Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ନୌସେବା ଆରମ୍ଭ କରାଇଲେ ପ୍ରଧାନମନ୍ତ୍ରୀ
ବିଶେଷ ଖବର

ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ନୌସେବା ଆରମ୍ଭ କରାଇଲେ ପ୍ରଧାନମନ୍ତ୍ରୀ

October 14, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଭାରତର ନାଗାପଟ୍ଟିନମ୍ ଓ ଶ୍ରୀଲଙ୍କାର କାନକେସନଥୁରାଇ ମଧ୍ୟରେ ନୌସେବାକୁ ଆଜି (୧୪.୧୦.୨୦୨୩) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଭାସୀ ମାଧ୍ୟମରେ ଉଦ୍ଘାଟନ କରିବା ସହ ସମ୍ବୋଧନ କରିଛନ୍ତି। ସମବେତ ଜନତାଙ୍କୁ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ନାଗାପଟ୍ଟିନମ୍ ଓ କାନକେସନଥୁରାଇ ମଧ୍ୟରେ ନୌସେବାର ଉଦ୍ଘାଟନ ଯୋଗୁଁ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ କୂଟନୈତିକ ଓ ଆର୍ଥିକ ସମ୍ପର୍କର ଏକ ନୂତନ ଅଧ୍ୟାୟ ଆରମ୍ଭ ହେବା ସହ ଏହା ଦୁଇ ଦେଶର ସମ୍ପର୍କକୁ ଆହୁରି ମଜବୁତ କରିବ।

ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ସଂସ୍କୃତି, ବାଣିଜ୍ୟ ଓ ସଭ୍ୟତାର ଇତିହାସ ଉପରେ ଅବଲୋକନ କରି ଶ୍ରୀ ମୋଦୀ କହିଥିଲେ ଯେ ନାଗାପଟ୍ଟିନମ୍ ଓ ଆଖାପାଖ ନଗରୀଗୁଡିକ ସାମୁଦ୍ରିକ ବାଣିଜ୍ୟ ନିମନ୍ତେ ଜଣାଶୁଣା। ଶ୍ରୀଲଙ୍କା ଓ ଅନ୍ୟାନ୍ୟ ଦେଶଗୁଡିକ ସହ ଏହି ବାଣିଜ୍ୟିକ ସମ୍ପର୍କ ରହିଥିବାବେଳେ ପ୍ରାଚୀନ ତାମିଲ ସାହିତ୍ୟରେ ପୁମ୍ପୁହର ଐତିହାସିକ ବନ୍ଦରର ଉଲ୍ଲେଖ ମଧ୍ୟ ରହିଛି।

ସେ ମଧ୍ୟ ସଂଗମ ଯୁଗ ସାହିତ୍ୟରେ ପାଟିନାପାଲ୍ଲାଇ ଓ ମଣିମେକଲାର ବିଷୟ ଉଲ୍ଲେଖ କରିଥିଲେ ଯାହା ଦୁଇ ଦେଶ ମଧ୍ୟରେ ନୌକା ଯାତାୟତ ନେଇ ସୂଚନା ଦେଇଥାଏ। ଶ୍ରୀ ମୋଦୀ ମଧ୍ୟ ମହାନ୍ କବି ସୁବ୍ରମନିୟମ ଭାରତୀଙ୍କ ସଙ୍ଗୀତ ‘ସିନ୍ଧୁ ନଧିୟିନୀ ମିଶାଇ’ଯାହା ଭାରତ ଓ ଶ୍ରୀଲଙ୍କାକୁ ସଂଯୋଗ କରୁଥିବା ସେତୁର ବର୍ଣ୍ଣନା ତାହାର ଅବତାରଣା କରିଥିଲେ। ଏହି ନୌସେବା ସମସ୍ତ ଐତିହାସିକ ଓ ସାଂସ୍କୃତିକ ସଂଯୋଗକୁ ପୁଣି ଜୀବନ୍ତ କରିଦେଇଛି ବୋଲି ସେ କହିଥିଲେ।

