Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»“ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ” ଦ୍ଵାରା ଗୋଦାବରୀଶ ମହାବିଦ୍ୟାଳୟରେ ଜାତୀୟ ପାଠଚକ୍ର ଅନୁଷ୍ଠିତ
ଆଞ୍ଚଳିକ

“ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ” ଦ୍ଵାରା ଗୋଦାବରୀଶ ମହାବିଦ୍ୟାଳୟରେ ଜାତୀୟ ପାଠଚକ୍ର ଅନୁଷ୍ଠିତ

October 21, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ବାଣପୁର (ସୀତାରାମ ଅଗ୍ରୱାଲ): ଗୋଦାବରୀଶ ମହାବିଦ୍ୟାଳୟ “ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ” ଦ୍ଵାରା ଗତକାଲି ଏକଦିବସୀୟ ଜାତୀୟ ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି। “ସତ୍ୟବାଦୀ ସାହିତ୍ୟ: ସ୍ୱର ଓ ସ୍ଵାକ୍ଷର” ବିଷୟକୁ ନେଇ ଅନୁଷ୍ଠିତ ଏହି ଜାତୀୟ ପାଠଚକ୍ରକୁ ନିର୍ଦ୍ଦେଶକ, ଆଞ୍ଚଳିକ ନିର୍ଦ୍ଦେଶାଳୟ, ବ୍ରହ୍ମପୁରର ସମ୍ମାନାସ୍ପଦ ଡକ୍ଟର ସିଦ୍ଧାର୍ଥ ଶଙ୍କର ପାଢ଼ୀ ଆନୁଷ୍ଠାନିକ ଭାବେ ଉଦଘାଟନ କରି ସତ୍ୟବାଦୀ ସାହିତ୍ୟର ବିଶେଷତ୍ୱ ଓ ଏହା ଏକ ଯୁଗ ନା ଚେତନା ସେସମ୍ପର୍କରେ ବକ୍ତବ୍ୟ ରଖିଥିଲେ।

ମୁଖ୍ୟ ଅଥିତି ଭାବେ ନରେନ୍ଦ୍ରପୁର ମହାବିଦ୍ୟାଳୟର ବରିଷ୍ଠ ଅଧ୍ୟାପକ ଡକ୍ଟର ହୃଷିକେଶ ପଣ୍ଡା ଯୋଗଦାନ କରି ସତ୍ୟବାଦୀ ସାହିତ୍ୟ ସାଧକ ଓ ସତ୍ୟବାଦୀ ବନବିଦ୍ୟାଳୟର ବିଶେଷତ୍ୱ ବିଷୟରେ ଆଲୋଚନା କରିଥିଲେ। ଗୋଦାବରୀଶ ମହାବିଦ୍ୟାଳୟର ଅଧକ୍ଷ ପ୍ରଫେସର ବିନାୟକ ହୋତା ସଭାପତି ପାଦରେ ଆସୀନ ଥିବା ବେଳେ ଏହି ଜାତୀୟ ସମ୍ପାନର ତଥା ଉଦଘାଟନ ଉତ୍ସବର ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିଲେ ପଶ୍ଟିମବଙ୍ଗରେ ଅବସ୍ଥିତ ବିଶ୍ଵଭାରତୀ ବିଶ୍ଵବିଦ୍ୟାଳୟ, ଶାନ୍ତିନିକେତନର ଓଡ଼ିଆ ବିଭାଗ ପ୍ରଫେସର ଡକ୍ଟର ଶରତ କୁମାର ଜେନା। ସେ ସତ୍ୟବାଦୀ ସାହିତ୍ୟ ରଥିଙ୍କ ସାହିତ୍ୟ ସମ୍ପର୍କରେ ଆଲୋଚନା କରି ଏହା କିଭଳି ସାଧାରଣ ଲୋକଙ୍କ ପାଖରେ ଆଦର ଲାଭ କରିପାରିଛି ସେ ବିଷୟରେ ତଥ୍ୟାନୁମୂଳକ ବକ୍ତବ୍ୟ ରଖିଥିଲେ।

ମହାବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ଡକ୍ଟର ଶୂରପ୍ରତାପ ନରେନ୍ଦ୍ର ସିଂହ ବର୍ମା ସ୍ୱାଗତ ଭାଷଣ ଦେବାସହିତ ଓଡ଼ିଆ ବିଭାଗ ମୁଖ୍ୟ ଡକ୍ଟର ରଘୁନାଥ ଓଝା ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ।

ଏହି ଉଦଘାଟନ ଅଧିବେଶନକୁ ମହାବିଦ୍ୟାଳୟର ସହ -ପ୍ରଶାସନିକ ଅଧିକାରୀ ଡକ୍ଟର ସୁଜାତା ମିଶ୍ର ସଂଚାଳନ କରିବା ସହିତ ଓଡ଼ିଆ ବିଭାଗର ବରିଷ୍ଠ ଅଧ୍ୟାପକ ଚିତ୍ତରଞ୍ଜନ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

ଉଦଘାଟନ ଅଧିବେଶନ ପରେ ପ୍ରଥମ ବୈଷୟିକ ଅଧିବେଶନ ଆରମ୍ଭ ହୋଇଥିଲା ଏଥିରେ ସଭାପତି ଭାବରେ ପଂଚାୟତ ମହାବିଦ୍ୟାଳୟ, ବରଗଡ଼ର ଅବସରରପ୍ରାପ୍ତ ଅଧକ୍ଷ ଡକ୍ଟର ରଘୁନାଥ ମେହେର ଯୋଗ ଦେବାସହିତ ଓଡ଼ିଆ ବିଶ୍ଵବିଦ୍ୟାଳୟ, ସତ୍ୟବାଦୀର ଅଧ୍ୟାପିକା ଶର୍ମିଷ୍ଠା ମହାପାତ୍ର ଏବଂ ନିଆଳି ମହାବିଦ୍ୟାଳୟର ଓଡ଼ିଆ ବିଭାଗ ଅଧ୍ୟାପକ ଡକ୍ଟର ଶ୍ରୀଧର ବାରିକ ପ୍ରବନ୍ଧ ପାଠ କରିଥିଲେ। ଏହି ଅଧିବେଶନରେ ଧନ୍ୟବାଦ ପ୍ରଦାନ କରିଥିଲେ ଓଡ଼ିଆ ଅଧ୍ୟାପକ ଯଯାତି କେଶରୀ ବଡ଼ଜେନା।

ଦ୍ୱିତୀୟ ଅଧିବେଶନରେ କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟ, କୋରାପୁଟର ଭିଜିଟିଂ ପ୍ରଫେସର ଡକ୍ଟର ସତ୍ୟ ଷଡ଼ଙ୍ଗୀ ସଭାପତି ଭାବରେ ଯୋଗଦେଇ ସତ୍ୟବାଦୀ ସାହିତ୍ୟର ପୃଷ୍ଠଭୂମି ଓ ସତ୍ୟବାଦୀ ସାହିତ୍ୟ ସାଧକମାନଙ୍କ ବିଷୟରେ ଗବେଷଣାତ୍ମକ ବକ୍ତବ୍ୟ ରଖିଥିବାବେଳେ ପ୍ରବନ୍ଧ ଉପସ୍ଥାପକ ଡକ୍ଟର ଦିବ୍ୟଶକ୍ତି ସମନ୍ତରାୟ, ଡକ୍ଟର ଚିତ୍ତରଞ୍ଜନ କୁଣ୍ଡ ଯୋଗଦେଇ ନିଜର ଗବେଷଣାତ୍ମକ ପ୍ରବନ୍ଧ ପାଠ କରିଥିଲେ।

