Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସଚିବସ୍ତରୀୟ ବୈଠକ ଅନୁଷ୍ଠିତ
ବିଶେଷ ଖବର

ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସଚିବସ୍ତରୀୟ ବୈଠକ ଅନୁଷ୍ଠିତ

September 5, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଆଜି ସଚିବସ୍ତରୀୟ ବିଭିନ୍ନ ବିଭାଗର କାର‌୍ୟ୍ୟ ଅଗ୍ରଗତି  ସଂପର୍କିତ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ଶାସନ ସଚିବ, କମିଶନର ତଥା ଶାସନ ସଚିବମାନେ ଯୋଗ ଦେଇଥିଲେ।  ଖାରବେଳ ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ପ୍ରଥମେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଯୋଗଦେଇ ଗତ ଅଗଷ୍ଟ  ମାସ  ଶେଷ ସୁଦ୍ଧା ବିଭିନ୍ନ ବିଭାଗର ସଚିବମାନେ ମୁଖ୍ୟ ଶାସନ ସଚିବଙ୍କୁ ପ୍ରଦାନ କରିଥିବା ବିଭାଗର ପ୍ରମୁଖ କାର‌୍ୟ୍ୟ ସଫଳତା ସଂପର୍କରେ ଉପସ୍ଥାପନ କରିଥିଲେ।

ଉନ୍ନୟନ କମିଶନର ଶ୍ରୀମତୀ ଗର୍ଗ କହିଥିଲେ ଯେ, ଅଗଷ୍ଟ ମାସରେ  ରାଜ୍ୟର ସମସ୍ତ ୪୩୭୩ଟି ଅଣବ୍ୟାଙ୍କିଂ ଗ୍ରାମ ପଞ୍ଚାୟତରେ ସିଏସପି ପ୍ଲସ୍ ବ୍ୟାଙ୍କିଂ ଆଉଟଲେଟ୍ ଜରିଆରେ ୬ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କ ସହ ସମନ୍ୱୟ ରକ୍ଷା କରି ବ୍ୟାଙ୍କିଙ୍ଗ ସେବା ଯୋଗାଇ ଦେବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଘରୋଇ କ୍ଷେତ୍ରର ପୁଞ୍ଜିନିବେଶକୁ ଆକୃଷ୍ଟ କରିବା ଏବଂ ପ୍ରକଳ୍ପଗୁଡ଼ିକୁ ତ୍ୱରିତ ମଞ୍ଜୁରୀ ଦେବା ପାଇଁ ଓଡ଼ିଶା ପବ୍ଲିକ୍ ପ୍ରାଇଭେଟ୍ ପାର୍ଟନରସିପ୍ ପଲିସି -୨୦୨୩ ପ୍ରଣୟନ କରାଯାଇଛି। ମିଶନ ଶକ୍ତି ସ୍କୁଟର ଯୋଜନା ରାଜ୍ୟ କ୍ୟାବିନେଟ୍ ବୈଠକରେ ଅନୁମୋଦନ ଲାଭ କରିଛି। କ୍ୟୁଆର୍ କୋଡ୍ ସହ ଓଡ଼ିଶା ହସ୍ତଶିଳ୍ପ ସଂଗ୍ରହାଳୟ-କଳାଭୂମିର ନବୀକରଣ ଓ୍ୱେବ୍  ସାଇଟ୍ ଉନ୍ମୋଚନ କରାଯାଇଛି ଆଧାରିତ ଅଡିଓ ଗାଇଡେଡ୍ ଟୁର୍ ସୁବିଧା କରାଯାଇଛି। ଶକ୍ତି ଓ ଶିକ୍ଷା ଆଦି ବିଭିନ୍ନ ବିଭାଗରେ ନିଯୁକ୍ତି ଦିଆଯାଇଛି।