ଶ୍ରୀଲଙ୍କା ରାଷ୍ଟ୍ରପତି ବିକ୍ରମ ସିଂଘେଙ୍କ ନିକଟରେ ଭାରତ ଗସ୍ତ କାଳରେ ସଂଯୋଗୀକରଣକୁ ମୁଖ୍ୟ ବିଷୟ ବିବେଚନା କରି ଆର୍ଥିକ ଭାଗିଦାରିତା ଉପରେ ଏକ ଯୁଗ୍ମ ଦୃଶ୍ୟପତ୍ର ମଧ୍ୟ ତିଆରି ହୋଇଥିବା ଶ୍ରୀ ମୋଦୀ କହିଥିଲେ। “ସଂଯୋଗୀକରଣ କେବଳ ଦୁଇ ନଗରୀକୁ ଯୋଡୁନାହିଁ, ଏହା ଆମର ଦେଶ, ଜନସାଧାରଣ ଓ ହୃଦୟକୁ ମଧ୍ୟ ଯୋଡୁଛି” ବୋଲି ଶ୍ରୀ ମୋଦୀ କହିଥିଲେ। ସଂଯୋଗୀକରଣ, ବାଣିଜ୍ୟ, ପର୍ଯ୍ୟଟନ ଓ ଜନସମ୍ପର୍କ ବୃଦ୍ଧି କରିବା ସହ ଉଭୟ ଦେଶର ଯୁବଗୋଷ୍ଠୀ ପାଇଁ ଏହା ଅନେକ ସୁଯୋଗ ସୃଷ୍ଟି କରିବ।

ଦିଲ୍ଲୀ ଓ କଲମ୍ବୋ ମଧ୍ୟରେ ସିଧାସଳଖ ବିମାନ ଚଳାଚଳ ପରେ ୨୦୧୫ରେ ଶ୍ରୀଲଙ୍କା ଗସ୍ତ ବିଷୟରେ ପ୍ରଧାନମନ୍ତ୍ରୀ ସ୍ମୃତିଚାରଣ କରିଥିଲେ। ପରେ ପରେ ଶ୍ରୀଲଙ୍କାରୁ ତୀର୍ଥନଗରୀ କୁଶୀନଗରକୁ ପ୍ରଥମ ଆନ୍ତର୍ଜାତିକ ବିମାନ ସେବା ମଧ୍ୟ ଉତ୍ସବଭାବେ ପାଳନ କରାଯାଇଥିଲା। ୨୦୧୯ରେ ଜାଫୁନା-ଚେନ୍ନାଇ ମଧ୍ୟରେ ସିଧାସଳଖ ବିମାନ ସେବା ଆରମ୍ଭ ହୋଇଥିବାବେଳେ ଏବେ ନାଗାପଟ୍ଟିନମ୍ ଓ କନକେ୍ସନଥୁରାଇ ମଧ୍ୟରେ ନୌସେବା ଏ ଦିଗରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ଶ୍ରୀ ମୋଦୀ କହିଥିଲେ।

“ଆମର ସଂଯୋଗୀକରଣର ଦୂରଦୃଷ୍ଟି କେବଳ ପରିବହନ କ୍ଷେତ୍ର ମଧ୍ୟରେ ସୀମିତ ନୁହେଁ। ଭାରତ ଓ ଶ୍ରୀଲଙ୍କା ଅନ୍ତରଙ୍ଗ ଭାବେ ଅ୍ରାହୁରି ଅନେକ କ୍ଷେତ୍ର ଯେପରିକି ଫିନ-ଟେକ ଓ ଶକ୍ତି କ୍ଷେତ୍ରରେ ମଧ୍ୟ ଅଂଶୀଦାର ହୋଇଛନ୍ତି। ୟୁପିଆଇ ଯୋଗୁଁ ଡିଜିଟାଲ ଦେଣନେଣ ଏକ ଜନ ଆନ୍ଦୋଳନ ଓ ଜୀବନଧାରା ପାଲଟି ଯାଇଥିବାରୁ ଉଭୟ ଦେଶ ସରକାର ଫିନ୍ ଟେକ କ୍ଷେତ୍ରରେ ଭାରତର ୟୁପିଆଇ ଓ ଶ୍ରୀଲଙ୍କା ମଧ୍ୟରେ ସଂଯୋଗ ରଖିବା ପାଇଁ ଉଦ୍ୟମ କରୁଥିବା ପ୍ରଧାନମନ୍ତ୍ରୀ ପ୍ରକାଶ କରିଥିଲେ।