ଏହି ଜାତୀୟ ପାଠ ଚକ୍ରର ଉଦଯାପନ ଅଧିବେଶନରେ ସମ୍ମାନିତ ଅତିଥି ଭାବରେ ବିଜ୍ଞାନ ମହାବିଦ୍ୟାଳୟ, ଡୁରା, ଗଞ୍ଜାମର ଅବସରପ୍ରାପ୍ତ ଅଧକ୍ଷ ଡକ୍ଟର ବନମାଳୀ ପାଣିଗ୍ରାହୀ ଯୋଗ ଦେଇ ସତ୍ୟବାଦୀ ସାହିତ୍ୟର ଜାତୀୟବାଦୀ ସ୍ୱର ସମ୍ପର୍କରେ ବକ୍ତବ୍ୟ ଦେବା ସହିତ ମୁଖ୍ୟବକ୍ତା ଭାବରେ ଓଡ଼ିଆ ବିଶ୍ଵବିଦ୍ୟାଳୟ, ସତ୍ୟବାଦୀର ପ୍ରଫେସର ଡକ୍ଟର ଅନନ୍ତ କିଶୋର ଜେନା ଯୋଗ ଦେଇ ସତ୍ୟବାଦୀର ସାହିତ୍ୟ ସାଧକ ପଣ୍ଡିତ ଗୋପବନ୍ଧୁ ଦଶଙ୍କ ରାଜନୀତିକ ଜୀବନ ସମ୍ପର୍କରେ ଭାବଗର୍ବକ ବକ୍ତବ୍ୟ ରଖିଥିଲେ। ଶେଷରେ ଅଧ୍ୟାପକ ସୁଶୀଲ କୁମାର ମିଶ୍ର ଧନ୍ୟବାଦ ଦେଇଥିଲେ।

ଏହି ଜାତୀୟ ପାଠ ଚକ୍ରରେ ଓଡ଼ିଆ ବିଭାଗର ସମସ୍ତ ଛାତ୍ରଛାତ୍ରୀ ଭାଗ ନେବା ସହିତ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକମନେ ଯୋଗଦେଇଥିଲେ।

ଗୋଦାବରୀଶ ମହାବିଦ୍ୟାଳୟ ବାଣପୁର
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର: ବରିଷ୍ଠ ନାଗରିକ ସଂଘର ବିଭିନ୍ନ ଦାବି ପୂରଣ କରିବା ଲାଗି ପ୍ରତିଶ୍ରୁତି ଦେଲେ ଆଇନ ମନ୍ତ୍ରୀ

March 25, 2026

ପଖାଳ ଦିବସରେ ବାଣପୁରରେ ପ୍ରଚଳିତ ମା’ଭଗବତୀଙ୍କ ଅତିପ୍ରିୟ ପଖାଳ ଭୋଗ ଲୋକକଥା

March 20, 2026

ଖୋଲିଲା ମା’ ଭଗବତୀ ମନ୍ଦିର ଭିତର ହୁଣ୍ଡି: ଜାଣନ୍ତୁ ଶ୍ରଦ୍ଧାଳୁଙ୍କ ଦାନ ଅର୍ଥ କେତେ?

March 16, 2026

ବାଣପୁର କୋର୍ଟ ପରିସରରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

March 14, 2026
Latest News

ଏନ୍ଏଚ୍ଆରସି ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକଙ୍କ ଏମ୍ସ ଭୁବନେଶ୍ୱର ପରିଦର୍ଶନ

March 26, 2026

ମା’ ଭବବତୀଙ୍କ ପୀଠରେ ଅଶୋକାଷ୍ଟମୀ ଚଇତି ପର୍ବ: ବର୍ଷର ଶେଷ ପର୍ବରେ ଦକ୍ଷିଣାୟନ ଯାତ୍ରା କଲେ ମା

March 26, 2026

ସାରା ଦେଶରେ ସୁବିଧାଜନକ ଉପମାର୍ଗ ନିର୍ମାଣ ପାଇଁ ରେଳମନ୍ତ୍ରୀଙ୍କ ନିର୍ଦ୍ଦେଶ

March 26, 2026

ରାଷ୍ଟ୍ରୀୟ ବୌଦ୍ଧିକ ଦିବ୍ୟାଙ୍ଗଜନ ସଶକ୍ତିକରଣ ପ୍ରତିଷ୍ଠାନ ପରିଦର୍ଶନ କଲେ ଓଡ଼ିଶାର ଗଣମାଧ୍ୟମ ପ୍ରତିନିଧି ଦଳ

March 26, 2026

ଆଜି ଅଶୋକାଷ୍ଟମୀରେ ପ୍ରଭୃ ଲିଙ୍ଗରାଜ କ’ଣ ପାଇଁ ଭକ୍ତଙ୍କୁ ରଥରେ ଦିଅନ୍ତି ଦର୍ଶନ?

March 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.