ସେହିପରି ଶିଳ୍ପ କ୍ଷେତ୍ରରେ ପ୍ରମୁଖ ଶିଳ୍ପକୁ ସିଙ୍ଗଲ ଓ୍ୱିଣ୍ଟୋ କ୍ଲିୟରାନ୍ସ କମିଟି ତରଫରୁ ଅନୁମୋଦନ ଦିଆଯାଇଛି। ଦକ୍ଷତା ବିକାଶ ଓ ବିଭିନ୍ନ କ୍ଷେତ୍ରରେ ରାଜିନାମା ସ୍ୱାକ୍ଷରିତ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ କେନାଲ ଲାଇନିଂ ଯୋଜନା -୨.୦ କ୍ୟାବିନେଟ୍ ଅନୁମୋଦନ ଲାଭ କରିଛି। ସେହିପରି  ଅନ୍ୟ ବିଭିନ୍ନ ବିଭାଗ ଦ୍ୱାରା ପ୍ରଦତ୍ତ ସଫଳତା ସଂପର୍କରେ ସେ ଉପସ୍ଥାପନ କରିଥିଲେ। ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା ଏହି ସଫଳତାର ଧାରାକୁ ଆହୁରି ଅଧିକ ତ୍ୱରାନ୍ୱିତ କରିବାକୁ ପରାମର୍ଶ ଦେଇଥିଲେ। ବୈଠକରେ ମୁଖ୍ୟ ଶାସନ ସଚିବ ବିଭିନ୍ନ ବିଭାଗର କାର‌୍ୟ୍ୟ ସଂପର୍କରେ ସମୀକ୍ଷା ସହ  ଡିଏମ୍ଏଫ ଏବଂ ଓମ୍ବାଡିସି ପାଣ୍ଠି ଉପଯୋଗରେ ସମ୍ପୃକ୍ତ ଅଂଚଳରେ ଭିତ୍ତିଭୂମିର ବିକାଶ, ଉନ୍ନତ ରାସ୍ତା ନିର୍ମାଣ ସାଙ୍ଗକୁ ଅଧିକରୁ ଅଧିକ ଜୀବିକା ନିର୍ବାହ ପ୍ରକଳ୍ପ କାର‌୍ୟ୍ୟକାରୀ କରିବା ଉପରେ ଗୁରୁତ୍ୱ ଦେଇଥିଲେ।

ବୈଠକରେ ୨୦୨୩-୨୪ ଆର୍ଥିକ ବର୍ଷରେ ଅଗଷ୍ଟ  ମାସ ଶେଷ ସୁଦ୍ଧା ରାଜସ୍ୱ ଆୟ ଖର୍ଚ୍ଚ ଓ ସଂପର୍କରେ ସମୀକ୍ଷା କରାଯାଇଥିଲା। ବୈଠକରୁ ଜଣାଯାଇଛି ଯେ, ଗତବର୍ଷ ୨୦୨୨-୨୩ ଆର୍ଥିକ ବର୍ଷରେ  ଅଗଷ୍ଟ ମାସ ଶେଷ ସୁଦ୍ଧା ଖର୍ଚ୍ଚ ତୁଳନାରେ ଚଳିତ ୨୦୨୩ -୨୪  ବର୍ଷ ଏହି ମାସ ସୁଦ୍ଧା ବଜେଟ ଅନୁମୋଦନ ହିସାବରେ କାର‌୍ୟ୍ୟ ଅଗ୍ରଗତି ଅଧିକ ରହିଛି। ରାଜ୍ୟର ବିତ୍ତୀୟ ପ୍ରଦର୍ଶନ ଭଲ ରହିଥିବା ବେଳେ ବିବରଣୀ ପ୍ରାପ୍ତ ଅନୁସାରେ ଭିତ୍ତିଭୂମି ଉନ୍ନୟନ କ୍ଷେତ୍ର, ଶକ୍ତି, ମିଶନ ଶକ୍ତି, ବିଜ୍ଞାନ ଓ ବୈଷୟିକ ବିଦ୍ୟା, ଶିଳ୍ପ ବିଭାଗ, କୃଷି ଓ କୃଷକ ସଶକ୍ତିକରଣ, ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗ ଆଦି ଉନ୍ନତି ପ୍ରଦର୍ଶନ କରିଛନ୍ତି।

