Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଛଅ ଭଉଣୀଙ୍କୁ ମେଲାଣୀ ଦେଇ ପିତ୍ରାଳୟ ଦକ୍ଷେଶ୍ଵର ମନ୍ଦିରକୁ ବାହୁଡିଲେ ମା’ ଭଗବତୀ
ଆଜିର ଖବର

ଛଅ ଭଉଣୀଙ୍କୁ ମେଲାଣୀ ଦେଇ ପିତ୍ରାଳୟ ଦକ୍ଷେଶ୍ଵର ମନ୍ଦିରକୁ ବାହୁଡିଲେ ମା’ ଭଗବତୀ

October 25, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ବାଣପୁର (ସୀତାରାମ ଅଗ୍ରୱାଲ): ସଂସାରର କୀଟ ଠାରୁ ବ୍ରହ୍ମ ପର୍ଯ୍ୟନ୍ତ ସଚରାଚର ଜୀବଜଗତଙ୍କ ମନରେ ପ୍ରାଣରେ ହୃଦୟରେ, ପ୍ରକୃତିର ପ୍ରତିଟି ଅଣୁରେ ଅସୀମ ଶକ୍ତି ସଂଚାର କରି, ଜଗତର ମଙ୍ଗଳ ବିଧାନ କରି ମଙ୍ଗଳମୟୀ ମା’ଭଗବତୀ ପବିତ୍ର ଦଶହରାରେ ଶ୍ରଦ୍ଧାଳୁଙ୍କୁ ଶୁଖ ଶାନ୍ତି ସମୃଦ୍ଧି ପ୍ରଦାନ କରି ଛଅ ଭଉଣୀଙ୍କୁ ମେଲାଣୀ ଦେବା ପରେ ପିତ୍ରାଳୟ ଦକ୍ଷେଶ୍ଵର ମନ୍ଦିରକୁ ବାହୁଡିଲେ ମା’ ଭଗବତୀ। ମା’ଙ୍କର ମାନବୀୟ ଲୀଳାର ପ୍ରତୀକ ବାଣପୁରର ପ୍ରସିଦ୍ଧ ଶାରଦୀୟ ପର୍ବ ସପ୍ତ ମାତୃପୂଜା ଏକ ଅନନ୍ୟ ପରମ୍ପରା।

ଜାନିଯାତ୍ରା ପର୍ବପବାଣୀରେ ଝିଅ ମାନେ ବାପ ଘରୁ ଡ଼ାକରା ପାଇ ଏକାଠି ହେବାପରେ ଆନନ୍ଦ ଉଲ୍ଲାସରେ ଯେପରି ସମୟ କଟାନ୍ତି, ପର୍ବଶେଷରେ ଭଉଣୀମାନେ ପରସ୍ପର ପରସ୍ପରଠାରୁ ମେଲାଣି ନେଲା ବେଳେ ଯେପରି ଆଖିରୁ ଲୁହ ଝରିପଡ଼େ, ସେହିପରି ଆଜି ଦୀର୍ଘ ଷୋଳଦିନର ମହା ଆନନ୍ଦର ସମୟର ଶେଷ ପରେ ସତେ ଯେପରି ସମସ୍ତଙ୍କ ମନରେ ସେହି ଦୁଃଖର ଛାଇ ଖେଳିଯାଇଛି। ପୁଣି ଦେଖା ହେବ ଆସନ୍ତା ଆଶ୍ଵିନର ସେହି କୃଷ୍ଣ ଅଷ୍ଟମୀ ତିଥିରେ। ଆଉ ମହାମନ୍ତ୍ରର ଧ୍ଵନୀ, ଘଣ୍ଟ ଘଣ୍ଟା କାହାଳୀର ସ୍ଵର ଶୁଭିବ ନାହିଁ ପର୍ବଗୃହରେ। ପର୍ବ ଗୃହଶୂନ୍ୟ ପଡିଯିବ। ଆଉ ରୋଷଣୀର ଆଲୋକମାଳାରେ ଝଲସିବ ନାହିଁ ମନ୍ଦିର, ମୁଖଶାଳା ପାଟ ଅଗଣା। ପୁଣି ଆଗାମୀ ଆଶ୍ୱିନ କୁ ଅପେକ୍ଷା।

