Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଛତିଶଗଡ଼ରେ ରାହୁଲ ଗାନ୍ଧି ଓ ରମଣ ସିଂହଙ୍କ ମଧ୍ୟରେ କ’ଣ ରହିଛି ସମ୍ପର୍କ?
ବିଶେଷ ଖବର

ଛତିଶଗଡ଼ରେ ରାହୁଲ ଗାନ୍ଧି ଓ ରମଣ ସିଂହଙ୍କ ମଧ୍ୟରେ କ’ଣ ରହିଛି ସମ୍ପର୍କ?

August 21, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରାୟପୁର: ଛତିଶଗଡ଼ ବିଧାନସଭା ନିର୍ବାଚନ ପାଇଁ ଏକ୍ଜିଟ୍ ପୋଲ୍ ଆସିବା ଆରମ୍ଭ ହୋଇଛି। ନ୍ୟୁଜ୍ ଚ୍ୟାନେଲ୍ ଏବିପି ନ୍ୟୁଜ୍ ଏବଂ ସର୍ଭେ ଏଜେନ୍ସି ସି ଭୋଟର ପକ୍ଷରୁ ପ୍ରକାଶିତ ଏକଜିଟ୍ ପୋଲ୍ ଅନୁଯାୟୀ ଛତିଶଗଡ଼ରେ ପୁଣି ଥରେ କଂଗ୍ରେସ ସରକାର ଗଠନ ହେବ ବୋଲି ପୂର୍ବାନୁମାନ କରାଯାଇଛି। ଏକଜିଟ୍ ପୋଲ୍ ରେ କଂଗ୍ରେସକୁ ୪୮ରୁ ୫୪ ଓ ବିଜେପିକୁ ୩୫ରୁ ୪୧ ଆସନ ମିଳିବ ବୋଲି ଆକଳନ କରାଯାଇଛି। ଅନ୍ୟ ଦଳଗୁଡ଼ିକୁ ୦ରୁ ୩ଟି ଆସନ ମିଳିବ ବୋଲି ଆକଳନ କରାଯାଇଛି। ଏହି ଏକଜିଟ୍ ପୋଲରେ ଏକ ଆଶ୍ଚର୍ଯ୍ୟଜନକ ଚିତ୍ର ଦେଖିବାକୁ ମିଳିଛି। ଏହି ସଂଖ୍ୟାରେ ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଡକ୍ଟର ରମଣ ସିଂହ ଏବଂ କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କ ମଧ୍ୟରେ ଏକ ଅଦ୍ଭୁତ ଯୋଗାଯୋଗ ଦେଖିବାକୁ ମିଳିଛି। ସୂଚନାଯୋଗ୍ୟ, ଛତିଶଗଡ଼ବାସୀ ରାହୁଲ ଗାନ୍ଧିଙ୍କୁ ଯେତିକି ପସନ୍ଦ କରନ୍ତି, ଡକ୍ଟର ରମଣ ସିଂହଙ୍କୁ ସେତିକି ପସନ୍ଦ କରନ୍ତି।

ଏକଜିଟ୍ ପୋଲରେ ଛତିଶଗଡ଼ବାସୀଙ୍କୁ ପଚରାଯାଇଥିଲା ଯେ ମୁଖ୍ୟମନ୍ତ୍ରୀଭାବେ ସେମାନଙ୍କ ପାଇଁ ପ୍ରଥମ ପସନ୍ଦ କିଏ ? ଏହାର ଜବାବରେ ୨୪ ପ୍ରତିଶତ ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂହଙ୍କୁ ପୁଣି ଥରେ ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଛନ୍ତି ବୋଲି କହିଛନ୍ତି। ସେହିପରି ଛତିଶଗଡ଼ର ୪୯ ପ୍ରତିଶତ ଲୋକ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀଭାବେ ଭୂପେଶ ବାଘେଲ ପ୍ରଥମ ପସନ୍ଦ ରହିଛନ୍ତି। ୧୩ ପ୍ରତିଶତ ଟିଏସ୍ ସିଂହଦେଓଙ୍କୁ ପସନ୍ଦ କରିଥିବାବେଳେ ୧୪ ପ୍ରତିଶତ ଅନ୍ୟମାନଙ୍କୁ ପସନ୍ଦ କରିଛନ୍ତି।

ସେପଟେ ପ୍ରଧାନମନ୍ତ୍ରୀ ଚୟନ କ୍ଷେତ୍ରରେ ଛତିଶଗଡ଼ବାସୀଙ୍କ ମତାମତ ପଚାରିବାରୁ ରାହୁଲ ଗାନ୍ଧିଙ୍କୁ ନେଇ ତାଙ୍କର ଉତ୍ତର ଆଶ୍ଚର୍ଯ୍ୟଜନକ ଥିଲା। ଲୋକଙ୍କୁ ପଚରାଯାଇଥିଲା ଯେ ଯଦି ନରେନ୍ଦ୍ର ମୋଦି ଓ ରାହୁଲ ଗାନ୍ଧିଙ୍କୁ ସିଧାସଳଖ ପ୍ରଧାନମନ୍ତ୍ରୀ ଚୟନ କରିବାକୁ ପଡ଼ିବ, ତେବେ ସେମାନେ କାହାକୁ ବାଛିବେ ? ୭୧ ପ୍ରତିଶତ ଲୋକ ନରେନ୍ଦ୍ର ମୋଦିଙ୍କୁ ପ୍ରଧାନମନ୍ତ୍ରୀ ପଦ ପାଇଁ ବାଛିଥିଲେ। ୨୪ ପ୍ରତିଶତ ଲୋକ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଚେହେରା ପାଇଁ ରାହୁଲ ଗାନ୍ଧି ସେମାନଙ୍କ ପସନ୍ଦ ଥିଲେ। ସେହିପରି ୪ ପ୍ରତିଶତ ଲୋକ ଏହା କହିଛନ୍ତି ଯେ ନୁହେଁ ଏବଂ ଗୋଟିଏ ପ୍ରତିଶତ ଅନ୍ୟଜଣଙ୍କ ନାମ ରଖିଛନ୍ତି।

