Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡ ପାଇଁ ଆଇଡିଏସ୍, 2017 ପାଇଁ 1164 କୋଟି ପ୍ରଦାନକୁ ମଞ୍ଜୁରି
ଆଜିର ଖବର

ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡ ପାଇଁ ଆଇଡିଏସ୍, 2017 ପାଇଁ 1164 କୋଟି ପ୍ରଦାନକୁ ମଞ୍ଜୁରି

September 6, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
କ୍ୟାବିନେଟ୍‌ ଅନୁମୋଦନ
ଭାରତର ଜନଗଣନା 2027 ପରିଚାଳନା ଯୋଜନାକୁ କ୍ୟାବିନେଟ ମଞ୍ଜୁରି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡ ପାଇଁ ଔଦ୍ୟୋଗିକ ବିକାଶ ଯୋଜନା (ଆଇଡିଏସ୍), 2017 ପାଇଁ 1164.53 କୋଟି ଟଙ୍କା ପ୍ରଦାନକୁ ମଞ୍ଜୁରି ମିଳିଛି।

ଭାରତ ସରକାର ହିମାଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ଡ ରାଜ୍ୟ ପାଇଁ 23 ଏପ୍ରିଲ 2018 ତାରିଖ 2018 ର ଅଧିସୂଚନା ସଂଖ୍ୟା 2 (2)/2018- ଏସପିଏସ୍ ମାଧ୍ୟମରେ 2018 ରେ ଔଦ୍ୟୋଗିକ ବିକାଶ ଯୋଜନା, 2017 ର ଘୋଷଣା କରିଥିଲେ। ଏହି ଯୋଜନା ଅନ୍ତର୍ଗତ ସମୁଦାୟ ଆର୍ଥିକ ପରିବ୍ୟୟ 131.90 କୋଟି ଟଙ୍କା ଥିଲା। ଏହି ଆବଣ୍ଟିତ ପାଣ୍ଠି ଆର୍ଥିକ ବର୍ଷ 2021-22 ସମୟରେ ସାମପ୍ତ ହୋଇ ଯାଇଥିଲା। ଏହା ବ୍ୟତୀତ 2028-2029 ପ୍ରତିବଦ୍ଧ ଦାୟୀତ୍ବ ଗୁଡ଼ିକର ପୁରଣ କରିବା ପାଇଁ 1164.53 କୋଟି ଟଙ୍କାର ଅତିରିକ୍ତ ପାଣ୍ଠିର ଆବଶ୍ୟକତା ରହିଛି। ଏହା ବ୍ୟତୀତ ଆର୍ଥିକ ବ୍ୟୟର ଆବଣ୍ଟନ ପାଇଁ ଔଦ୍ୟୋଗିକ ବିକାଶ ଯୋଜନା, 2017 ଅନ୍ତର୍ଗତ କ୍ୟାବିନେଟର ସ୍ବୀକୃତି ଅନୁରୋଧ କରାଯାଇଛି।

2. କ୍ୟାବିନେଟ୍ ଆଜି ନିଜର ବୈଠକରେ ହିମାଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ଡ ପାଇଁ ଔଦ୍ୟୋଗିକ ବିକାଶ ଯୋଜନା, 2017 ପାଇଁ ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରଣାଳୟ, ଉଦ୍ୟୋଗ ବିକାଶ ଓ ଆଭ୍ୟନ୍ତରୀଣ ବାଣିଜ୍ୟ ବିଭାଗର ପ୍ରସ୍ତାବ ଉପରେ ବିଚାର କରିଛି ଓ 2028-29 ପର୍ଯ୍ୟନ୍ତ ଯୋଜନା ଅନୁସାରେ ପ୍ରତିବଦ୍ଧ ଦାୟୀତ୍ବକୁ ପୂରଣ କରିବା ପାଇଁ ଅତିରିକ୍ତ ପାଣ୍ଠିର ଆବଶ୍ୟକତାକୁ ମଞ୍ଜୁରୀ ପ୍ରଦାନ କରିଛି। ଉପରୋକ୍ତ ଯୋଜନା ଅନ୍ତର୍ଗତ ଅତିରିକ୍ତ ପାଣ୍ଠିର ସ୍ବୀକୃତି ଅନୁସାରେ ଏହି ଯୋଜନା ଅନ୍ତର୍ଗତ ନିମ୍ନଲିଖିତ ପ୍ରୋତ୍ସାହନ ଲାଭାନ୍ବିତ ହେବ।

