Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭୁଲ ସୂଚନା ଏବଂ ଡିପ୍‌ଫେକ୍‌କୁ ଚିହ୍ନଟ କରିବା ପାଇଁ ସାମାଜିକ ଗଣମାଧ୍ୟମ ମଧ୍ୟସ୍ଥମାନଙ୍କୁ ପରାମର୍ଶ
ଆଜିର ଖବର

ଭୁଲ ସୂଚନା ଏବଂ ଡିପ୍‌ଫେକ୍‌କୁ ଚିହ୍ନଟ କରିବା ପାଇଁ ସାମାଜିକ ଗଣମାଧ୍ୟମ ମଧ୍ୟସ୍ଥମାନଙ୍କୁ ପରାମର୍ଶ

November 8, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଇଣ୍ଡିଆ ଏଆଇ ଇମ୍ପାକ୍ଚ ସମିଟ୍ ୨୦୨୬: ୩୫,୦୦୦ ଟପିଲା ପଞ୍ଜୀକରଣ ସଂଖ୍ୟା
ଇଣ୍ଡିଆ ଏଆଇ ଇମ୍ପାକ୍ଚ ସମିଟ୍ ୨୦୨୬: ୩୫,୦୦୦ ଟପିଲା ପଞ୍ଜୀକରଣ ସଂଖ୍ୟା

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଆଜି ଗୁରୁତ୍ୱପୂର୍ଣ୍ଣ ସାମାଜିକ ଗଣମାଧ୍ୟମ ମଧ୍ୟସ୍ଥମାନଙ୍କୁ ଏକ ମାର୍ଗଦର୍ଶିକା ଜାରି କରି କେତେକ ଜରୁରି ପଦକ୍ଷେପ ଗ୍ରହଣ କରିବା ଲାଗି ପରାମର୍ଶ ଦେଇଛନ୍ତି। ସେଗୁଡ଼ିକ ହେଲା :

● ଭୁଲ ସୂଚନା ଏବଂ ଡିପ୍‌ ଫେକ୍‌ (ମିଥ୍ୟା ସୂଚନା ପ୍ରସାର କରିବା ଲାଗି ଡିଜିଟାଲ ପଦ୍ଧତିରେ କୌଣସି ବ୍ୟକ୍ତିଙ୍କ ମୁଖମଣ୍ଡଳ କିମ୍ବା ଶାରୀରିକ ପରିବର୍ତ୍ତନ କରିବା)ବିଷୟବସ୍ତୁକୁ ଚିହ୍ନଟ କରିବା ପାଇଁ ଯଥେଷ୍ଟ ତତ୍ପରତା ଅବଲମ୍ବନ କରିବା ଏବଂ ଯୁକ୍ତିଯୁକ୍ତ ପ୍ରୟାସ କରିବାକୁ କୁହାଯାଇଛି । ବିଶେଷକରି, ନିୟମ ଓ ନିୟାମକ ଏବଂ / କିମ୍ବା ଉପଭୋକ୍ତା ଚୁକ୍ତିନାମାର ବ୍ୟବସ୍ଥାକୁ ଉଲ୍ଲଂଘନ କରୁଥିବା ସୂଚନା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୁହାଯାଇଛି।

● ଆଇଟି ନିୟମ 2021 ଅନୁଯାୟୀ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଏଭଳି ମାମଲାଗୁଡ଼ିକର ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପରାମର୍ଶ ଦିଆଯାଇଛି ।

● ଏଭଳି ସୂଚନା/ବିଷୟବସ୍ତୁ/ଡିପ୍‌ ଫେକ୍‌ ବିଷୟବସ୍ତୁକୁ ହୋଷ୍ଟ ନକରିବା ପାଇଁ ବ୍ୟବହାରକାରୀଙ୍କୁ କୁହାଯାଇଛି ।

● ରିପୋର୍ଟ କରିବାର 36 ଘଣ୍ଟା ମଧ୍ୟରେ ଏଭଳି କୌଣସି ବିଷୟବସ୍ତୁ ହଟାଇବାକୁ ନିର୍ଦ୍ଦେଶ ରହିଛି।

● ଆଇଟି ନିୟମାବଳୀ 2021 ଅନ୍ତର୍ଗତ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ସୁନିଶ୍ଚିତ କରିବା ଏବଂ ସାମଗ୍ରୀ/ସୂଚନା ପର୍ଯ୍ୟନ୍ତ ପହଞ୍ଚ (ଆକ୍ସେସ୍‌)କୁ ଡିଜେବଲ୍‌ ବା ଅକ୍ଷମ କରିବା ପାଇଁ ମାର୍ଗଦର୍ଶିକାରେ ଉଲ୍ଲେଖ କରାଯାଇଛି ।

