Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଗାଜାର ଶରଣାର୍ଥୀ କ୍ୟାମ୍ପ ଉପରେ ଆକ୍ରମଣ କଲା ଇସ୍ରାଏଲ ସେନା: ୫୦ ରୁ ଅଧିକ ଲୋକଙ୍କ ପ୍ରାଣହାନୀ
ଆଜିର ଖବର

ଗାଜାର ଶରଣାର୍ଥୀ କ୍ୟାମ୍ପ ଉପରେ ଆକ୍ରମଣ କଲା ଇସ୍ରାଏଲ ସେନା: ୫୦ ରୁ ଅଧିକ ଲୋକଙ୍କ ପ୍ରାଣହାନୀ

November 5, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଗାଜାରେ ଇସ୍ରାଏଲର କାର୍ଯ୍ୟାନୁଷ୍ଠାନ ଜାରି ରହିଛି ଏବଂ ଇସ୍ରାଏଲ୍ ସେନା କ୍ରମାଗତ ଭାବରେ ହମାସ ଆତଙ୍କବାଦୀଙ୍କ ଉପରେ ବୋମା ମାଡ଼ କରୁଛି। ଏହି ସମୟରେ, ଶନିବାର ବିଳମ୍ବିତ ରାତିରେ ଗାଜା ଅଞ୍ଚଳର ଅଲ-ମଗାଜୀ ଶରଣାର୍ଥୀ ଶିବିରରେ ଏକ ଶକ୍ତିଶାଳୀ ବିସ୍ଫୋରଣ ଘଟିଛି। ସିଏନ୍ଏନ୍ ହସ୍ପିଟାଲର ଅଧିକାରୀଙ୍କ ଉଦ୍ଧେଶ୍ୟରେ କହିଛି ଯେ ଏହି ଆକ୍ରମଣରେ ଅନେକ ଲୋକଙ୍କର ମୃତ୍ୟୁ ଘଟିଛି।

ଶିବୀରର ଜଣେ ଶରଣାର୍ଥୀ କହିଛନ୍ତି ଯେ, ସେ ତାଙ୍କ ଘରେ ବସିଥିବା ବେଳେ ଏହି ଆକ୍ରମଣ ହୋଇଥିଲା। ତା’ପରେ ହଠାତ୍ ସେମାନେ ବିସ୍ଫୋରଣର ଶବ୍ଦ ଶୁଣିଥିଲେ। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ଏହା ସମଗ୍ର ଅଞ୍ଚଳକୁ ଥରାଇ ଦେଇଥିଲା। ଏହି ଆକ୍ରମଣ ସମ୍ପର୍କରେ ଇସ୍ରାଏଲ ସୈନ୍ୟ ତୁରନ୍ତ ମନ୍ତବ୍ୟ ଦେଇନାହାଁନ୍ତି। ଇସ୍ରାଏଲ୍ ପ୍ରତିରକ୍ଷା ବାହିନୀ (ଆଇଡିଏଫ୍) କହିଛି ଯେ, ବିସ୍ଫୋରଣର ପରିସ୍ଥିତି ସମ୍ପର୍କରେ ସେମାନେ ଅନୁସନ୍ଧାନ କରୁଛନ୍ତି।

ଏଥିସହିତ ଅଲ-ଅକସା ଶହୀଦ ଡାକ୍ତରଖାନାର ନର୍ସିଂର ମୁଖ୍ୟ ଡାକ୍ତର କହିଛନ୍ତି ଯେ, ସେ ଅତି କମରେ ୩୩ ଟି ମୃତଦେହ ଦେଖିଛନ୍ତି। କ୍ୟାମ୍ପରେ ଥିବା ଏକ ଘର ଉପରେ ଆକ୍ରମଣ କରାଯାଇଥିଲା। ଏହି ଘରେ ଅନେକ ଲୋକ ରହିଥିଲେ। ଘରେ ରହୁଥିବା ଲୋକଙ୍କୁ ବୋମାମାଡ଼ କରାଯାଇଥିଲା। ପୀଡିତଙ୍କ ମଧ୍ୟରୁ ଅନେକ ମହିଳା ଓ ଶିଶୁ ବୋଲି ସେ କହିଛନ୍ତି।