i. ଋଣ ସୁବିଧା ପାଇଁ କେନ୍ଦ୍ରୀୟ ପୁଞ୍ଜି ନିବେଶ ପ୍ରୋତ୍ସାହନ (ସିସିଆଇଆଇଏସି):

ହିମାଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ଡର ଯେ କୌଣସି ସ୍ଥାନରେ ମ୍ୟାନୁଫାକଚରିଂ ଏବଂ ସେବା କ୍ଷେତ୍ରରେ  ପର୍ଯ୍ୟାପ୍ତ ବିସ୍ତାର କରୁଥିବା ସମସ୍ତ ଯୋଗ୍ୟ ଓ ନୂତନ ଔଦ୍ୟୋଗିକ ୟୁନିଟ୍ ଏବଂ ପ୍ରଚଳିତ ଔଦ୍ୟୋଗିକ ୟୁନିଟକୁ 5.00 କୋଟିର ସର୍ବାଧିକ ସୀମା ସହିତ ପ୍ଲାଣ୍ଟ ଓ ମେସିନାରିରେ ନିବେଶ ପାଇଁ କ୍ରେଡିଟ୍ ପର୍ଯ୍ୟନ୍ତ ପହଞ୍ଚ (ସିସିଆଇଆଇଏସି) @ 30 ପ୍ରତିଶତ ପାଇଁ କେନ୍ଦ୍ରୀୟ ପୁଞ୍ଜି ନିବେଶ ପ୍ରୋତ୍ସାହନ ପ୍ରଦାନ କରାଯିବ।

ii. କେନ୍ଦ୍ରୀୟ ବିସ୍ତୃତ ବୀମା ପ୍ରୋତ୍ସାହନ (ସିସିଆଇଆଇ):

ହିମାଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ଡର ଯେକୌଣସି ସ୍ଥାନରେ ସମସ୍ତ ଯୋଗ୍ୟ ନୂତନ ଔଦ୍ୟୋଗିକ ଏବଂ ପ୍ରଚଳିତ ଔଦ୍ୟୋଗିକ ୟୁନିଟ୍କୁ ବାଣିଜ୍ୟିକ ଉତ୍ପାଦନ/ ସଞ୍ଚାଳନ ଆରମ୍ଭ ହେବା ତାରିଖ ଠାରୁ ସର୍ବାଧିକ 5 ବର୍ଷର ଅବଧି ପାଇଁ ଭବନ ଓ ପ୍ଲାଣ୍ଟ ତଥା ମେସିନାରୀର ବୀମା ଉପରେ 100 ପ୍ରତିଶତ ବୀମା ପ୍ରିମିୟମର ଫେରସ୍ତ ପାଇବାକୁ ଯୋଗ୍ୟ ହେବେ ।

 iii. ଜଡିତ ଖର୍ଚ୍ଚ:

ହିମାଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ଡ ରାଜ୍ୟ ପାଇଁ ଆଇଡିଏସ, 2017 ର ଆର୍ଥିକ ଖର୍ଚ୍ଚ ମାତ୍ର 131.90 କୋଟି ଟଙ୍କା ଥିଲା, ଯାହା 2021-2022 ମଧ୍ୟରେ ପ୍ରଦାନ କରାଯାଇଥିଲା। ଆହୁରି ମଧ୍ୟ, 2028-29 ପର୍ଯ୍ୟନ୍ତ ଏହି ଯୋଜନା ଅନ୍ତର୍ଗତ ପାଣ୍ଠିର ଅତିରିକ୍ତ ଆବଶ୍ୟକତା ମାଧ୍ୟମରେ ପ୍ରତିବଦ୍ଧ ଦାୟୀତ୍ବ ଗୁଡିକ ପୂରଣ କରିବାକୁ, କ୍ୟାବିନେଟ୍ ଏହି ଯୋଜନା ଅନ୍ତର୍ଗତ ଅତିରିକ୍ତ ଆର୍ଥିକ ଖର୍ଚ୍ଚକୁ 1164.53 କୋଟି ଟଙ୍କାକୁ  ମଞ୍ଜୁରୀ ପ୍ରଦାନ କରିଛନ୍ତି।

774 ପଞ୍ଜୀକୃତ ୟୁନିଟ୍ ଦ୍ବାରା ପ୍ରାୟ 48607 ଲୋକଙ୍କ ପାଇଁ ପ୍ରତ୍ୟକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ଆଶା କରାଯାଉଛି।

ଉତ୍ତରାଖଣ୍ଡ କ୍ୟାବିନେଟ ବୈଠକ ନରେନ୍ଦ୍ର ମୋଦୀ ହିମାଚଳ ପ୍ରଦେଶ
Share. Facebook Twitter LinkedIn Email WhatsApp Copy Link

Related Posts

କିଭଳି ରହିଛି ସଂଖ୍ୟାଲଘୁଙ୍କ ପାଇଁ ବଜେଟ୍?: ପ୍ରତିକ୍ରିୟା ଦେଲେ ଅଲ ଇଣ୍ଡିଆ ମୁସଲିମ ଜମାତର ସଭାପତି

February 1, 2026

ସନ୍ତୁଷ୍ଟ ନା ଅସନ୍ତୁଷ୍ଟ?: ବଜେଟ୍ ଉପରେ ଜାଣନ୍ତୁ କ’ଣ କହିଲେ ଜୟନ୍ତ ଚୌଧୁରୀ?

February 1, 2026

Budget 2026: ମହଙ୍ଗା ହେଲା ମଦ, ଜାଣନ୍ତୁ କେଉଁଥିରେ ମିଳିଲା ଆଶ୍ଵସ୍ତି?

February 1, 2026

Union Budget 2026: ଆୟକର ସମ୍ପର୍କରେ ବଡ଼ ଘୋଷଣା କଲେ ଅର୍ଥମନ୍ତ୍ରୀ, ଜାଣନ୍ତୁ କ’ଣ?

February 1, 2026
Latest News

କିଭଳି ରହିଛି ସଂଖ୍ୟାଲଘୁଙ୍କ ପାଇଁ ବଜେଟ୍?: ପ୍ରତିକ୍ରିୟା ଦେଲେ ଅଲ ଇଣ୍ଡିଆ ମୁସଲିମ ଜମାତର ସଭାପତି

February 1, 2026

ସନ୍ତୁଷ୍ଟ ନା ଅସନ୍ତୁଷ୍ଟ?: ବଜେଟ୍ ଉପରେ ଜାଣନ୍ତୁ କ’ଣ କହିଲେ ଜୟନ୍ତ ଚୌଧୁରୀ?

February 1, 2026

Budget 2026: ମହଙ୍ଗା ହେଲା ମଦ, ଜାଣନ୍ତୁ କେଉଁଥିରେ ମିଳିଲା ଆଶ୍ଵସ୍ତି?

February 1, 2026

Union Budget 2026: ଆୟକର ସମ୍ପର୍କରେ ବଡ଼ ଘୋଷଣା କଲେ ଅର୍ଥମନ୍ତ୍ରୀ, ଜାଣନ୍ତୁ କ’ଣ?

February 1, 2026

Union Budget 2026: ଓଡ଼ିଶା ସମେତ ଏହି ରାଜ୍ୟରେ ହେବ ବିରଳ ଖଣିଜ କରିଡର

February 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.