Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ମହିଳାଙ୍କ ଦକ୍ଷତା ବିକାଶ ପାଇଁ ନୂଆ ପଦକ୍ଷେପ, ତିନୋଟି ସଂସ୍ଥା ସହିତ ବୁଝାମଣା
ବିଶେଷ ଖବର

ମହିଳାଙ୍କ ଦକ୍ଷତା ବିକାଶ ପାଇଁ ନୂଆ ପଦକ୍ଷେପ, ତିନୋଟି ସଂସ୍ଥା ସହିତ ବୁଝାମଣା

October 4, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
Women and Child Development
Women and Child Development Department is going to add a new leaf to the women's empowerment.

ଭୁବନେଶ୍ୱର: ମହିଳାଙ୍କ ଦକ୍ଷତାର ବିକାଶରେ ଆଜି ଆମେ ଏକ ନୂଆ ଫର୍ଦ୍ଦ ଯୋଡିବା ପାଇଁ ଯାଉଛି। ଓଡ଼ିଶା ସରକାର ମହିଳାମାନଙ୍କୁ ସେମାନଙ୍କ ଯୋଗ୍ୟତା ଆଧାରରେ କାର୍ଯ୍ୟ କରିବାର ସୁଯୋଗ ଦେବା ସହ ନିଷ୍ପତ୍ତି ନେବା ପକ୍ରିୟାରେ ମଧ୍ୟ ସାମିଲ କରୁଛନ୍ତି।

ମହିଳାମାନଙ୍କ ଅଧିକାରକୁ ସମ୍ମାନ ଜଣାଇ ରାଜ୍ୟର ଗଠନ ମୂଳକ କାର୍ଯ୍ୟରେ ମହିଳାମାନଙ୍କୁ ନିଯୋଜିତ କରାଯାଉଛି ବୋଲି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ବାସନ୍ତୀ ହେମ୍ବ୍ରମ ମତବ୍ୟକ୍ତ କରିଛନ୍ତି।

ଭୁବନେଶ୍ୱର ସ୍ଥିତ ମହିଳା ଓ ଶିଶୁ ବିକାଶ ତାଲିମ କେନ୍ଦ୍ର (ଗୃହ ଅର୍ଥନୀତି ତାଲିମ କେନ୍ଦ୍ର) ରେ ଅନୁଷ୍ଠିତ ଏକ ବୈଠକରେ ମହିଳା ଶିଶୁ ବିକାଶ ବିଭାଗ ସହ ଗୋପବନ୍ଧୁ ପ୍ରଶାସନିକ ଏକାଡ଼େମୀ ଓ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ପଞ୍ଚାୟତ ମଧ୍ୟରେ ଏକ ବୁଝାମଣା ପତ୍ର ସ୍ୱାକ୍ଷର ହୋଇଛି।

ଏହି ବୈଠକରେ ମନ୍ତ୍ରୀ ଶ୍ରୀମତୀ ହେମ୍ବ୍ରମ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ ଯେ ବର୍ତ୍ତମାନର ଯାନ୍ତ୍ରୀକ ଓ ବୈଷୟିକ ତାଲିମ ଆବଶ୍ୟକତାକୁ ଦୃଷ୍ଟିରେ ରଖି ମହିଳା ଓ ଶିଶୁ ବିକାଶ ବିଭାଗ, ଗୋପବନ୍ଧୁ ପ୍ରଶାସନିକ ଏକାଡେମି ଓ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ପ୍ରତିଷ୍ଠାନର ମିଳିତ ସହଯୋଗରେ ମହିଳା ଓ ଶିଶୁ ବିକାଶ ତାଲିମ କେନ୍ଦ୍ରକୁ ଉତ୍କର୍ଷ ତାଲିମ କେନ୍ଦ୍ରରେ ରୂପାନ୍ତରିତ କରି ଗୁଣାତ୍ମକ ଶିକ୍ଷା ଓ ତାଲିମ ବ୍ୟବସ୍ଥାକୁ ସୁଦୃଢ କରିବାକୁ ସ୍ଥିର କରାଯାଇଛି।

ମନ୍ତ୍ରୀ ଶ୍ରୀମତୀ ହେମ୍ବ୍ରମଙ୍କ ଉପସ୍ଥିତିରେ ମହିଳା ଓ ଶିଶୁ ବିକାଶ ତାଲିମ କେନ୍ଦ୍ରର ମୁଖ୍ୟ ପ୍ରଶିକ୍ଷିକା ଶ୍ରୀମତୀ ଏସ. ଜାଗୃତି ଓ ଗୋପବନ୍ଧୁ ପ୍ରଶାସନିକ ଏକାମେୀର ସ୍ୱତନ୍ତ୍ର ସଚିବ ତଥା ଅତିରିକ୍ତ ନିର୍ଦ୍ଦେଶକ ଆରାଧନା ଦାସ ଓ ରାଜ୍ୟ ଗ୍ରାମ ଉନ୍ନୟନ ଓ ପଞ୍ଚାୟତିରାଜ ପ୍ରତିଷ୍ଠାନର ଅତିରିକ୍ତ ସଚିବ ଧରଣୀଧର ନନ୍ଦ ଏହି ବୁଝାମୁଣା ପତ୍ରରେ ସ୍ୱାକ୍ଷର କରିଛନ୍ତି । ଏହି ଅବସରରେ ମହିଳା ଓ ଶିଶୁ ବିକାଶ ତାଲିମ କେନ୍ଦ୍ର ଉପରେ ଆଧାରିତ ଏକ ଭିଡ଼ିଓ ଫିଲ୍ମ ପ୍ରଦର୍ଶିତ ହୋଇଥିଲା।