ଶକ୍ତି ଓ ସୁରକ୍ଷା ଓ ନିର୍ଭରଶୀଳତା ବୃଦ୍ଧି ନେଇ ଦୁଇ ଦେଶ ମଧ୍ୟରେ ଶକ୍ତି ଗ୍ରୀଡ୍ ସଂଯୋଗ ନେଇ ଚେଷ୍ଟା ଚାଲିଛି ଓ ଉଭୟ ଦେଶର ବିକାଶ ଯାତ୍ରାରେ ଏହା ସହାୟକ ହେବ।

ଭାରତ ଓ ଶ୍ରୀଲଙ୍କା ଦ୍ୱିପାକ୍ଷିକ ସମ୍ପର୍କରେ ପ୍ରଗତି ଓ ବିକାଶ ନେଇ ଭାଗଦାରିତା ଏକ ମଜବୁତ ଖମ୍ଭ ସଦୃଶ। “କାହାକୁ ମଧ୍ୟ ବାଦ ନ ଦେଇ ସମସ୍ତଙ୍କୁ ବିକାଶ ଧାରାରେ ସାମିଲ କରିବା ହେଉଛି ଆମର ଲକ୍ଷ୍ୟ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ଶ୍ରୀଲଙ୍କାରେ ଭାରତ ସହାୟତାରେ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପଗୁଡିକ ସମସ୍ତଙ୍କ ମନକୁ ଛୁଇଁଛି। ଗୃହ ନିର୍ମାଣ, ଜଳ, ସ୍ୱାସ୍ଥ୍ୟ ଓ ଜୀବିକାର ସହାୟତାକୁ ନେଇ ଅନେକ ପ୍ରକଳ୍ପ ଦେଶର ଉତ୍ତର କ୍ଷେତ୍ରରେ ସମ୍ପୂର୍ଣ୍ଣ ହୋଇଛି ଓ କାନକେସନଥୁରାଇ ବନ୍ଦରର ସମ୍ପ୍ରସାରଣର ସହାୟତା ଯୋଗୁଁ ସେ ମଧ୍ୟ ଆନନ୍ଦ ପ୍ରକଟ କରିଥିଲେ। ସେ ଉତ୍ତରରୁ ଦକ୍ଷିଣକୁ ରେଳପଥ ସଂଯୋଗ ହେଉ ବା ଐତିହ୍ୟ ସମ୍ପନ୍ନ ଜାଫଥା ସାଂସ୍କୃତିକ କେନ୍ଦ୍ରର ନିର୍ମାଣ, ଶ୍ରୀଲଙ୍କାର ସବୁଆଡେ ଆମ୍ବୁଲାନ୍ସ ସେବାର ସମ୍ପ୍ରସାରଣ ଆମେ ସବୁଆଡେ ସବ୍କା ସାଥ୍, ସବ୍କା ବିକାଶ, ସବ୍କା ବିଶ୍ୱାସ ଓ ସବ୍କା ପ୍ରୟାସ”ଭାବନା ଦେଇ କାର୍ଯ୍ୟ କରୁଛୁ ବୋଲି ଶ୍ରୀମୋଦୀ କହିଥିଲେ।

ନିକଟରେ ଭାରତ ଆୟୋଜନ କରିଥିବା ଜି-୨୦ ଶିଖର ସମ୍ମିଳନୀରେ ଭାରତ ପ୍ରାଧାନ୍ୟ ଦେଇଥିବା ବସୁଧୈବ କୁଟୁମ୍ବକମ୍ ଭଳି ଭାରତର ଲକ୍ଷକୁ ଆନ୍ତର୍ଜାତିକ ଗୋଷ୍ଠୀ ସ୍ୱାଗତ କରିଥିଲେ। ଏହି ଦୂରଦୃଷ୍ଟି ପଡୋଶୀ ରାଷ୍ଟ୍ରର ବିକାଶକୁ ମଧ୍ୟ ପ୍ରାଧାନ୍ୟ ଦେଉଛି। ସେ ମଧ୍ୟ ଭାରତ-ମଧ୍ୟପ୍ରାଚ୍ୟ ଆର୍ଥିକ କରିଡରର ଆରମ୍ଭ ଯାହା ଜି-୨୦ ଶିଖର ବୈଠକ କାଳରେ ଗ୍ରହଣ କରାଯାଇଥିଲା ତାହା ସେ ସବୁ ଅଞ୍ଚଳରେ ବ୍ୟାପକ ଆର୍ଥିକ ପ୍ରଭାବ ପକାଇଛି। ଆମ ଦୁଇଦେଶର ସମ୍ପର୍କ ସୁଦୃଢ ହେଲେ ଶ୍ରୀଲଙ୍କା ମଧ୍ୟ ଏଥିରୁ ଲାଭ ପାଇବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଆଜି ନୌସେବାର ସଫଳ ଉଦ୍ଘାଟନ ନିମନ୍ତେ ସେ ରାଷ୍ଟ୍ରପତି, ସରକାର ଓ ଶ୍ରୀଲଙ୍କା ଜନସାଧାରଣଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରିଥିଲେ। ରାମେଶ୍ୱରମ୍ ଓ ତଲାଇମାନାର ମଧ୍ୟରେ ନୌସେବା ପୁଣି ଆରମ୍ଭ କରିବା ପାଇଁ ଚେଷ୍ଟା ଚାଲିଛି ବୋଲି ସେ ସୂଚନା ଦେଇଥିଲେ।