ମା’ କାଳିଜାଇ ଚାଲିଯିବେ ନୀଳାମ୍ବୁ ଚିଲିକା ମଧ୍ୟକୁ, ନାରାୟଣୀ ଚାଲି ଯିବେ ଭଙ୍ଗିଳଭାଲେରୀର ଖୋଲ ବା ଗୁମ୍ଫା ଦେଉଳକୁ, ଶିଦ୍ଧେଶ୍ଵରୀ ଶୋଲରୀର ସାମୁକା ପାଖ ଦେଉଳକୁ ଚାଲିଯିବେ। ମା’ କନକ ଦୁର୍ଗା କୁମାର ପୂର୍ଣ୍ଣମୀ ଯାଏଁ ବରିଜାଇଙ୍କୁ ନେଇ ମନ୍ଦିରରେ ରହିବେ।

ଦଶହରାର ନିଶାର୍ଦ୍ଧରେ ମା’ ମାନଙ୍କ ମେଲାଣୀ ଉତ୍ସବ ବାଣପୁରବାସୀଙ୍କ ମନରେ ଆଣିଦେଇଥିଲା ଅନେକ ଦୁଃଖ। ବାହାର ପର୍ବଗୃହ ସାତବଖରା ଘରୁ ବାହାରି ପ୍ରଥମେ ସାତ ଭଉଣୀ ପଶ୍ଚିମ ଦିଗ ରକ୍ଷା କାରିଣୀ ମା’ ବିରିଜାଇଙ୍କୁ ମେଲାଣି ଦେବା ପାଇଁ ମା’ ଭଗବତୀଙ୍କ ମନ୍ଦିର ପର୍ଯ୍ୟନ୍ତ ବାହାରି ଥିଲେ। ବାଟରେ ମାଧବଙ୍କ ପ୍ରତୀକ ଶ୍ରୀରଙ୍କନାଥ ଦେବ ମଧ୍ୟ ସାଥିରେ ସାମିଲ ହୋଇଥିଲେ।

ମା’ଙ୍କ ମନ୍ଦିର କୁଢୁଆ ଦ୍ଵାର ସମ୍ମୁଖରେ ପୂର୍ବରୁ ପ୍ରସ୍ତୁତ ବାଲୁକା ବେଦି ଉପରେ ଦଣ୍ଡାୟମାନ ହେବାପରେ ପର୍ବ ପୂଜକ, ପରୀଚ୍ଛା, ପତ୍ରୀ, ପାଳିଆ ମାଳି, ନିଯୋଗୀ ସେବାୟତମାନେ ମା’ମାନଙ୍କୁ ସ୍ଵାଗତ କରି ଜୟ ଧ୍ଵନୀ ସହିତ ଆଲଟଚାମର ସେବା କରିଥିଲେ। ପରେ ଘଣ୍ଟା ଘଣ୍ଟକାହାଳୀ ବାଜି ନୈବେଦ୍ୟ ଅର୍ପଣ, ଅଗ୍ନି ଉତ୍ସବ, ଆଳତୀ ବନ୍ଦାପନା ପରେ ଦେବୀମାନେ ମନ୍ଦିର ପ୍ରବେଶ କରିଥିଲେ।

ମନ୍ଦିର ଭିତରେ ବିଜୟ ଦଶମୀର ସମସ୍ତ ନୀତିକାନ୍ତି ସରିବା ପରେ ମା’ ଭଗବତୀ ବଡ଼ ଭଉଣୀ ବିରିଜାଇ ଓ ମା’ କନକ ଦୁର୍ଗାଙ୍କୁ ଛାଡ଼ି ଏକାକୀ ପିତ୍ରାଳୟ ଦକ୍ଷେଶ୍ଵର ମନ୍ଦିରକୁ ବାହୁଡା ବିଜେ କରିବା ବେଳେ ବଡ଼ ଦାଣ୍ଡରେ ଶ୍ରୀ ଶ୍ରୀ ରଘୁନାଥ ଦେବ ମା’ଙ୍କୁ ପାଛୋଟି ନେଇ ମା’ଙ୍କ ଅତିପ୍ରିୟ ଅଧର ମୁଆଁ ସହିତ ବିଭିନ୍ନ ପ୍ରକାରର ମିଷ୍ଠାନ ନୈବେଦ୍ୟ ଅର୍ପଣ କରି ମା’ଙ୍କୁ ଶାନ୍ତ କରାଇବା ସହିତ ବିଦାୟ ଦେଇଥିଲେ।