ଏହି ଦୁଇ ଗୁରୁତ୍ୱପୂର୍ଣ୍ଣ ଅନୁଷ୍ଠାନ ସହ ଯୋଡି ହେବା ଆମ ପାଇଁ ଏକ ଗୌରବର ବିଷୟ। ଏହି ବୁଝାମଣା ସ୍ୱାକ୍ଷର ହେବା ଦ୍ୱାରା ରାଜ୍ୟର ମହିଳାମାନଙ୍କର ପ୍ରଶାସନିକ ଦକ୍ଷତା ସହ ବୃତ୍ତିଗତ ମନୋଭାବ ମଧ୍ୟ ସଶକ୍ତ ହେଇପାରିବ।

ମହିଳା ଓ ଶିଶୁ ବିକାଶ ତାଲିମ କେନ୍ଦ୍ରକୁ ରାଜ୍ୟର ଏକ ଉତ୍କର୍ଷ ତାଲିମ କେନ୍ଦ୍ରରେ ରୂପାନ୍ତରିତ କରିବା ଦ୍ୱାରା ଅଙ୍ଗନବାଡି କର୍ମୀମାନେ ବିଷୟ ବିଶେଷଜ୍ଞ ଓ ଦକ୍ଷ ପ୍ରଶାସକ ଦ୍ୱାରା ତାଲିମ ପାଇପାରିବେ ବୋଲି ମହିଳା ଓ ଶିଶୁ ବିକାଶ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା ମତ ପ୍ରକାଶ କରିଛନ୍ତି।

ଏହି ବୁଝାମଣା ଦ୍ୱାରା ପଞ୍ଚାୟତ ସ୍ତରରେ ମା’ମାନଙ୍କର କାର୍ଯ୍ୟଦକ୍ଷତାରେ ଉନ୍ନତି ଆସିବ ବୋଲି ରାଜ୍ୟ ଉନ୍ନନୟ ଓ ପଞ୍ଚାୟତରାଜ ପ୍ରତିଷ୍ଠାନର ଅତିରିକ୍ତ ସଚିବ ଧରଣୀଧର ନନ୍ଦ ଆଶା ପ୍ରକାଶ କରିଛନ୍ତି। ମିଳିତ ସହଯୋଗରେ ହିଁ ଆମେ ମହିଳା ଓ ଶିଶୁ ବିକାଶ ତାଲିମ କେନ୍ଦ୍ରକୁ ଉତ୍କର୍ଷ ତାଲିମ କେନ୍ଦ୍ର ର ରୂପାନ୍ତରିତ କରିପାରିବା ବୋଲି ତାଲିମ କେନ୍ଦ୍ରର ମୁଖ୍ୟ ପ୍ରଶିକ୍ଷିକା ଏସ. ଜାଗୃତି କହିଛନ୍ତି।

ଏହି ଉତ୍ସବରେ ମହିଳା ଓ ଶିଶୁ ବିକାଶ ବିଭାଗର ଅତିରିକ୍ତ ସଚିବ ଦୁର୍ଗାପ୍ରସାଦ ମହାରଣା ସ୍ୱାଗତ ଅଭିଭାଷଣ ରଖିଥିଲେ ଓ ଅନୁ ସଚିବ ଶ୍ରୀମତୀ ସ୍ୱଂୟପ୍ରଭା ମୁଦୁଲି ଧନ୍ୟବାଦ ଜ୍ଞାପନ କରିଥିଲେ।

ମହିଳା ଓ ଶିଶୁ ବିକାଶ ଶୁଭା ଶର୍ମା
Share. Facebook Twitter LinkedIn Email WhatsApp Copy Link

Related Posts

ଆଜିର ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ସ୍ଥଗିତ

April 27, 2026

କିସ୍ ରେ ରାଜ୍ୟସ୍ତରୀୟ ଆଦିବାସୀ ସ୍ୱେଚ୍ଛାସେବୀ ସଶକ୍ତିକରଣ କାର୍ଯ୍ୟକ୍ରମ ଉଦଯାପିତ

April 27, 2026

ବାହାଘର ବାଣ ପଡି ଜଳିଗଲା 6 ବଖରା

April 26, 2026

କାଲି ବାଚସ୍ପତିଙ୍କୁ ଭେଟିବ ବିଜେଡି

April 26, 2026
Latest News

ଜାପାନରେ ଭୂମିକମ୍ପ

April 27, 2026

ଆଜିର ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ସ୍ଥଗିତ

April 27, 2026

ଚିଲିକା ପୁସ୍ତକ ମେଳାର ତୃତୀୟ ଦିବସ: ପୁସ୍ତକପ୍ରେମୀଙ୍କ ଭରପୁର ଉତ୍ସାହ

April 27, 2026

କିସ୍ ରେ ରାଜ୍ୟସ୍ତରୀୟ ଆଦିବାସୀ ସ୍ୱେଚ୍ଛାସେବୀ ସଶକ୍ତିକରଣ କାର୍ଯ୍ୟକ୍ରମ ଉଦଯାପିତ

April 27, 2026

କଣ ଗରମ ଯୋଗୁଁ ଆପଣଙ୍କ ପେଟ ବାରମ୍ବାର ଖରାପ ହେଉଛି କି ? ଜାଣନ୍ତୁ କାରଣ କଣ ?

April 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.