ମଧ୍ୟସ୍ଥମାନଙ୍କୁ ସ୍ମରଣ କରାଇ ଦିଆଯାଇଛି ଯେ ଆଇଟି ଆଇନ ଏବଂ ନିୟମର ପ୍ରାସଙ୍ଗିକ ବ୍ୟବସ୍ଥା ଅନୁଯାୟୀ କାର୍ଯ୍ୟ କରିବାରେ ବିଫଳତା ଆଇଟି ନିୟମ, 2021ର ନିୟମ 7କୁ ଆକୃଷ୍ଟ କରିବ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ଆଇନ, 2000ର ଧାରା 79(1) ଅନୁଯାୟୀ ଉପଲବ୍ଧ ସୁରକ୍ଷା ହରାଇବା ପାଇଁ ସଂଗଠନ ଦାୟୀ ହୋଇପାରେ ।

କେନ୍ଦ୍ର ଦକ୍ଷତା ବିକାଶ ଏବଂ ଉଦ୍ୟୋଗ ଏବଂ ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ରାଷ୍ଟ୍ରମନ୍ତ୍ରୀ ଶ୍ରୀ ରାଜୀବ ଚନ୍ଦ୍ରଶେଖର କହିଛନ୍ତି, “ଆମର ଡିଜିଟାଲ ନାଗରିକଙ୍କ ସୁରକ୍ଷା ଏବଂ ବିଶ୍ୱାସ ହେଉଛି ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ସରକାରଙ୍କ ପାଇଁ ଅତୁଟ ପ୍ରତିବଦ୍ଧତା ଏବଂ ସର୍ବୋଚ୍ଚ ପ୍ରାଥମିକତା । ଭୁଲ ସୂଚନା ଏବଂ ଡିପ୍ ଫେକ୍ ଦ୍ୱାରା ସୃଷ୍ଟି ହେଉଥିବା ଗୁରୁତ୍ୱପୂର୍ଣ୍ଣ ସମସ୍ୟାକୁ ଦୃଷ୍ଟିରେ ରଖି ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରଣାଳୟ (ଏମଇଆଇଟିଆଇ) ଗତ ଛଅ ମାସ ମଧ୍ୟରେ ଦ୍ୱିତୀୟ ମାର୍ଗଦର୍ଶିକା ଜାରି କରି ଅନଲାଇନ୍ ପ୍ଲାଟଫର୍ମଗୁଡ଼ିକୁ ଡିପ୍ ଫେକ୍ ପ୍ରସାରଣ ବିରୋଧରେ ନିର୍ଣ୍ଣାୟକ ପଦକ୍ଷେପ ନେବାକୁ ଆହ୍ୱାନ ଦେଇଛି।

ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ଡିପଫେକ୍ ଏକ ବଡ଼ ଉଲ୍ଲଂଘନ ଏବଂ ବିଶେଷ କରି ମହିଳାମାନଙ୍କୁ କ୍ଷତି ପହଞ୍ଚାଇଥାଏ। ଆମ ସରକାର ସମସ୍ତ ନାଗରିକ, ବିଶେଷକରି ଏଭଳି ବିଷୟବସ୍ତୁ ଦ୍ୱାରା ଟାର୍ଗେଟ୍‌ ହେଉଥିବା ଆମର ଶିଶୁ ଓ ମହିଳାମାନଙ୍କ ସୁରକ୍ଷା ଓ ବିଶ୍ୱାସର ଦାୟିତ୍ୱକୁ ଅତ୍ୟନ୍ତ ଗମ୍ଭୀରତାର ସହ ନେଉଛନ୍ତି।

ଏ ସମ୍ପର୍କରେ ସୂଚନା ଦେଇ ରାଜୀବ ଚନ୍ଦ୍ରଶେଖର କହିଛନ୍ତି, ସୂଚନା ପ୍ରଯୁକ୍ତି ବିଦ୍ୟା (ଆଇଟି) ନିୟମ, 2021 ଅନୁଯାୟୀ କୌଣସି ଉପଭୋକ୍ତାଙ୍କ ଦ୍ୱାରା ଭୁଲ ସୂଚନା ପ୍ରସାରଣକୁ ରୋକିବା ଅନଲାଇନ୍ ପ୍ଲାଟଫର୍ମ ପାଇଁ ଏକ ଆଇନଗତ ବାଧ୍ୟତା। ଉପଭୋକ୍ତା କିମ୍ବା ସରକାରୀ କର୍ତ୍ତୃପକ୍ଷଙ୍କଠାରୁ ରିପୋର୍ଟ ପାଇବା ପରେ 36 ଘଣ୍ଟା ମଧ୍ୟରେ ଏଭଳି ବିଷୟବସ୍ତୁ ହଟାଇବାକୁ ବାଧ୍ୟତାମୂଳକ କରାଯାଇଛି। ଏହି ଆବଶ୍ୟକତାକୁ ପାଳନ କରିବାରେ ବିଫଳତା ନିୟମ 7 ଲାଗୁ କରେ, ଯାହା ପୀଡ଼ିତ ବ୍ୟକ୍ତିମାନଙ୍କୁ ଭାରତୀୟ ଦଣ୍ଡବିଧି ସଂହିତା (ଆଇପିସି)ର ବ୍ୟବସ୍ଥା ଅନୁଯାୟୀ ଅଦାଲତକୁ ନେବା ପାଇଁ କ୍ଷମତା ପ୍ରଦାନ କରେ । ଏହି ବିପଦର ମୁକାବିଲା ପାଇଁ ପ୍ଲାଟଫର୍ମଗୁଡ଼ିକ ସକ୍ରିୟ ପଦକ୍ଷେପ ନେବା ଜରୁରୀ।