ପରେ ରାତ୍ରିର ଶେଷ ପ୍ରହରରେ ମା’ ଭଗବତୀ କାଠି ଠାକୁରାଣୀ ପିତ୍ରାଳୟ ଶ୍ରୀ ଶ୍ରୀଦକ୍ଷେଶ୍ଵର ଦେବ ମନ୍ଦିରକୁ ପ୍ରବେଶ କରିଥିଲେ। ମା’ଙ୍କ ଏହି ମେଲାଣି ଉତ୍ସବରେ ଅଗଣିତ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା। ମା’କନକ ଦୁର୍ଗା କୁମାରପୂର୍ଣ୍ଣମୀ ପର୍ଯ୍ୟନ୍ତ ମନ୍ଦିରରେ ରହି ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେବେ। ସ୍ଥାନୀୟ ପ୍ରଶାସନ, ପୋଲିସ୍‌, ମନ୍ଦିର ପ୍ରସାଶନ ରଘୁନାଥ ସାହିପକ୍ଷରୁ ସମସ୍ତ ପ୍ରକାର ବିହିତ ପଦକ୍ଷେପ ଗ୍ରହଣ କରାଯାଇଥିବା କଥା କାର୍ଯ୍ୟନିର୍ବାହୀ ଅଧିକାରୀ ବାଳମୁକୁନ୍ଦ ଦାସଙ୍କ ଠାରୁ ପ୍ରକାଶ।

ଦକ୍ଷେଶ୍ଵର ମନ୍ଦିର ପବିତ୍ର ଦଶହରା ବାଣପୁର ମା'ଭଗବତୀ
Share. Facebook Twitter LinkedIn Email WhatsApp Copy Link

Related Posts

ଶିକ୍ଷକ ବଦଳି ବାତିଲ ଦାବିରେ ବିଦ୍ୟାଳୟରେ ତାଲା: ଧାରଣାରେ ବସିଲେ ଛାତ୍ରଛାତ୍ରୀ ଓ ସ୍କୁଲ କମିଟି

November 25, 2025

ଏନପିଏସ, ୟୁପିଏସ ବିରୋଦ୍ଧରେ ଦିଲ୍ଲୀରେ ବିଶାଳ କର୍ମଚାରୀ ସମାବେଶ

November 25, 2025

୧୨ ଟି ବିଭାଗରେ ନିଯୁକ୍ତି ପାଇଲେ ୭,୨୯୩: ନବନିଯୁକ୍ତ ମାନଙ୍କୁ ଚାରୋଟି ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ

November 25, 2025

ଖୋର୍ଦ୍ଧାରୁ ଉଜ୍ଜୟିନୀ ଓଁକାରେଶ୍ୱର୍ ଅଭିମୁଖେ ଯାତ୍ରା କଲେ ୧୬୯ ତୀର୍ଥ ଯାତ୍ରୀ

November 25, 2025
Latest News

ଶିକ୍ଷକ ବଦଳି ବାତିଲ ଦାବିରେ ବିଦ୍ୟାଳୟରେ ତାଲା: ଧାରଣାରେ ବସିଲେ ଛାତ୍ରଛାତ୍ରୀ ଓ ସ୍କୁଲ କମିଟି

November 25, 2025

ଏନପିଏସ, ୟୁପିଏସ ବିରୋଦ୍ଧରେ ଦିଲ୍ଲୀରେ ବିଶାଳ କର୍ମଚାରୀ ସମାବେଶ

November 25, 2025

୧୨ ଟି ବିଭାଗରେ ନିଯୁକ୍ତି ପାଇଲେ ୭,୨୯୩: ନବନିଯୁକ୍ତ ମାନଙ୍କୁ ଚାରୋଟି ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ

November 25, 2025

ଖୋର୍ଦ୍ଧାରୁ ଉଜ୍ଜୟିନୀ ଓଁକାରେଶ୍ୱର୍ ଅଭିମୁଖେ ଯାତ୍ରା କଲେ ୧୬୯ ତୀର୍ଥ ଯାତ୍ରୀ

November 25, 2025

ମହିଳା ସଶକ୍ତୀକରଣ ଶାସନ ସୁଦୃଢ଼ୀକରଣ ପାଇଁ ଏକ ରଣନୀତିକ ଆବଶ୍ୟକତା: କୂଟନୀତିଜ୍ଞ

November 25, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.