Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଡିଜିଟାଲ୍ ରୂପାନ୍ତରଣ ପାଇଁ ଭାରତ ଓ ଆର୍ମେନିଆ ମଧ୍ୟରେ ହୋଇଥିବା ରାଜିନାମାକୁ ମଞ୍ଜୁରୀ ପ୍ରଦାନ
ଆଜିର ଖବର

ଡିଜିଟାଲ୍ ରୂପାନ୍ତରଣ ପାଇଁ ଭାରତ ଓ ଆର୍ମେନିଆ ମଧ୍ୟରେ ହୋଇଥିବା ରାଜିନାମାକୁ ମଞ୍ଜୁରୀ ପ୍ରଦାନ

September 14, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
କ୍ୟାବିନେଟ ମଞ୍ଜୁରି
ଭାରତୀୟ କପା ନିଗମକୁ ୧,୭୧୮.୫୬ କୋଟିର ଏମଏସପି ପାଣ୍ଠି ମଞ୍ଜୁର କଲା କ୍ୟାବିନେଟ୍

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର ମନ୍ତ୍ରୀମଣ୍ଡଳ 12 ଜୁନ୍, 2023 କୁ ଭାରତର ଇଲେକ୍‌ଟ୍ରୋନିକ୍‌ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ଏବଂ ଆର୍ମେନିଆର ଉଚ୍ଚ ପ୍ରଯୁକ୍ତି ଉଦ୍ୟୋଗ ମନ୍ତ୍ରଣାଳୟ ମଧ୍ୟରେ ଡିଜିଟାଲ୍ ପରିବର୍ତ୍ତନ ପାଇଁ ସମଗ୍ର ଜନସଂଖ୍ୟା ଆଧାରରେ କାର୍ଯ୍ୟାନ୍ବିତ ସଫଳ ଡିଜିଟାଲ୍ ସମାଧାନକୁ ଆଦାନ ପ୍ରଦାନ କରିବା କ୍ଷେତ୍ରରେ ସହଯୋଗ ଉପରେ ହୋଇଥିବା ରାଜିନାମା (ଏମଓୟୁ) କୁ ମଞ୍ଜୁରୀ ପ୍ରଦାନ କରିଛି।

ଏହି ରାଜିନାମାର ଉଦ୍ଦେଶ୍ୟ ହେଉଛି ଉଭୟ ଦେଶର ଡିଜିଟାଲ୍ ପରିବର୍ତ୍ତନକାରୀ ପଦକ୍ଷେପକୁ କାର୍ଯ୍ୟକାରୀ କରିବାରେ ଘନିଷ୍ଠ ସହଯୋଗୀ ଏବଂ ଡିଜିଟାଲ୍ ପ୍ରଯୁକ୍ତି ଆଧାରିତ ସମାଧାନ (ଯଥା ଇଣ୍ଡିଆ ଷ୍ଟାକ୍) ଏବଂ ଅଭିଜ୍ଞତାର ଆଦାନ ପ୍ରଦାନକୁ ପ୍ରୋତ୍ସାହିତ କରିବା। ଏମଓୟୁ ରେ ଆଇଟିର କ୍ଷେତ୍ରରେ ନିଯୁକ୍ତି ଏବଂ ସୁଯୋଗକୁ ପ୍ରୋତ୍ସାହିତ କରୁଥିବା ବ୍ୟାପକ ସହଯୋଗର ପରିକଳ୍ପନା କରାଯାଇଛି।

ଏହି ରାଜିନାମା ଉଭୟ ଦେଶ ଦ୍ବାରା କରାଯାଇଥିବା ସ୍ବାକ୍ଷର ତାରିଖରୁ କାର୍ଯ୍ୟକାରୀ ହେବ ଏବଂ 3 ବର୍ଷର ଅବଧି ପର୍ଯ୍ୟନ୍ତ ଲାଗୁ ରହିବ।