ଅବସରଗ୍ରହଣ କରୁଥିବା କର୍ମଚାରୀମାନଙ୍କର  ପେନସନ ପ୍ରଦାନ ପ୍ରକ୍ରିୟା ଅଧିକ ବ୍ୟବସ୍ଥିତ ଓ ତ୍ୱରାନ୍ୱିତ ହେବା ଫଳରେ ମାମଲା ସଂଖ୍ୟା ମାତ୍ରା ପୂର୍ବାପେକ୍ଷା ହ୍ରାସ ପାଉଥିବା ସଂପର୍କରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ଶ୍ରୀ ସୁରେନ୍ଦ୍ର କୁମାର ପ୍ରକାଶ କରିଥିଲେ। ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଊଷା ପାଢୀ ବିଭାଗ ତରଫରୁ ବୈଷୟିକ ଶିକ୍ଷା ଓ ଦକ୍ଷତା ବିକାଶ କ୍ଷେତ୍ରରେ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଅବଗତ କରିଥିଲେ। ୫ ବର୍ଷରେ ୧୫  ଲକ୍ଷ ଯୁବକଯୁବତୀଙ୍କୁ ଦକ୍ଷ କରିବା ବିଭାଗର ଲକ୍ଷ୍ୟ ରହିଥିବା ବେଳେ ଅନ୍ୟ  ବିଭିନ୍ନ ବିଭାଗ ତରଫରୁ ଆଗାମୀ ୪ ବର୍ଷରେ ୪୫ ଲକ୍ଷରୁ ଊର୍ଦ୍ଧ୍ୱ  ଯୁବକଯୁବତୀଙ୍କୁ ଦକ୍ଷ କରିବା ପାଇଁ ଯୋଜନା ପ୍ରସ୍ତୁତ କରାଯାଉଥିବା କହିଥିଲେ। ବିଭିନ୍ନ ବିଭାଗରେ ଖାଲିଥିବା ପଦବୀ ପୂରଣ, ଆଗାମୀ ଦିନରେ ବିଭିନ୍ନ ବିଭାଗ ତରଫରୁ କାର‌୍ୟ୍ୟକାରୀ ହେବାକୁ ଥିବା ପ୍ରକଳ୍ପର ଉଦ୍ଘାଟନ, ଚଳିତ ଆର୍ଥିକ ବର୍ଷରେ ଆଗାମୀ ୬ ମାସ ପାଇଁ ସମସ୍ତ ବିଭାଗର କାର‌୍ୟ୍ୟ ଯୋଜନା କିପରି ରହିବ, ସେ ସଂପର୍କରେ ଆଲୋଚନା କରାଯାଇଥିଲା।

ପ୍ରଦୀପ କୁମାର ଜେନା ମୁଖ୍ୟ ଶାସନ ସଚିବ ସଚିବସ୍ତରୀୟ ବୈଠକ ସମୀକ୍ଷା ବୈଠକ
Share. Facebook Twitter LinkedIn Email WhatsApp Copy Link

Related Posts

ଓଡ଼ିଶା ଏବଂ ଝାଡ଼ଖଣ୍ଡର ୪ଟି ଜିଲ୍ଲା ପାଇଁ ୨ଟି ରେଳଲାଇନ ପ୍ରଶସ୍ତିକରଣ ପ୍ରକଳ୍ପକୁ କ୍ୟାବିନେଟ୍ ମଞ୍ଜୁରି

July 15, 2026

ବିପଦରେ ଦେଶର ପରମାଣୁ ସୁରକ୍ଷା!: ଲିକ୍ ହେଲା ସର୍ବବୃହତ ପରମାଣୁ ଶକ୍ତି କେନ୍ଦ୍ରରୁ ତଥ୍ୟ

July 15, 2026

ଏବେ ୟୁକେରେ ଏହି ଫସଲକୁ ଟିକସମୁକ୍ତ ବିକ୍ରୟ କରିପାରିବେ ଚାଷୀ: ଜାଣନ୍ତୁ ତାଲିକା

July 15, 2026

ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା: ଆଜିଠାରୁ ଶସ୍ତା ହେବ ଅନେକ ସାମଗ୍ରୀ

July 15, 2026
Latest News

ଗୋବରରୁ ବାୟୋ-ଗ୍ୟାସ୍ ଉତ୍ପାଦନ ପାଇଁ ଦିଲ୍ଲୀରେ ବଡ଼ ପଦକ୍ଷେପ: ଏମଓୟୁ ସ୍ୱାକ୍ଷରିତ

July 15, 2026

ବାରାଣସୀରେ ୧୪,୪୪୭ କୋଟିର ୬-ଲେନ୍ ଏଲିଭେଟେଡ୍ କରିଡରକୁ କ୍ୟାବିନେଟ୍ ମଞ୍ଜୁରୀ

July 15, 2026

ଆତ୍ମନିର୍ଭର ଭାରତ ପାଇଁ ଜାତୀୟ ୟୁରିଆ ନିବେଶ ନୀତି  ୨୦୨୬କୁ କ୍ୟାବିନେଟ୍‌ ମଞ୍ଜୁରି

July 15, 2026

ଓଡ଼ିଶା ଏବଂ ଝାଡ଼ଖଣ୍ଡର ୪ଟି ଜିଲ୍ଲା ପାଇଁ ୨ଟି ରେଳଲାଇନ ପ୍ରଶସ୍ତିକରଣ ପ୍ରକଳ୍ପକୁ କ୍ୟାବିନେଟ୍ ମଞ୍ଜୁରି

July 15, 2026

ରଥଯାତ୍ରା ପାଇଁ ପୂର୍ବତଟ ରେଳପଥ ଦ୍ୱାରା ବ୍ୟାପକ ସ୍ୱତନ୍ତ୍ର ଟ୍ରେନ ସେବା ପରିଚାଳନା

July 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.