Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଆସିକା: ଲାୟନ୍ସ କ୍ଲବ୍‌ର ଅଧିଷ୍ଠାନ ଉତ୍ସବ
ଆଞ୍ଚଳିକ

ଆସିକା: ଲାୟନ୍ସ କ୍ଲବ୍‌ର ଅଧିଷ୍ଠାନ ଉତ୍ସବ

August 23, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ମାନସ ପୂର୍ଣ୍ଣ ଆଚାର୍ଯ୍ୟ

ଆସିକା: ସ୍ଥାନୀୟ ଲାୟନ୍ସ କମ୍ୟୁନିଟି ହଲ୍ ପରିସରରେ ଆସିକା ଲାୟନ୍ସ କ୍ଲବ୍‌ର ଅଧୁଷ୍ଠାନ ଉତ୍ସବ ସଭାପତି ଲାୟନ୍ସ ଇ.ଅରୁଣ କୁମାର ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉପଜିଲ୍ଲା ଗଭର୍ଣ୍ଣର ଲାୟନ୍ସ ହେମନ୍ତ କୁମାର ଖୁଣ୍ଟିଆ, ସମ୍ମାନିତ ଅତିଥି ଭାବେ, ପୂର୍ବତନ ଜିଲ୍ଲା ଗଭର୍ଣ୍ଣର ଲାୟନ୍ସ ଡାକ୍ତର ପ୍ରଶାନ୍ତ କୁମାର ତ୍ରିପାଠୀ ଓ ଲାୟନ୍ ହରିହର ଦାଶ ଯୋଗଦେଇ ଲାୟନ୍ସ କ୍ଲବର ବିଭିନ୍ନ ସେବାମୂଳକ କାର୍ଯ୍ୟକ୍ରମ ଉପରେ ଗୁରୁତ୍ୱାରୋପ କରି ଏହାକୁ ଆହୁରି ବ୍ୟାପକ କରିବାକୁ ସଦସ୍ୟମାନଙ୍କୁ ପରାମର୍ଶ ଦେଇଥିଲେ। ଏହି ଅବସରରେ ୨୦୨୩-୨୪ ପାଇଁ ସଭାପତି ରୂପେ ଲାୟନ୍ସ ବି.ମୋହନ ପାତ୍ର, ସଂପାଦକ ଲାୟନ୍ସ ବି.ଭେଙ୍କଟରମଣ ମୂର୍ତ୍ତି, କୋଷାଧ୍ୟକ୍ଷ ଲାୟନ୍ସ କେ.ରାଜକିଶୋର ପାତ୍ରଙ୍କୁ ମନୋନୀତ କରାଯାଇଥିଲା।

ଅଧିଷ୍ଠାନ ଅଧିକାରୀ ଲାୟନ୍ସ ହେମନ୍ତ କୁମାର ଖୁଣ୍ଟିଆ ନବନିର୍ବାଚିତ କାର୍ଯ୍ୟକର୍ତ୍ତାଙ୍କୁ ଶପଥପାଠ କରାଇଥିଲେ। ଏହି ଅବସରରେ ବ୍ଲକ୍‌ସ୍ତରରେ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ଵାରା ପରିଚାଳିତ ମାଟ୍ରିକ୍ ପରୀକ୍ଷାରେ ଟପ୍ପର ହୋଇଥିବା ସୁଜ୍ଞାନୀ କୁମାରୀ ପାଢ଼ି ଓ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ପରୀକ୍ଷାରେ ଟପ୍ପର ହୋଇଥିବା ଶ୍ରୀନିବାସ ପାଢ଼ିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଲାୟନ୍ସ କ୍ଲବ୍‌ର ନୂତନ ଭାବେ ସଭ୍ୟ ପଦ ଗ୍ରହଣ କରିଥିବା ଏନ୍‌ଏସି ଅଧ୍ୟକ୍ଷା ବିନେତା ସ୍ଵାଇଁ, ସାଂସଦଙ୍କ ପ୍ରତିନିଧି ସତ୍ୟନାରାୟଣ ସ୍ଵାଇଁ, ବ୍ୟାଙ୍କ ଅଫିସର ବୈକୁଣ୍ଠ ଚରଣ ମହାନ୍ତି, ବରିଷ୍ଠ ବ୍ୟବସାୟୀ ପ୍ରିୟବ୍ରତ ମିଶ୍ର, କେ.ଶ୍ୟାମବାବୁ ରେଡୀ, ଏଲ୍. ବଦ୍ରିନାରାୟଣ ପୃଷ୍ଟି, ବ୍ୟାଙ୍କ ଅଫିସର ବି.ଶ୍ରୀନିବାସ ରାଓଙ୍କୁ ଶପଥପାଠ କରାଯାଇଥିଲା।