ଡିଜିଟାଲ୍ ସାର୍ବଜନିକ ଭିତ୍ତିଭୂମି (ଡିପିଆଇ) କ୍ଷେତ୍ରରେ ଉଭୟ, ଜି2ଜି ଏବଂ ବି2ବି ଦ୍ବିପାକ୍ଷୀକ ସହଯେଗା ବୃଦ୍ଧି କରାଯିବ। ଏହି ରାଜିନାମା ବିଚାର କରାଯାଇଥିବା କାର୍ଯ୍ୟକୁ ତାହାର ପ୍ରଶାସନର ନିୟମିତ ପରିଚାଳନା ଆବଣ୍ଟନ ମାଧ୍ୟମରେ ଆର୍ଥିକ ସହାୟତା ପ୍ରଦାନ କରାଯିବ।

ଆଇସିଟି ଡୋମେନରେ ଦ୍ୱିପାକ୍ଷିକ ଏବଂ ବହୁପକ୍ଷୀୟ ସହଯୋଗ ବୃଦ୍ଧି ପାଇଁ ଏମଇଆଇଟିୱାଇ ଅନେକ ଦେଶ ଏବଂ ବହୁପକ୍ଷୀୟ ଏଜେନ୍ସି ସହିତ ସହଯୋଗ କରୁଛି । ଏହି ଅବଧି ମଧ୍ୟରେ, ଆଇଟି ଡୋମେନରେ ସହଯୋଗ ଏବଂ ସୂଚନା ଆଦାନପ୍ରଦାନକୁ ପ୍ରୋତ୍ସାହିତ କରିବା ପାଇଁ ଏମଇଆଇଟିୱାଇ ବିଭିନ୍ନ ଦେଶରୁ ଏହାର ପ୍ରତିପକ୍ଷ ସଂଗଠନ / ଏଜେନ୍ସି ସହିତ ରାଜିନାମା / ଏମଓସି/ ଚୁକ୍ତିନାମା କରିଛି । ଦେଶକୁ ଡିଜିଟାଲ୍ ସଶକ୍ତ ସମାଜ ତଥା ଜ୍ଞାନ ଅର୍ଥନୀତିରେ ପରିଣତ କରିବା ପାଇଁ ଡିଜିଟାଲ୍ ଇଣ୍ଡିଆ, ଆତ୍ମନିର୍ଭର ଭାରତ, ମେକ୍ ଇନ୍ ଇଣ୍ଡିଆ ଇତ୍ୟାଦି ଭାରତ ସରକାର ନେଇଥିବା ବିଭିନ୍ନ ପଦକ୍ଷେପ ସହିତ ଏହା ଅନୁରୂପ ଅଟେ। ଏହି ପରିବର୍ତ୍ତିତ କ୍ଷେତ୍ରରେ, ବ୍ୟବସାୟର ସୁଯୋଗ ଅନ୍ୱେଷଣ, ସର୍ବୋତ୍ତମ ଅଭ୍ୟାସର ଆଦାନ ପ୍ରଦାନ ଏବଂ ପାରସ୍ପରିକ ସହଯୋଗ ବୃଦ୍ଧି ଲକ୍ଷ୍ୟ ସହିତ ଡିଜିଟାଲ କ୍ଷେତ୍ରରେ ପୁଞ୍ଜି ନିବେଶକୁ ଆକର୍ଷିତ କରିବାର ଏକ ଆବଶ୍ୟକତା ରହିଛି।

ଗତ କିଛି ବର୍ଷ ମଧ୍ୟରେ, ଡିଜିଟାଲ୍ ପବ୍ଲିକ୍ ଇନଫ୍ରାଷ୍ଟ୍ରକଚର (ଡିପିଆଇ) କାର୍ଯ୍ୟକାରୀ କରିବାରେ ଭାରତ ନିଜର ନେତୃତ୍ୱ ପ୍ରଦର୍ଶନ କରିଛି ଏବଂ କୋଭିଡ୍ ମହାମାରୀ ସମୟରେ ମଧ୍ୟ ଜନସାଧାରଣଙ୍କୁ ସେବା ଯୋଗାଇବାରେ ସଫଳ ହୋଇଛି। ଫଳସ୍ୱରୂପ, ଅନେକ ଦେଶ ଭାରତର ଅନୁଭୂତିରୁ ଶିଖିବା ଏବଂ ଭାରତର ଅନୁଭୂତିରୁ ଶିକ୍ଷା ପାଇଁ ଭାରତ ସହିତ ଏମଓୟୁରେ ପ୍ରବେଶ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି।

