Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଦର୍ଶକଙ୍କ ଘରେ ପହଁଚିଲେ ଜୀ-ସାର୍ଥକର ଲୋକପ୍ରିୟ ଧାରାବାହିକ ‘ତୁ ଖରା ମୁଁ ଛାଇ’ର ମାନିନୀ ଓ ଏଜେ 
ଆଜିର ଖବର

ଦର୍ଶକଙ୍କ ଘରେ ପହଁଚିଲେ ଜୀ-ସାର୍ଥକର ଲୋକପ୍ରିୟ ଧାରାବାହିକ ‘ତୁ ଖରା ମୁଁ ଛାଇ’ର ମାନିନୀ ଓ ଏଜେ 

November 23, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ଓଡିଶାର ମନୋରଞ୍ଜନ ଚ୍ୟାନେଲ ଜୀ-ସାର୍ଥକ ସର୍ବଦା ଦର୍ଶକଙ୍କୁ ନୂଆ ନୂଆ କାହାଣୀ ଓ ପାରିବାରିକ ଘଟଣାକୁ ନେଇ ଦର୍ଶକମାନଙ୍କ ମନୋରଞ୍ଜନ କରିଆସିଛି। ଓଡିଶାର ସାଂସ୍କୃତିକ ଐତିହ୍ୟରେ ଅନୁପ୍ରାଣୀତ ଓ ପ୍ରଗତିଶୀଳ ଓଡିଆ ମହିଳାମାନଙ୍କ ସହ ଦୀର୍ଘ ଦିନର ସୁସମ୍ପର୍କକୁ ମଜବୁତ କରିବା ପାଇଁ ସବୁବେଳେ ଚେଷ୍ଟାରତ ଓ ସବୁବେଳେ ଛୋଟ ବଡ଼ କାର୍ଯକ୍ରମ ଦ୍ବାରା ଦର୍ଶକଙ୍କ ପାଖରେ ପହଞ୍ଚିବାକୁ ଚେଷ୍ଟା କରି ଆସିଛି।

ସେହି ପରିପ୍ରେକ୍ଷିରେ ଜୀ-ସାର୍ଥକ, ଗତ ଜନ୍ମାଷ୍ଟମୀରେ ଆୟୋଜିତ କରିଥିଲା ଏକ ନିଆରା ପ୍ରତିଯୋଗିତା ଯେଉଁଥିରେ ଦର୍ଶକ ନିଜ ପିଲା ମାନଙ୍କୁ ରାଧା କିମ୍ବା କୃଷ୍ଣ ବେଶରେ ସଜାଇ ଫଟୋ ଉଠାଇବେ ଓ ସେହି ଫଟୋକୁ ଜୀ-ସାର୍ଥକ ସହିତ ଶେୟାର କରିବେ। ଏହି ପ୍ରତିଯୋଗିତାରେ ବହୁମାତ୍ରାରେ ଓଡ଼ିଶା ଓ ଓଡ଼ିଶା ବାହାରର ଦର୍ଶକ ଭାଗ ନେଇଥିଲେ ହେଲେ ପ୍ରତିଯୋଗିତାର ଭାଗ୍ୟବାନ ବିଜେତା ହୋଇଥିଲେ କଟକ, ଶ୍ରୀରାମ ନଗରର ସସ୍ମିତା ନାୟକ। ସର୍ତ୍ତାବଳୀ ଅନୁଯାୟୀ, ଜୀ-ସାର୍ଥକର ଲୋକପ୍ରିୟ ମେଗା ଧାରାବାହିକ ‘ତୁ ଖରା ମୁଁ ଛାଇ’ର ମୁଖ୍ୟ କଳାକାର ମାନିନୀ ଓ ଏଜେ ପହଞ୍ଚିବେ ସସ୍ମିତାଙ୍କ ଘରେ ଓ ତାଙ୍କୁ ପୁରସ୍କୃତ କରିବେ।

