Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଭିକେ ପାଣ୍ଡିଆନ ଚାକିରୀ ଛାଡିବା ପରେ ଏବେ ବିରୋଧୀ ଦଳ ତାଙ୍କ ନିଷ୍ପତିକୁ ସ୍ବାଗତ କରିବେ ତ ?
ବିଶେଷ ଖବର

ଭିକେ ପାଣ୍ଡିଆନ ଚାକିରୀ ଛାଡିବା ପରେ ଏବେ ବିରୋଧୀ ଦଳ ତାଙ୍କ ନିଷ୍ପତିକୁ ସ୍ବାଗତ କରିବେ ତ ?

October 24, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
PandianGanjam
ଚାକିରୀ ଛାଡିଲେ ଭି କେ ପାଣ୍ଡିଆନ, ଏବେ ବିରୋଧୀ ଦଳ ତାଙ୍କ ନିଷ୍ପତିକୁ ସ୍ବାଗତ କରିବେ ତ ?

ଭୁବନେଶ୍ବର: ହଠାତ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା 5ଟି ସଚିବ ଭି କେ ପାଣ୍ଡିଆନ ସତରେ ଚାକିରୀ ଛାଡିଦେବେ ବୋଲି ବିରୋଧୀ ଦଳ ବିଶ୍ବାସ କରୁ ନ ଥିଲେ। କାରଣ ସେମାନେ ଭାବୁଥିଲେ ଯେ, ଭି କେ ପାଣ୍ଡିଆନ ଚାକିରୀ ଛାଡିଲେ କିଛି କରିପାରିବେ ନାହିଁ। ସେଥିପାଇଁ ସେମାନେ ପୂର୍ବରୁ ପଣ୍ଡିଆନ ଚାକିରୀ ଛାଡି ରାଜନୀତି କରନ୍ତୁ ବୋଲି ଆହ୍ବାନ ଦେଇ ଆସୁ ଥିଲେ।

ଏବେ ତାହା ହିଁ ହେଲା। ଭି କେ ପାଣ୍ଡିଆନ ଚାକିରୀ ଛାଡି କ୍ୟାବିନେଟ ପାହ୍ୟା ଦାୟିତ୍ବ ଗ୍ରହଣ କଲେ। ହେଲେ ଏହାକୁ ସହଜରେ ଗ୍ରହଣ କରିପାରୁ ନାହାଁନ୍ତି ବିରୋଧୀ ବିଜେପି ଓ କଂଗ୍ରେସ। କାରଣ ପାଣ୍ଡିଆନଙ୍କ ଚାକିରୀରୁ ଇସ୍ତଫା ଦେବା ଘଟଣାକୁ କେମିତି ବିରୋଧ କରିବେ ତାହାର ରାସ୍ତା ପାଇପାରୁ ନାହାଁନ୍ତି। କେଉଁଆଡୁ ଆରମ୍ଭ କରିବେ ତାହା କହିବା ତାଙ୍କ ପାଇଁ ଅଡୁଆ ସୃଷ୍ଟି କରିଛି।

ତେବେ ପାଣ୍ଡିଆନ ଚାକିରୀ ଛାଡି ସିଧା ରାଜନୀତି କରନ୍ତୁ ବୋଲି ସେମାନେ ଆଗରୁ ଯେଉଁ ଆହ୍ବାନ ଦେଇଥିଲେ ତାକୁ ଆଉ ଢୋକିପାରୁ ନାହାଁନ୍ତି। ସେଥିପାଇଁ ପାଣ୍ଡିଆନଙ୍କ ଏହି ଇସ୍ତଫା ଘଟଣାକୁ ସେମାନେ ମାପିଚୁପି ମନ୍ତବ୍ୟ ଦେଉଛନ୍ତି। ବିଜେପି ସଭାପତି ମନମୋହନ ସାମଲ ନା ପୁରୁଣା କଥାକୁ ଲୁଚାଇ ପାରୁଛନ୍ତି ନା ନୂଆ କଥାକୁ ସ୍ବାଗତ କରିପାରୁଛନ୍ତି।