ଆମର ଦ୍ୱିପାକ୍ଷିକ ସମ୍ପର୍କ ଅତୁଟ ରଖିବା ପାଇଁ ଭାରତ ଅଙ୍ଗୀକାରବଦ୍ଧ ଓ ଏହା ଆମ ଦୁଇଦେଶର ଜନସାଧାରଣଙ୍କ ନିମନ୍ତେ ହିତକର ବୋଲି କହି ପ୍ରଧାନମନ୍ତ୍ରୀ ତାଙ୍କର ବକ୍ତବ୍ୟ ଶେଷ କରିଥିଲେ।

india narendra modi srilanka
Share. Facebook Twitter LinkedIn Email WhatsApp Copy Link

Related Posts

ଶିକ୍ଷକମାନଙ୍କ ସମସ୍ୟାର ସମାଧାନ ପାଇଁ ସରକାରଙ୍କୁ ରିପୋର୍ଟ ଦେଲା କମିଟି, ଏଥିରେ ଅଛି..

September 21, 2026

ଗଭୀର ଅବପାତର ରୂପ ନେବ ଲଘୁଚାପ, ସର୍ବାଧିକ ୭୫ କିଲୋମିଟର ବେଗରେ ବହିବ ପବନ

September 21, 2026

ଟିଏମସିର ନିର୍ବାଚନ ଚିହ୍ନ ଫ୍ରିଜ୍ ପ୍ରସଙ୍ଗ: ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ କପିଲ ସିବଲ

September 21, 2026

ଆସନ୍ତା ୨୨ରେ ଜାତୀୟ ଚଳଚ୍ଚିତ୍ର ସମାରୋହ: ବିଜେତାମାନଙ୍କୁ ସମ୍ମାନିତ କରିବେ ରାଷ୍ଟ୍ରପତି

September 21, 2026
Latest News

ସମ୍ଭାବ୍ୟ ଲଗାଣ ବର୍ଷା ମୁକାବିଲା ପାଇଁ ସ୍ୱାସ୍ଥ୍ୟ ବିଭାଗର ସମୀକ୍ଷା

September 21, 2026

PMLA ମାମଲାରେ ହେମନ୍ତ ସୋରେନଙ୍କ ଆବେଦନ ଖାରଜ

September 21, 2026

ଭୁବନେଶ୍ୱରରେ ଭାରତୀୟ ଶାସ୍ତ୍ରୀୟ ନୃତ୍ୟର ସମୃଦ୍ଧତାକୁ ପାଳନ କଲା ଦେବଧାରାର ‘ଭାରତ ଉତ୍ସବ’

September 21, 2026

DJ Guideline: ଡିଜେ କଟକଣା ନେଇ ହାଇକୋର୍ଟଙ୍କ ବଡ଼ ନିର୍ଦ୍ଦେଶ, ୬ ସପ୍ତାହରେ ଆସିବ ଗାଇଡଲାଇନ

September 21, 2026

ସମ୍ଭାବ୍ୟ ଲଘୁଚାପଜନିତ ପ୍ରବଳ ବର୍ଷା ଆଶଙ୍କା: ପ୍ରସ୍ତୁତି ଓ ସଜାଗ ରହିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

September 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.