ଜୀ-ସାର୍ଥକର ଚିଫ୍ ଚ୍ୟାନେଲ୍‌ ଅଫିସର ପ୍ରତୀକ ସିଲ୍ କହିଛନ୍ତି ଯେ, ଜୀ-ସାର୍ଥକ ବିଭିନ୍ନ ସମୟରେ ନିଆରା କାର୍ଯକ୍ରମ ଓ ପ୍ରତିଯୋଗିତା ମାଧ୍ୟମରେ ଦର୍ଶକଙ୍କ ନିକଟତର ହୋଇପାରିଛି । ଗତ ଜନ୍ମାଷ୍ଟମୀ ସମୟରେ ଆୟୋଜିତ ପ୍ରତିଯୋଗିତା ହେଉଛି ଏହାର ଉଦାହରଣ । ଆଗକୁ ମଧ୍ୟ ଜୀ-ସାର୍ଥକର ଏହି ପରି ଚେଷ୍ଟା ଜାରିରହିବ ଓ ଦର୍ଶକଙ୍କ ସହିତ ଜୀ-ସାର୍ଥକର ସମ୍ପର୍କ ଆହୁରି ମଜବୁତ ହେବ ।

ଓଡିଶା ଜନ୍ମାଷ୍ଟମୀ ଜୀ ସାର୍ଥକ ତୁ ଖରା ମୁଁ ଛାଇ ମନୋରଞ୍ଜନ ଚ୍ୟାନେଲ
Share. Facebook Twitter LinkedIn Email WhatsApp Copy Link

Related Posts

ମହଙ୍ଗା ପଡ଼ିପାରେ ଗାଡ଼ି ଚଲାଇବା ସମୟରେ ଫୋନ୍ ବ୍ୟବହାର କରିବା: ଜାଣନ୍ତୁ ଜରିମାନା 

August 27, 2026

ଛଅ ମାସ ମଧ୍ୟରେ ଏକ ଲକ୍ଷ ନିଯୁକ୍ତି: ଯୋଗୀ ସରକାରଙ୍କ ନିଷ୍ପତ୍ତିକୁ ମାୟାବତୀଙ୍କ ଟାର୍ଗେଟ

August 27, 2026

ଶ୍ରୀମନ୍ଦିରରେ ରାକ୍ଷୀ ପୂର୍ଣ୍ଣିମା ଦିନ ପାଳିତ ହୋଇଥାଏ ଦୁଇଟି ପର୍ବ: ଜାଣନ୍ତୁ କଣ

August 27, 2026

ଆଜି ରାକ୍ଷୀ ପୂର୍ଣ୍ଣିମା: ଜାଣନ୍ତୁ ରାକ୍ଷୀ ବାନ୍ଧିବା ବେଳେ ଏହି ପାଞ୍ଚୋଟି ସାବଧାନତା

August 27, 2026
Latest News

ମହଙ୍ଗା ପଡ଼ିପାରେ ଗାଡ଼ି ଚଲାଇବା ସମୟରେ ଫୋନ୍ ବ୍ୟବହାର କରିବା: ଜାଣନ୍ତୁ ଜରିମାନା 

August 27, 2026

ଭାରତରେ ବ୍ରିକ୍ସ ଶିଖର ସମ୍ମିଳନୀ: ଥିମ ଜାରି କଲା ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ

August 27, 2026

ଛଅ ମାସ ମଧ୍ୟରେ ଏକ ଲକ୍ଷ ନିଯୁକ୍ତି: ଯୋଗୀ ସରକାରଙ୍କ ନିଷ୍ପତ୍ତିକୁ ମାୟାବତୀଙ୍କ ଟାର୍ଗେଟ

August 27, 2026

ଶ୍ରୀମନ୍ଦିରରେ ରାକ୍ଷୀ ପୂର୍ଣ୍ଣିମା ଦିନ ପାଳିତ ହୋଇଥାଏ ଦୁଇଟି ପର୍ବ: ଜାଣନ୍ତୁ କଣ

August 27, 2026

ଆଜି ରାକ୍ଷୀ ପୂର୍ଣ୍ଣିମା: ଜାଣନ୍ତୁ ରାକ୍ଷୀ ବାନ୍ଧିବା ବେଳେ ଏହି ପାଞ୍ଚୋଟି ସାବଧାନତା

August 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.