ମନମୋହନ କହିଛନ୍ତି ଯେ, ଆମେ ଆଗରୁ କହିଥିଲୁ, ସେ ଚାକିରୀରୁ ଇସ୍ତଫା ଦେଇ ପ୍ରତ୍ୟେକ୍ଷ ରାଜନୀତି କରନ୍ତୁ। ତାହା ହି କରିଛନ୍ତି। ବିଜେପି ତାହାର ନୀତି ଆଦର୍ଶରେ ରହିଛି। ଭବିଷ୍ୟତରେ ରହିବ ମଧ୍ୟ। ଆମେ ତାଙ୍କର ଚାକିରୀ ଓ ରାଜନୀତି ଗୋଟିଏ ନ କରିବା ପାଇଁ ଆହ୍ବାନ କରିଥିଲୁ। ଏଣିକି ଖୋଲା ରାଜନୀତି ହେବ।

ସେହିପରି ପାଣ୍ଡିଆନଙ୍କ ଇସ୍ତଫାକୁ କେନ୍ଦ୍ର ସରକାର ଗ୍ରହଣ କରିବା ନେଇ ପ୍ରଶ୍ନ ଉଠାଇଛି କଂଗ୍ରେସ। କଂଗ୍ରେସ କହିଛି ଯେ, ସେ ଶୁକ୍ରବାରରେ କେନ୍ଦ୍ର ସରକାରଙ୍କୁ ଇସ୍ତଫା ପତ୍ର ପଠାଇଲେ। ଏହାପରେ ଶନି ରବି ଦୁଇଦିନ ଛୁଟି ଅଛି। ସେହିପରି ସୋମ ମଙ୍ଗଳ ମଧ୍ୟ ଛୁଟି ରହିଛି। ଏହି ଛୁଟିରେ ତାଙ୍କର ଇସ୍ତଫାକୁ ଗ୍ରହଣ କରି ବିଜ୍ଞପ୍ତି ପ୍ରକାଶ କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

କଂଗ୍ରେସ ସଭାପତି ଶରତ ପଟ୍ଟନାୟକ କହିଛନ୍ତି ଯେ, ଆଗରୁ ଆମେ ବିଜେଡି ବିଜେପି ଭାଇଭାଇ ବୋଲି କହି ଆସିଛୁ। ଏହାର ପ୍ରମାଣ ଗୋଟିଏ ପରେ ଗୋଟିଏ ମିଳୁଛି। ପୂର୍ବରୁ ବହୁ ପ୍ରମାଣ ମିଳିସାରିଛି, ବର୍ତ୍ତମାନ ପାଣ୍ଡିଆନଙ୍କ ଇସ୍ତଫାକୁ କେନ୍ଦ୍ର ସରକାର ତରବରିଆ ଭାବେ ଗ୍ରହଣ କରିବାରୁ ସ୍ପଷ୍ଟ ହୋଇଛି ଯେ, ବିଜେଡି ବିଜେପି ଭାଇଭାଇ ଘଟଣା ସତକଥା। ଉଭୟ ଦଳ ଶାସନ କ୍ଷମତାକୁ ଆସିବା ପାଇଁ ଏକ ଷଡଯନ୍ତ୍ର କରୁଛନ୍ତି।