ଯେଉଁମାନେ ଡିପ୍ ଫେକ୍ ଦ୍ୱାରା ପ୍ରଭାବିତ ହେଉଛନ୍ତି, ସେମାନେ  ନିକଟସ୍ଥ ପୋଲିସ ଷ୍ଟେସନରେ ପ୍ରଥମ ସୂଚନା ରିପୋର୍ଟ (ଏଫଆଇଆର) ଦାଖଲ କରନ୍ତୁ ଏବଂ ସୂଚନା ପ୍ରଯୁକ୍ତି (ଆଇଟି) ନିୟମ, ୨୦୨୧ ଅଧୀନରେ ପ୍ରଦାନ କରାଯାଇଥିବା ପ୍ରତିକାରର ଲାଭ ନିଅନ୍ତୁ ବୋଲି କେନ୍ଦ୍ର ମନ୍ତ୍ରୀ ଦୃଢ଼ ଆଶ୍ୱାସନା ଦେଇଛନ୍ତି ।

କେନ୍ଦ୍ର ସରକାର ସାମାଜିକ ଗଣମାଧ୍ୟମ
Share. Facebook Twitter LinkedIn Email WhatsApp Copy Link

Related Posts

ଜିଓ-ବ୍ଲାକରକ୍ ଇନଭେଷ୍ଟମେଣ୍ଟ ଆଡ଼ଭାଇଜର୍ସ ପକ୍ଷରୁ ‘ବ୍ୟକ୍ତିଗତ ନିବେଶ ପରାମର୍ଶ’ ଶୁଭାରମ୍ଭ

February 3, 2026

ଆମେରିକୀୟ କୃଷକଙ୍କୁ ସମୃଦ୍ଧ କରିବ ବାଣିଜ୍ୟ ଚୁକ୍ତି: ଆମେରିକା ସଚିବଙ୍କ ଦାବିର ଜବାବ ଦେଲା ଭାରତ

February 3, 2026

ବର୍ତ୍ତମାନ କେଉଁ ଦେଶ ଉପରେ ରହିଛି ସର୍ବାଧିକ ଆମେରିକା ଶୁଳ୍କ: କେଉଁଠି ଭାରତର ସ୍ଥାନ?

February 3, 2026

ଆଡମିଟ୍ କାର୍ଡ ଜାରି କଲା CBSE: ଦଶମ ଏବଂ ଦ୍ୱାଦଶ ଛାତ୍ରଛାତ୍ରୀମାନେ ତୁରନ୍ତ କରନ୍ତୁ ଡାଉନଲୋଡ୍

February 3, 2026
Latest News

ଜିଓ-ବ୍ଲାକରକ୍ ଇନଭେଷ୍ଟମେଣ୍ଟ ଆଡ଼ଭାଇଜର୍ସ ପକ୍ଷରୁ ‘ବ୍ୟକ୍ତିଗତ ନିବେଶ ପରାମର୍ଶ’ ଶୁଭାରମ୍ଭ

February 3, 2026

‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା’ର ଶୁଭାରମ୍ଭ: ବିବାହ ମଣ୍ଡପରେ କର୍ତ୍ତା ଭାବେ ବସିଲେ ମୁଖ୍ୟମନ୍ତ୍ରୀ

February 3, 2026

ଆମେରିକୀୟ କୃଷକଙ୍କୁ ସମୃଦ୍ଧ କରିବ ବାଣିଜ୍ୟ ଚୁକ୍ତି: ଆମେରିକା ସଚିବଙ୍କ ଦାବିର ଜବାବ ଦେଲା ଭାରତ

February 3, 2026

ବର୍ତ୍ତମାନ କେଉଁ ଦେଶ ଉପରେ ରହିଛି ସର୍ବାଧିକ ଆମେରିକା ଶୁଳ୍କ: କେଉଁଠି ଭାରତର ସ୍ଥାନ?

February 3, 2026

ଆଡମିଟ୍ କାର୍ଡ ଜାରି କଲା CBSE: ଦଶମ ଏବଂ ଦ୍ୱାଦଶ ଛାତ୍ରଛାତ୍ରୀମାନେ ତୁରନ୍ତ କରନ୍ତୁ ଡାଉନଲୋଡ୍

February 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.