ବିରୋଧୀ ଦଳ ନେତାଭାବେ ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂହଙ୍କ କାର୍ଯ୍ୟକୁ ନେଇ ୩୧ ପ୍ରତିଶତ ଲୋକ ସନ୍ତୁଷ୍ଟ ଥିବା କହିଛନ୍ତି। ୨୫ ପ୍ରତିଶତ କମ୍ ସନ୍ତୁଷ୍ଟ, ୨୯ ପ୍ରତିଶତ ଅସନ୍ତୁଷ୍ଟ ଓ ୧୫ ପ୍ରତିଶତ ସଚେତନ ନ ଥିବା ପ୍ରତିକ୍ରିୟା ରଖିଛନ୍ତି।

ଛତିଶଗଡ଼ରେ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱିତା ମୁଖ୍ୟତଃ କଂଗ୍ରେସ ଓ ବିଜେପି ମଧ୍ୟରେ ରହିଛି। ଏଠାରେ ସମୁଦାୟ ୯୦ଟି ବିଧାନସଭା ଆସନ ରହିଛି। ଗତ ବିଧାନସଭା ନିର୍ବାଚନରେ କଂଗ୍ରେସ ୬୮ ଓ ବିଜେପି ୧୫ ଆସନରେ ବିଜୟୀ ହୋଇଥିଲା। ସେହିପରି ପୂର୍ବତନ ମୁଖ୍ୟମନ୍ତ୍ରୀ ଅଜିତ ଯୋଗୀ ଓ ମାୟାବତୀଙ୍କ ମେଣ୍ଟକୁ ୭ଟି ଆସନ ମିଳିଛି।

କଂଗ୍ରେସ ସରକାର ଛତିଶଗଡ ରାହୁଲ ଗାନ୍ଧି
Share. Facebook Twitter LinkedIn Email WhatsApp Copy Link

Related Posts

ଓଡିଶାରେ ସିଙ୍ଗାପୁର’ର ନିବେଶ ପ୍ରସ୍ତାବ ଗୁଡ଼ିକ କାର୍ଯ୍ୟକାରୀ କରିବା ପାଇଁ ଗଠନ ହେବ SEM

June 17, 2026

ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ: ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ହେତୁ ବାତିଲ ହେଲା ଟ୍ରେନ

June 17, 2026

ଛଅ ଶିବସେନା ସାଂସଦଙ୍କ ଯୋଗଦାନ ସହିତ NDA କେତେ ମଜବୁତ ହେବ?: ପଢନ୍ତୁ ସମ୍ପୂର୍ଣ୍ଣ ବିଶ୍ଳେଷଣ

June 17, 2026

ଆମେରିକା ଆକ୍ରମଣରେ ତିନି ଭାରତୀୟଙ୍କ ମୃତ୍ୟୁ ପ୍ରସଙ୍ଗ: ଟ୍ରମ୍ପଙ୍କୁ ସ୍ପଷ୍ଟ ବାର୍ତ୍ତା ଦେଲେ ପ୍ରଧାନମନ୍ତ୍ରୀ ମୋଦୀ

June 17, 2026
Latest News

ଫାଇନାଲରେ ସ୍ଥାନ ସୁରକ୍ଷିତ କଲା ଭାରତ: କର ବା ମର ପରିସ୍ଥିତିରେ ଆଫଗାନିସ୍ତାନ-ଶ୍ରୀଲଙ୍କା

June 18, 2026

ଜାତୀୟ ରାଜପଥରେ ଦୁଇ ପୃଥକ ସଡ଼କ ଦୁର୍ଘଟଣା; ଦୁଇ ଜଣଙ୍କ ମୃତ୍ୟୁ

June 18, 2026

ଶିବସେନା (ୟୁବିଟି)ରେ ଫାଟ, ଓୱେସିଙ୍କ କଟାକ୍ଷ – ‘ଶିକାରୀ ନୂଆ, ଜାଲ ପୁରୁଣା’

June 18, 2026

ପୂର୍ବ ଶତ୍ରୁତାର କରୁଣ ପରିଣତି: ଭୁଜାଲି ଆକ୍ରମଣରେ ୱାର୍ଡ ସଭ୍ୟ ମୃତ, ଜଣେ ଗୁରୁତର

June 18, 2026

ଆମେରିକା-ଇରାନ ମଧ୍ୟରେ ୧୪-ସୂତ୍ରୀ ଚୁକ୍ତି; ହର୍ମୁଜ୍ ପ୍ରଣାଳୀ ପୁନଃ ଖୋଲିବାକୁ ସମ୍ମତି

June 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.