ଇଣ୍ଡିଆ ଷ୍ଟାକ ସଲ୍ୟୁସନ୍ ଗୁଡିକ ହେଉଛି ଜନସେବା ଗୁଡିକର ଆକ୍ସେସ ଏବଂ ବିତରଣ ପାଇଁ ଜନସଂଖ୍ୟା ସ୍କେଲରେ ଭାରତ ଦ୍ବାରା ବିକଶିତ ଏବଂ କାର୍ଯ୍ୟକାରୀ ହୋଇଥିବା ଏକ ବ୍ୟବସ୍ଥା ଏହା ଅର୍ଥପୂର୍ଣ୍ଣ ସଂଯୋଗ ଯୋଗାଇବ, ଡିଜିଟାଲ୍ ଅନ୍ତର୍ଭୂକ୍ତିକୁ ପ୍ରୋତ୍ସାହିତ କରିବ ଏବଂ ଜନସେବାରେ ନିରନ୍ତର ପ୍ରବେଶ ସକ୍ଷମ କରିବା। ଏଗୁଡିକ ଉନ୍ମୁକ୍ତ ଟେକ୍ନୋଲୋଜି ଉପରେ ନିର୍ମିତ, ପାରସ୍ପରିକ କାର୍ଯ୍ୟକ୍ଷମ ଏବଂ ଶିଳ୍ପ ଏବଂ ଗୋଷ୍ଠୀର ଅଂଶଗ୍ରହଣକୁ ସାମିଲ କରିବା ପାଇଁ ଏହାକୁ ଡିଜାଇନ୍ କରାଯାଇଛି ଯାହା ନୂତନତ୍ୱକୁ ପ୍ରୋତ୍ସାହିତ କରେ । ତଥାପି, ଡିପିଆଇ ନିର୍ମାଣରେ ପ୍ରତ୍ୟେକ ଦେଶର ଅନନ୍ୟ ଆବଶ୍ୟକତା ଏବଂ ଆହ୍ବାନ ରହିଛି, ଯଦିଓ ମୌଳିକ କାର୍ଯ୍ୟକାରିତା ସମାନ ଯାହାକି ବିଶ୍ୱ ସହଯୋଗ ପାଇଁ ଅନୁମତି ଦେଇଥାଏ ।

ଭାରତ
Share. Facebook Twitter LinkedIn Email WhatsApp Copy Link

Related Posts

‘ମୋଦିଙ୍କ କୂଟନୀତିକୁ କଠୋର ଆଘାତ’: ଆମେରିକା-ଇରାନ ଯୁଦ୍ଧବିରତି ପରେ କଂଗ୍ରେସର ଆକ୍ରମଣ

April 8, 2026

ରେପୋ ରେଟ୍ ଅପରିବର୍ତ୍ତିତ

April 8, 2026

ଭିଜିଲାନ୍ସ ଜାଲରେ ଜଳସେଚନ ଯନ୍ତ୍ରୀ

April 8, 2026

Iran US War Update: ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି

April 8, 2026
Latest News

‘ମୋଦିଙ୍କ କୂଟନୀତିକୁ କଠୋର ଆଘାତ’: ଆମେରିକା-ଇରାନ ଯୁଦ୍ଧବିରତି ପରେ କଂଗ୍ରେସର ଆକ୍ରମଣ

April 8, 2026

ରେପୋ ରେଟ୍ ଅପରିବର୍ତ୍ତିତ

April 8, 2026

ଆମେରିକା-ଇରାନ ଯୁଦ୍ଧବିରତିରୁ ଭାରତକୁ ବହୁତ ଲାଭ!: ଜାଣନ୍ତୁ

April 8, 2026

ଭିଜିଲାନ୍ସ ଜାଲରେ ଜଳସେଚନ ଯନ୍ତ୍ରୀ

April 8, 2026

Assembly Election 2026: କେରଳରେ ସତ୍ତା ପରିବର୍ତ୍ତନର ସଂକେତ

April 8, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.