ଆଦିବାସୀଙ୍କ ଜମି ବିକ୍ରୀ ନିଷ୍ପତିକୁ ପ୍ରତ୍ୟାହାର ଦାବୀ କଲା ବିଜେପି, ଆନ୍ଦୋଳନ ଧମକ୍

Published: Nov 16, 2023, 6:51 pm IST
ଆଦିବାସୀଙ୍କ ଜମି

ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟରେପାଶ ହୋଇଥିବା ଆଦିବାସୀ ଜମି ନିୟନ୍ତ୍ରଣ ବିଲ ସଂଶୋଧନକୁ ନେଇ କ୍ଷୁବ୍ଧ ହୋଇଛି ବିଜେପି। ଏହି ନିୟମରେ ଏଣିକି ଆଦିବାସୀମାନେ ସେମାନଙ୍କ ଜମି ଅଣ ଆଦିବାସୀଙ୍କୁ ବିକ୍ରି କରିପାରିବେ। ଏହି ନିଷ୍ପତି ଅଗଣାନ୍ତ୍ରିକ ତଥା ଆଦିବାସୀ ବିରୋଧୀ ବୋଲି ବିଜେପି କହିଛି।

ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ନବରଙ୍ଗପୁର ବିଧାୟକ ତଥା ବିଜେପି ଜନଜାତି ମୋର୍ଚ୍ଚାର ରାଜ୍ୟ ସଭାପତି ଶ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି। ରାଜ୍ୟ ସରକାର ଏବେ ଯେଉଁ ନିଷ୍ପତି ନେଇଛନ୍ତି ଏଥିପାଇଁ କୌଣସି ଆଦିବାସୀ ସଂଗଠନ କେବେ ବି ସରକାରଙ୍କ ପାଖରେ ଦାବି କରିନାହାନ୍ତି। ବିଧାନସଭାରେ ମଧ୍ୟ କେବେ କୌଣସି ଆଦିବାସୀ ବିଧାୟକ ଏକଥା ଉଠାଇ ନାହାନ୍ତି। ତାହାଲେ ସରକାର କାହା ଚାପରେ ଏହି ନିଷ୍ପତି ନେଇଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି।

ଏହି ଆଦିବାସୀ ବିରୋଧୀ ନିଷ୍ପତି ଯଦି ରାଜ୍ୟ ସରକାର ପ୍ରତ୍ୟାହୃତ ନକରନ୍ତି ତାହାଲେ ଭାରତୀୟ ଜନତା ପାର୍ଟି ଆଗାମୀ ଦିନରେ ରାଜ୍ୟର ସମସ୍ତ ଆଦିବାସୀ ସମାଜମାନଙ୍କୁ ସାଙ୍ଗରେ ନେଇ ରାଜରାସ୍ତାରେ ଆନ୍ଦୋଳନ କରିବ ବୋଲି ଶ୍ରୀ ଗଣ୍ଡ ସୂଚନା ଦେଇଛନ୍ତି।
ଏହି ଅବସରରେ ପୂର୍ବତନ ସାଂସଦ ପର୍ଶୁରାମ ମାଝୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଗୌରୀ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ।

Related posts