂହିକ ସମୃଦ୍ଧି ହାସଲ କରିବାରେ ଉଲ୍ଲେଖନୀୟ ଭାବେ ଅଗ୍ରଗତି କରୁଛି ସେ ନେଇ ପ୍ରଧାନମନ୍ତ୍ରୀ ସୋସିିଆଲ ମିଡିଆ ସାଇଟ୍ ଲିଙ୍କଡଇନରେ ପୋଷ୍ଟ କରିଛନ୍ତି। ସେ ଦୁଇଟି ଅଧ୍ୟୟନର କିଛି ଭାଗ ସେୟାର କରିଛନ୍ତି। ଗୋଟିଏ ହେଉଛି ଏସବିଆଇ ରିସର୍ଚ୍ଚ ଏବଂ ଅନ୍ୟଟି ବିଶିଷ୍ଟ ସାମ୍ବାଦିକ ଶ୍ରୀ ଅନିଲ ପଦ୍ମନାଭନଙ୍କ ଅଧ୍ୟୟନ।