Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଚିଲିକା ବିଧାୟକ କେଉଁଠି ଧର୍ମେନ୍ଦ୍ରଙ୍କୁ ସାକ୍ଷାତ କରିଛନ୍ତି ପ୍ରମାଣ ଦିଅନ୍ତୁ ସସ୍ମିତ: ପୃଥୀରାଜ ହରିଚନ୍ଦନ
ବିଶେଷ ଖବର

ଚିଲିକା ବିଧାୟକ କେଉଁଠି ଧର୍ମେନ୍ଦ୍ରଙ୍କୁ ସାକ୍ଷାତ କରିଛନ୍ତି ପ୍ରମାଣ ଦିଅନ୍ତୁ ସସ୍ମିତ: ପୃଥୀରାଜ ହରିଚନ୍ଦନ

September 1, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
Pruthiraj
ଚିଲିକା ବିଧାୟକ କେଉଁଠି କେନ୍ଦ୍ରମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି ପ୍ରମାଣ ଦିଅନ୍ତୁ ସସ୍ମିତ: ପୃଥୀରାଜ ହରିଚନ୍ଦନ

ଭୁବନେଶ୍ବର: ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ବିଜେପିରେ ମିଶିବା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବାରମ୍ବାର ସାକ୍ଷାତ କରିଛନ୍ତି ବୋଲି ବିଜେଡି କହିଛି। ତେବେ ଏହାର ପ୍ରମାଣ ଦିଅନ୍ତୁ ବୋଲି ବିଜେପିର ବରିଷ୍ଠ ନେତା ପୃଥୀରାଜ ହରିଚନ୍ଦନ କହିଛନ୍ତି।

ସସ୍ମିତ ପାତ୍ର ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଯେ, ପ୍ରଶାନ୍ତଙ୍କୁ ବିଜେପି ନେବା ପାଇଁ ଧର୍ମେନ୍ଦ୍ର ଚେଷ୍ଠା କରୁଛନ୍ତି। ତେବେ ସେ କେଉଁଠି କେତେବେଳେ ସାକ୍ଷାତ କରିଥିଲେ ସସ୍ମିତଙ୍କ ପାଖରେ କିଛି ପ୍ରମାଣ ଅଛି କି ବୋଲି ପୃଥୀରାଜ ପ୍ରଶ୍ନ କରିଛନ୍ତି।

ପୃଥୀରାଜ କହିଛନ୍ତି ଯେ, ସସ୍ମିତ ଯେଉଁ ବିବୃତି ଦେଇଛନ୍ତି ତାହା ଡାହା ମିଛ କଥା। ନିଜର ଦୋଷକୁ ଲୁଚାଇବା ପାଇଁ ସେ ଏପରି କହିଥାଇ ପାରନ୍ତି। କିମ୍ବା କାହା ଚାପରେ ସେ ଏପରି ମିଛ ବିବୃତି ଦେଇଥାଇପାରନ୍ତି। ହେଲେ ସେ ଏହାର କୌଣସି ପ୍ରମାଣ ରଖି ନାହାଁନ୍ତି।

ପୃଥୀରାଜ ଆହୁରି କହିଛନ୍ତି ଯେ, ମୁଁ ସସ୍ମିତଙ୍କୁ ବ୍ୟକ୍ତିଗତ ଭାବେ ଭଲ ଭାବେ ଜାଣେ। ସେ ସେପରି ମିଛ ବିବୃତି କେବେ ଦିଅନ୍ତି ନାହିଁ। ହେଲେ ଏହି ଘଟଣା ସ୍ପଷ୍ଟ କରୁଛି ଯେ, ସେ କାହା ଚାପରେ ପଡି ଏପରି କଥା କହିଛନ୍ତି।

ନିକଟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କରିବାକୁ ଯାଇ ସସ୍ମିତ ପାତ୍ର ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ସେଥିରେ ସେ କହିଥିଲେ ଯେ, ବିଜେଡି ହିଂସାତ୍ମକ କାର୍ଯ୍ୟ କରୁଛି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ବାରମ୍ବାର ଅଭିଯୋଗ କରିଆସୁଛନ୍ତି।

ହେଲେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେବେ ହିଂସାକୁ ପ୍ରସୟ ଦିଅନ୍ତା ନାହିଁ ବୋଲି ସସ୍ମିତ ସେହି ସାମ୍ବାଦିକ ସମ୍ମିଳନୀରେ କହିଥିଲେ। ଏକ ଉଦାହରଣ ଦେଇ ସେ ଚିଲିକା ବିଧାୟକଙ୍କ ଘଟଣା କହିଥିଲେ। ପ୍ରଶାନ୍ତ ଜଗଦ୍ଦେବଙ୍କ ବିରୋଧରେ ସେହିପରି ଅଭିଯୋଗ ଆସିବା ପରେ ମୁଖ୍ୟମନ୍ତ୍ରୀ ତାଙ୍କୁ ତୁରନ୍ତ ଦଳରୁ ବହିସ୍କାର କରିଛନ୍ତି।