କାର୍ଯ୍ୟକ୍ରମକୁ ଲାୟନ୍ସ ଇ. ଅରୁଣ କୁମାର ପାତ୍ର ସଂଯୋଜନା କରିଥିବା ବେଳେ ଲାୟନ୍ସ ପି.ତିରୁପତି ପାତ୍ର, କେ.କିଶୋର କୁମାର ସେନାପତି, ଲକ୍ଷ୍ମୀନାରାୟଣ ଗୁପ୍ତା, ଜୟଚନ୍ଦ୍ର ନାୟକ, କେ.ସନ୍ତୋଷ କୁମାର ସେନାପତି, ପି. ସୁଧାକାର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଲାୟନ୍ସ କ୍ଲବ୍‌ର ଡିରେକ୍ଟୋରୀକୁ ଉନ୍ମୋଚନ କରାଯାଇଥିଲା।

ଅଧିଷ୍ଠାନ ଉତ୍ସବ ଆସିକା
Share. Facebook Twitter LinkedIn Email WhatsApp Copy Link

Related Posts

ବଡ଼କୂଳ ମଣ୍ଡଳ ଭାଜପା ‘କାର୍ଯ୍ୟକର୍ତ୍ତା ସମାବେଶ’: ଯୋଗଦେଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ

August 21, 2026

ରଣପୁର ପ୍ରେସ କ୍ଲବରେ ପ୍ରଥମ ଥର ପାଇଁ ପାଳିତ ହେଲା ୮୦ତମ ସ୍ୱାଧୀନତା ଦିବସ

August 16, 2026

ଗୋଦାବରୀଶ ମହାବିଦ୍ୟାଳୟରେ ହର ଘର ତ୍ରିରଙ୍ଗା ଶୋଭାଯାତ୍ରା

August 15, 2026

ବାଣପୁର ଗ୍ରାମୀଣ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସ୍ବାଧିନତା ଦିବସ ଏବଂ ହର୍ ଘର୍ ତ୍ରିରଙ୍ଗା କାର୍ଯ୍ୟକ୍ରମ

August 15, 2026
Latest News

ବ୍ରହ୍ମପୁରରେ ତିନିଦିନିଆ ପ୍ରଦର୍ଶନୀ: ୧୨ ବର୍ଷରେ ଭାରତର ପ୍ରଗତି ହେଲା ପ୍ରଦର୍ଶିତ

August 21, 2026

କାର୍ଯ୍ୟ କ୍ଷେତ୍ରରେ ମହିଳାମାନଙ୍କ ଯୌନ ନିର୍ଯ୍ୟାତନା ଅଧିନିୟମ ୨୦୧୩ କର୍ମଶାଳା

August 21, 2026

ରେଢ଼ାଖୋଲରେ ବିଦ୍ୟୁତ ତାର ଚୋରି ରାକେଟର ପର୍ଦ୍ଦାଫାସ: ୧୨ ଗିରଫ

August 21, 2026

ପୂର୍ବତଟ ରେଳପଥ ସ୍କାଉଟ୍ସ ଏବଂ ଗାଇଡ୍ସର ରାଜ୍ୟ ପରିଷଦ ବୈଠକ ଅନୁଷ୍ଠିତ

August 21, 2026

ଇଣ୍ଡିଗୋ ଯାତ୍ରୀଙ୍କ ପାଇଁ ବଡ଼ ସତର୍କତା: ବିଜ୍ଞପ୍ତି ଜାରି କଲା ବିମାନ କମ୍ପାନୀ

August 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.