ତେବେ ପାଣ୍ଡିଆନଙ୍କୁ ନେଇ ରାଜନୈତିକ ବିଶେଷଜ୍ଞଙ୍କ ଭିନ୍ନ ମତ। ତାହା ହେଲା ପାଣ୍ଡିଆନ ରାଜ୍ୟ ସରକାରରେ ଏକ ବଡ ପଦବୀରେ ରହିବା ନିଶ୍ଚିତ ଭାବେ ଆଗାମୀ ରାଜନୀତିରେ ଏକ ବଡ ପରିବର୍ତ୍ତନର ସମ୍ଭାବନା ରହିଛି। ବର୍ତ୍ତମାନ ପାଣ୍ଡିଆନଙ୍କ ପୂର୍ବର କ୍ଷମତା ଯାହା ଥିଲା ତାହା ରହିଲା। ହେଲେ ବାକି ରହିଲା ସେ ବିଜେଡିରେ କେବେ ଯୋଗଦେବେ। ତେବେ ପାଣ୍ଡିଆନଙ୍କ ଇସ୍ତଫା ରାଜ୍ୟ ବିରୋଧୀ ଦଳ ପାଇଁ ବୁମେରାଂ ହୋଇଯାଇଛି।

ସମୀକ୍ଷକଙ୍କ କହିବା କଥା ବିରୋଧୀ ଆଗରୁ କହୁଥିଲେ ଯେ, ପାଣ୍ଡିଆନ ଚାକିରୀ ଛାଡି ସିଧା ରାଜନୀତିରେ ଯୋଗ ଦିଅନ୍ତୁ ଆମେ ସ୍ବାଗତ କରିବୁ। ଏବେ ତ ତାହା ହିଁ ହେଲା, ସେଥିପାଇଁ ବିରୋଧୀ ଦଳ ପାଣ୍ଡିଆନଙ୍କ ଏହି ପଦକ୍ଷେପକୁ ସ୍ବାଗତ କରିବାର ଆବଶ୍ୟକତା ରହିଛି।

V K Pandian ପାଣ୍ଡିଆନ ଭିକେପାଣ୍ଡିଆନ
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟରେ ସୃଷ୍ଟି ହୋଇଛନ୍ତି ୧୬ଲକ୍ଷରୁ ଅଧିକ ଲକ୍ଷପତି ଦିଦି, ଗୃହରେ ତଥ୍ୟ ରଖିଲେ ମନ୍ତ୍ରୀ

February 21, 2026

ସିଆରପିଏଫର ୮୭ତମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗ ଦେଲେ ଅମିତ ଶାହ

February 21, 2026

ଆମେରିକା ସୁପ୍ରିମକୋର୍ଟଙ୍କ ରାୟ ପରେ ଭାରତ ଉପରେ କେତେ ଶୁଳ୍କ ଲଗାଇବେ ଟ୍ରମ୍ପ?: ଜାଣନ୍ତୁ

February 21, 2026

୪୦ ବର୍ଷ ବୟସରେ ଦ୍ୱିତୀୟ ବିବାହ କଲେ ଟିମ୍ ଇଣ୍ଡିଆର ‘ଗବ୍ବର’ ଶିଖର ଧାୱନ

February 21, 2026
Latest News

ରାଜ୍ୟରେ ସୃଷ୍ଟି ହୋଇଛନ୍ତି ୧୬ଲକ୍ଷରୁ ଅଧିକ ଲକ୍ଷପତି ଦିଦି, ଗୃହରେ ତଥ୍ୟ ରଖିଲେ ମନ୍ତ୍ରୀ

February 21, 2026

ସିଆରପିଏଫର ୮୭ତମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗ ଦେଲେ ଅମିତ ଶାହ

February 21, 2026

ଆମେରିକା ସୁପ୍ରିମକୋର୍ଟଙ୍କ ରାୟ ପରେ ଭାରତ ଉପରେ କେତେ ଶୁଳ୍କ ଲଗାଇବେ ଟ୍ରମ୍ପ?: ଜାଣନ୍ତୁ

February 21, 2026

ମୁଟୁରୁମୁଣ୍ଡା ସେବାଶ୍ରମ ବିଦ୍ୟାଳୟରେ ଆନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ

February 21, 2026

୪୦ ବର୍ଷ ବୟସରେ ଦ୍ୱିତୀୟ ବିବାହ କଲେ ଟିମ୍ ଇଣ୍ଡିଆର ‘ଗବ୍ବର’ ଶିଖର ଧାୱନ

February 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.