ହେଲେ ସେହିପରି ଜଣେ ନେତାଙ୍କୁ ବିଜେପି କିପରି ଫୁଲମାଳ ଦେଇ ନେବା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଚେଷ୍ଠା କରୁଛନ୍ତି ବୋଲି ସସ୍ମିତ ପ୍ରଶ୍ନ କରିଥିଲେ। ସସ୍ମିତଙ୍କ ଏହି ବିବୃତି ପରେ ଓଡିଶା ରାଜନୀତରେ ବେଶ ଚର୍ଚ୍ଚା ଚାଲିଛି। ସମସ୍ତଙ୍କର ସନ୍ଦେହ ରହିଛି ଯେ ସତରେ କଣ ପ୍ରଶାନ୍ତ ବିଜେପି ଆଡକୁ ଢଳୁଛନ୍ତି କି ?

କାରଣ ବିଜେଡି ବର୍ତ୍ତମାନ ପ୍ରଶାନ୍ତଙ୍କ ହାତ ଛାଡି ଦେଇଥିଲେ ମଧ୍ୟ ସେ ଦଳର ହାତ ଛାଡି ନାହାଁନ୍ତି। ସେହିପରି ସେ କେବେ ବିଜେଡି ବିରୋଧରେ ମଧ୍ୟ କହି ନାହାଁନ୍ତି। କାରଣ ତାଙ୍କର ମନ ଏ ପର୍ଯ୍ୟନ୍ତ ବିଜେଡିରେ ରହିଛି। ବିଜେଡିର କଥା ମାନି ସେ ଏବେ ବି କାର୍ଯ୍ୟ କରୁଛନ୍ତି। ହେଲେ ଦଳ ତାଙ୍କ ଉପରେ ଏ ପର୍ଯ୍ୟନ୍ତ କୌଣସି ନିଷ୍ପତି ନ ନେବା ତାଙ୍କ ପାଇଁ ଅଡୁଆ ସୃଷ୍ଟି କରିଛି।

ଚିଲିକା ବିଧାୟକ ଧର୍ମେନ୍ଦ୍ର ପ୍ରଧାନ ପ୍ରଶାନ୍ତ ଜଗଦ୍ଦେବ ବିଜେଡି ବିଧାୟକ ପ୍ରଶାନ୍ତ ଜଗଦ୍ଦେବ
Share. Facebook Twitter LinkedIn Email WhatsApp Copy Link

Related Posts

ଭଦ୍ରକର ଦୁଇ କଲେଜରେ ଛାତ୍ର ସଂସଦ ନିର୍ବାଚନ ବାତିଲ, ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ

October 9, 2026

ବ୍ରହ୍ମପୁର ଲଜ୍‌ରେ ପୁଲିସ ଚଢ଼ାଉ: ୨ ଯୁବତୀ ଉଦ୍ଧାର, ମାଲିକ ଓ ଗ୍ରାହକଙ୍କୁ ଜେରା

October 9, 2026

ଛତିଶଗଡ଼ରେ ବିସ୍ଫୋରଣ, ୪ ସିଆରପିଏଫ୍‌ ଯବାନ ଆହତ

October 9, 2026

ପୁରୀର ବିକାଶ ପାଇଁ ଆଉ ୧୦୦.୮୩ କୋଟି ; ‘ଅବଢ଼ା’ ଯୋଜନାରେ ବଡ଼ ଅନୁଦାନ

October 9, 2026
Latest News

GST ନିୟମରେ ବଡ଼ କଥା! ଏହି ସାମଗ୍ରୀ ଓ ସେବା ଉପରେ ଲାଗେନି ଟିକସ

October 9, 2026

କିଡନୀ ସୁସ୍ଥ ରଖିବାକୁ ଚାହୁଁଛନ୍ତି? ଦୈନନ୍ଦିନ ଜୀବନରେ କରନ୍ତୁ ଏହି ସରଳ ପରିବର୍ତ୍ତନ

October 9, 2026

RBI ରେପୋ ରେଟ୍ ବଢ଼ିଲା, ମହଙ୍ଗା ହେବ ଋଣ! BoB, PNB ସମେତ ଅନେକ ବ୍ୟାଙ୍କ ବଢ଼ାଇଲେ ସୁଧ ହାର

October 9, 2026

ଆଜି ମହିଳା ଓ ଶିଶୁ ବିକାଶ ବିଭାଗୀୟ ସମ୍ମିଳନୀର ସମାପନୀ ଅଧିବେଶନ

October 9, 2026

ଭାରତୀୟ ପାଇଲଟ ସ୍ମିତ୍ ମାଚ୍ଛରଙ୍କୁ ଇସ୍ରାଏଲର ସର୍ବୋଚ୍ଚ ସାହସିକତା ପୁରସ୍କାର

October 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.