ଡାକ୍ତର କହିଛନ୍ତି ଯେ, ଡାକ୍ତରଖାନାରେ ଇନ୍ଧନ ଅଭାବରୁ ଲୋକଙ୍କ ଚିକିତ୍ସା କରିବା କଷ୍ଟସାଧ୍ୟ ହୋଇପଡିଛି। ଡାକ୍ତରଖାନା ଭିତରେ ବହୁତ ସଂଖ୍ୟକ ଲୋକ ଅଛନ୍ତି ଯେଉଁମାନେ ଚିକିତ୍ସା ଆବଶ୍ୟକ କରନ୍ତି। ସେ କହିଛନ୍ତି ଯେ ଡାକ୍ତରଖାନାରେ ରୋଗୀଙ୍କ ସଂଖ୍ୟା ଶଯ୍ୟା ସଂଖ୍ୟାଠାରୁ ଦୁଇଗୁଣ।

ଏଥି ସହ ଡେୟାର ଅଲ-ବାବଲାହସ୍ଥିତ ଅଲ-ଅକସା ଶହୀଦ ଡାକ୍ତରଖାନାର ଯୋଗାଯୋଗ ନିର୍ଦ୍ଦେଶକ ମହମ୍ମଦ ଅଲ-ହଜ କହିଛନ୍ତି ଯେ, ବିସ୍ଫୋରଣରେ ୫୨ ଜଣ ପ୍ରାଣ ହରାଇଛନ୍ତି। ଏହି ବିସ୍ଫୋରଣ ପାଇଁ ସେ ଇସ୍ରାଏଲର ଏୟାର ଷ୍ଟ୍ରାଇକକୁ ଦାୟୀ କରିଛନ୍ତି।

ସୂଚନାଯୋଗ୍ୟ ଯେ ଗାଜାର ଦକ୍ଷିଣ ଭାଗରେ ଅବସ୍ଥିତ ଅଲ-ମାଗାଜୀ ଶରଣାର୍ଥୀ ଶିବିର ଚାରିପାଖରେ ସଂକୀର୍ଣ୍ଣ ଗଳି ଅଛି ଏବଂ ଏଠାରେ ଲୋକଙ୍କ ସଂଖ୍ୟା ମଧ୍ୟ ବହୁତ ଅଧିକ। ୦.୬ ବର୍ଗ କିଲୋମିଟର ଅଞ୍ଚଳରେ ବିସ୍ତାର, ଏହି ଶିବିରରେ ୩୩ ହଜାର ରୁ ଅଧିକ ଲୋକ ବାସ କରନ୍ତି।

ଇସ୍ରାଏଲ ଗାଜା
Share. Facebook Twitter LinkedIn Email WhatsApp Copy Link

Related Posts

ଉତ୍ତରାଖଣ୍ଡ ରାଜ୍ୟପାଳଙ୍କୁ ଭେଟିଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି ଦଳ

March 12, 2026

‘ଜଳ ମହୋତ୍ସବ ୨୦୨୬’କୁ ସମ୍ବୋଧିତ କଲେ ରାଷ୍ଟ୍ରପତି

March 12, 2026

ଆଜି ମାର୍ଚ୍ଚ ୧୨ ରେ ଚାରୋଟି ରାଶି ପାଇଁ ରହିଛି ଅନୁକୂଳ ବାତାବରଣ, ଜାଣନ୍ତୁ ଗୁରୁବାର ରାଶିଫଳ

March 12, 2026

ସୋଆ ଆଇବିସିଏସ୍ ପକ୍ଷରୁ ବିଜିନେସ୍ ମେଳା ‘ମାର୍କ-ଆଇଟି’ ଅନୁଷ୍ଠିତ

March 11, 2026
Latest News

ଉତ୍ତରାଖଣ୍ଡ ରାଜ୍ୟପାଳଙ୍କୁ ଭେଟିଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି ଦଳ

March 12, 2026

‘ଜଳ ମହୋତ୍ସବ ୨୦୨୬’କୁ ସମ୍ବୋଧିତ କଲେ ରାଷ୍ଟ୍ରପତି

March 12, 2026

ଆଜି ମାର୍ଚ୍ଚ ୧୨ ରେ ଚାରୋଟି ରାଶି ପାଇଁ ରହିଛି ଅନୁକୂଳ ବାତାବରଣ, ଜାଣନ୍ତୁ ଗୁରୁବାର ରାଶିଫଳ

March 12, 2026

ମଧ୍ୟପ୍ରାଚ୍ୟରେ ଅଟକିଥିବା ଓଡ଼ିଆମାନଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ

March 12, 2026

ରାଜ୍ୟସଭା ନିର୍ବାଚନ ତାତି, ହୁଇପ ଜାରୀ କଲା ବିଜେଡି, ଭୁବନେଶ୍ବର ନ ଛାଡିବାକୁ ନିର୍ଦ୍ଦେଶ

March 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.